_*ହେ କଲମ*_……✍🏻
___________________________________
_*କବି – ରାହୁଲ ମହାନ୍ତି*_
ହେ କଲମ
କେବେ ତୁମେ କଞ୍ଚା କାଦୁଅକୁ
କର ଜୀବନ୍ତ ମୂର୍ତ୍ତି
କେବେ ତୁମେ ଅକ୍ଷମ ଇଲାକେ
ସ୍ଥାପନ ଯଶ ଓ କୀର୍ତ୍ତି
ହେ କଲମ
କେବେ ତୁମେ ତାମସ ରଜନୀର
ଉଜ୍ଜ୍ୱଳ ଜ୍ୟୋସ୍ନା
କେବେ ତୁମେ ପହିଲି ବର୍ଷା ଭିଜା
ମାଟି ର ବାସ୍ନା
ହେ କଲମ
କେବେ ତୁମେ ଧଳା ପୃଷ୍ଠାର
କଳା ସ୍ଵେଟର ସମ
କେବେ ତୁମେ ପେଜୁଆ ଆଖିରେ
ପସ୍ଫୁଟିତ ପଦ୍ମ
ହେ କଲମ
କେବେ ତୁମେ ଜ୍ଞାନ ସମୁଦ୍ରର
ଚକ୍ ଚକ ଜ୍ୟୋତି
କେବେ ତୁମେ ଦେଇଥାଅ
ଅତୀତ ର ସ୍ମୁତି
ହେ କଲମ
କେବେ ତୁମେ ନୀଳ ଆକାଶ ର
ଭସା ବଉଦ
କେବେ ତୁମେ ଅମାବାସ୍ୟା ରାତ୍ରିର
ଝିଙ୍କାର ଶବ୍ଦ
ହେ କଲମ
କେବେ ତୁମେ ଅଯୋଗ୍ୟ ର
ଅଟ ଯୋଗ୍ୟତା
କେବେ ତୁମେ ଭଙ୍ଗୁର
ମନ ର ପୂର୍ଣ୍ଣତା
ହେ କଲମ
କେବେ ତୁମେ କୃଷ୍ଣଚୁଡା
ପୁଷ୍ପ ର ମହକ
କେବେ ତୁମେ ଲେଖକର
ପ୍ରିୟ ପ୍ରେମିକ
*ଜୟ ଜଗନ୍ନାଥ*🙏🙏🙏🙏
ଖୁବ୍ ସୁନ୍ଦର ରଚନା ଏବଂ ଆବୃତ୍ତି❤️❤️
ଅନେକ ଅନେକ ଶୁଭେଚ୍ଛା
Wahh bhaaii …. Bohut sundar
ହେ କଲମ
କେବେ ତୁମେ ରାହୁଲଙ୍କ କବିତାକୁ
ଦିଅ ଜୀବନ୍ତ ରୂପ
କେବେ ତୁମେ ତାଙ୍କ କବିତାର
ମତାମତ ସ୍ୱରୂପ…
ମନକୁ ଛୁଇଁଲା ଭାଇ….
ଏରା କିରା ବର୍ଣ୍ଣିଲ…. ❣️❣️❣️
ଅତୀବ ସୁନ୍ଦର
ହୃଦୟସ୍ପର୍ଶୀ ଆବୃତ୍ତି ରାହୁଲ ଭାଇ ❤️❤️❤️❤️