ଶୀର୍ଷକ:-ଅପେକ୍ଷା !
ଅପେକ୍ଷାରେ ବିତି ଥିବା ପ୍ରତିଟି ମୁହୂର୍ତ୍ତ
କେତେ ଯେ ଯନ୍ତ୍ରଣା ଦାୟକ
ଜାଣେ କେବଳ ଜଣେ ଅନୁଭବି ।
ସବୁ ଅପେକ୍ଷାର ଅନ୍ତ ହୁଏ ନାହିଁ
ବେଳେ ବେଳେ କିଛି ଅପେକ୍ଷା
ରୂପ ନିଏ ଉପେକ୍ଷାର…
ଫେରିବାର ଆଶା ଟି ମଉଳି ଯାଏ
ସେହିକ୍ଷଣି ହୃଦୟଟି ଭାଙ୍ଗିଯାଏ କାଚ ଘର ପରି
ଆଉ ମନରେ ଖେଳିଯାଏ ଅଶାନ୍ତ ଊର୍ମି l
ତଥାପି ….
ତଥାପି ଏହି ପୃଥିବୀରେ ପ୍ରତିଦିନ
କେହି ନା କେହି, କେଉଁଠି ବି କାହାକୁ ଅପେକ୍ଷାରତ
ଏହି ଯେମିତି ; ରାତ୍ରିର ଘନ ଅନ୍ଧକାର
ଅପେକ୍ଷା କରିଥାଏ ସକାଳକୁ
ଖିଏ ଆଲୁଅର ଆତତ ଆଶାରେ ll
ଜଗନ୍ନାଥ ଚୌଧୁରୀ
ନୂଆପେଣ୍ଠ, ଗଞ୍ଜାମ
ହୃଦୟସ୍ପର୍ଶି…..
ଖୁବ୍ ସୁନ୍ଦର ରଚନା ଏବଂ ଆବୃତ୍ତି
ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
ପ୍ରେରଣାଦାୟୀ ମତାମତ ପାଇଁ ଅଜସ୍ର ଧନ୍ୟବାଦ l