January 28, 2023
11 11 11 AM
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା,
ହେ ଶିଳ୍ପୀ-କୁମାର ସୋନୁ
ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ
ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର
କଳା କୃତି-ସବିତା ପଟ୍ଟନାୟକ
କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ
बेटी बचाओ बेटी पढ़ाओ-लक्ष्मीप्रिया बेहेरा
ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ
ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ
ମୋର ଭୁଲ୍ କ’ଣ-ମମତା ବାରିକ୍
କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି
ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ
ଜାରଜ-ମୁକ୍ତିରାଣୀ ଦେବତା
ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା
ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ
ସାମାଜିକ ପରିବର୍ତ୍ତନ-କୁମାର ସୋନୁ
ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ
ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି
Latest Post
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା, ହେ ଶିଳ୍ପୀ-କୁମାର ସୋନୁ ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର କଳା କୃତି-ସବିତା ପଟ୍ଟନାୟକ କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ बेटी बचाओ बेटी पढ़ाओ-लक्ष्मीप्रिया बेहेरा ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ ମୋର ଭୁଲ୍ କ’ଣ-ମମତା ବାରିକ୍ କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ ଜାରଜ-ମୁକ୍ତିରାଣୀ ଦେବତା ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ ସାମାଜିକ ପରିବର୍ତ୍ତନ-କୁମାର ସୋନୁ ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି

*ସମ୍ପର୍କର ନାଁ ଆଜି ବି ଅଜଣା–ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ*

ସମ୍ପର୍କର ନାଁ ଆଜି ବି ଅଜଣା

ନୀରବତାକୁ ଭଲ ପାଉଥିବା ନାୟକ ତୁମେ
ତେଣୁ ଆଜି ମୁଁ ପୁରା ନିରବୀ ଯାଇଛି,
ସମ୍ପର୍କର ନାଁ ଆଜି ବି ଅଜଣା
କିନ୍ତୁ ତୁମ ସମ୍ପର୍କ କୁ ସ୍ମୁତି କରି ମୁଁ ବଞ୍ଚିଛି ‌|

ତୁମର “ପାଗିଲି” ଡାକରେ କି ଆତ୍ମୀୟତା ଥାଏ କେଜାଣି
ପ୍ରତି ମୁହୂର୍ତ୍ତରେ ବାଧ୍ୟ୍ୟ କରେ ଦୁଷ୍ଟାମୀ କରିବାକୁ,
ତୁମ ରାଗରେ ବି ନିଆରା ମଧୁରତା ଥାଏ ଯେ
ସେଥିପାଇଁ ବୋଧେ, ଇଚ୍ଛା ହୁଏ ତୁମ କଥା ଭାବିବାକୁ |

ତୁମ ସ୍ୱର ଶୁଣିବାକୁ ଇଏ କି ବ୍ୟାକୁଳତା
ଇଚ୍ଛା ହୁଏ, ଏ ସମୟକୁ କିଏ ପାରନ୍ତା କି ରୋକି,
ତୁମ ପ୍ରେମ ର ପରଶ ପାଇବା ଆଶାରେ
ଜୀବନର ସବୁ ଦୁଃଖ ଯାଆନ୍ତା ଅଟକି |

ତୁମେ କହୁଥିବା ସବୁ କଥାକୁ ମୁଁ କାଇଁ ମାନେ
ତୁମ ନାଁ ଶୁଣିଲେ, ଶିହରଣ ସୃଷ୍ଟି ହେଲା ପରି ମନେ ହେଉଛି,
ଆମକୁ ଦେଖି ଏବେ ଆକାଶ ମଧ୍ୟ ଇର୍ଷା କଲାଣି
ସେଥିପାଇଁ ଖରା ବଦଳେ ବର୍ଷା ହେଉଛି |

ଶୁଣିଥିଲି, ତୁମକୁ ବର୍ଷା ପସନ୍ଦ
ସେଥିପାଇଁ ଏବେ ଏବେ ବର୍ଷା ଭାରି ଭଲ ଲାଗୁଛି,
ତୁମକୁ ବୋଧହୁଏ ମୁଁ ପସନ୍ଦ
ତେଣୁ ଆଜି ମୁଁ ତମ କଥା ଭାବୁଛି |

ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ
ଜାରକା, ଯାଜପୁର

 

 1,139 total views,  1 views today

39 thoughts on “*ସମ୍ପର୍କର ନାଁ ଆଜି ବି ଅଜଣା–ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ*

  1. ସ୍ୱର ସହିତ କବିତା ର ସାରମର୍ମ ଏବଂ ଆବୃତ୍ତି ଶୈଳୀ ଖୁବ୍ ସୁନ୍ଦର ଥିଲା। ଏମିତି ବହୁତ୍ ଆଗକୁ ଯାଅ ଏବଂ ଆହୁରି ମାର୍ଜିତ, ପ୍ରତିଷ୍ଠିତ ହୁଅ।

