May 29, 2023
11 11 11 AM
ALLUSION OF EVOLUTION – Manoj Kumar Panda 
ALLUSION OF MASOCHISM – Manoj Kumar Panda 
ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ
ମା’ତୁମେ ମମତାର ସାଗର – ଭାସ୍କର ରାଉତ
ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର
ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ
ସମୟ ବଡ଼ ବଳବାନ – ଭାସ୍କର ରାଉତ
ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ
ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ
ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ 
ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ
ଜୀବନ – ନଳିନୀ ପ୍ରଭା ମିଶ୍ର
କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର
ସାଧୁ ସାବଧାନ – ସୌଦାଗର ବିଶ୍ବାଳ
ପ୍ରତୀକ୍ଷାର ତୀରେ – ସୁଜାତା ଦାସ
ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା
ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ
ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି
Latest Post
ALLUSION OF EVOLUTION – Manoj Kumar Panda  ALLUSION OF MASOCHISM – Manoj Kumar Panda  ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ ମା’ତୁମେ ମମତାର ସାଗର – ଭାସ୍କର ରାଉତ ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ ସମୟ ବଡ଼ ବଳବାନ – ଭାସ୍କର ରାଉତ ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ  ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ ଜୀବନ – ନଳିନୀ ପ୍ରଭା ମିଶ୍ର କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର ସାଧୁ ସାବଧାନ – ସୌଦାଗର ବିଶ୍ବାଳ ପ୍ରତୀକ୍ଷାର ତୀରେ – ସୁଜାତା ଦାସ ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି

Lets talk with a  young and budding writer Rudra Narayan Dash hails from Bhubaneswar Khordha , district of Odisha for SLF Literary Youth Icon Award contest-. 2023

Lets talk with a  young and budding writer Rudra Narayan Dash hails from Bhubaneswar Khordha , district of Odisha for SLF Literary Youth Icon Award contest-. 2023

*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର

ନାମ –           ଶ୍ରୀ ରୁଦ୍ର ନାରାୟଣ ଦାଶ
ପିତାଙ୍କ ନାମ-   ଶ୍ରୀ ବିଜୟ କେତନ ଦାଶ
ମାତାଙ୍କ ନାମ-   ଶ୍ରୀମତୀ ପ୍ରିୟମ୍ବଦା ପଣ୍ଡିତ୍ରା
ଜନ୍ମ ତାରିଖ–     ୦୬ ଅପ୍ରେଲ ୨୦୦୩
ଘର ଠିକଣା-     ଅନାମ କଲୋନୀ, ପ୍ଲଟ- ୧୧୯୬, ନୟାପଲ୍ଲୀ, ଭୁବନେଶ୍ବର
ଜିଲ୍ଲା–             ଖୋର୍ଦ୍ଧା
ଶିକ୍ଷାଗତ ଯୋଗ୍ୟତା- +୩ ଉଦ୍ଭିଦ ବିଜ୍ଞାନ
ଇ-ମେଇଲ୍ ଠିକଣା-    rudradash89@gmail.com

  ସ୍ନେହର ରୁଦ୍ର ନାରାୟଣ!!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।

1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?

ଉ-            ପ୍ରାୟ ଗ୍ରାଜୁଏସନ କରିବାର ପ୍ରଥମ ବର୍ଷରୁ ହିଁ! ଘରଠାରୁ କଲେଜ ନଅ-ଦଶ କି.ମି. ଥିବାରୁ ପ୍ରତିଦିନ ବସରେ ଯା ଆସ କରିବାକୁ ପଡୁଥିଲା। ବସ, ଯାତ୍ରୀ, ଭିନ୍ନ ଭାଷାଭାଷୀ, ଚାଲିଚଳଣ ତଥା ସର୍ବୋପରି ମାର୍ଗର ଉଭୟ ପାର୍ଶ୍ବରେ ଜୀବମୟ ଜଡ ତଥା ସମସ୍ତ ଘଟଣା ଦୁର୍ଘଟଣାର ମୂକସାକ୍ଷୀ ପଲ୍ଲବିତ ସବୁଜ କାୟା ତାଙ୍କ ପ୍ରେମ ରଜ୍ଜୁରେ ଏପରି ବାନ୍ଧିଦେଲେ ଯେ କବିତାର ପୁଲକ ମୋ ଶରୀରକୁ କେତେବେଳେ ପୁଲକିତ କରି ରୋମାଞ୍ଚ ଭରିଦେଲା ତା’ ଅଜଣା।

2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?

