March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*କମଳା ରମଣ ପ୍ରଭୁ କମଳ ଲୋଚନ–ସୁଧାଂଶୁ କୁମାର ତ୍ରିପାଠୀ*

 

କମଳା ରମଣ ପ୍ରଭୁ କମଳ ଲୋଚନ

କମଳା ରମଣ ପ୍ରଭୁ କମଳ ଲୋଚନ
ଆତୁର କଣ୍ଠ ରେ ପ୍ରଭୁ କରେ ନିବେଦନ
ନାରାୟଣ ହେ……….
ବାରେ କର୍ଣ୍ଣେ ଶୁଣ ମୋ’ ଜଣାଣ …ହେ।।୧।।

ଗଜ ଡାକେ ଚକ୍ରେ ନକ୍ର କରିଛ ତାରଣ
ଜଗତେ ବାଜୁଛି ବାଜା ଗଜଉଦ୍ଧାରଣ,
ଆର୍ତ୍ତତ୍ରାଣ ହେ………..
ଆକୁଳେ ମୁଁ କରୁଛି କ୍ରନ୍ଦନ …..ହେ।।୨।।

ତ୍ରେତୟା ରେ ବିଭୀଷଣ ପଶିଲା ଶରଣ
ଶରଣ ରକ୍ଷଣ ତାଙ୍କୁ କଲ ନୃପରାଣ,
ମୋ ଶରଣ ହେ…………
ରଖିଲେକି ହେବ ଅପମାନ….ହେ।।୩।।

ସହି ନପାରିଲ ବନେ ମୃଗୁଣୀ କଷଣ
ଉଦ୍ଧରିଲ ବିପତ୍ତିରୁ ଯାଇ ତତକ୍ଷଣ
କି କାରଣ ହେ………
ଦେଉଅଛ ମୋତେ ଏ କଷଣ ……ହେ।।୪।।

ଭରାସଭା ମଧ୍ୟେ ଆଜ ହେଲି ହୀନିମାନ
ଜ୍ୟେଷ୍ଠ ଶ୍ରେଷ୍ଠ ଥାଇ ସର୍ବେ ରହିଲେ ମଉନ
ନାରାୟଣ ହେ…………
ନରଖିଲେ ଯିବ ସତୀ ପଣ …….ହେ।।୫।।

 

ବିବସନ କରେ ଆଜ ପାପୀ ଦୁଃଶାସନ
ଆତୁରେ ଡାକୁଛି ପ୍ରଭୁ ଡାକ କି’ ନଶୁଣ
ସୁରରାଣ ହେ………..
ପାଞ୍ଚପତି ଥାଇ ଅକାରଣ……. ହେ।।୬।।

କପଟ କରୁଛ କିବା ରଖି କେଉଁ ମାନ
ଅଟ୍ଟହାସ୍ଯ କରେ ମନ୍ଦମତି କୁରୁରାଣ,
ଭଗବାନ ହେ…….
କ୍ଷମତା ସଭିଙ୍କ ଆଜ ମ୍ଳାନ ……..ହେ।।୭।।

ନରଖିବ ଯଦି ଆଜ ପତିତପାବନ
କାହିଁ ଉଡାଉଛ ବାନା ପତିତପାବନ
ନିରଞ୍ଜନ ହେ……
କଳଙ୍କିତ ହେବ ସେ କେତନ …..ହେ।।୮।।

ଯୁଗେ ଯୁଗେ ନାରୀ ଏଠି ପାଏ ଅପମାନ
ଇତିହାସ କହେ ତାକୁ ଦୋଷ ର କାରଣ
କି’କାରଣ ହେ……….
ଧରାଧାମେ ଦେଲ ନାରୀ ଜନ୍ମ ……..ହେ।।୯।।

ହେଲି ଉର୍ଦ୍ଧ୍ଵ ବାହୁ ଆଜ ଦିଅ ଦରଶନ
ପଥର ନହୁଅ ପ୍ରଭୁ ଜଗତ ଜୀବନ
ପରିତ୍ରାଣ ହେ………..
କେ ରଖିବ ତୁମ କୃଷ୍ଣା ମାନ ……ହେ।।୧୦।।

 

ସୁଧାଂଶୁ କୁମାର ତ୍ରିପାଠୀ

ଗଞ୍ଜାମ, ଓଡିଶା

Loading

12 thoughts on “*କମଳା ରମଣ ପ୍ରଭୁ କମଳ ଲୋଚନ–ସୁଧାଂଶୁ କୁମାର ତ୍ରିପାଠୀ*

  1. ଖୁବ୍ ସୁନ୍ଦର ରଚନା ଏବଂ ଉପସ୍ଥାପନା। ଦାସକାଠିଆ ଆମ ସଂସ୍କୃତି ପରମ୍ପରା ର ଶିରା ପ୍ରସିରା ରେ ଅତୋପ୍ରତ ଭାବରେ ଯୋଡ଼ିତ। ଦାସକାଠିଆ ସହ ଏ ରଚନା ଏବଂ ସ୍ୱର ଖୁବ୍ ସୁନ୍ଦର ଏବଂ ସ୍ବତନ୍ତ୍ର।

    ଅନେକ ଅନେକ ଶୁଭେଚ୍ଛା ଜଣାଉଛି

    1. ଆପଣଙ୍କ ଆଶୀର୍ବାଦ ଓ ଭଲପାଇବା ଆମ ପାଇଁ ପ୍ରେରଣା। ସବୁବେଳେ ଏହି ଭାବ ଥାଉ।

  2. ପ୍ରଣାମ ଭାଇ ମନକୁ ଛୁଇଁଗଲା କବିତାର ସ୍ୱର ସାଥେ ଏ ଦାସକାଠିଆର ତାଳ…

    1. ଭୂମିଷ୍ଠ ପ୍ରଣାମ, ଆନ୍ତରିକ ଧନ୍ୟବାଦ ।

  3. ବଳିଷ୍ଠ ରଚନା ଭାଇ ସୁନ୍ଦର ଭବିଷ୍ୟତ ବାଟ ଚାହିଁ ରହିଛି । ଆଗେଇ ଚାଲନ୍ତୁ ❤️❤️❤️❤️❤️

    1. ଆପଣଙ୍କ ଆଶୀର୍ବାଦ ହିଁ ଏକାନ୍ତ କାମ୍ୟ।

  4. ଆନ୍ତରିକ ଧନ୍ୟବାଦ ଆପଣଙ୍କୁ।

  5. ବହୁତ୍ ସୁନ୍ଦର୍ ଭାଇ, ଅସୀମିତ ଶୁଭେଚ୍ଛା

Leave a Reply to Saroj Kumar Sahu Cancel reply

Your email address will not be published. Required fields are marked *