କାହିଁକି କରୁଛ ଭୟ
~~~~~~~~~~~~~
କାହିଁକି କରୁଛ ଭୟ,
ତୁମ ପାଇଁ ଅଛି ପରମ ପିତାଙ୍କ
ଦିବ୍ୟ ଶାଶ୍ୱତ ଆଶ୍ରୟ ।
କାହିଁକି କରୁଛ ଭୟ ?
ନିର୍ଜ୍ଜନ ରାତ୍ରିରେ ହସଇ ଚନ୍ଦ୍ରମା,
ତମସାରେ ଢାଳେ ବିମଳ ସୁଷମା ।
ସେହିପରି ତୁମେ ତମପୂର୍ଣ୍ଣ ପ୍ରାଣେ
ସୃଜ ଅଖଣ୍ଡ ପ୍ରତ୍ୟୟ ।
କାହିଁକି କରୁଛ ଭୟ ?
ସତ୍ୟ ପଥେ ତୁମେ ଚାଲ ଅବିରତ,
ଈଶ୍ୱର ଅଛନ୍ତି ତୁମରି ସହିତ ।
ସର୍ବ ଗୁଣ ଲୁକ୍କାୟିତ ତବ ମଧ୍ୟେ
କର ତାହାକୁ ଆଦାୟ ।
କାହିଁକି କରୁଛ ଭୟ ?
ହୋଇଯାଅ ଈଶ୍ୱରଙ୍କ ଅନ୍ତରଙ୍ଗ,
ହୃଦୟେ ଖେଳିବ ଆନନ୍ଦ ତରଙ୍ଗ ।
ତୃଣ ଠାରୁ ଦ୍ରୁମ ଯାଏଁ ପରିବ୍ୟାପ୍ତ
ତୁମ ପିତା ଦୟାମୟ ।
କାହିଁକି କରୁଛ ଭୟ ?
ତୁମେ ବା କାହିଁକି କାହାକୁ ଡରିବ,
ତୁମେ ଯେ ଡରକୁ ଡରାଇ ପାରିବ ।
ପ୍ରଭୁ ଦେଇଛନ୍ତି ଅମାପ ଶକତି
କର ତାହାର ସୁବ୍ୟୟ ।
କାହିଁକି କରୁଛ ଭୟ ?
ତୁମେ ଚାହିଁଲେ ଏ ବିଶ୍ୱ ବଦଳିବ
ସବୁରି ଅଧରେ ହସ ଝଲସିବ ।
ତୁମ ପ୍ରତିଭାର ପରାକାଷ୍ଠା ବଳେ
କର ବିଶ୍ୱକୁ ବିସ୍ମୟ ।
କାହିଁକି କରୁଛ ଭୟ ?
ପ୍ରିୟଦର୍ଶିନୀ ମହାପାତ୍ର
ଭଞ୍ଜନଗର, ଗଞ୍ଜାମ
1,104 total views, 1 views today
ବହୁତ ବହୁତ ବହୁତ ସୁନ୍ଦର dear ♥️
ଅଶେଷ ଧନ୍ୟବାଦ ଦିଦି
ଖୁବ୍ ସୁନ୍ଦର ରଚନା। ନିଶ୍ଚିତ ଗୋଟେ ପ୍ରେରଣାପଦ ଶଦ୍ଦ ଗୁଚ୍ଛ ଟିଏ।
ଅନେକ ଅନେକ ଶୁଭେଚ୍ଛା
ଅଶେଷ ଧନ୍ୟବାଦ ସାର୍
ବାଃ ! ସୁନ୍ଦର ଆବୃତ୍ତି ସହିତ ଶବ୍ଦର ସଂଯୋଜନା ଖୁବ୍ ଉଚ୍ଚକୋଟୀର l ଢ଼େର ସାରା ଶୁଭେଚ୍ଛା ଓ ସ୍ନେହ ତୋତେ ଲୋ ଭଉଣୀ ❣️❣️❣️
ଧନ୍ୟବାଦ୍ ପ୍ରିୟ ଭାଇ
ଅତି ସୁନ୍ଦର ଆବୃତ୍ତି ଓ କବିତା ଭଉଣୀ
ଅଶେଷ ଧନ୍ୟବାଦ ଭାଇ
ହୃଦୟ ରେ ଶକ୍ତି ଭରିଦେଲା ପ୍ରତିଟି ଶବ୍ଦ, ପ୍ରୀତି ଭରିଦେଲା ତୋ ମିଠା ସ୍ୱର ର ଆବୃତ୍ତି। ସୁନା ଝିଅ, ଆହୁରି ଆଗକୁ ଯା ❤️
ହୃଦୟର ଶକ୍ତି ଓ ପ୍ରୀତି ଭରିଦେଲା ପ୍ରତିଟି ପଦ। ସୁନା ଝିଅ, ଆହୁରି ଆଗକୁ ଯା
