ସମ୍ପର୍କର ନାଁ ଆଜି ବି ଅଜଣା
ନୀରବତାକୁ ଭଲ ପାଉଥିବା ନାୟକ ତୁମେ
ତେଣୁ ଆଜି ମୁଁ ପୁରା ନିରବୀ ଯାଇଛି,
ସମ୍ପର୍କର ନାଁ ଆଜି ବି ଅଜଣା
କିନ୍ତୁ ତୁମ ସମ୍ପର୍କ କୁ ସ୍ମୁତି କରି ମୁଁ ବଞ୍ଚିଛି |
ତୁମର “ପାଗିଲି” ଡାକରେ କି ଆତ୍ମୀୟତା ଥାଏ କେଜାଣି
ପ୍ରତି ମୁହୂର୍ତ୍ତରେ ବାଧ୍ୟ୍ୟ କରେ ଦୁଷ୍ଟାମୀ କରିବାକୁ,
ତୁମ ରାଗରେ ବି ନିଆରା ମଧୁରତା ଥାଏ ଯେ
ସେଥିପାଇଁ ବୋଧେ, ଇଚ୍ଛା ହୁଏ ତୁମ କଥା ଭାବିବାକୁ |
ତୁମ ସ୍ୱର ଶୁଣିବାକୁ ଇଏ କି ବ୍ୟାକୁଳତା
ଇଚ୍ଛା ହୁଏ, ଏ ସମୟକୁ କିଏ ପାରନ୍ତା କି ରୋକି,
ତୁମ ପ୍ରେମ ର ପରଶ ପାଇବା ଆଶାରେ
ଜୀବନର ସବୁ ଦୁଃଖ ଯାଆନ୍ତା ଅଟକି |
ତୁମେ କହୁଥିବା ସବୁ କଥାକୁ ମୁଁ କାଇଁ ମାନେ
ତୁମ ନାଁ ଶୁଣିଲେ, ଶିହରଣ ସୃଷ୍ଟି ହେଲା ପରି ମନେ ହେଉଛି,
ଆମକୁ ଦେଖି ଏବେ ଆକାଶ ମଧ୍ୟ ଇର୍ଷା କଲାଣି
ସେଥିପାଇଁ ଖରା ବଦଳେ ବର୍ଷା ହେଉଛି |
ଶୁଣିଥିଲି, ତୁମକୁ ବର୍ଷା ପସନ୍ଦ
ସେଥିପାଇଁ ଏବେ ଏବେ ବର୍ଷା ଭାରି ଭଲ ଲାଗୁଛି,
ତୁମକୁ ବୋଧହୁଏ ମୁଁ ପସନ୍ଦ
ତେଣୁ ଆଜି ମୁଁ ତମ କଥା ଭାବୁଛି |
ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ
ଜାରକା, ଯାଜପୁର
ସ୍ୱର ସହିତ କବିତା ର ସାରମର୍ମ ଏବଂ ଆବୃତ୍ତି ଶୈଳୀ ଖୁବ୍ ସୁନ୍ଦର ଥିଲା। ଏମିତି ବହୁତ୍ ଆଗକୁ ଯାଅ ଏବଂ ଆହୁରି ମାର୍ଜିତ, ପ୍ରତିଷ୍ଠିତ ହୁଅ।
ଅଶେଷ ଧନ୍ୟବାଦ ଭାଇ
ବାଃ ! ଚମତ୍କାର ସ୍ୱର… ତା ସଙ୍ଗେ ଏ ପ୍ରେମର କବିତା..
ମନ କିଣିନେଲା ଏ ଆବୃତ୍ତି… ଶୁଭେଚ୍ଛା ❣️❣️❣️
ଅଶେଷ ଧନ୍ୟବାଦ
ଏତେ ସୁନ୍ଦର ଲାଗୁଚି ତୁମ ଆବୃତ୍ତିଶୈଳୀ ମନକୁ ପୁରା ଛୁଇଁଯାଉଛି। ଏମିତି ସୁନ୍ଦର ସୁନ୍ଦର କବିତା ଆମମାନଙ୍କୁ ଭେଟିଦିଅ। ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।
ଧନ୍ୟବାଦ ♥️
God bless you
Thanks
Mind-blowing voice,sweet poem.
