April 23, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

Lets talk with a young and dynamic ink slinger, “Rakesh Ratan Pradhan” hails from Kendujhar, district of Odisha for SLF Literary Youth Icon Award contest-. 2023

Lets talk with a young and dynamic ink slinger, “Rakesh Ratan Pradhan” hails from Kendujhar, district of Odisha for SLF Literary Youth Icon Award contest-. 2023

*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର
ନାମ – ରାକେଶ ରତନ ପ୍ରଧାନ
ପିତାଙ୍କ ନାମ-✓ ଅରୁଣ କୁମାର ପ୍ରଧାନ
ମାତାଙ୍କ ନାମ-ଜଲି ପ୍ରଧାନ
ଜନ୍ମ ତାରିଖ-୧୫.୬.୨୦୦୨
ଘର ଠିକଣା– ଦେଉଳଡିହା
ଜିଲ୍ଲା-କେନ୍ଦୁଝର
ଶିକ୍ଷାଗତ ଯୋଗ୍ୟତା-ଯୁକ୍ତ ଦୁଇ
ଇ-ମେଇଲ୍ ଠିକଣା[email protected]

ମୁଖପୁସ୍ତିକା /Facebook ଠିକଣା::

https://www.facebook.com/rakeshpradhan.rakeshpradhan.7737?mibextid=ZbWKwL
https://www.facebook.com/rakeshpradhan.rakeshpradhan.7737?mibextid=ZbWKwL

ଶ୍ରଦ୍ଧେୟ ରାକେଶ!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।

1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?
ଉତ୍ତର – ସେଦିନ ପ୍ରଥମ କରି ବର୍ଷା ଆସୁଥାଏ ଏବଂ ସେ ସମୟରେ ମୋ ବନ୍ଧୁମାନେ ଲେଖାଲେଖି ରେ ନିଜକୁ ସମର୍ପିତ କରିଥିଲେ। ତେଣୁ ଆଗତ ବର୍ଷା କୁ ପଦେ ଲେଖିବି ବୋଲି ସଂକଳ୍ପ ନେଲି ଏବଂ ସାହିତ୍ୟ ଦେଶରେ ପାଦ ଥାପିଲି।

2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?

ଉତ୍ତର – ଏହା ଏକ ଉତ୍ତମ ମାନସିକ ଅବସ୍ଥା। ଲେଖାଲେଖି ମୋତେ କଦାପି ସମୟ କୁ ହାନି କରିନି ‌। ବେଳେ ବେଳେ ମୁଁ ପରୀକ୍ଷା ର ପୂର୍ବ ରାତିରେ ମଧ୍ୟ ଲେଖିଛି।

3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?

ଉତ୍ତର – ସାହିତ୍ୟ ଠାରୁ କୋଶ କୋଶ ଦୂରରେ ମୋ ଅଞ୍ଚଳ। ତେଣୁ ପରିବାରରେ ମଧ୍ୟ କାହାରି ଇଚ୍ଛା ନାହିଁ ମୁଁ ଏ ଦିଗରେ ଯାଏ। ଏଠାରେ ସହଯୋଗ କାମନା ବୃଥା ପ୍ରାୟ।

4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ? ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।
ଉତ୍ତର – ପ୍ରଥମତଃ ରୀତି ଯୁଗ ର ସାହିତ୍ୟ ଓ ଆଧୁନିକ ଯୁଗର ସାହିତ୍ୟ ମଧ୍ୟ ଖୁବ୍ ପ୍ରେରିତ କରିଛି ଓ ସମସାମୟିକ କବି ମାନେ। ଅଧୁନା ମୋ ଗୁରୁ ଲେଖନ୍ତି ଏବଂ ସେ ମୋର ପ୍ରେରଣା।

5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?
ଉତ୍ତର – ଅଧିକାଂଶ ମୁଁ କବିତା ଲେଖିବାକୁ ନିୟୋଜିତ କରେ। ତଥାପି କେବେ କେମିତି ଗଳ୍ପ ଟିଏ ଲେଖି ପକାଏ

6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?

ଉତ୍ତର – କବିତା ଓ ଗଳ୍ପ ଆଦି ଚେତନା ର ଉର୍ଦ୍ଧ୍ବ ସ୍ତରକୁ ଯାଇ ଲେଖା ହୁଏ। ଆମକୁ ପ୍ରତ୍ୟେକ ବିଚଳିତ କରୁଥିବା ବସ୍ତୁ ଠାରୁ ଦୂରେଇ ରଖିବାକୁ ହୁଏ। ଏହାସହ ପ୍ରତିଟି ପଦ ଓ ବାକ୍ୟ କୁ ମନୋରମ କରାଯାଏ।

7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?
ଉତ୍ତର – କବିତା ଗଳ୍ପ ଅପେକ୍ଷା ଅଧିକ ମଜ୍ଜି ବାକୁ ହୁଏ। କବିତା ଏକ ଜଟିଳ ପଦ୍ଧତିର ବ୍ୟବହାର ହୁଏ ଓ ଗଳ୍ପ ସରଳ ସାବଲୀଳ ବୋଧଗମ୍ୟ ଭାଷାରେ ଲିଖିତ ହୁଏ।

8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?

