କାଟନାଇଁ ମତେ କାଟନାଇଁ 🙏
ମନ୍ମୟୀ ମହାପାତ୍ର- ଯାଜପୁର -କମଳପୁର ଗ୍ରା
ମଣିଷ ଭାଇ ମଣିଷ ଭାଇ
କାଟ ନାଇଁ ମତେ କାଟ ନାଇଁ
କେମିତି ବଞ୍ଚିବ ମୋହରି ବିନା
ଅମ୍ଳଜାନ ଦେଉଛି ସିନା ।।
ମୁଁ ଅଛି ବୋଲି ତୁମକୁ ଦେଉଛି ଛାଇ
ଛାଇ ବିନା କେମିତି ରହିବ ଭାଇ ।।
ମୋ ପାଇଁ ହେଉଛି ସୁଲୁସୁଲିଆ ପବନ
ଏସି ବଞ୍ଚାଇବ ଆଉ କେତେ ଜୀବନ।।
ମୋ ଖାଦ୍ୟ କୁ ଖାଇ ରହିଛ ତୁମେ ଜୀବନ ଧରି
କେତେ ଫାଷ୍ଟଫୁଡ୍ ଖାଇ ବଞ୍ଚିବ ଜୀବନ ଭରି ।।
ନୂଆ ନୂଆ ଲାଗୁଛି ମଜା ମୋହରି ବିନା
କେତେ ଆଉ ଉଡାଇବ ଟେକ୍ନିକାଲ ର ବାନା ।।
ଯେବେ ତୁମ ଟେକ୍ନିକାଲ୍ ଯନ୍ତ୍ର ହୋଇଯିବ ଅକାମି
ସେବେ ମତେ ଖୋଜୁଥିବ ହୋଇ ଭାଇଁ ଭାଇଁ ।।
ପୁରାତନକୁ କେବେ ନ କରିବ ହେ ଜ୍ଞାନ
ଆଧୁନିକ ବିଜ୍ଞାନ ନରହିବ ଚିର ଦିନ।।
ମନ୍ମୟୀ ମହାପାତ୍ର- ଯାଜପୁର -କମଳପୁର ଗ୍ରାମ
ଖୁବ ସୁନ୍ଦର ସଚେତନତା ପାଇଁ ଆନ୍ତରିକ ଧନ୍ୟବାଦ.
Good