March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*କହିଦେରେ ତୁ–ହୃଦୟ ରଂଜନ ପରିଡ଼ା*

କହିଦେରେ ତୁ….

ଲେଖୁ ଅଛୁ ଯଦି ଲେଖି ଯା ରେ ବାବୁ
ଉପନୀତ ଆଜି ଘଡ଼ି ସନ୍ଧିର ଏ ବେଳ…..
ଦିବ୍ୟ ପ୍ରତିଭାକୁ କଣ ତୁ କୋକେଇରେ ନେବୁ
ଝାସିଦେଇ ଅଗ୍ନି ଶିଖାରେ ତୋର ବୀର କରବାଳ…..
ତଥାପି ଅଜ୍ଞାନ ଶିଶୁ ତୁ ସାଜିଛୁ
କହିଦେରେ ତୁ, ବାଲ୍ୟ ଲୀଳା ଯେ ତୋହର…….
ଆଉ କେତେ କାଳ, ଆଉ କେତେ କାଳ……

ଆରେ ପଥ ହୁଡ଼ିଲେଣି ଭାଇ ଭଉଣୀ ତୋହର
ଦେଖାନ୍ତି ଜଗତ ଆଗରେ ଆଜି ମିଥ୍ୟା ଅଭିସାର……
କେତେଦିନ ଆଉ ଅନ୍ଧ ଧୃତରାଷ୍ଟ୍ର ତୁ ସାଜିବୁ
ଭାଷା ତୋର ହେବ କାର୍ଯ୍ୟ କ୍ଷେତ୍ରରୁ ବାହାର……
ତଥାପି ନିସ୍ତବ୍ଧ ଶ୍ରୋତା ତୁ ସାଜିଛୁ
କହିଦେରେ ତୁ, ଧର୍ଯ୍ୟ ସୀମା ଯେ ତୋହର……
ଆଉ କେତେ ଦୂର, ଆଉ କେତେ ଦୂର……

ଆରେ ପାଶ୍ଚାତ୍ୟ ରାକ୍ଷସ ଆଜି କାୟା ବିସ୍ତାରୁଛି
ଥୋଇ ସାହିତ୍ୟ ବକ୍ଷରେ ତାର ପାଦ ବିଶାଳ…….
ସମାଧି ତଳରୁ ଶୁଭେ ଅବିରତ ଆରତ ଚିତ୍କାର
ଉଦ୍ଧାର ମୋ ମାତୃଭାଷାକୁ ଭୁଲିସବୁ ସ୍ୱାର୍ଥ-ଛଳ……..
ତଥାପି ସ୍ଥାଣୁ ପଥର ତୁ ସାଜିଛୁ
କହିଦେରେ ତୁ, ହାଏ ତତେ ଭାଙ୍ଗିବାକୁ ଆବଶ୍ୟକ…..
ଆଉ କେତେ ବଳ, ଆଉ କେତେ ବଳ………..

ଆରେ ଭୁଲିଗଲୁ କଣ ତୋର ପୂର୍ବ ପୁରୁଷଙ୍କ ବଳିଦାନ
ଭାଷାର ଉଦ୍ଧାର ପାଇଁ ଯିଏ ଝାସିଥିଲେ ଆତ୍ମ ଜୀବନ…….
ଦେଉଅଛି ଆଜି ଓଡ଼ିଆ ଜନନୀ ତତେ’ରେ ମୁକ୍ତ ଆହ୍ୱାନ
ଚଳାଇ କରବାଳ ରଖିଦେ ତୁ କୋଟି ଓଡ଼ିଆର ଅଭିମାନ……
ତଥାପି ମୁଁ ଜାଣେ ଆସିବ ସେଦିନ
ଯେଉଁଦିନେ ଶୁଭୁଥିବ, ଗଗନେ ପବନେ ସମଗ୍ର ଭୂବନେ……
ଜୟ ଓଡ଼ିଶାର ସ୍ଲୋଗାନ, ଜୟ ଓଡ଼ିଶାର ସ୍ଲୋଗାନ………

×××××××××

ହୃଦୟ ରଂଜନ ପରିଡ଼ା
ସୁନାପାଳ, ବିଂଝାରପୁର, ଯାଜପୁର

Loading

52 thoughts on “*କହିଦେରେ ତୁ–ହୃଦୟ ରଂଜନ ପରିଡ଼ା*

  1. ବହୁତ୍ ବଢିଆ ଭାଇ । ଏମିତି ଆହୁରି ଆଗକୁ ଯାଅ ….. ମୋର ଭଗବାନ ଙ୍କ ଆଗରେ ଏତିକି ପ୍ରାର୍ଥନା ।

  2. ସୁନ୍ଦର ଶବ୍ଦ ସଂଯୋଜନା ସହ ଚମତ୍କାର ଆବୃତ୍ତି….
    ପ୍ରତେକ ଧାଡି ଖୁବ ହୃଦୟ ସ୍ପର୍ଶୀ…..

