*କାନ୍ଦେ ମୋ ହୃଦୟ*
ଶ୍ରାବଣର ବରଷାରେ ଭିଜି
ବି କାହିଁ ଓଦା ଲାଗୁନି ମତେ,
ସତେ କେହି ଆପଣାର ଦୂରେଇଗଲେ
ହୁଏ କେତେ କଷ୍ଟ ଆଉ
କିଏ ବା କଣ ବୁଝିପାରିବ ସତେ ।
ଆଖିର ଲୁହକୁ ଛାତିର କୋହକୁ
ବୁଝିପାରିବ ଏ ଦୁନିଆରେ
କିଏ ବା ସତେ ,
ବୁଝୁନାହିଁ ମନ
କାନ୍ଦେ ମୋ ହୃଦୟ
ଅନ୍ତରରୁ କାହିଁ ଏତେ ।
ସତେ କି କୋଉ ଭାଗ୍ୟବତୀ
ଦେବ ତା ହାତକୁ ମୋ ହାତେ,
ଗାଇବି ତା ସାଥେ
ମୁଁ ଗୋଟେ ପ୍ରେମ ସଙ୍ଗୀତଟେ ।
ସିଏ ହିଁ ବୁଝିପାରିବ
ଛାତିର କୋହକୁ,
କରିବ ନାହିଁ କେବେ
ସେ ପର ମୋତେ
ତା ନିଜଠୁ ।
କେମିତି ଛାଡ଼ିବି ମୁଁ
ତାର ହାତକୁ ସତେ,
ନିଜର ବିବେକ ହିଁ
ଧିକ୍କାର କରିବ ମୋତେ ।
ଶ୍ରାବଣର ବରଷାରେ ଭିଜି ବି
କାହିଁ ଓଦା ଲାଗୁନି ମତେ,
ସତେ କେହି ଆପଣାର ଦୂରେଇଗଲେ
ହୁଏ କେତେ କଷ୍ଟ ଆଉ
କିଏ ବା କଣ ବୁଝିପାରିବ ସତେ ।
ରାଇ ମୋହନ ରାଉତ
ଢେଙ୍କାନାଳ, ଓଡ଼ିଶା
ଆମ ଢେଙ୍କାନାଳିଆ ଟୋକା ନୂଆ ନୂଆ ପ୍ରେମରେ ଭିଜୁଛନ୍ତି ବୋଧେ…
ସେଥିପାଇଁ ତାଙ୍କୁ ସବୁ ଖାଲି ନାଲି ନାଲି ଦିଶୁଛି…
ଖୁବ୍ ସୁନ୍ଦର ପ୍ରେମ କବିତା ଏବଂ ସୁନ୍ଦର ଉପସ୍ଥାପନା
ଧୀରେ ଧୀରେ ପ୍ରେମ ହେଲା……
ସୁନ୍ଦର ଭାଇ ♥️♥️♥️♥️♥️♥️
ଖୁବ୍ ସୁନ୍ଦର ଉପସ୍ଥାପନା ଭାଇ, ଶୁଭେଚ୍ଛା