ସମୟ ବଡ଼ ବଳବାନ
ମହାଭାରତରେ ପାଣ୍ଡବ ପକ୍ଷରେ
ଆଦ୍ୟରୁ ଶ୍ରୀକୃଷ୍ଣ ରହି
ବିଷ ଲଡ଼ୁ ଖାଇ ଭୀମ ନମରଇ
ଜଉଘରୁ ବଞ୍ଚି ଯାଇ।
ପଶାଖେଳେ ହାରି ସମ୍ପତ୍ତି ସେ ହାରି
ହାରିଲେ ଦ୍ରୌପଦୀ ନାରୀ
ସଭାସ୍ଥଳେ ନେଇ ଉଲଗ୍ନ କରନ୍ତି
କଉରବ ପାପାଚାରୀ।
କରିବାକୁ ରଣ ହୋଇଲେ ଉଚ୍ଛନ
ସକଳ ପାଣ୍ଡୁ ନନ୍ଦନ
ଏକା ସେ ଶ୍ରୀକୃଷ୍ଣ କରିଣ ଆକଟ
ଅଜ୍ଞାତ ବାସେ ପ୍ରେରଣ।
ସମୟଟା ଜାଣ ବଡ଼ ବଳବାନ
ଜାଣିଥିଲେ ଏକା ସେହି
ସମୟକୁ ଚାହିଁ ରହିଥିଲେ ସେହି
ପ୍ରତିଶୋଧ ନେବାପାଇଁ।
ଅଜ୍ଞାତ ବାସକୁ ପୂର୍ଣ୍ଣ କରିତାକୁ
ଆସିଲେ ପାଣ୍ଡବେ ଫେରି
ପାଞ୍ଚ ପଡ଼ା ସେହି ନପାଇଲେ ତହିଁ
ସଂଗ୍ରାମ ପଥ ଆଦରି।
ଦେଖି ଯୁଦ୍ଧ କ୍ଷେତ୍ର ବୀରବର ପାର୍ଥ
ସଂଗ୍ରାମୁ ଓହରି ଯାଇ
ଗୀତା ବାଣୀ କହି ଲଗାଇ ଲଢ଼େଇ
କୌରବ ବଂଶ ବୁଡ଼ାଇ।
ଆଦ୍ଯରେ ଲଢ଼େଇ ନକରାଇ ସେହି
ସମୟ ଦେଲେ ଗଡ଼ାଇ
ଆଦ୍ଯେ ଲଢ଼ିଥିଲେ ହାରିଥାନ୍ତେ ଭଲେ
ଯେଣୁ ଲକ୍ଷ୍ମୀଥିଲେ ରହି।
ଭାସ୍କର ରାଉତ
ଦେବମାୟା ଭବନ
ଶେରଗଡ଼,ଗଞ୍ଜାମ
୯୭୭୬୪୮୬୬୨୮