  3. ବାଃ…
    ଉଦବୋଧନ କବିତା। ଚମତ୍କାର। ଉପସ୍ଥାପନା ଶୈଳୀ ଏବଂ ଶଦ୍ଦ ସବୁ ହୃଦୟ ରେ ରୋମାଞ୍ଚନ ସୃଷ୍ଟି କରୁଛନ୍ତି।

    ଖୁବ୍ ସ୍ବତନ୍ତ୍ର ଏ ସ୍ୱର ଆଉ ଶବ୍ଦ

    ଅନେକ ଅନେକ ଶୁଭେଚ୍ଛା

  4. ଆମ ହୃଦୟ…. ସତରେ ସାହିତ୍ୟ ପାଇଁ ହିଁ ଜନ୍ମ ହୋଇଛି ❤

  5. Wahhhh Bhai Chamatkar….
    Recitation, Content, Writting and also editting everything is wonderful..

  6. ଉଠ କଙ୍କାଳ କବିତା ଭଳି ହେଇଛି । ହୃଦୟଙ୍କ କବିତା ହୃଦୟକୁ ଛୁଇଁଲା । ଶୁଭେଚ୍ଛା

    1. ବହୁତ ବହୁତ ଧନ୍ୟବାଦ ଭାଇ ❤❤❤❤❤❤❤

  7. ବାଃ ବାଃ …………….. 
    ସତରେ ଚମତ୍କାର….
    ଶୁଣିବା ମାତ୍ରେ ହୃଦୟ କମ୍ପି ଯାଉଛି

    1. ବହୁତ ବହୁତ ଧନ୍ୟବାଦ ♥️♥️♥️♥️♥️♥️♥️

    1. ଅଶେଷ ଅଶେଷ ଧନ୍ୟବାଦ

      ବହୁତ ଖୁସି ଲାଗିଲା

  8. ଖୁବ ସୁନ୍ଦର ଆବୃତ୍ତି
    ଅଶେଷ ଅଶେଷ ଧନ୍ୟବାଦ ହୃଦୟ

  9. ବେଶ୍ ସଚେତନତାର ଆହ୍ବାନ

  10. ପ୍ରିୟ ହୃଦୟଙ୍କ ସୁନ୍ଦର ସ୍ୱରରେ ଅତି ପ୍ରିୟ କବିତାଟିର ଆବୃତ୍ତି ଖୁବ୍ ହୃଦୟସ୍ପର୍ଶୀ। ସାହିତ୍ୟ ଜଗତରେ ଅନେକ ଆଗକୁ ଯାଅ ଏବଂ ଏମିତି ସୁନ୍ଦର ସୁନ୍ଦର କବିତା ସବୁ ଭେଟିଦେଉଥାଅ।

  11. ହଁ ମୁଁ ଅଭିଭୂତ ତୁମ ଏଇ ମାର୍ମିକ ଶବ୍ଦସବୁରେ

  12. ଖୁବ ହୃଦୟସ୍ପର୍ଶୀ କବିତାଟି। ଆପଣଙ୍କ କବିତା ଆବୃତିଶୈଳୀ ମଧ୍ୟ ଖୁବ ଉଚ୍ଚକୋଟିର।
    ଏମିତି ଆଗକୁ ବଢି ଚାଲନ୍ତୁ।

  13. ହୃଦୟସ୍ପର୍ଶୀ ଉପସ୍ଥାପନା ଓ ସ୍ଵର
    ଶୁଭେଚ୍ଛା ଭାଇ

  14. ଉପସ୍ଥାପନା ଶୈଳୀ ଚମତ୍କାର ❤❤

    ଖୁଵ ଛୁଇଁଲା ❤
    ପ୍ରିୟ ସାଙ୍ଗ

    1. ଅଶେଷ ଅଶେଷ ଧନ୍ୟବାଦ ସାଙ୍ଗ…… ♥️♥️♥️♥️

  15. ହୃଦୟଙ୍କ କବିତା ସବୁବେଳେ ହୃଦୟସ୍ପର୍ଶି ହୋଇହଏ… ଶୁଭେଚ୍ଛା ❤❤

Leave a Reply

Your email address will not be published. Required fields are marked *