March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*କାହିଁକି କରୁଛ ଭୟ–ପ୍ରିୟଦର୍ଶିନୀ ମହାପାତ୍ର*

 

କାହିଁକି କରୁଛ ଭୟ
~~~~~~~~~~~~~

କାହିଁକି କରୁଛ ଭୟ,
ତୁମ ପାଇଁ ଅଛି ପରମ ପିତାଙ୍କ
ଦିବ୍ୟ ଶାଶ୍ୱତ ଆଶ୍ରୟ ।
କାହିଁକି କରୁଛ ଭୟ ?

ନିର୍ଜ୍ଜନ ରାତ୍ରିରେ ହସଇ ଚନ୍ଦ୍ରମା,
ତମସାରେ ଢାଳେ ବିମଳ ସୁଷମା ।
ସେହିପରି ତୁମେ ତମପୂର୍ଣ୍ଣ ପ୍ରାଣେ
ସୃଜ ଅଖଣ୍ଡ ପ୍ରତ୍ୟୟ ।
କାହିଁକି କରୁଛ ଭୟ ?

ସତ୍ୟ ପଥେ ତୁମେ ଚାଲ ଅବିରତ,
ଈଶ୍ୱର ଅଛନ୍ତି ତୁମରି ସହିତ ।
ସର୍ବ ଗୁଣ ଲୁକ୍କାୟିତ ତବ ମଧ୍ୟେ
କର ତାହାକୁ ଆଦାୟ ।
କାହିଁକି କରୁଛ ଭୟ ?

ହୋଇଯାଅ ଈଶ୍ୱରଙ୍କ ଅନ୍ତରଙ୍ଗ,
ହୃଦୟେ ଖେଳିବ ଆନନ୍ଦ ତରଙ୍ଗ ।
ତୃଣ ଠାରୁ ଦ୍ରୁମ ଯାଏଁ ପରିବ୍ୟାପ୍ତ
ତୁମ ପିତା ଦୟାମୟ ।
କାହିଁକି କରୁଛ ଭୟ ?

ତୁମେ ବା କାହିଁକି କାହାକୁ ଡରିବ,
ତୁମେ ଯେ ଡରକୁ ଡରାଇ ପାରିବ ।
ପ୍ରଭୁ ଦେଇଛନ୍ତି ଅମାପ ଶକତି
କର ତାହାର ସୁବ୍ୟୟ ।
କାହିଁକି କରୁଛ ଭୟ ?

ତୁମେ ଚାହିଁଲେ ଏ ବିଶ୍ୱ ବଦଳିବ
ସବୁରି ଅଧରେ ହସ ଝଲସିବ ।
ତୁମ ପ୍ରତିଭାର ପରାକାଷ୍ଠା ବଳେ
କର ବିଶ୍ୱକୁ ବିସ୍ମୟ ।
କାହିଁକି କରୁଛ ଭୟ ?

