ଏଇତ ଜୀବନ
___________________________
ଚତୁଃପାର୍ଶ୍ୱେ ପ୍ରତିକ୍ଷଣେ ନିରାଶା ର ରେଖା
ଘାତ ପରେ ଘାତ ଦିଏ ହୃଦୟକୁ
ବନ୍ଧୁର, କଣ୍ଟକିତ, ଅଙ୍କାବଙ୍କା ଜୀବନର ପଥେ
ପାଦଟେ ବଢ଼ାଇ ପଡେ ଝୁଣ୍ଟିବାକୁ ll
କାହାରି ଉପରେ କରି ହେଉନି ଭରସା
ପ୍ରେମ କଲେ ମିଳୁଅଛି ଶକ୍ତ ଧକ୍କା
ଆଗକୁ ଯିବାପାଇଁ କେହି ଦେଖାନ୍ତିନି ରାସ୍ତା
ଗଡାଣିକୁ ଦେଖି ଠେଲିଦ୍ୟନ୍ତି ଚକା ll
ଲୁଟିବାକୁ ଧନରାଶି ଉପସ୍ଥିତ ବନ୍ଧୁ
ମଧୁର ବାକ୍ୟ ପ୍ରକାଶେ ମୋହି ମନ
ସ୍ୱ ସ୍ୱାର୍ଥ ନିମିତ୍ତ ସର୍ବେ ସାଜନ୍ତି ନିଜର
ସ୍ୱାର୍ଥ ପୂର୍ଣ୍ଣ ହେଲେ ନମିଳେ ସମ୍ମାନ ll
ଗରିବ ଘରେ ଜନ୍ମି ବଞ୍ଚିବା କେଡେ କଷ୍ଟ
ରହି ଧନୀକଙ୍କ ପାଦତଳେ
ତୁଠ ପ୍ରସ୍ତର ପରାୟେ ସାଜିଛି ଏ ଦେହ
ଯେ ବି ଆସେ ପାଦ ଦଳି ଚାଲେ ll
ଧନ ପାଖେ ରହିଛି ସମ୍ମାନ, ପ୍ରେମ, ସୁଖ
ଗରିବ କାହୁଁ ପାଇବ ଏ ମାନ
ହେଲେମଧ୍ୟ ବିଦ୍ୟା, ବୁଦ୍ଧି, ଗୁଣେ, ପାରଙ୍ଗମ
ସଦା ହୁଏ ନିରାଶା ଭାଜନ ll
ହେଲେମଧ୍ୟ ଯେତେ ସୌନ୍ଦର୍ଯ୍ୟ ର ଅଧିକାରୀ
କମଳ ପରାୟେ ପଙ୍କ ମଧ୍ୟେ ସ୍ଥାନ
ହସହସ ମୁଖ ଦେଖି ସହି ପାରନ୍ତିନି କେହି
ଅକାଳେ ଛେଦିଣ ବୃନ୍ତ କରିଦ୍ୟନ୍ତି ଛିନ୍ନ ll
_________________________________
ନିର୍ମଳ ବାରିକ, କେନ୍ଦୁଝର, Nirmala Barik
951 total views, 1 views today
ବହୁତ୍ ସୁନ୍ଦର
ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
ଖୁବ୍ ସୁନ୍ଦର ସ୍ୱର ଭାଇ…
ଏକ ସୁନ୍ଦର ରାସ୍ତା ପଡ଼ିଛି ତୁମ ପାଇଁ…
ଢ଼େର ସାରା ଶୁଭେଚ୍ଛା ଓ ଶୁଭକାମନା
ଖୁବ୍ ସୁନ୍ଦର ଭାଇ
Good
ଅତି ସୁନ୍ଦର ମୋ ସାନ ଭାଇ।
Good singing and good composition
ବହୁତ୍ ସୁନ୍ଦର
Bhai tame bahut bada Pratibha tumaku kabi Padma upadhire bhusita kariba Katha
ଆହା ମାର୍ମିକ
ବହୁତ ସୁନ୍ଦର ଭାଇ