ଉତ୍ତର – ଗଳ୍ପ ରେ ଚରିତ୍ର ଚିତ୍ରଣ କରିବା ସୁବିଧା କାରଣ ଏହା ସିଧାସଳଖ ଲେଖି ହୁଏ। କବିତା ରେ ଚରିତ୍ର କୁ ପରୋକ୍ଷରେ ଲେଖିବାକୁ ହୁଏ ତାଙ୍କ ଗୁଣ କୁ ବିଶେଷିତ କରି।

9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?
ଉତ୍ତର – ସମୟ ସହ ଏହା ସଦା ପରିବର୍ତ୍ତନ ଶୀଳ। ଠିକ ଏକ ନଦୀ ପରି ପ୍ରବାହିତ। ମନୁଷ୍ୟ ର ଚେତନା ଯୁଗ ପରିବର୍ତ୍ତନ ପାଇଁ ଦାୟ। ଉତ୍ତର ଆଧୁନିକତା ର ଗୁଣ ହେଉଛି ଏକ କ୍ଷୀଣ ଚେତନା। ଏଥିରେ ବ୍ୟାପକତା ନଥାଏ।

10-ପୁରା କାଳରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?
ଉତ୍ତର – ଭାଷା କ୍ଷେତ୍ରରେ ନିଜ ଭାଷା ବେଦେଶୀ ଭାଷା କିଛି ନଥାଏ ‌। କାରଣ ମଣିଷ କୁ ଯାହା ସରଳ ଲାଗିବ କିମ୍ବା ନିଜର କାର୍ଯ୍ୟ ପାଇଁ ଉପାଦେୟ ତାହା ବ୍ୟବହାର କରେ। ଭାଷା ପାଇଁ ସଚେତନତା ନିଜ ଭିତରେ ରହିବା ଆବଶ୍ୟକ। ଏହା କେହି ଆମକୁ ଶିଖେଇବେ ନାହିଁ।

11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?
ଉତ୍ତର – ସୁଖଦ ଅନୁଭୂତି ସେୟା ଯେତେବେଳେ ମୋ ଲେଖା ଅନ୍ୟ ମାନେ ପସନ୍ଦ କରନ୍ତି। ତାହା ସହ ଅନ୍ୟକୁ ପଢାନ୍ତି।

12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।
ଉତ୍ତର – ଏଥିରେ ଦେଖା ଦେଇଛି ଶବ୍ଦ ର ଅଭାବ। ଏ ଯନ୍ତ୍ର ଯୁଗରେ ଓଡ଼ିଆ ଲୋକ ଇଂରାଜୀ ହିଁ ବ୍ୟବହାର କରୁଛନ୍ତି ମତ ବ୍ୟକ୍ତ ପାଇଁ। ଏଥିରେ ଓଡ଼ିଆ ଙ୍କର ଭୁଲ୍ କାରଣ ଆମେ ଯନ୍ତ୍ର ସମ୍ବନ୍ଧିତ ଶବ୍ଦ ସୃଷ୍ଟି କରୁ ନାହାନ୍ତି।

13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?
ଉତ୍ତର – ପାଠକୀୟ ଆଦୃତି ତ ସୀମିତ କାରଣ ଏ ମୋବାଇଲ୍ ଯୁଗରେ ପାଠକଙ୍କ ସଂଖ୍ୟା ହ୍ରାସ ପାଉଛି। ଯଦିଓ ମୋବାଇଲ୍ ଓ ଇପତ୍ରିକା ଏଥିରେ ସାହାଯ୍ୟ କରୁଛନ୍ତି କିନ୍ତୁ କ୍ଷୁଦ୍ରଗଳ୍ପ ସମସ୍ତେ ପଢୁଛନ୍ତି।

14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।
ଉତ୍ତର – ସମାଜକୁ ଉଚିତ୍ ମାର୍ଗ ଦେଖେଇବା ଜଣେ ସାହିତ୍ୟିକ ର କର୍ତ୍ତବ୍ୟ ତେଣୁ ଆମେ ହିଁ ସମାଜରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ଏହା ନ ଘଟିଲେ ସମାଜରେ କୁସଂସ୍କାର ଆସୁଥିବ।

15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?
ଉତ୍ତର – ମୋ ସହ ସେଭଳି କିଛି ଖରାପ ଘଟେନି କାରଣ ମୁଁ ନିଜର ସମସ୍ତ ଜ୍ଞାନ ନିକ୍ଷେପ କରିଥାଏ। ଯଦି କେହି ନିନ୍ଦା କରେ କିମ୍ବା ଭୁଲ୍ ଦେଖାଏ। ତାକୁ ସୁଧାରିବା ରେ ମୁଁ ପ୍ରାଧାନ୍ୟତା ଦିଏ।