ପ୍ରିୟଦର୍ଶିନୀ ମହାପାତ୍ର
ଭଞ୍ଜନଗର, ଗଞ୍ଜାମ

Loading

43 thoughts on “*କାହିଁକି କରୁଛ ଭୟ–ପ୍ରିୟଦର୍ଶିନୀ ମହାପାତ୍ର*

  1. ଖୁବ୍ ସୁନ୍ଦର ରଚନା। ନିଶ୍ଚିତ ଗୋଟେ ପ୍ରେରଣାପଦ ଶଦ୍ଦ ଗୁଚ୍ଛ ଟିଏ।

    ଅନେକ ଅନେକ ଶୁଭେଚ୍ଛା

  2. ବାଃ ! ସୁନ୍ଦର ଆବୃତ୍ତି ସହିତ ଶବ୍ଦର ସଂଯୋଜନା ଖୁବ୍ ଉଚ୍ଚକୋଟୀର l ଢ଼େର ସାରା ଶୁଭେଚ୍ଛା ଓ ସ୍ନେହ ତୋତେ ଲୋ ଭଉଣୀ ❣️❣️❣️

  3. ହୃଦୟ ରେ ଶକ୍ତି ଭରିଦେଲା ପ୍ରତିଟି ଶବ୍ଦ, ପ୍ରୀତି ଭରିଦେଲା ତୋ ମିଠା ସ୍ୱର ର ଆବୃତ୍ତି। ସୁନା ଝିଅ, ଆହୁରି ଆଗକୁ ଯା ❤️

  4. ହୃଦୟର ଶକ୍ତି ଓ ପ୍ରୀତି ଭରିଦେଲା ପ୍ରତିଟି ପଦ। ସୁନା ଝିଅ, ଆହୁରି ଆଗକୁ ଯା

  5. ଚମତ୍କାର ରଚନା ତଥା ଉପସ୍ଥାପନା। ଉପାଦେୟ ବିଷୟବସ୍ତୁ ଭରି ରହିଛି।

  6. ଖୁବ୍ ମିଠା ଆବୃତ୍ତି ସାଙ୍ଗକୁ ଅତି ହୃଦୟ ଜିଣା ଲେଖା ଟେ ଲେଖିଛୁ
    ବହୁତ ବଢିଆ ଲାଗିଲା ମୋ ସୁନା ଭଉଣୀ ଟା✍️

  7. ଖୁବ ପ୍ରେରଣାପ୍ରଦ ଶବ୍ଦପୁଷ୍ପରେ ଗୁନ୍ଥିଦେଇଛ ଶିବାନୀ । ଶୁଭେଚ୍ଛା ।

  8. ଏକଦମ ଠିକ l ଭଗବାନ ଙ୍କ ମହିମା କୁ କବିତା ମାଧ୍ୟମରେ ଖୁବ ଭଲ ଭାବେ ଉପସ୍ଥାପନା କରିଛ ପ୍ରିୟଦର୍ଶିନୀ l

  9. ଖୁବ ସୁନ୍ଦର ସୃଜନୀ ଓ ଆବୃତ୍ତି ପ୍ରିୟଦର୍ଶିନୀ। ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ

  10. ବାଃ…. ତୁମ ମିଠା ମିଠା ସ୍ଵରରେ କବିତା ଟି ଆହୁରି ସୁନ୍ଦର୍ ଲାଗିଲା ଯଶସ୍ଵୀ ହୁଅ… ଭଗବାନ୍ ତୁମର ମଙ୍ଗଳ କରନ୍ତୁ ❣️

    1. ଅନ୍ତରରୁ ଧନ୍ୟବାଦ୍ ପ୍ରିୟ ଦିଦି

  11. ଖୁବ୍ ସୁନ୍ଦର ସ୍ୱର ରେ ଆବୃତ୍ତି କରି ହୃଦୟ କୁ ଜିଣି ନେଲ ସଙ୍ଗାତେ
    ଖୁବ୍ ସୁନ୍ଦର ଶୁଭେଚ୍ଛା❤️

  12. ଖୁବ ସୁନ୍ଦର ଭାବରେ ନିଜ କବିତା ଆବୃତ୍ତି କରିଛ।ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ଭଗବାନ ତୁମର ମଙ୍ଗଳ କରନ୍ତୁ।

    1. ଆନ୍ତରିକ ଧନ୍ୟବାଦ୍ ପ୍ରିୟ ଦିଦି

  13. ଖୁବ୍ ସୁନ୍ଦର ଆବୃତ୍ତି କରିଛୁ ମା ❤️❤️ ଶୁଭେଚ୍ଛା

  14. ବହୁତ ସୁନ୍ଦର ଆବୃତ୍ତି କରିଛ ଭଉଣୀ, ଚମତ୍କାର

  15. ମିଠା ସ୍ୱରରେ ସବୁ ସୁନ୍ଦର ଲାଗେ… ❤❤❤❤❤

    ଶୁଭେଚ୍ଛା ଭଉଣୀ

Leave a Reply to PABITRA BEHERA Cancel reply

Your email address will not be published. Required fields are marked *