( ପଳାଶ ଫୁଲ )
ପଳାଶ ଫୁଲରେ ପଳାଶ ଫୁଲ ,
ଦେଖିବାକୁ ତୁହି କେଡେ ସୁନ୍ଦର ।
ବସନ୍ତ ଆଗମେ ତୁହି ବନରେ ,
ବୃକ୍ଷ ବିମଣ୍ଡିତ ହେଉ ଫୁଲରେ ।
ବିଧାତା ବିଧାନ ଯେଣୁ ଯହିଁକି ,
ବାସ ନ ଦେଇଛି ତତେ ତହିଁକି ।
କି ହେବ ତୋହର ସୁନ୍ଦର ଦେହେ,
ଯେଣୁ ସୁରଭି ତୋ ମନ ନ ମୋହେ।
କେଡେ କ୍ଷୁଦ୍ର ସେହି ମଲ୍ଲୀ ମାଳତୀ,
ସୁବାସ ଗୁଣରେ ମୋହେ ଧରିତ୍ରୀ ।
ସମସ୍ତେ କରନ୍ତି ତାକୁ ଆଦର ,
ପଡି ରହୁ ତୁହି ସେହି ବନର ।
ହେଲେ ପଳାଶ ଫୁଲ ତୁ ଚିନ୍ତା ନକର,
ବିଧାତା ତ ନୁହଁ ଏତେ ନିଷ୍ଠୁର ।
ପଳାଶ ଫୁଲ ତୁ ବିଷାଦ ନୋହୁ ,
ମଙ୍ଗଳାଙ୍କ ଗଳା ଯେଣୁ ତୁ ଶୋହୁ ।
ଜଗତ ଜନନୀ ଯେଣୁ ମଙ୍ଗଳା,
ଧନ୍ଯ ହୁଏ ତୋର ଜନମ ବେଳା ।।
ପଳାଶ ଫୁଲରେ ଏ ଶିକ୍ଷା ଦେଲୁ ,
ଗୁଣରେ ନହେଲେ ରୂପେ ମୋହିଲୁ ।
ରୂପର ବଶ ଏ ସମସ୍ତ କ୍ଷିତି ,
ପାଇଲୁ ଆଦର ମମତା ପ୍ରୀତି ।
(ଅର୍ଚ୍ଚନା ତ୍ରିପାଠୀ, ସୁବର୍ଣ୍ଣପୁର )
ବହୁତ ଧନ୍ୟବାଦ
ମୋ କବିତା ଶୁଣି ମତାମତ ଦେଇ ଥିବାରୁ
ଖୁବ୍ ସୁନ୍ଦର ପାଳସ ଫୁଲ ର ବର୍ଣ୍ଣନା
ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
ଅତି ଚମତ୍କାର ଲାଗିଲା ପଳାଶ ଫୁଲ ର ଉପସ୍ଥାପନା ଶୈଳୀ