–: ସ୍ବପ୍ନ :-
ମୃଦୁ ସମୀରଣ , କାୟେ ଶିହରଣ
ଶର୍ବରୀ କାୟେ ହୁଏ ସ୍ବପ୍ନ ପ୍ରବଣ ……..
ଥାଏ ବସ୍ତୁଗତ , ହୁଏ ପ୍ରକୃତିସ୍ଥ
ମରୀଚିକା ସତେ ଲାଗେ ବାସ୍ତବିକ…….
ପଞ୍ଚନ୍ଦ୍ରିୟ ଯେବେ ନିଷ୍କ୍ରିୟ ହୁଅନ୍ତି
ନାନାଦି ସପନ ପସରା ମେଲାନ୍ତି……
ଷଡ଼ରିପୁ ଠାରୁ ମାନବ ଦୁରେଇ
ସ୍ବପ୍ନ ରାଇଜରେ ଯାଏ ଛନ୍ଦିହୋଇ…….
ଯେତେ ଗଡିଗଡ଼ି ଯାଏ ବିଭାବରୀ
ସପନ ଦଉଡ଼େ ମାୟା ଅଶ୍ୱ ପରି……
ଉର୍ନତି ହୋଇଲେ ଲକ୍ଷ୍ୟ ନଦୀ ତୁଠ
କରେ ସ୍ବପ୍ନ ପାରି ସାଜି ସିଏ କାତ………
ପାହାନ୍ତି ସପନ ଅଟେ କ୍ଷଣସ୍ଥାୟୀ
କର୍ମବଳେ ତାକୁ କର ଚିରସ୍ଥାୟୀ….
ବାସ୍ତବ ସ୍ୱପ୍ନେ ସଦା ମୁକ୍ତ ନୟନ
ସେ ସ୍ବପ୍ନ ସାର୍ଥକ କରଇ ଜୀବନ……
ନିଦ୍ରାଷକ୍ତ ସ୍ବପ୍ନ ନୁହଁ ବାସ୍ତବିକ
ବାସ୍ତବରେ ତାହା କାଳ୍ପନିକ ମାତ୍ର…….
ସେ ସ୍ବପ୍ନକୁ ଯିଏ ଆଶାକରି ବସେ
ଦୁଃଖ ଚାରା ଖାଲି ତାହାରି ସକାଶେ……
ଅଙ୍କିତ୍ କୁମାର ସ୍ୱାଇଁ
ଶାସନ୍ଦା , ବିଂଝାରପୁର , ଯାଜପୁର
Ankit kumar swain
ଖୁବ୍ ସୁନ୍ଦର ଅଙ୍କିତ ଭାଇ
ଖୁବ ସୁନ୍ଦର ସାନ ଭାଇ
ସୁନ୍ଦର ଲାଗିଲା ସ୍ଵପ୍ନ ର ଉପସ୍ଥାପନା
ଅଙ୍କିତ ମନ ଛୁଇଁଲା ତୁମ ସ୍ବପ୍ନ
ବହୁତ ବଢ଼ିଆ ଅଙ୍କିତ…