କମଳା ରମଣ ପ୍ରଭୁ କମଳ ଲୋଚନ
କମଳା ରମଣ ପ୍ରଭୁ କମଳ ଲୋଚନ
ଆତୁର କଣ୍ଠ ରେ ପ୍ରଭୁ କରେ ନିବେଦନ
ନାରାୟଣ ହେ……….
ବାରେ କର୍ଣ୍ଣେ ଶୁଣ ମୋ’ ଜଣାଣ …ହେ।।୧।।
ଗଜ ଡାକେ ଚକ୍ରେ ନକ୍ର କରିଛ ତାରଣ
ଜଗତେ ବାଜୁଛି ବାଜା ଗଜଉଦ୍ଧାରଣ,
ଆର୍ତ୍ତତ୍ରାଣ ହେ………..
ଆକୁଳେ ମୁଁ କରୁଛି କ୍ରନ୍ଦନ …..ହେ।।୨।।
ତ୍ରେତୟା ରେ ବିଭୀଷଣ ପଶିଲା ଶରଣ
ଶରଣ ରକ୍ଷଣ ତାଙ୍କୁ କଲ ନୃପରାଣ,
ମୋ ଶରଣ ହେ…………
ରଖିଲେକି ହେବ ଅପମାନ….ହେ।।୩।।
ସହି ନପାରିଲ ବନେ ମୃଗୁଣୀ କଷଣ
ଉଦ୍ଧରିଲ ବିପତ୍ତିରୁ ଯାଇ ତତକ୍ଷଣ
କି କାରଣ ହେ………
ଦେଉଅଛ ମୋତେ ଏ କଷଣ ……ହେ।।୪।।
ଭରାସଭା ମଧ୍ୟେ ଆଜ ହେଲି ହୀନିମାନ
ଜ୍ୟେଷ୍ଠ ଶ୍ରେଷ୍ଠ ଥାଇ ସର୍ବେ ରହିଲେ ମଉନ
ନାରାୟଣ ହେ…………
ନରଖିଲେ ଯିବ ସତୀ ପଣ …….ହେ।।୫।।
ବିବସନ କରେ ଆଜ ପାପୀ ଦୁଃଶାସନ
ଆତୁରେ ଡାକୁଛି ପ୍ରଭୁ ଡାକ କି’ ନଶୁଣ
ସୁରରାଣ ହେ………..
ପାଞ୍ଚପତି ଥାଇ ଅକାରଣ……. ହେ।।୬।।
କପଟ କରୁଛ କିବା ରଖି କେଉଁ ମାନ
ଅଟ୍ଟହାସ୍ଯ କରେ ମନ୍ଦମତି କୁରୁରାଣ,
ଭଗବାନ ହେ…….
କ୍ଷମତା ସଭିଙ୍କ ଆଜ ମ୍ଳାନ ……..ହେ।।୭।।
ନରଖିବ ଯଦି ଆଜ ପତିତପାବନ
କାହିଁ ଉଡାଉଛ ବାନା ପତିତପାବନ
ନିରଞ୍ଜନ ହେ……
କଳଙ୍କିତ ହେବ ସେ କେତନ …..ହେ।।୮।।
ଯୁଗେ ଯୁଗେ ନାରୀ ଏଠି ପାଏ ଅପମାନ
ଇତିହାସ କହେ ତାକୁ ଦୋଷ ର କାରଣ
କି’କାରଣ ହେ……….
ଧରାଧାମେ ଦେଲ ନାରୀ ଜନ୍ମ ……..ହେ।।୯।।
ହେଲି ଉର୍ଦ୍ଧ୍ଵ ବାହୁ ଆଜ ଦିଅ ଦରଶନ
ପଥର ନହୁଅ ପ୍ରଭୁ ଜଗତ ଜୀବନ
ପରିତ୍ରାଣ ହେ………..
କେ ରଖିବ ତୁମ କୃଷ୍ଣା ମାନ ……ହେ।।୧୦।।
ସୁଧାଂଶୁ କୁମାର ତ୍ରିପାଠୀ
ଗଞ୍ଜାମ, ଓଡିଶା
624 total views, 1 views today
ବହୁତ୍ ସୁନ୍ଦର୍ ଭାଇ, ଅସୀମିତ ଶୁଭେଚ୍ଛା
ଆନ୍ତରିକ ଧନ୍ୟବାଦ ଆପଣଙ୍କୁ।
ବଳିଷ୍ଠ ରଚନା ଭାଇ ସୁନ୍ଦର ଭବିଷ୍ୟତ ବାଟ ଚାହିଁ ରହିଛି । ଆଗେଇ ଚାଲନ୍ତୁ ❤️❤️❤️❤️❤️
ଆପଣଙ୍କ ଆଶୀର୍ବାଦ ହିଁ ଏକାନ୍ତ କାମ୍ୟ।
ବହୁତ ସୁନ୍ଦର ଭାଇ
ଭୂମିଷ୍ଠ ପ୍ରଣାମ, ଆନ୍ତରିକ ଧନ୍ୟବାଦ ।
Bahut sundar kabita ti
Bhala lagila
Aantarik dhanyabad ,
ପ୍ରଣାମ ଭାଇ ମନକୁ ଛୁଇଁଗଲା କବିତାର ସ୍ୱର ସାଥେ ଏ ଦାସକାଠିଆର ତାଳ…
Superb bro keep it up.
ଖୁବ୍ ସୁନ୍ଦର ରଚନା ଏବଂ ଉପସ୍ଥାପନା। ଦାସକାଠିଆ ଆମ ସଂସ୍କୃତି ପରମ୍ପରା ର ଶିରା ପ୍ରସିରା ରେ ଅତୋପ୍ରତ ଭାବରେ ଯୋଡ଼ିତ। ଦାସକାଠିଆ ସହ ଏ ରଚନା ଏବଂ ସ୍ୱର ଖୁବ୍ ସୁନ୍ଦର ଏବଂ ସ୍ବତନ୍ତ୍ର।
ଅନେକ ଅନେକ ଶୁଭେଚ୍ଛା ଜଣାଉଛି
ଆପଣଙ୍କ ଆଶୀର୍ବାଦ ଓ ଭଲପାଇବା ଆମ ପାଇଁ ପ୍ରେରଣା। ସବୁବେଳେ ଏହି ଭାବ ଥାଉ।