ବଳାତ୍କାର ଜଞ୍ଜିର ଫିଟାଇ ହୁଅ ଅଗ୍ରସର
ନିଶ୍ୱାସ ବି ଆଜି ପଥରୁଦ୍ଧ କରେ
ବଞ୍ଚିବାକୁ ଦୁଇ ଦିନ
କ୍ରୁର ଏ ମାନବ ଆଜି ମହୀ ତଳେ
କରାଏ ନିଜ ନାରୀ ଜାତିର ଅପମାନ |
ଆଖିର ଲୁହ ଛାତିର କୋହ
ଅବିରତ ବହିଯାଏ
ଯନ୍ତ୍ରଣାରେ ନିରୀହ ନେତ୍ର
କାନ୍ଦି କାନ୍ଦି ଥକି ଯାଏ |
ଅତ୍ୟାଚାରୀ ସେ ଦୁଷ୍କର୍ମୀ ଶୋଇଛି ମହାଆନନ୍ଦେ
କ୍ଷତାକ୍ତ କରି ନାରୀ ଶରୀର
ଚାଲୁଛି ମୁଣ୍ଡ ଟେକି ରାସ୍ତାରେ !
ଭୁଲ କରି ସେ ଦୁଷ୍କର୍ମୀ ଚାଲେ ରାଜ ରାସ୍ତାରେ
ନୀରିହା ନାରୀ ପୀଡିତା ବୋଲି
ମୁଣ୍ଡ ନୁଆଇଁ ବି ଚାଲି ନପାରେ |
ଏ କେଉଁ ସମ୍ବିଧାନ ଏଇ ମାନବ ଜାତିର
ମାନବିକତା ବି ଯାଇଛି ଶୋଇ
ଆଶା ଭରଷା ଦେବା ବଦଳରେ
ମାନବ ଦିଏ ତାକୁ ବଲାତ୍କାରୀ ସଜାଇ !
ଆଖିର ଲୁହକୁ ଅସ୍ତ୍ର କରି ଠିଆ ହୁଅ
ଛାତିର କୋହକୁ ଧୈର୍ଯ୍ୟ କରି ଆଗକୁ ବଢ଼ିଯାଅ …!
ତୁମେ ନ ଉଠିଲେ,ଆଗକୁ ନ ବଢିଲେ
ଚେଇଁ ଶୋଇଯିବ ଅତ୍ୟାଚାର
ଆତ୍ମହତ୍ୟା ତୁମେ କରିଲେ,
ଦୁଷ୍ଟ ପାଇଯିବେ ଉଦ୍ଧାର |
ହେ ନାରୀ! ତୁମେ ମହିୟସୀ କର ପାପୀଙ୍କୁ ସଂହାର
ତୁମେ ଶୋଇଗଲେ ଚୀର ଦିନ ପାଇଁ
ହେବ କି ଆଡେଇ ଦୁଷ୍କର୍ମ ବ୍ୟଭିଚାର ?
ଜାଗ୍ରତ ହୁଅ ଜାଗ୍ରତ ହୁଅ
ହେ ନାରୀ ସମାଜ !
ପ୍ରତିଜ୍ଞା କର ଦୁଷ୍କର୍ମ ଆଡେଇ
ଝାନସୀ ରାଣୀ ହୋଇ ଲଢ଼ିବ ଆଜ |
ଶୁଣନାହିଁ ବାରେ ଇତର ବ୍ୟକ୍ତିର ଛି ଛାକର
ସଜାଗ ହୁଅ ସଜାଗ ହୁଅ
ନିଜ ପାଇଁ ନିଜେ ଲଢ଼
ବେତ୍ରାଘାତ କରି ଚେଇଁ ଶୋଇଥିବା,
ମାନସିକତାକୁ ଉଠାଇ ଦିଅ !
ହେ ନାରୀ ସମାଜ ! ଜାଗ୍ରତ ହୁଅ
ବଳାତ୍କାର ଜଞ୍ଜିର ଫିଟାଇ ଦେହରୁ
ନ୍ୟାୟ ପାଇଁ ଅଗ୍ରସର ହୁଅ !
~~~~ସମାପ୍ତ ~~~~~
ରିନା ପରିଡା, ଜିଲ୍ଲା -ଖୋର୍ଦ୍ଧା
ଖୁବ୍ ସୁନ୍ଦର।। ଶୁଭେଚ୍ଛା
ଅଶେଷ ଧନ୍ୟବାଦ sir
ଅଶେଷ ଅଶେଷ ଧନ୍ୟବାଦ ଭାଇ
ସମଗ୍ର ନାରୀ ଜାତି ପାଇଁ ତୁମ କବିତା ପ୍ରେରଣାର ବାର୍ତ୍ତା…
ଖୁବ୍ ଉଚ୍ଚକୋଟୀର ବର୍ଣ୍ଣନା ❣️❣️❣️
ସୁନ୍ଦର ଆବୃତ୍ତି……..
ଅଶେଷ ଧନ୍ୟବାଦ
ସୁନ୍ଦର ଆବୃତ୍ତି ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।
☺️☺️ବହୁତ ବହୁତ ଧନ୍ୟବାଦ ଦିଦି
ଶୁଭେଚ୍ଛା
ଧନ୍ୟବାଦ dear
ସୁନ୍ଦର୍ ଆବୃତ୍ତି ଦିଦି, ଅସୀମିତ ଶୁଭେଚ୍ଛା
ଧନ୍ୟବାଦ dear