  2. ବାଃ ! ଚମତ୍କାର ସ୍ୱର… ତା ସଙ୍ଗେ ଏ ପ୍ରେମର କବିତା..
    ମନ କିଣିନେଲା ଏ ଆବୃତ୍ତି… ଶୁଭେଚ୍ଛା ❣️❣️❣️

  3. ଏତେ ସୁନ୍ଦର ଲାଗୁଚି ତୁମ ଆବୃତ୍ତିଶୈଳୀ ମନକୁ ପୁରା ଛୁଇଁଯାଉଛି। ଏମିତି ସୁନ୍ଦର ସୁନ୍ଦର କବିତା ଆମମାନଙ୍କୁ ଭେଟିଦିଅ। ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।

  4. ଅତି କମ ବୟସରୁ ଏତେ ଉଚ୍ଚ କୋଟିର କବିତା ଏବଂ ଏହାର ପ୍ରତି ପାଦ ରେ ଲୁଚି ରହିଥିବା ସାର ମର୍ମ କୁ ଏତେ ନିଖୁଣ ଭାବରେ ଏମିତି ପ୍ରତିପାଦିତ କରିଛନ୍ତି ଯାହାକି ଆପଣଙ୍କ ପ୍ରଶଂସା କରିବାକୁ ରହିପାରିଲିନାହିଁ.ପ୍ରେମ ଏବଂ ଏହାର ପ୍ରକୃତ ଅର୍ଥ ବିଷୟରେ ଆପଣଙ୍କ ଚିନ୍ତା ଅତି ଉଚ୍ଚସମ୍ପନ୍ନ.ମୁଁ ନିଃସଙ୍କୋଚ ଜେ ଆପଣ ଏ ଦିଗରେ ବହୁତ ଆଗକୁ ଯିବେ.. ଏବଂଓଡ଼ିଶାର ସ୍ଵନାମଧନ୍ୟ “ପ୍ରେମିକ କବି ମାୟାଧର ମାନସିଂହ “ଙ୍କ ପରି ଆପଣଙ୍କ ନାମ ମଧ୍ୟ ଦିନେ ” ପ୍ରେମିକା କବିୟିତ୍ରୀ ପ୍ରିୟଙ୍କା ପ୍ରିୟ ଦର୍ଶନୀ ରାୟ “ବୋଲି ଓଡ଼ିଆ ସାହିତ୍ୟ ବହିରେ ରେ ମଣ୍ଡନ କରିବେ

  5. ସତରେ….. ପ୍ରେମ ଅଜଣା ରେ ହୁଏ ! ସମ୍ପର୍କ ପୁଣି ଅଜଣା ହେବନି କେମିତି ♥️

  6. ଖୁବ ମିଠା ସୃଷ୍ଟି ଏବଂ ଧୁମ୍ ମିଠା ସ୍ୱର ଆଗେଇ ଚାଲ କୋକିଳକଣ୍ଠି

  7. ସୁନ୍ଦର କବିତା ସାଥିରେ ତୁମର ମିଠା ସ୍ୱର… ଖୁଵ୍ ସୁନ୍ଦର ହେଇଛି ❣️
    ଏତେ ମିଠା ଯେ ମଧୁମେହ ହେବାର ସମ୍ଭାବନା ଅଛି ପ୍ରିୟଙ୍କା ❤

  8. ଆବୃତ୍ତି ଶୁଣି ମୋତେ ଚିନି ଖାଇବା ପରି ଲାଗୁଛି, ସବୁ ମିଠା ମିଠା, ଶୁଭେଚ୍ଛା ଦିଦି

  9. ଶବ୍ଦ ନାହିଁ, ମତାମତ ରଖିବାକୁ

    ଏ ସ୍ୱର ସୁନ୍ଦର କବିତା ଅତି ଚମତ୍କାର

  10. ଖୁବ୍ ସୁନ୍ଦର କବିତା ଶୁଭେଚ୍ଛା ପିଙ୍କୁ ❤️❤️❤️❤️

  11. ପ୍ରିୟ ଉପସ୍ଥାପିକାଙ୍କ ପାଖରୁ ଯାହା ଶୁଣିଲେ ବି ଗୋଟିଏ କଥା ଆସେ, “Yeh Dil Maange More”

    ଆଉ କିଛି ମତାମତ ଦେଇ ହେବନି…

    ଶୁଭେଚ୍ଛା ସାଙ୍ଗ

  12. ଅତି ଚମତ୍କାର କବିତା ଏବଂ ନିଆରା ଆବୃତ୍ତି
    ସଦାବେଳେ ମୋର ପ୍ରିୟ ସ୍ୱର
    ଶୁଭେଚ୍ଛା ପ୍ରିୟଙ୍କା

Leave a Reply

Your email address will not be published. Required fields are marked *