ଧନ୍ୟବାଦ୍ ପ୍ରିୟ ଦିଦି
ଚମତ୍କାର ରଚନା ତଥା ଉପସ୍ଥାପନା। ଉପାଦେୟ ବିଷୟବସ୍ତୁ ଭରି ରହିଛି।
ଅଶେଷ ଧନ୍ୟବାଦ ଭାଇନା
ଖୁବ୍ ମିଠା ଆବୃତ୍ତି ସାଙ୍ଗକୁ ଅତି ହୃଦୟ ଜିଣା ଲେଖା ଟେ ଲେଖିଛୁ
ବହୁତ ବଢିଆ ଲାଗିଲା ମୋ ସୁନା ଭଉଣୀ ଟା✍️
ଅଶେଷ ଧନ୍ୟବାଦ ଦିଦି
ଖୁବ ପ୍ରେରଣାପ୍ରଦ ଶବ୍ଦପୁଷ୍ପରେ ଗୁନ୍ଥିଦେଇଛ ଶିବାନୀ । ଶୁଭେଚ୍ଛା ।
ଧନ୍ୟବାଦ୍ ଭାଇନା
ଏକଦମ ଠିକ l ଭଗବାନ ଙ୍କ ମହିମା କୁ କବିତା ମାଧ୍ୟମରେ ଖୁବ ଭଲ ଭାବେ ଉପସ୍ଥାପନା କରିଛ ପ୍ରିୟଦର୍ଶିନୀ l
ଧନ୍ୟବାଦ୍ ବିଶ୍ଵ ଭାଇ
ଖୁବ ସୁନ୍ଦର ସୃଜନୀ ଓ ଆବୃତ୍ତି ପ୍ରିୟଦର୍ଶିନୀ। ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ
ଅଶେଷ ଧନ୍ୟବାଦ ସାର୍
ବାଃ…. ତୁମ ମିଠା ମିଠା ସ୍ଵରରେ କବିତା ଟି ଆହୁରି ସୁନ୍ଦର୍ ଲାଗିଲା ଯଶସ୍ଵୀ ହୁଅ… ଭଗବାନ୍ ତୁମର ମଙ୍ଗଳ କରନ୍ତୁ ❣️
ଅନ୍ତରରୁ ଧନ୍ୟବାଦ୍ ପ୍ରିୟ ଦିଦି
Khub Sundar Aabruti
Thank you dear
ବହୁତ ସୁନ୍ଦର
ଧନ୍ୟବାଦ୍ ଭାଇ
ଖୁବ୍ ସୁନ୍ଦର ସ୍ୱର ରେ ଆବୃତ୍ତି କରି ହୃଦୟ କୁ ଜିଣି ନେଲ ସଙ୍ଗାତେ
ଖୁବ୍ ସୁନ୍ଦର ଶୁଭେଚ୍ଛା❤️
ଅଶେଷ ଧନ୍ୟବାଦ
ଖୁବ ସୁନ୍ଦର ଭାବରେ ନିଜ କବିତା ଆବୃତ୍ତି କରିଛ।ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ଭଗବାନ ତୁମର ମଙ୍ଗଳ କରନ୍ତୁ।
ଆନ୍ତରିକ ଧନ୍ୟବାଦ୍ ପ୍ରିୟ ଦିଦି
ଖୁବ୍ ସୁନ୍ଦର ଆବୃତ୍ତି କରିଛୁ ମା ❤️❤️ ଶୁଭେଚ୍ଛା
ଅଶେଷ ଧନ୍ୟବାଦ ପ୍ରିୟ ଦିଦି
ବହୁତ ସୁନ୍ଦର ଆବୃତ୍ତି କରିଛ ଭଉଣୀ, ଚମତ୍କାର
ଅଶେଷ ଧନ୍ୟବାଦ ଭାଇ
ଖୁବ୍ ସୁନ୍ଦର ଆବୃତ୍ତି ❤
ଧନ୍ୟବାଦ୍ ଦିଦି
ମିଠା ସ୍ୱରରେ ସବୁ ସୁନ୍ଦର ଲାଗେ… ❤❤❤❤❤
ଶୁଭେଚ୍ଛା ଭଉଣୀ
ଅଶେଷ ଧନ୍ୟବାଦ ଭାଇ
ବାଃ.. ଖୁଵ ସୁନ୍ଦର ♥️
ଧନ୍ୟବାଦ୍ ଦିଦି
ବହୁତ ସୁନ୍ଦର ଆବୃତ୍ତି ଭଉଣୀ
ଅଶେଷ ଧନ୍ୟବାଦ ଭାଇ