ଜିଅଁନ୍ତେ ନଦେଲି ତୁଣ୍ଡେ
ଭ୍ରମରେ ଭ୍ରମିଲି ଭୂଲୋକ ଭିତରେ
ଭୁଲିଯାଇ ଭଲ ମନ୍ଦ,
ଭେଣ୍ଡାହେଲା ଦିନୁ ଭଣ୍ଡାଇ ମୁଁ’ ଦେଲି
ପିତାମାତା ହେଲେ ଗନ୍ଧ।।
ପ୍ରତିମା ପୂଜିଲି ପ୍ରତିଦିନ ଯାଇ
ପ୍ରାରବ୍ଧେ ଫଳିବ ଫଳ,
ପାସୋରିଲି ମାଆ ପାଳିଥିଲା ପୁଅ
ଅନ୍ତ ରୁ ନିଗାଡି ବଳ।।
ବାସହରା କଲି ବାପାଙ୍କୁ ମୋ’ହର
ବିକଳେ କାନ୍ଦିଲେ ଦାଣ୍ଡେ,
ବୁଦ୍ଧିଶୁଦ୍ଧି ସବୁ ବାମ ହେଲା ମୋ’ର
ଜିଅଁନ୍ତେ ନଦେଲି ତୁଣ୍ଡେ।।
ଚାରିଧାମେ ଯାଇ ଚତୁଃବର୍ଗ ଚିନ୍ତି
ଚଳୁକଲି ଗଙ୍ଗା ଜଳେ
ଚଳନ୍ତି ପ୍ରତିମା ଚଳି ନପାରନ୍ତି
କ୍ଷୁଧା ରେ ଅନ୍ତର ଜଳେ।।
ପୁତ୍ ନାମ ନର୍କୁ ପାରି ହେବା ପାଇଁ
ମାଆ ପାଳିଥିଲା ପୁଅ,
ପୁତ୍ର ପାଶୋରିଲା ପିତା ମାତାଙ୍କୁ ଯେ’
ପିତା ଲାଗେ ପିତା ସ୍ନେହ।।
ଅନୁତାପେ ଆଜି ଅବିରତ ଅଶ୍ରୁ
ଅଜାଡୁଛି ଆଖି କୋଣୁ
ପିତାମାତା ଦୁହେଁ ଶ୍ରେଷ୍ଠ ଏ ଜଗତେ
ଭୁଲିଯିବା ନାହିଁ ମନୁ।।
ସୁଧାଂଶୁ ତ୍ରିପାଠୀ
ଶରଦୁର୍ଗ, କୃପାସିନ୍ଧୁପୁର
God bless you
Xllent presentation.