#ବେଦନା….
ପ୍ରାପ୍ତି ଅପ୍ରାପ୍ତି,ଇଚ୍ଛା ଅନିଚ୍ଛା କୁ ନେଇ ତ
ଏ କଷ୍ଟ ଆଉ ଯନ୍ତ୍ରଣା…. ।
ସବୁ ଇଚ୍ଛା କି ପ୍ରାପ୍ତ ହୁଏ !
ନା ଅନିଚ୍ଛା ଅପ୍ରାପ୍ତି ପାଇଁ ଅବଶୋଷ କରେ….।
ବେଳେବେଳେ ଇଚ୍ଛା ହୁଏ ନି ?
ସବୁ ଅବଶୋଷ କୁ ଅବଶେଷ କରି
ଚିର ଦିନ କୁ ଶୋଇଯିବା ପାଇଁ ।
ବୁଝିବାକୁ ଗଲେ ଏ ଶୋଇବା ତ
ଏ ଜୀବନ ଯାତ୍ରା ର ଶେଷ ଲକ୍ଷ୍ୟ…..
ଲକ୍ଷ୍ୟ ର ତ ଇଚ୍ଛା ଥାଏ, ପ୍ରାପ୍ତି ପାଇଁ ଉଦ୍ୟମ ଥାଏ
କିନ୍ତୁ ଅନିଚ୍ଛା…!
କିନ୍ତୁ ଅନିଚ୍ଛା ଅପ୍ରାପ୍ତି ତାକୁ ଦୁର୍ବଳ କରି ଦିଏ।
ଏହି ଦୁର୍ବଳତା ରୁ ତ ସୃଷ୍ଟି ହୁଏ
ମୋହ, କାମ ଆଉ ବାସ….
ମୋହ କଣ ଭେଦି ପାରିବ ଶେଷ ଲକ୍ଷ୍ୟ ର ଦିଗ
ନା କାଢି ପାରିବ ଜୀବନ ବାଟ ରୁ କଣ୍ଟା…..
କାମ କଣ ସୁଚରିତ୍ର ଟିଏ କରି ଗଢ଼ି ଦେବ
ନା ରଖି ପାରିବ ମାନ ମର୍ଯ୍ୟାଦା ….
ବାସ କଣ ସତରେ ଭେଟି ଦେବ ସୁଖ ସୌହାର୍ଯ୍ୟ
ନା ବୁଝାଇ ପାରିବ ଜୀବନ ର ପ୍ରକୃତ ସଂଜ୍ଞା….।
ତଥାପି!
ତଥାପି ଏ ସଂଜ୍ଞା ର ଅନ୍ୱେଷଣ ରେ ଅନୁସରଣ କରିବାକୁ ହୁଏ…
କେତେବେଳେ ଭୁଲ୍ କୁ ତ କେତେବେଳେ ଠିକ୍ କୁ….।
ଅନ୍ୱେଷଣ କରି କରି ଥକି ପଡ଼ିଲେ ବି ଚାଲିବାକୁ ହୁଏ
କିନ୍ତୁ କାହାକୁ କହି ହୁଏନି
ଏ ଥକାପଣ ,
କି ଏ ବେଦନା….!।
ଦୀପିକା ପେରେଇ
କେନ୍ଦୁଝର, ଓଡ଼ିଶା
ଖୁବ୍ ସୁନ୍ଦର ରଚନା
ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
ଆନ୍ତରିକ ଧନ୍ୟବାଦ ❤️
ଅତି ଚମତ୍କାର ଭଉଣୀ
ଆନ୍ତରିକ ଧନ୍ୟବାଦ ଭାଇ
ଖୁବ୍ ଚମତ୍କାର ସୃଜନୀ ଭଉଣୀ
ଧନ୍ୟବାଦ ଅଶେଷ ଦିଦି ❤️
ହୃଦୟ ସ୍ପର୍ଶୀ ଭଉଣୀ
ବହୁତ ସୁନ୍ଦର କବିତା ଓ ଉପସ୍ଥାପନା
ଆନ୍ତରିକ ଧନ୍ୟବାଦ ଦିଦି❤️
ସୁନ୍ଦର ♥️
ଅଶେଷ ଧନ୍ୟବାଦ ହୃଦୟରୁ ❤️
ମର୍ମସ୍ପର୍ଶୀ ଲେଖା ଓ ସ୍ଵର, ଶୁଭେଚ୍ଛା ଭଉଣୀ
ଆନ୍ତରିକ ଧନ୍ୟବାଦ❤️