ଉ-           କେବେହେଲେ କବିତା ଲେଖିବାକୁ ନିର୍ଦ୍ଦିଷ୍ଟ ସମୟ ଦେବାକୁ ପଡିନାହିଁ। କାରଣ ଏହା କେଉଁଠି କେବେ ବି ଆପଣାଛାଏଁ ଚାଲିଆସେ।

3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?

ଉ-          ହଁ ମାଆଙ୍କର ବିଶେଷ ଭୂମିକା ରହିଛି। ଏତଦବ୍ଯତୀତ ସମ୍ପର୍କୀୟ ଶ୍ରୀ ଶ୍ରୁତିକାନ୍ତ ନନାଙ୍କର ଅବଦାନକୁ ଭୁଲି ପାରିବିନି।

4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ?  ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।

ଉ-             ବିଶେଷ କରି ରୀତିଯୁଗୀୟ ସାହିତ୍ଯିକ/କବିଙ୍କ ଦ୍ବାରା ପ୍ରଭାବିତ। ଆଦର୍ଶ ଭାବେ କବିବର ରାଧାନାଥ ରାୟଙ୍କୁ ମାନିଥାଏ। ନଟବାଣୀ ଛନ୍ଦରେରେ ଏକ ନବ ଯୌବନ ଦେଇଥିବା ଚିଲିକାକୁ ଅଦ୍ଯାବଧି ଅନେକ ଥର ପଢିସାରିଥିଲେ ମଧ୍ଯ ଯେତେଥର ପଢେ ସେତେ ନୂଆ ଅର୍ଥ, ନୂତନ ଜୀବନ ଦର୍ଶନକୁ ଉପଲବ୍ଧି କରେ। ମାଆ ସରସ୍ବତୀଙ୍କ ଆଶୀର୍ବାଦର ଜ୍ବଳନ୍ତ ପ୍ରତିଫଳନ ହେଉଛି ଚିଲିକା।    ମୃତ୍ଯୁ ଅବଶ୍ଯମ୍ଭାବୀ। ଜୀବନରେ କେବେ ସମୟ ମିଳିଲେ ଚିଲିକାକୁ ପଢି ଦେଖନ୍ତୁନା ଆପଣଙ୍କୁ ପରମ ଶାନ୍ତି ପ୍ରାପ୍ତ ହେବା ସହ ନିତିଦିନିଆ ଜଞ୍ଜାଳମୟ ଜୀବନରେ ଶାନ୍ତିର ମାର୍ଗ ବାଛିବାରେ ସହାୟକ ହେବ, ଏହା ହିଁ ମୋର ଆଶା।

5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?

ଉ-          ଅଧୁନା ସଭିଏଁ ସମୟର ଦାସ। ପାଠକୀୟଙ୍କ ପରିକଳ୍ପନା, ଯୋଜନା, କର୍ମକ୍ଷେତ୍ର, ଚାପ ର କାରଣ ହେତୁ କିପରି କମ ସମୟରେ ନିଜ ମନକୁ ପରିବର୍ତ୍ତନ କରିବାପାରିବେ ତାକୁ ଆଖିରେ ରଖି ରୋମାଣ୍ଟିକ କବିତା ଲେଖିବା ଆରମ୍ଭ କରିଦେଲି।

6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?

