ଜାଗ ହେ ତରୁଣ
************
ନବୀନ ଯୁଗର ହେ ନବ ତରୁଣ
ଜାଗ ଆଳସ୍ୟ କୁ ତେଜି ।
ନିଜ ଅଧିକାର ପାଇବା ପାଇଁ ତ
ବେଳ ଆସି ଅଛି ଆଜି । ।
କେତେ ଦିନ ଆଉ ଶୋଇ ରହିଥିବ
ଅନ୍ଧକାର କୋଠରୀରେ ।
ଜାଗି ଉଠ ତୁମେ ସ୍ୱକର୍ମ ଆଦରି
ଉଲ୍ଲସିତ ଭାବନାରେ ।।
ଦେହରେ ତୁମର ଶତସିଂହ ବଳ
ରହିଅଛି ପରା ଭରି ।
ତଥାପି କିମ୍ପାଇଁ ମଉନ ରହିଛ
କେଉଁ ଅଭିମାନ ଧରି ।।
ହେଜି ଦେଖ ସେଇ ବୀର ପୁରୁଷଙ୍କ
ଅଛି କେତେ ବୀର ଗାଥା ।
ବିବେକାନନ୍ଦ , ସୁବାଷଙ୍କ ପରି
ଆଉ କେତେ ମହାରଥା ।।
ତୁମେ ପରା ଅଟ ଏ ଦେଶ ମାଟିର
ଆଗାମୀ ର ଭବିଷ୍ୟତ ।
ଉଚ୍ଚ କର୍ମ କରି ରଖିଯାଅ ସଦା
ମାଟି ମାଆର ମହତ ।।
ଚନ୍ଦନ ସାହୁ
ହାତିଖୋଜ୍ (ବେଲସା ପଡ଼ା )
କଳାହାଣ୍ଡି
ମୋ – ୮୧୪୪୨୭୭୯୬୭
ବହୁତ ସୁନ୍ଦର ଉଦବୋଧନ
ବହୁତ ସୁନ୍ଦର
ଖୁବ୍ ସୁନ୍ଦର ଉଦବୋଧନ କବିତା
ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
ବାଃ ବାଃ ଅତିଚମତ୍କାର ସୃଷ୍ଟି ଓ ଆବୃତ୍ତି ଭାଇ । ଆହୁରି ଆଗେଇ ଚାଲ । ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ତୁମକୁ
ବହୁତ୍ ବହୁତ୍ ଧନ୍ୟବାଦ୍ ଦାଦା
ଲୋମେ ଲୋମେ ଉଦବୋଧନର ବହ୍ନି
ଆନ୍ତରିକ ଧନ୍ୟବାଦ୍