ହେ ଧରିତ୍ରୀ
ହେ ଧରିତ୍ରୀ,
ତୁମେ ସର୍ବସଂହା ବୋଲି ତ
ତୁମ ପାଇଁ ସମଗ୍ର ନାରୀ ଜାତି ଦୁଃଖ କ୍ଲେଶ ସବୁ ସହିଯାଏ
ତୁମେ କଣ ଶିଖାଇ ଦିଅନ୍ତିନି ନାରୀ ସମାଜ କୁ
ଉତ୍ତପ୍ତ ଲାଭା ର ସ୍ରୋତ ଲୁକାୟିତ ଆଜି କାହିଁ ପାଇଁ
ଅନ୍ୟାୟ, ଦୁର୍ନୀତି ଯେବେ ସମାଜରେ ବଢେ
ତୁମେ କାହିଁ କମ୍ପିଉଠ ଅସ୍ତିତ୍ବ ହରାଇ
ଭୟଙ୍କର ରୂପ ଧରି ନାଶ ନାହିଁ କିଆଁ..?
ନିରବ ରେ ସହି ସବୁ
ଅନ୍ୟାୟ , ଅନୀତି
କେଉଁ ମହାନତା ପାଇଁ
ସ୍ତବ୍ଧ ଆଜି ନାରୀଙ୍କ ଦୁନିଆ..!
ବିଧାତା ଗଢିଛି ନାରୀ
ସର୍ବସଂହା ଉପାଧିକୁ ଦେଇ
ପୁରୁଷ ଠୁ କୌଣସି କ୍ଷମତା
ନାହିଁ ନାରୀଙ୍କର ଊଣା ନାହିଁ
ତଥାପି କାଇଁ ସେ ଅବଳା ଦୁର୍ବଳା
ସେ ଅତ୍ୟାଚାର ସହିଯାଏ
ଭୁଲିଯାଇ ନିଜ ଶକ୍ତି
ନିଜ କ୍ଷମତା
ଦୁର୍ଗା ମହାକାଳୀ ରୂପେ ବୀରାଙ୍ଗନା ଯେତେ ମହୀ ତଳେ
ଅବଳା ଦୁର୍ବଳା ନିଜକୁ ବିଚାରେ
ସୌମ୍ୟା ପ୍ରିୟଦର୍ଶିନୀ,
ଜଗତସିଂହପୁର, ତିର୍ତ୍ତୋଲ
786 total views, 1 views today
ଖୁବ୍ ସୁନ୍ଦର ଉପସ୍ଥାପନା ସୌମ୍ୟା
ବହୁତ ସୁନ୍ଦର ଉପସ୍ଥାପନା
ମର୍ମାଭେଦି କବିତା ଦିଦି
ଖୁବ୍ ସୁନ୍ଦର ଉପସ୍ଥାପନା
ବାଃ ♥️
Ati sundar
Bahut vala lagila❤️
Ati sundar lekha au upastapana
ଖୁବ୍ ସୁନ୍ଦର ଲାଗିଲା ❣️❣️
ଖୁବ ସୁନ୍ଦର ଉପସ୍ଥାପନା ସୋମ୍ୟା
ଖୁବ୍ ମଧୁର ଆବୃତ୍ତି ଦିଦି