*ଦେବକି ଫେରାଇ*
ଦେବକି ଫେରାଇ ??
ଜଗତର ସାଇଁ
ପାଦ କାଢିଅଛି ଘରୁ ,
ଦର୍ଶନ ଅଭିଳାଷ
ନ ହୋଇଲେ ତୋଷ
ମନ ମୋ ହୋଇବ ମରୁ ll
ମନେ ନାହିଁ ଖେଦ
ହେବାକୁ ଯେ ଦଗ୍ଧ
ଗନ୍ତବ୍ୟ ପଥରେ ମୋର ,
ପାଏ ପଛେ କଷ୍ଟ
ପଥେ ହେଉ ଯେତେ
ଦେଖେଁ ତୋ ସିଂହ ଦୁଆର ll
ଥିବକି ଅନାଇ
ହେ କଳା ଗୋସାଇଁ
ଆସିବା ବାଟକୁ ମୋର ,
ତୁମକୁ ଯେ ଦେଖି
ମନ ହୁଏ ତୃପ୍ତି
ଆହେ ବ୍ରହ୍ମlଣ୍ଡ ଠାକୁର ll
ନହେଲେ ନପାଏ
ଅଭଡ଼ା ପ୍ରସାଦ
ଟଙ୍କ ତୋରାଣିକୁ ତୋର ,
ବାଙ୍କ ଚାହାଣିକି
ଚାହିଁ ଚାହିଁ ସତେ
ଚାଲିଯାଉ ପ୍ରାଣ ମୋର ll
ବାଦଲ ନନ୍ଦ
ନର୍ଲା, କଳାହାଣ୍ଡି
ବହୁତ ସୁନ୍ଦର ଭାବ ସହିତ ବହୁତ ସୁନ୍ଦର ଆବୃତ୍ତି
ଖୁବ୍ ସୁନ୍ଦର ସମର୍ପଣ ଭାବ ର ରଚନା ଟିଏ।
ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା