April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

Lets talk with a young writer, “Akash Sahu” hails from Baragarh, district of Odisha for SLF Literary Youth Icon Award contest-. 2023

Lets talk with a young writer, “Akash Sahu” hails from Baragarh, district of Odisha for SLF Literary Youth Icon Award contest-. 2023

*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର

ନାମ –ଶ୍ରୀ ଆକାଶ ସାହୁ
ପିତାଙ୍କ ନାମ– ଶ୍ରୀଯୁକ୍ତ ଦାଶରଥି ସାହୁ
ମାତାଙ୍କ ନାମ-ଶ୍ରୀମତୀ ସୁବର୍ଣ୍ଣ ସାହୁ
ଜନ୍ମ ତାରିଖ-୧୨.୦୬.୧୯୯୭
ଘର ଠିକଣା-ସାହ୍ଲେପାଲି,ଭେଡ଼େନ
ଜିଲ୍ଲା-ବରଗଡ଼
ଶିକ୍ଷାଗତ ଯୋଗ୍ୟତା-Sahitya shastri(B.A),D.El.Ed(CT)
ଇ-ମେଇଲ୍ ଠିକଣା[email protected]
ମୁଖପୁସ୍ତିକା /Facebook ଠିକଣା::https://www.facebook.com/profile.php?id=100053288829147

ଶ୍ରଦ୍ଧେୟ ଆକାଶ !
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।

1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?
ଉ.-ପିଲାଟି ଦିନରୁ ସାହିତ୍ଯ ପ୍ରତି ରୁଚିଥିଲା।ବିଭିନ୍ନ ପତ୍ର ପତ୍ରିକା ଆଦି ପଢ଼ୁଥିଲି।କଲେଜ୍ ସମୟରେ କେବେ କେମିତି କମ୍ କମ୍ ଲେଖୁଥିଲି।କଲେଜ୍ ପଢ଼ି ସାରିବା ପରେ ନିୟମିତ ଲେଖିଲି।
2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ଉ.-ସମୟ ଗତିଶୀଳ।ତା’ ସହ ତାଳ ଦେଇ ଚାଲିବା ହିଁ ଜୀବନ।ପାଠପଢ଼ା ସମୟରେ ପାଠପଢ଼େ।ସାହିତ୍ୟ ସବୁବେଳେ ମୋ ହୃଦୟରେ ଥାଏ।
3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?
ଉ.-ପରିବାରର ସହଯୋଗ ଅଛି ବୋଲି ତ ମୁଁ ଆଜି ଏଯାଏ ଆସିଛି।ପ୍ରଥମେ ପ୍ରଥମେ ଲୁଚି ଲୁଚି ଲେଖୁଥିଲି କାଲେ ଘରେ ଜାଣିଲେ ଗାଲି କରିବେ।କିନ୍ତୁ,ମୋ ପରିବାର ସବୁବେଲେ ମୋ ସହ ଥିଲା ଅଛି ଓ ଥିବ।
4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ? ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।
ଉ.-ଆଦର୍ଶ ଲେଖକ ଭାବରେ ମୁଁ ଅନେକ ଜଣଙ୍କୁ ଗ୍ରହଣ କରେ।ମାୟାଧର ମାନସିଂହ,ଗଙ୍ଗାଧର ମେହେର,ହଲଧର ନାଗ,ଫକୀର ମୋହନ ସେନାପତି ଓ ରାଧାନାଥ ରାୟ ଆଦି।ମୁଁ ସେମାନଙ୍କର ପ୍ରାୟ କାବ୍ଯ କବିତା ଗଳ୍ପ ପଢ଼ିଛି।ତାଙ୍କ ରଚନାରୁ ଗ୍ରାମ୍ଯ ସାମାଜିକ ଜୀବନ,ପ୍ରକୃତି,ପ୍ରେମ ପ୍ରଣୟ ଆଦି ମତେ ଆକୃଷ୍ଟ କରେ।
5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?
ଉ.-ମୁଁ ଗଳ୍ପ ଅପେକ୍ଷା କବିତାରେ ନିଜକୁ ଅଧିକ ବ୍ଯକ୍ତ କରିଛି।
6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?
ଉ.-କବିତା ଓ ଗଳ୍ପ ସ୍ରଷ୍ଟାର ସ୍ବତଃ ନିଃସୃତ ଧାରା।ଅବଶ୍ଯ ଭାବ ଓ ଶବ୍ଦ କୁ ନେଇ ସ୍ରଷ୍ଟା ଲେଖନୀ ଚାଲନା କରେ।
7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?
କବିତା ଓ ଗଳ୍ପ ଦୁହେଁ ସମାନ।କବିତା ସଂକ୍ଷିପ୍ତ ରୂପ କିନ୍ତୁ ଗପ ବିସ୍ତୃତ ରୂପ।
8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?
ଉ.-ନିଶ୍ଚିତ ଭାବେ କିଛି ଟା ଫରକ୍ ଅଛି।ଆଗରୁ କହିଛି କବିତା ସଂକ୍ଷିପ୍ତ କିନ୍ତୁ ଗପ ବିସ୍ତୃତ।ଭାବକୁ ନେଇ କବିତା।ଚରିତ୍ର ଓ ପୃଷ୍ଠଭୂମୀକୁ ନେଇ ଗପ।
9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?
ଉ.-ଦେଖନ୍ତୁ ସମୟ ଗତିଶୀଳ।ତା’ସହ ଆମକୁ ବି ଯିବାକୁ ପଡ଼ିବ।ବିଶ୍ବ ସାହିତ୍ଯ ସହ ତାଳ ଦେବା ପାଇଁ ଆଧୁନିକତାର ହାତ ଧରିବାକୁ ହେବ।ତା’ମାନେ ନୁହଁ ପୁରାତନକୁ ଛାଡ଼ିଦେବା।
10-ପୁରା କାଳରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?
ଉ.-ପୁରା କାଳର ଭାଷା-ପ୍ରୀତି ଆନ୍ଦୋଳନ ପାଇଁ ହିଁ ଆଜି ସାହିତ୍ଯ ତିଷ୍ଠି ରହିଛି।ଏବେ କିନ୍ତୁ କିଛି ଶିଥିଳତା ଆସିଛି।
11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?
ଉ.-ଅନେକ ଅନୁଭୂତି ଅଛି।ଏତିକି କହିବି ସାରସ୍ବତ ଜୀବନ ମତେ ବହୁତ କିଛି ଭଲ ପାଇବା ଦେଇଛି।ଅନେକ ଲୋକଙ୍କ ସହ ଆତ୍ମୀୟଭାବରେ ବାନ୍ଧିଛି।
12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।
ଉ.-ଜଗତୀକରଣ ଓ ବିଶ୍ବାୟନ ରେ ଓଡ଼ିଆ ସାହିତ୍ୟର ବିଶେଷ ଅବଦାନ ଅଛି।କାରଣ ସାହିତ୍ଯ ହିଁ ସମଗ୍ର ବିଶ୍ବକୁ ଏକତାରଜ ଯୋଡ଼େ।ଭାଷା ସହ ଭାଷା।ଭାବ ସହ ଭାବ।
13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?
କ୍ଷୁଦ୍ର ଗଳ୍ପ ଏବେ ପ୍ରାୟ ସମସ୍ତଙ୍କର ପସନ୍ଦ।କାରଣ,କମ୍ ସମୟରେ ପଢ଼ି ଅନେକ ଜାଣିହୁଏ।ଏବେ ସମସ୍ତେ ବ୍ଯସ୍ତ ବହୁଳ।
14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।
ଉ.-ନିଶ୍ଚିତ,ସାହିତ୍ଯ ସମାଜକୁ ସୁଦୃଢ଼ କରେ।ସମାଜକୁ ନୂଆଁ ବାଟ ଦେଖାଏ।ସାହିତ୍ଯିକ କାବ୍ଯ କବିତାରେ ସମାଜକୁ ଦିଗଦର୍ଶନ ଦିଏ।

