କହିଦେରେ ତୁ….
ଲେଖୁ ଅଛୁ ଯଦି ଲେଖି ଯା ରେ ବାବୁ
ଉପନୀତ ଆଜି ଘଡ଼ି ସନ୍ଧିର ଏ ବେଳ…..
ଦିବ୍ୟ ପ୍ରତିଭାକୁ କଣ ତୁ କୋକେଇରେ ନେବୁ
ଝାସିଦେଇ ଅଗ୍ନି ଶିଖାରେ ତୋର ବୀର କରବାଳ…..
ତଥାପି ଅଜ୍ଞାନ ଶିଶୁ ତୁ ସାଜିଛୁ
କହିଦେରେ ତୁ, ବାଲ୍ୟ ଲୀଳା ଯେ ତୋହର…….
ଆଉ କେତେ କାଳ, ଆଉ କେତେ କାଳ……
ଆରେ ପଥ ହୁଡ଼ିଲେଣି ଭାଇ ଭଉଣୀ ତୋହର
ଦେଖାନ୍ତି ଜଗତ ଆଗରେ ଆଜି ମିଥ୍ୟା ଅଭିସାର……
କେତେଦିନ ଆଉ ଅନ୍ଧ ଧୃତରାଷ୍ଟ୍ର ତୁ ସାଜିବୁ
ଭାଷା ତୋର ହେବ କାର୍ଯ୍ୟ କ୍ଷେତ୍ରରୁ ବାହାର……
ତଥାପି ନିସ୍ତବ୍ଧ ଶ୍ରୋତା ତୁ ସାଜିଛୁ
କହିଦେରେ ତୁ, ଧର୍ଯ୍ୟ ସୀମା ଯେ ତୋହର……
ଆଉ କେତେ ଦୂର, ଆଉ କେତେ ଦୂର……
ଆରେ ପାଶ୍ଚାତ୍ୟ ରାକ୍ଷସ ଆଜି କାୟା ବିସ୍ତାରୁଛି
ଥୋଇ ସାହିତ୍ୟ ବକ୍ଷରେ ତାର ପାଦ ବିଶାଳ…….
ସମାଧି ତଳରୁ ଶୁଭେ ଅବିରତ ଆରତ ଚିତ୍କାର
ଉଦ୍ଧାର ମୋ ମାତୃଭାଷାକୁ ଭୁଲିସବୁ ସ୍ୱାର୍ଥ-ଛଳ……..
ତଥାପି ସ୍ଥାଣୁ ପଥର ତୁ ସାଜିଛୁ
କହିଦେରେ ତୁ, ହାଏ ତତେ ଭାଙ୍ଗିବାକୁ ଆବଶ୍ୟକ…..
ଆଉ କେତେ ବଳ, ଆଉ କେତେ ବଳ………..
ଆରେ ଭୁଲିଗଲୁ କଣ ତୋର ପୂର୍ବ ପୁରୁଷଙ୍କ ବଳିଦାନ
ଭାଷାର ଉଦ୍ଧାର ପାଇଁ ଯିଏ ଝାସିଥିଲେ ଆତ୍ମ ଜୀବନ…….
ଦେଉଅଛି ଆଜି ଓଡ଼ିଆ ଜନନୀ ତତେ’ରେ ମୁକ୍ତ ଆହ୍ୱାନ
ଚଳାଇ କରବାଳ ରଖିଦେ ତୁ କୋଟି ଓଡ଼ିଆର ଅଭିମାନ……
ତଥାପି ମୁଁ ଜାଣେ ଆସିବ ସେଦିନ
ଯେଉଁଦିନେ ଶୁଭୁଥିବ, ଗଗନେ ପବନେ ସମଗ୍ର ଭୂବନେ……
ଜୟ ଓଡ଼ିଶାର ସ୍ଲୋଗାନ, ଜୟ ଓଡ଼ିଶାର ସ୍ଲୋଗାନ………
×××××××××
ହୃଦୟ ରଂଜନ ପରିଡ଼ା
ସୁନାପାଳ, ବିଂଝାରପୁର, ଯାଜପୁର
ଅତୀବ ସୁନ୍ଦର
ଅଶେଷ ଅଶେଷ ଧନ୍ୟବାଦ
ବହୁତ୍ ବଢିଆ ଭାଇ । ଏମିତି ଆହୁରି ଆଗକୁ ଯାଅ ….. ମୋର ଭଗବାନ ଙ୍କ ଆଗରେ ଏତିକି ପ୍ରାର୍ଥନା ।
ଅଶେଷ ଅଶେଷ ଧନ୍ୟବାଦ
ସୁନ୍ଦର ଶବ୍ଦ ସଂଯୋଜନା ସହ ଚମତ୍କାର ଆବୃତ୍ତି….
ପ୍ରତେକ ଧାଡି ଖୁବ ହୃଦୟ ସ୍ପର୍ଶୀ…..
ବହୁତ ବହୁତ ଧନ୍ୟବାଦ
ବାଃ…
ଉଦବୋଧନ କବିତା। ଚମତ୍କାର। ଉପସ୍ଥାପନା ଶୈଳୀ ଏବଂ ଶଦ୍ଦ ସବୁ ହୃଦୟ ରେ ରୋମାଞ୍ଚନ ସୃଷ୍ଟି କରୁଛନ୍ତି।
ଖୁବ୍ ସ୍ବତନ୍ତ୍ର ଏ ସ୍ୱର ଆଉ ଶବ୍ଦ
ଅନେକ ଅନେକ ଶୁଭେଚ୍ଛା
ବହୁତ ବହୁତ ଧନ୍ୟବାଦ ଭାଇ
ଆମ ହୃଦୟ…. ସତରେ ସାହିତ୍ୟ ପାଇଁ ହିଁ ଜନ୍ମ ହୋଇଛି ❤
ଭାଇ ♥️♥️
Wahhhh Bhai Chamatkar….