Love from Andra
Thank you
ଅତି କମ ବୟସରୁ ଏତେ ଉଚ୍ଚ କୋଟିର କବିତା ଏବଂ ଏହାର ପ୍ରତି ପାଦ ରେ ଲୁଚି ରହିଥିବା ସାର ମର୍ମ କୁ ଏତେ ନିଖୁଣ ଭାବରେ ଏମିତି ପ୍ରତିପାଦିତ କରିଛନ୍ତି ଯାହାକି ଆପଣଙ୍କ ପ୍ରଶଂସା କରିବାକୁ ରହିପାରିଲିନାହିଁ.ପ୍ରେମ ଏବଂ ଏହାର ପ୍ରକୃତ ଅର୍ଥ ବିଷୟରେ ଆପଣଙ୍କ ଚିନ୍ତା ଅତି ଉଚ୍ଚସମ୍ପନ୍ନ.ମୁଁ ନିଃସଙ୍କୋଚ ଜେ ଆପଣ ଏ ଦିଗରେ ବହୁତ ଆଗକୁ ଯିବେ.. ଏବଂଓଡ଼ିଶାର ସ୍ଵନାମଧନ୍ୟ “ପ୍ରେମିକ କବି ମାୟାଧର ମାନସିଂହ “ଙ୍କ ପରି ଆପଣଙ୍କ ନାମ ମଧ୍ୟ ଦିନେ ” ପ୍ରେମିକା କବିୟିତ୍ରୀ ପ୍ରିୟଙ୍କା ପ୍ରିୟ ଦର୍ଶନୀ ରାୟ “ବୋଲି ଓଡ଼ିଆ ସାହିତ୍ୟ ବହିରେ ରେ ମଣ୍ଡନ କରିବେ
ଅଶେଷ ଧନ୍ୟବାଦ ♥️
ସତରେ….. ପ୍ରେମ ଅଜଣା ରେ ହୁଏ ! ସମ୍ପର୍କ ପୁଣି ଅଜଣା ହେବନି କେମିତି ♥️
ଧନ୍ୟବାଦ
ଖୁବ ମିଠା ସୃଷ୍ଟି ଏବଂ ଧୁମ୍ ମିଠା ସ୍ୱର ଆଗେଇ ଚାଲ କୋକିଳକଣ୍ଠି
ଧନ୍ୟବାଦ ସାର
ସୁନ୍ଦର କବିତା ସାଥିରେ ତୁମର ମିଠା ସ୍ୱର… ଖୁଵ୍ ସୁନ୍ଦର ହେଇଛି ❣️
ଏତେ ମିଠା ଯେ ମଧୁମେହ ହେବାର ସମ୍ଭାବନା ଅଛି ପ୍ରିୟଙ୍କା ❤
ହୃଦୟରୁ ଧନ୍ୟବାଦ
ଆବୃତ୍ତି ଶୁଣି ମୋତେ ଚିନି ଖାଇବା ପରି ଲାଗୁଛି, ସବୁ ମିଠା ମିଠା, ଶୁଭେଚ୍ଛା ଦିଦି
ହୃଦୟରୁ ଧନ୍ୟବାଦ ♥️♥️
ଶବ୍ଦ ନାହିଁ, ମତାମତ ରଖିବାକୁ
ଏ ସ୍ୱର ସୁନ୍ଦର କବିତା ଅତି ଚମତ୍କାର
ଧନ୍ୟବାଦ
ଖୁବ୍ ସୁନ୍ଦର କବିତା ଶୁଭେଚ୍ଛା ପିଙ୍କୁ ❤️❤️❤️❤️
ଧନ୍ୟବାଦ ଦିଦି ♥️
ସୁନ୍ଦର କବିତା ଏବଂ ଅତ୍ୟନ୍ତ ମିଠା ସ୍ବର
ହୃଦୟରୁ ଧନ୍ୟବାଦ ♥️
ଆରେ ବା….
ଧନ୍ୟବାଦ
ଧନ୍ୟବାଦ ♥️
ଚମତ୍କାର ଆବୃତ୍ତି
ଧନ୍ୟବାଦ
Congratulations dear
Thank you so much
ପ୍ରିୟ ଉପସ୍ଥାପିକାଙ୍କ ପାଖରୁ ଯାହା ଶୁଣିଲେ ବି ଗୋଟିଏ କଥା ଆସେ, “Yeh Dil Maange More”
ଆଉ କିଛି ମତାମତ ଦେଇ ହେବନି…
ଶୁଭେଚ୍ଛା ସାଙ୍ଗ
ହୃଦୟରୁ ହୃଦୟଭରା ଧନ୍ୟବାଦ ♥️
ଅତି ଚମତ୍କାର କବିତା ଏବଂ ନିଆରା ଆବୃତ୍ତି
ସଦାବେଳେ ମୋର ପ୍ରିୟ ସ୍ୱର
ଶୁଭେଚ୍ଛା ପ୍ରିୟଙ୍କା
ଅଶେଷ ଧନ୍ୟବାଦ ଅପା ♥️
Bahut sundar kabita…❤️❤️
Dhanyabad