**ମୋତେ ତୋ ଶ୍ରୀକ୍ଷେତ୍ରକୁ ନେବୁ*
ତୋତେ ମୋ ରାଣ କାଳିଆରେ
ମୋତେ ତୋ ଶ୍ରୀକ୍ଷେତ୍ରକୁ ନେବୁ ।
ଅତି ନିକଟରୁ ତୋ ଦରଶନ ଦେବୁ
ମୋତେ ତୋ ଶ୍ରୀକ୍ଷେତ୍ରକୁ ନେବୁ ।
ତୋତେ ଭଲଲାଗେ ଷାଠିଏ ପଉଟି
ମୋତେ ଭଲଲାଗେ ତୋ ଚକା ଆଖିଟି ।
ତୁ ମୋର ହୀରା ତୁ ମୋର ନୀଳା
ତୁ ମୋର ନୀଳମାଧବ କାଳିଆ ।
ଦୂରେ ଦରଶନ ଏ ମନ ମାନେନା
ଏ ମନର ଦୂର ନୁହେଁ ତୁ ।
ଦୂରେ ଦୂରେ ରହି ବଞ୍ଚି ପାରୁନାହଁ
ତୋ ପାଖକୁ ଚାହେଁ ଯିବି ମୁଁ ଧାଇଁ ।
କେତେ ମୁଁ ଧାଇଁବି କେମିତି ଧାଇଁବି
ଆଉ ସେ ବୟସ କାହିଁ ?
ମିଛ ଏ ସଂସାରେ ମୋ ଆୟୁଷ ନାହିଁ
ମୋ ଜୀବନ ଯାଉ ତୋତେରେ ଚାହିଁ ।
ଏତିକି ଶୁଣିନେ ମୋ ଶେଷ ଗୁହାରୀ
ଆଉ କିଛି ମୁଁ ମାଗିବି ନାହିଁ ।
କାଳିଆ ମୋତେ ତୋ ଶ୍ରୀକ୍ଷେତ୍ରକୁ ନେବୁ
~~~~~~~~~~~~~~~~~
*ସୁଭଦ୍ରା ପଟ୍ଟାୟତ, ବାଲେଶ୍ବର*
ଖୁବ୍ ସୁନ୍ଦର ରଚନା ଏବଂ ସ୍ୱର
ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
ଅଶେଷ ଅଶେଷ ଧନ୍ୟବାଦ ଆପଣଙ୍କୁ
Ultimately proud of you. Wish you all the very best and waiting for coming new Bhajan on Jagannath ji.
Thank You So Much Sir
ଧନ୍ୟବାଦ
ମନଛୁଆଁ
Thanks a lot for sharing divine darshan of lord Shree Jagannath. Beautiful poetry, melodious voice, beti❤
Thank You So Much