16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ଉତ୍ତର – ପ୍ରତି କାର୍ଯ୍ୟ ଯେଭଳି ଅନୁଭବ ଦ୍ଵାରା ଅନାୟସରେ ସାଧିତ ହୁଏ। ଏହା ଠିକ୍ ସେଭଳି କଥା ‌। ଅଧିକ ଲେଖିଲେ ହିଁ ଜାଣିବା ଉଚିତ୍ କ’ଣ ଅନୁଚିତ କ’ଣ ‌।

17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।

ଉତ୍ତର – ଏହା ଅତ୍ୟନ୍ତ ଆନନ୍ଦର କଥା । ସୁଯୋଗ ମିଳିଛି ବୋଲି। ମୁଁ ଚେଷ୍ଟା କରିବି ନିଜର ଶତ ପ୍ରତିଶତ କରିବାରେ।
18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?
ଉତ୍ତର – ସେମିତି କିଛି ଉଚ୍ଚ ଆଶା ମୁଁ ରଖେନି କିନ୍ତୁ ସୂର୍ଯ୍ୟୋଦୟ ପରିବାର ର ସଚ୍ଚୋଟତା ଓ କର୍ମ ଚଞ୍ଚଳତା ମୋତେ ଖୁବ୍ ପ୍ରଭାବିତ କରେ।

19.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?
ଉତ୍ତର – ମନୋଜ ଭାଇ ଙ୍କ ସମ୍ପର୍କରେ ଆସି ଏହା ସମ୍ଭବ ହେଲା। ଭାଇଙ୍କ ପ୍ରେରଣା ମଧ୍ୟ ଲେଖିବାକୁ ମୋତେ ପ୍ରେରଣା ଦିଏ।

20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।
ଉତ୍ତର – ସାହିତ୍ୟ ଏକ ଶ୍ରେଷ୍ଠ ଉପଲବ୍ଧି ମଧ୍ୟ ରେ ଅଗ୍ରଗଣ୍ୟ। ଏହା ସୁଖଦ ରସାଳ ଓ ମନୋରଞ୍ଜକ । ସୂର୍ଯ୍ୟୋଦୟ ଠାରୁ ଏତିକି ଆଶା ରହିବ ମୋତେ ସୂର୍ଯ୍ୟୋଦୟ ପଥ ପ୍ରଦର୍ଶନ କରୁଥାଉ।

ସ୍ନେହର ରାକେଶ !
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।

ଅଭିନନ୍ଦନ ସହିତ

ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ|

 

Loading

4 thoughts on “Lets talk with a young and dynamic ink slinger, “Rakesh Ratan Pradhan” hails from Kendujhar, district of Odisha for SLF Literary Youth Icon Award contest-. 2023

  1. ଆପଣଙ୍କ ସାକ୍ଷାତକାର ପଢି ଜାଣିବାକୁ ପାଇଲି ଯେ ଆପଣଙ୍କ ପରିବାରରେ କାହାରି ମଧ୍ୟ ଇଚ୍ଛା ନାହିଁ ଆପଣ ଏ ଦିଗରେ ଯାନ୍ତୁ,ତଥାପି ସହଯୋଗ ବିନା ଆପଣ ସାହିତ୍ୟ ସହ ଯୋଡି ହୋଇ ରହିଛନ୍ତି।ପରିବାରର ବୋଝକୁ କାନ୍ଧରେ ବୋହି ନିଜର ସୃଷ୍ଟିକୁ ଉନ୍ନତ କରିବା ପାଇଁ ଆପଣଙ୍କର ପ୍ରୟାସକୁ ମାନିବାକୁ ପଡିବ ଆଜ୍ଞା।ଏଥିପାଇଁ ଢେର୍ ସାରା ଶୁଭେଚ୍ଛା।

  2. ଦେଖା ହୁଏ ଦିନେ ଉବେଳ ବେଳାରେ
    ପରିଚିତ ଘରେ ଶୂନ୍ୟ,
    ତମେ ଥାଅ ଅର୍ଧ ମୁଁ ଥାଏ ଅର୍ଧ
    ଚିହ୍ନା ପରେ ହେଲୁ ପୂର୍ଣ୍ଣ ।
    କେବେ ସେ ରାକେଶ ,ରାକେଶ ରତନ
    ମୁହିଁ ତ ସେଇ ଜୀବନ,
    ସାହିତ୍ୟ ପଥରେ ପଥିକ ତ ଅଟେ
    କିନ୍ତୁ, ନାହିଁ ମୋର ଚିହ୍ନ ବର୍ଣ୍ଣ ।

Leave a Reply

Your email address will not be published. Required fields are marked *