ପିତା ମାତା
**************************
ପିତା ମାତା ଆମ ଚଳନ୍ତି ଠାକୁର
କି ଲେଖିବି ତାଙ୍କ ପାଇଁ
ଶବ୍ଦ ନାହିଁ ମୋର ଲିଖନୀ ମୁନରେ
କବିତାଟେ ଦେବା ପାଇଁ ।।
ତଥାପି ଲେଖୁଛି ହୃଦୟୁ ଦି ପଦ
କେବଳ ତାଙ୍କରି ପାଇଁ
ପିତା ମାତା ସମ ଖୋଜିଲେ ଏ ସଂସାରେ
ପାଇବ ତୁମେ କାହିଁ ।।
ସେ ଆମ ଦେବତା ସେ ଆମ ବିଧାତା
ସେ ଆମ ଭଗବାନ
ତାଙ୍କରି ସେବା ଯେ ନକରଇ ଭାଇ
ସେ ବୋଲାଏ ପଶୁ ସମାନ ।।
ଏଡିକି ବକଟୁ ପାଳି ସେ ଆମକୁ
କରିଲେ ମଣିଷ ଟିଏ
ନିଜେ ଦୁଃଖ ସହି ଆମ ଖୁସି ପାଇଁ
କଷ୍ଟ ସହିଯାନ୍ତି ସିଏ ।।
ନିଜେ ଚାଲି ଯାଇ ମୋ ପାଇଁ ସିଏ
ଆଣନ୍ତି ସାଇକେଲ ଟିଏ
ତାଙ୍କ ପରି ଜଣେ ଦେଖି ନାହିଁ ମୁହିଁ
ମୋ ପାଇଁ ଦେବତା ସିଏ ।।
ସମୟ ଆସିଛି ବୃଦ୍ଧ କାଳେ ତାଙ୍କ
ହୋଇବା ସାହା ଭରସା
ତାଙ୍କ ଖୁସି ପାଇଁ ଜୀବନ ଜୀଇଁବା
ଭରି ମନେ ଆମ ସହସା ।।
***************************
ଚୁନିଲ କୁମାର ଗଙ୍ଗ ଦେଵ
ଯୁଯୁରାଙ୍ଗ,କେସିଙ୍ଗା, କଳାହାଣ୍ଡି
ଖୁବ୍ ସୁନ୍ଦର ରଚନା
ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
ଜୀବନ୍ତ ଦେବତାଙ୍କୁ ପ୍ରଣାମ, ଭାଇଙ୍କୁ ବି ପ୍ରଣାମ । ଅନେକାନେକ ଶୁଭେଚ୍ଛା ✨✨