ସ୍ମୃତି
ବନଲତା ଜାଲି
ସ୍ମୃତି ତୁମେ ରୁପା ଜହ୍ନଝରା
ଶୀତଳ ଜୋଛନା ରାତି
ସ୍ମୃତି ତୁମେ ଫୁଲର ବାସ୍ନାରେ
ପାଗଳ ପରଜାପତି ॥
ସ୍ମୃତି ତୁମେ ହଜିଲା ଦିନର
ଛାତି ତଳ ମିଠା ଛୁଆଁ
ସ୍ମୃତି ତୁମେ ପୋୖଷ ଶୀତର
ସକାଳ ଉଷୁମ ନିଆଁ ॥
ସ୍ମୃତି ତୁମେ ମୋ ପିଲାଦିନର
ବାଲି ଧୂଳିଘର ସାଥି
ସ୍ମୃତି ତୁମେ ଭରା ଫଗୁଣର
କୋଇଲିର ମଧୁ ଗୀତି ॥
ସ୍ମୃତି ତୁମେ ଦୁଃଖଦୁର୍ଦ୍ଦଶାର
ଅଧା ଜଳା ସଞ୍ଜବତୀ
ସ୍ମୃତିତୁମେ ପ୍ରେମର ମନ୍ଦିରେ
ସକାଳ ଧୂପ ଆଳତୀ ॥
ସ୍ମୃତି ତୁମେ ମୋ ମନଆକାଶେ
ଅଙ୍କା ମୋ ଗାଁଆର ନକ୍ସା
ସ୍ମୃତି ତୁମେ ମୋ ହୃଦୟଘରେ
ଯତନେ ବାନ୍ଧିଛ ବସା ॥
ସ୍ମୃତି ତୁମେ କଷ୍ଟ ଯନ୍ତ୍ରଣାର
ଉଚ୍ଛୁଳା ନୀଳଲହରୀ
ସ୍ମୃତି ତୁମେ ଭାବନା ରାଜ୍ୟର
ସୁନା ଡେଣା ଲଗା ପରୀ ॥
ସ୍ମୃତି ତୁମେ ଚିନ୍ତା ଚେତନାର
ଅଲିଭା ଉଜ୍ଜଳ ଜ୍ୟୋତି
ସ୍ମୃତି ତୁମେ ଶାମୁକା ଦେହରେ
ସାଇତା ଅମୂଲ୍ୟ ମୋତି ॥
କୃଷ୍ଣ ପ୍ରସାଦ, ପୁରୀ
340 total views, 2 views today
I enjoyed reading your blog site. I likewise have found your short articles
very fascinating.
wonderful as well as remarkable blog. I actually intend to thank you, for offering us
much better details.
I have actually read a few of the short articles on your blog currently, and also I really like your writing
design.
Hmm it seems like your site
ate my first comment (it was extremely long) so I
guess I’ll just sum it up what I had written and say, I’m thoroughly enjoying your blog.
I as well am an aspiring blog writer but I’m still
new to everything. Do you have any points
for beginner blog
writers? I’d really appreciate it.