#ବଣି ଓ କୁନା#
ଦେଖିଲା ବଣି ଘର ଭିତରେ
ବସିଛି ଏକା କୁନା
ରୋଗର ଭୟେ ଲୁଚଇ ଗୃହେ
ଦୁଃଖ ଯେ ତାକୁ ଜଣା ।
ଡାକିଲା ବଣି କୁନା ଭାଇନା
ଚାଲ ବସିବା ମିତ
ଆସ ହେ ଆସ ଉଡି ଉଡିକା
ଗାଇବା ଆମେ ଗୀତ।
ବୁଲେଇ ନେବି ବଣ ରାଇଜେ
ମୁକ୍ତି ର ପଥ ଧରି,
ଦେଖିବ କେତେ ସୁଖ ବିଭବ
ଶାନ୍ତି ଆସିବ ଫେରି।
ଘରେ କେତେ ଯେ ବସିବ ଏକା
ରୋଗକୁ ଭୟ କରି,
ବାହାରେ ଟିକେ ବୁଲି ଆସିଲେ
ଦୁଃଖ ଯେ ଯିବ ହରି।
ଖୋଲା ପବନେ ବୁଲି ଆସିଲେ
ମନ ପ୍ରଫୁଲ୍ଲ ରୁହେ,
ଅବସାଦ ଏ ପୁରା ଜୀବନେ
ଶାନ୍ତି ଟିକକ ପାଏ।
କହିଲା କୁନା ଆଲୋ ମୋ ବଣି
ଶୁଣିଯା ଦୁଃଖ ଥରେ,
ଦୁଃଖ ଯେ ଥାଉ ଜୀବନ ରହୁ
ଘରେ ପଶିଛି ଡରେ।
ଭୂତାଣୁ ଭୟେ କେମିତି ଗୋଡ଼
କାଢିବି ବାରେ କହ
ହାହାକାର ଯେ ଦୁନିଆ ଡାକେ
ମନେ ମୃତ୍ୟୁର ଭୟ।
ପରିବେଶକୁ ଆମେ ନଷ୍ଟିଛୁ
କହୁଣୀରେ ନେଢ଼ି ଗୁଡ଼
ରୋଗ ଜୀବାଣୁ ଘାରୁଛି ଆଜି
ବାଜେ ଅଦୃଶ୍ୟ ମାଡ଼ ।
ତଥାପି କଣ ବୁଝିଲାଣି କି
ମଣିଷ ଜାତି ଆଜି,
ପରିବେଶ ଯେ ବାହୁନି କାନ୍ଦେ
କାନ୍ଦଇ ବୃକ୍ଷରାଜି।
କାରଖାନାଠୁ ବୃକ୍ଷ ଛେଦନ
ମଣିଷ ଦ୍ଵାରା ସବୁ,
ସବୁର ଫଳ ଫଳୁଛି ଆଜି
ରୋଗ ହେଉନି କାବୁ।
ଜୈବର ଅସ୍ତ୍ର ଗଢଇ ପୁଣି
ପ୍ରକୃତି ବିରୁଦ୍ଧରେ,
କେତେ ସହିବ ସେ ଅତ୍ୟାଚାର
ଠିଆ ସେ ଖଣ୍ଡା ଧାରେ।
ପ୍ରକୃତି ଆଜି ବାମା ହୋଇଛି
ବାନ୍ଧିଛି ହାତ ଗୋଡ,
ବଣି ଲୋ ତୁହି ଭାଗ୍ୟବତୀଟା
ମନ ଇଚ୍ଛାରେ ଉଡ।
ପ୍ରୀତିରଞ୍ଜନ ନାୟକ
କେନ୍ଦ୍ରାପଡ଼ା
ବହୁତ୍ ସୁନ୍ଦର ଭାଇ