ମନେପଡେ ସେଇଦିନ
———————–
ଯେବେ ମନେପଡେ ସେ ଅଭୁଲା ଦିନ
ଦିନରେ ମୁଁ ଦେଖେ ଅସରାଏ ସ୍ବପ୍ନ ll
ସ୍ବପ୍ନ ମୋର କେବେ ହେବନି ସାକାର
ସମାପ୍ତ ହେଲେବି ସର୍ବ ଆୟୁ ମୋର ll
ତଥାପି ବୁଝେନା ଏଇ ଟିକି ମନ
ଖୋଜୁଥାଏ ସଦା ସେଇ ପିଲାଦିନ ll
ସେ ପିଲାଦିନ ମ ଆସନ୍ତା କି ଫେରି
ମା କୋଳେ ଶୋଇ ଶୁଣୁ ଥାନ୍ତି ଲୋରି ll
ବିଧାତାର କେମିତି ବିଚିତ୍ର ଖେଳ
ଖୋଜି ପାଉନି ମୁଁ ମୋ ସେ ପିଲାବେଳ ll
ଛୋଟ ଥିଲି ପାଉଥିଲି କେତେ ସ୍ନେହ
ବଡ ହେଲିି ସଭିଙ୍କୁ ଘାରିଲା ମୋହ ll
କେତେ ଭଲ ଥିଲା ସତେ ସେଇଦିନ
ଯେବେ ଅବୁଝା ଥିଲା ମୋ ଏଇ ମନ ll
ଅଝଟ ଥିଲି କିଛି ବୁଝୁ ନଥିଲି
ମାର ସେଇ ଅମୃତ ସମାନ ଗାଳି ll
ଯେତେ ଚେଷ୍ଟା କଲେ କାହିଁକି କେଜାଣି
ତାକୁ ପାଉନି ଯେ ମୁଁ ଆଉ ଫେରି ll
ଯେବେ ମନେପଡେ ସେ ଅଭୁଲା ଦିନ
ଦିନରେ ମୁଁ ଦେଖେ ଅସରାଏ ସ୍ବପ୍ନ ll
______________________________
ବର୍ଷାରାଣୀ ମହାନ୍ତ ,, ବେଲପଶି କେନ୍ଦୁଝର
ବହୁତ ସୁନ୍ଦର କବିତା ନିନି
ଢେର ସାରା ଶୁଭେଚ୍ଛା ❤️❤️❤️