ଉ-           ଗଳ୍ପ କ୍ଷେତ୍ରରେ ଆମେ ଚରିତ୍ର, ପାର୍ଶ୍ବ ଚରିତ୍ରର ବିଶଦ ବର୍ଣ୍ଣନା ଉପରେ ଧ୍ଯାନ ଦେଉଥିବା ସମୟରେ କବିତା କ୍ଷେତ୍ରରେ ଶବ୍ଦ ଓ ତା’ ଆକର୍ଷିତ ଗୁଣ ତତ ସହିତ ମାଦକତା ଉପରେ ଧ୍ଯାନ ଦେବା ଅନିବାର୍ଯ୍ଯ ହୋଇପଡେ।

7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?

ଉ-            କବିତା ଓ ଗଳ୍ପ ଉଭୟେ ସାହିତ୍ଯର ଦୁଇ ଅଙ୍ଗ ଯାହା ସମାଜର ନିଚ୍ଛକ ଚିତ୍ରକୁ ଶାଣିତ ଲେଖନୀ ସାହାଯ୍ଯରେ ପ୍ରତିବିମ୍ବିତ କରନ୍ତି। ବିଷମତା କହିଲେ ଲିଖନ ଶୈଳୀ ଓ ଶବ୍ଦର ସଜ୍ଜୀକରଣକୁ ବୁଝାଏ।
    କବିତା ଯଦି ନିଦାଘ ସଞ୍ଜରେ ମଲ୍ଲୀର ବାସ ହୁଏ, ଗଳ୍ପ ଶୀତ ସକାଳର ତାଜା ଚାହାଟିଏ।

8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?

ଉ-                କବିତା କ୍ଷେତ୍ରରେ କବିକୁ ଚରିତ୍ର ମଧ୍ଯରେ ଆବଦ୍ଧ ହୋଇ ପାଠକୀୟଙ୍କ ମନ ଜିଣିବାକୁ ପଡେ; ବେଳେବେଳେ ଅନେକ କଥାକୁ କବିଟିଏ ସମ୍ପୂର୍ଣ୍ଣ ରୂପ ଦେବାରେ ଅସଫଳ ରହିଲେ କବିତା ଲୋକପ୍ରିୟତା ହାସଲ କରିପାରେନାହିଁ।
    ଗଳ୍ପ କ୍ଷେତ୍ରରେ ଏହାର ସମ୍ପୂର୍ଣ୍ଣ ବିପରୀତ ସ୍ଥିତି ମାତ୍ର ପାଠକୀୟଙ୍କ ମନ ଜିଣିବା ବାଞ୍ଛନୀୟ।

9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?

ଉ-             ସାହିତ୍ଯ ଯୁଗାଶ୍ରୟୀ। ଯୁଗକୁ ଯୁଗ ର ପରିବର୍ତ୍ତନ ସହ ପରମ୍ପରା ତଥା ସ୍ବାଭିମାନକୁ ଏବଂ ମୂଳ ଭିତ୍ତିକୁ ଅକ୍ଷୁର୍ଣ୍ଣ ରଖିପାରିଲେ ଉତ୍ତର ଆଧୁନିକତାର ପ୍ରବେଶ କିଛି ମନ୍ଦ ହେବ ନାହିଁ।

10-ପୁରା କାଳରେ କରାଯାଇଥିବା  ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?

ଉ-         ବିପ୍ଳବ ପ୍ରତ୍ଯେକ ଜାତିର ଭାଷାକୁ ଅମୃତମୟ ପଥ ଦର୍ଶାଇଥାଏ। ଆଜିର ପରିସ୍ଥିତିରେ ଏହା ଶୀତଳଯୁଦ୍ଧ ରେ ପରିଣତ ହେବା ଜରୁରୀ ମନେହୁଏ। ଶୀତଳଯୁଦ୍ଧ ଏକ ଶାନ୍ତି, ମୈତ୍ରୀ ତଥା ଜାତୀୟ ସ୍ବାର୍ଥର ସଠିକ ଦିଗଦର୍ଶନ ଦିଏ।

11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?