15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?
ଉ.-ଟିକିଏ କଷ୍ଟ ହୁଏ।କିନ୍ତୁ,ଖୁସି ବି ଲାଗେ ନିଜର ଭୁଲ୍ ସୁଧାରିବାକୁ।

16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ଉ.-ସାହିତ୍ଯରେ ବୟସର ମାନେ କିଛି ନାହିଁ।ସାହିତ୍ଯ ହିଁ ସୃଜନଶୀଳତା।
17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
ଉ.-ବହୁତ୍ ଖୁସି।

18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?
ଉ.-ସୂର୍ଯ୍ୟୋଦୟ ଭାଷା ସାହିତ୍ଯ ପ୍ରତିଷ୍ଠାନ ଏକ ପ୍ଲାଟ୍‌ଫର୍ମ୍ ଯୁବପିଢ଼ି ପାଇଁ।ଆହୁରି ବି ନୂଆଁ ପିଢ଼ି କୁ ପୁରୁଣା ପିଢ଼ି ସହ ଯୋଡ଼ି ସୃଜନଶୀଳତାର ବିକାଶ ପାଇଁ ଏହା ସର୍ବଦା ଚେଷ୍ଟିତ।
19.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?
ଉ.-ସୋସିଆଲ୍ ମିଡିଆ ମାଧ୍ଯମରେ ହିଁ ସୂର୍ଯ୍ୟୋଦୟ ପରିବାର ସହ ମୁଁ ଯୋଡ଼ି ହେଲି।ଜୀବନ ତ ଅହରହ ବ୍ଯସ୍ତ।ସାହିତ୍ଯ ହିଁ ଜନଜୀବନକୁ ସମୃଦ୍ଧ କରେ ପ୍ରଗତିଶୀଳ କରେ।
20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।
ଉ.-ମୁଁ ଭାବେ ସାହିତ୍ଯ ହିଁ ଜୀବନ।ସୂର୍ଯ୍ଯୋଦୟ ଏମିତି ହିଁ ଚିରକାଳ ସାହିତ୍ଯ ପାଇଁ ସୃଜନ ଯାତ୍ରା ଜାରି ରଖିଥାଉ।

ସ୍ନେହର ଆକାଶ !
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।

ଅଭିନନ୍ଦନ ସହିତ

ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ|

 

Loading

2 thoughts on “Lets talk with a young writer, “Akash Sahu” hails from Baragarh, district of Odisha for SLF Literary Youth Icon Award contest-. 2023

  1. ସାକ୍ଷାତକାରରୁ ଜାଣିବାକୁ ମିଳିଲା ପ୍ରଥମେ ଆପଣ ଲୁଚି ଲୁଚି କବିତା ଲେଖୁଥିଲେ କିନ୍ତୁ,ଏବେ ପରିବାର ର ସହଯୋଗ କ୍ରମେ ଖୁବ୍ ସୁନ୍ଦର ସୁନ୍ଦର ସୃଷ୍ଟି ରଚନା କରି ଚାଲନ୍ତୁ ଓ ସାହିତ୍ୟ ଜଗତକୁ ସମୃଦ୍ଧିର ପଥରେ ଆଗେଇ ନିଅନ୍ତୁ।

  2. ଅଭିନନ୍ଦନ ଆକାଶ ଭାଇ! ବହୁତ୍‌ ସୁନ୍ଦର୍‌!!

Leave a Reply

Your email address will not be published. Required fields are marked *