ଚଉପଦୀ – କେଡ଼େ କପଟୀ
କେଡ଼େ କପଟୀ,ଏଥର ବୁଝି ମୁଁ ଗଲିଟି ।
କାହାଠୁ ଛଡ଼ାଇ, କାହାକୁ ଦିଆଇ
ମିଛରେ ଦାତା ବୋଲାଉଛଟି ।।୦।।
ଗୋପୀଙ୍କ ବସନ, ଘେନି ନାରାୟଣ
ଦ୍ରୌପଦୀ ଠାରେ ଦାନ କଲଟି ।।୧।।
ଦେଲା ଯାହା ବଳି, ଧରିଗଲ ଚଳି
ସୁଦାମା ଗୃହେ ଦେଲ ଢାଳିଟି ।।୨।।
ଶୁକ୍ର ଚକ୍ଷୁ ନଷ୍ଟ ,କରିଣ କପଟ
ଅନ୍ଧକୁ ଦାନ କରିଦେଲଟି ।।୩।।
କହଇ ଆଦିତ୍ୟ,ଆହେ ଜଗନ୍ନାଥ
ମୋ ଠାରେ କିମ୍ପା ଦୟା ନାହିଁଟି ।।୪।।
କବି ଶ୍ରୀ ଆଦିତ୍ୟ ଦାସ,
ବଡ଼ବାଡ଼, ଇଚ୍ଛାପୁରମ,
ଶ୍ରୀକାକୁଲମ, ଆନ୍ଧ୍ରପ୍ରଦେଶ ।
5,424 total views, 2 views today
ବାଃ ବାଃ ଭାଇ ବହୁତ ସୁନ୍ଦର
ଖୁବ୍ ସୁନ୍ଦର ଭାଇ। ଦାସକାଠିଆ ର ତଳେ ତାଳେ ଆମ ପରମ୍ପରା ସଂସ୍କୃତି କୁ ଖୁବ୍ ସୁନ୍ଦର ସ୍ୱର ଶଦ୍ଦ ଶୈଳୀ ରେ ତୋଳିଧରିଛନ୍ତି। ❤️❤️
ଅଶେଷ ଅଶେଷ ଧନ୍ୟବାଦ୍ ଭାଇ
ଖୁବ୍ ସୁନ୍ଦର ସ୍ୱର… ମନମୁଗ୍ଧ ହେଇଗଲା ଭାଇ ❣️❣️❣️
Wahh vai khub sundar
Das super ochi,
ଅତି ଚମତ୍କାର, ହୃଦୟକୁ ଛୁଇଁଲି ଭାଇ
Future singer from ichchapuram mandal…. great job my dear friend Mr Aditya Das… ❤ keep it up
Wahhhhhhhhhhhhhhhhhhhhhhhhh Bhai………………………………….
All time favourite ❤❤❤❤❤❤
Bahut sundar lagila Aditya Babu.
ଆପଣଙ୍କର ପ୍ରଶଂସା କରିବା ପାଇଁ ମୋ ପାଖରେ ଶବ୍ଦ ନାହିଁ । ଆପଣଙ୍କ ଦାସଟାଠିଆ ମୋ ମାଆ ବି ଦେଖିଛନ୍ତି । ମାଆ ବି ବହୁତ ଖୁସି ଆପଣଙ୍କ ଦକ୍ଷତା ଦେଖି ।
ଆହା ଖୁବ୍ ସୁନ୍ଦର
କିଛି ଶବ୍ଦ ନାହିଁ କହିବାକୁ ବାସ୍ ଖୁବ୍ ସୁନ୍ଦର
ଭାଇ ଆନ୍ତରିକ ଶୁଭେଚ୍ଛା❤️
ମର୍ମସ୍ପର୍ଶୀ ହୋଇଛି କବିତାଟି ।ଦାସକାଠିଆ ସ୍ୱର ମନ ମୋହିନେଲା।ଶୁଭେଛ୍ଛା ଭାଇ ।