ପ୍ରେମ
———-ପ୍ରେମ ସତେ ଏକ
ପାହାଡ଼ି ଝରଣା,
ବନ୍ଧ ବାଡ଼ ସତେ
କିଛି ସେ ମାନେନା ।ଅଙ୍କା ବଙ୍କା ହୋଇ
ଯାଏ ବହି ବହି,
ସାଥେ ନେଇ କେତେ
ସ୍ମୃତିର ସେ ଛାଇ ।ଅଙ୍କା ବଙ୍କା ଏହି
ଜୀବନର ବାଟ,
ଅନେକ ପଥିକ
ହୋଇଥାନ୍ତି ଭେଟ ।ପ୍ରେମିକ ପାଇଁ ମୁଁ
ଅଟେ ତା ପ୍ରେମିକା,
ଭାବୁକ ଭାବନା
ମୋତିର ଶାମୁକା ।ଜାଣିଶୁଣି ସବୁ
ରଖେ ନୀରବତା,
ପ୍ରେମିକ ମାପେ ମୋ
ପ୍ରେମ ଗଭୀରତା ।କବି ଭାବନାରେ
ମୁଁ କାବ୍ୟର ନାୟିକା,
ସବୁରି ଭାବନା
ଭିତରେ ମୁଁ ଏକା ॥–ତପସ୍ବିନୀ ଜେନା.
କୁଜଙ୍ଗ, ଜଗତସିଂପୁର
ଖୁବ୍ ସୁନ୍ଦର
ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
ଖୁବ୍ ସୁନ୍ଦର ଉପସ୍ଥାପନା ସହ ଶ୍ରୁତି ମଧୁର ତୁମ ସ୍ୱର
ବହୁତ ସୁନ୍ଦର ଲେଖାଟି।
ବହୁତ ବହୁତ ଧନ୍ୟବାଦ
ପ୍ରେମ ରୂପୀ ଝରଣା କୁ ନେଇ ବହୁତ ସୁନ୍ଦର ଉପସ୍ଥାପନା
ପ୍ରେମ ରୂପୀ ଝରଣା କୁ ବହୁତ ସୁନ୍ଦର ଉପସ୍ଥାପନା
ବାଃ ଦିଦି ❤❤
ଧନ୍ୟବାଦ ଦୀପିକା
ବାଃ ଦିଦି ଖୁବ୍ ବଢିଆ❤️
ଖୁବ୍ ସୁନ୍ଦର ♥️
ଅଶେଷ ଧନ୍ୟବାଦ
ମିଠା ମିଠା ଶବ୍ଦ ସବୁ
ବହୁତ ବହୁତ ଧନ୍ୟବାଦ