  ଉ-         ଯେବେ ଏକବିଂଶ ଶତାବ୍ଦୀର କବି ତା’ ମାନସପଟରେ ରୀତିଯୁଗୀୟ କାବ୍ଯକୁ ପାଥେୟ ପୂର୍ବକ ଆଧୁନିକ କବିତାରେ ପ୍ରଚଳିତ ଶବ୍ଦ ସହ ସଙ୍ଗମ ପୂର୍ବକ ସମାଜ ସମ୍ମୁଖରେ ପରିବେଷଣ କରେ ତେବେ ମନକୁ ଶାନ୍ତି ମିଳେ।
   ଯେବେ ମୋର ‘ଜୀବନର ଅର୍ଥ’ ସମ୍ବାଦ କଳିକାରେ, ‘ଯୌତୁକ ବନ୍ଦିନୀ’ ଏସ୍ ଏଲ୍ ଏଫ୍ ୱେବସାଇଟରେ ପ୍ରକାଶ ପାଇଥିଲା, ଯେବେ ଶ୍ରୀ ମନୋଜ ଭାଇଙ୍କ ସହ ଆନ୍ତର୍ଜାତୀୟ କବିତା ସମ୍ମିଳନୀରେ ଯୋଗ ଦେଇ ସେମାନଙ୍କୁ ସିଧାସଳଖ ଶୁଣିବାର କଥା ହେବାର ସୁଯୋଗ ପାଇଥିଲି ସେବେ ମୋ ପାଇଁ ଖୁସିର ମୁହୂର୍ତ୍ତ ଥିଲା।

12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।

ଉ-              ଜଗତୀକରଣ ସାହିତ୍ଯ ପ୍ରତି ତା’ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଛି। ସାହିତ୍ଯ ବିଭିନ୍ନ ଭାଷା ରେ ଅନୁବାଦ ପ୍ରକ୍ରିୟା ଏବେ ମଧ୍ଯ ଚାଲୁଛି। ଏହା ହିଁ ତ ବିଶ୍ବାୟନ।

13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?

ଉ-            କ୍ଷୁଦ୍ରଗଳ୍ପ କ୍ଷେତ୍ରରେ ଆମେ ବହୁ ସାରା ସମ୍ଭାବ୍ଯତାକୁ ଖୋଜିଥାଉ। ଶେଷ ସମୟରେ ମନ ପରବର୍ତ୍ତୀ ସମୟରେ ଅନେକ ଘଟଣାକୁ ରୂପ ଦିଏ। ପାଠକର ଚିନ୍ତନ ଶକ୍ତି ବଢାଏ। ରୋମାଞ୍ଚ ଆଣିବାରେ କ୍ଷୁଦ୍ରଗଳ୍ପର ଭୂମିକା ଗୁରୁତ୍ବପୂର୍ଣ୍ଣ ମନେହୁଏ।

14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି  ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।

ଉ-            ହଁ, ନିଶ୍ଚିତ। ଆମର ସଂସ୍କାର ସାମାଜିକ ଜୀବନରେ ପ୍ରତିଫଳିତ ହୁଏ। ବାସ୍ତବରେ କହିବାକୁ ଗଲେ ଆମେ ନିତିଦିନିଆ ଜୀବନକୁ ନେଇ ସାହିତ୍ଯ ରଚନା କରୁ; ପରୋକ୍ଷରେ ଏହାହିଁ ତ ଜୀବନର ବାସ୍ତବ ଦର୍ଶନକୁ ଉପଲବ୍ଧ କରାଏ।

15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି  ସେତେ ଭଲ ହୋଇପାରିନି,  ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?