Recitation, Content, Writting and also editting everything is wonderful..
Thank you so much bhai♥️♥️
ସୁନ୍ଦର ଆବୃତ୍ତି ଭାଇ ମନମୁଗ୍ଧକର ରଚନା
ଅଶେଷ ଅଶେଷ ଧନ୍ୟବାଦ ଭାଇ ♥️
ଉଠ କଙ୍କାଳ କବିତା ଭଳି ହେଇଛି । ହୃଦୟଙ୍କ କବିତା ହୃଦୟକୁ ଛୁଇଁଲା । ଶୁଭେଚ୍ଛା
ବହୁତ ବହୁତ ଧନ୍ୟବାଦ ଭାଇ ❤❤❤❤❤❤❤
ସୁନ୍ଦର ଉଦବୋଧନ ମୂଳକ କବିତାଟି ।
ଧନ୍ୟବାଦ ଭାଇ
ଖୁବ ଖୁବ ସୁନ୍ଦର ଏବଂ ବାସ୍ତବ l ❤
ଅଶେଷ ଅଶେଷ ଧନ୍ୟବାଦ ଭାଇ
ବାଃ ବାଃ ……………..
ସତରେ ଚମତ୍କାର….
ଶୁଣିବା ମାତ୍ରେ ହୃଦୟ କମ୍ପି ଯାଉଛି
ବହୁତ ବହୁତ ଧନ୍ୟବାଦ ♥️♥️♥️♥️♥️♥️♥️
ଅନ୍ତରରେ ଆଞ୍ଜୁଳାଏ କୋହ ଭରିଦେଲା ଆପଣଙ୍କ କବିତା…..
ଅଶେଷ ଅଶେଷ ଧନ୍ୟବାଦ
ବହୁତ ଖୁସି ଲାଗିଲା
ହୃଦୟ ଛୁଆଁ ଲେଖା ଭାଇ……
ଧନ୍ୟବାଦ ସାନ ଭାଇ ❤❤❤❤
ଖୁବ ସୁନ୍ଦର ଆବୃତ୍ତି
ଅଶେଷ ଅଶେଷ ଧନ୍ୟବାଦ ହୃଦୟ
ବହୁତ ବହୁତ ଧନ୍ୟବାଦ ଭାଇ
ବେଶ୍ ସଚେତନତାର ଆହ୍ବାନ
ଅଶେଷ ଅଶେଷ ଧନ୍ୟବାଦ sir
ଖୁବ୍ ସୁନ୍ଦର ଉପସ୍ଥାପନା ହୃଦୟ❤️
ଅଶେଷ ଅଶେଷ ଧନ୍ୟବାଦ ଦିଦି
ପ୍ରିୟ ହୃଦୟଙ୍କ ସୁନ୍ଦର ସ୍ୱରରେ ଅତି ପ୍ରିୟ କବିତାଟିର ଆବୃତ୍ତି ଖୁବ୍ ହୃଦୟସ୍ପର୍ଶୀ। ସାହିତ୍ୟ ଜଗତରେ ଅନେକ ଆଗକୁ ଯାଅ ଏବଂ ଏମିତି ସୁନ୍ଦର ସୁନ୍ଦର କବିତା ସବୁ ଭେଟିଦେଉଥାଅ।
ଅଶେଷ ଅଶେଷ ଧନ୍ୟବାଦ
ହଁ ମୁଁ ଅଭିଭୂତ ତୁମ ଏଇ ମାର୍ମିକ ଶବ୍ଦସବୁରେ
ଅନେକ ଅନେକ ଧନ୍ୟବାଦ sir
Wowww rePresentation style is very attractive Keep it up…
Thanks a lot dear
Wah wah Bhai
very nice bro
Thank you so much bhai ♥️♥️♥️♥️
ଖୁବ୍ ସୁନ୍ଦର ଭାଇ, ଶୁଭେଚ୍ଛା…♥️♥️♥️
ଧନ୍ୟବାଦ ଭଉଣୀ
ବାଃ ଭାଇ ବହୁତ ସୁନ୍ଦର ଉପସ୍ଥାପନା ଭାଇ ❤
ବହୁତ ବହୁତ ଧନ୍ୟବାଦ ଭଉଣୀ
ଖୁବ ହୃଦୟସ୍ପର୍ଶୀ କବିତାଟି। ଆପଣଙ୍କ କବିତା ଆବୃତିଶୈଳୀ ମଧ୍ୟ ଖୁବ ଉଚ୍ଚକୋଟିର।
ଏମିତି ଆଗକୁ ବଢି ଚାଲନ୍ତୁ।
ବହୁତ ବହୁତ ଧନ୍ୟବାଦ ଦିଦି
ହୃଦୟସ୍ପର୍ଶୀ ଉପସ୍ଥାପନା ଓ ସ୍ଵର
ଶୁଭେଚ୍ଛା ଭାଇ
ବହୁତ ବହୁତ ଧନ୍ୟବାଦ ଭଉଣୀ
ଉପସ୍ଥାପନା ଶୈଳୀ ଚମତ୍କାର ❤❤
ଖୁଵ ଛୁଇଁଲା ❤
ପ୍ରିୟ ସାଙ୍ଗ
ଅଶେଷ ଅଶେଷ ଧନ୍ୟବାଦ ସାଙ୍ଗ…… ♥️♥️♥️♥️
ହୃଦୟଙ୍କ କବିତା ସବୁବେଳେ ହୃଦୟସ୍ପର୍ଶି ହୋଇହଏ… ଶୁଭେଚ୍ଛା ❤❤
ଅଶେଷ ଅଶେଷ ଧନ୍ୟବାଦ