  ଉ-             ସ୍ରଷ୍ଟାର  ସର୍ବଦା ସୁନ୍ଦର ହୋଇଥାଏ। ହଁ, କେବେକେବେ ଆମେ ଏ ସମ୍ପର୍କରେ ଭାବିନେଉ। ଏହାର ମୂଳ କାରଣଟି କବିତା ଜୀବନ୍ତ ହେବା ଦରକାର। ଦେଶଜ ଶବ୍ଦଟିଏ ହେଉ ନା କାହିଁକି ମାତ୍ର ଜୀବନ୍ତ ହେବା ଅନିବାର୍ଯ୍ଯ ହୋଇପଡେ।

16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।

ଉ-        ମୁଁ ମୋ ଶିକ୍ଷକତା ଜୀବନରେ ଯେତେ ଦାନ କରେ ତାହାଠାରୁ ଅଧିକ ମଧ୍ଯ ଶିଖେ। ସପ୍ତମ ଶ୍ରେଣୀ ସାହିତ୍ଯ ପୁସ୍ତକରେ ଏକ କବିତା ‘ଛୋଟରୁ ବଡ’ରେ କ୍ଷୁଦ୍ର ହେଲେ ମଧ୍ଯ ଅନେକ ସମ୍ଭାବନା ନିହିତ ଥାଏ, କୌଣସି ବୟସ, ଶ୍ରେଣୀର ଅନ୍ତର କରିବା ଅନୁଚିତ ମନେ ହୁଏ।

17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।

ଉ-           ସୂର୍ଯ୍ଯୋଦୟ ସବୁବେଳେ ନୂତନ କଳିକାର ଅନ୍ବେଷଣ କରେ; ସେ ବଣମଲ୍ଲୀ ହେଉ କି ଝଡି ଯାଇଥିବା ଗଙ୍ଗଶିଉଳି। ସମସ୍ତେ ନିଜ  ଅନୁସାରେ ନିଜକୁ ପ୍ରମାଣିତ କରନ୍ତି। ଏହା ପ୍ରତ୍ଯେକଙ୍କ ପାଇଁ ଏକ ସୁଯୋଗ।
    ହଁ, ସମସ୍ତେ ତ ଖୁସି ହୁଅନ୍ତି। ମୁଁ ଅବା ନ ହେବି କିପରି!

18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?

ଉ-             ଏକ ବଡଭାଇଙ୍କ ଅନୁଶାସନ, ଶିକ୍ଷକଙ୍କ ଚିରନ୍ତନ ଶିକ୍ଷା, ସହକର୍ମୀଙ୍କ ସହ ବନ୍ଧୁତ୍ବର ଡୋରି ସର୍ବୋପରି ସ୍ନେହ, ପ୍ରେମ, ଅଭିମାନକୁ ମର୍ମେ ମର୍ମେ ଅନୁଭବ କରିଛି। ବୋଧହୁଏ ସେଥିପାଇଁ ସୂର୍ଯ୍ଯୋଦୟ ସହ ମୋ ସାହିତ୍ଯ ଜୀବନରେ ଏକ ଭିନ୍ନ ସଂକଳ୍ପର ଉଦୟ ଅର୍ଥେ ଯୋଡି ହେଇଯାଇଛି..

19.ସୂର୍ଯ୍ୟୋଦୟ  ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?

  ଉ-         ଶ୍ରୀ ମନୋଜ ଭାଇଙ୍କ ଦ୍ବାରା ମୁଁ ସ୍ବର୍ଯ୍ଯୋଦୟରେ ପ୍ରଥମ ପାଦ ରଖିଥିଲି। ଏହାଛଡା ତାଙ୍କ ସହ ପୂର୍ବରୁ ଏକ ଆନ୍ତର୍ଜାତିକ କବିତା ସମ୍ମିଳନୀରେ ଯୋଗ ଦେବାର ସୁଯୋଗ ଲାଭ କରିସାରିଛି; ଯାହା ମରଣଂ ଯାବତ୍ ସ୍ମରଣୀୟ।
          ଏକ ନୂଆ ସକାଳ ସହ ଯେପରି ନୂଆ ଆଶା ମନରେ ବସା ବାନ୍ଧନ୍ତି ସେପରି ସାହିତ୍ଯ ପ୍ରତିଦିନ ପ୍ରତ୍ଯେକଙ୍କ ବ୍ଯସ୍ତବହୁଳ ଜୀବନରେ ଆସିଥାଏ। ଗ୍ରୀଷ୍ମର ଝାଞ୍ଜିରେ ହେଉ ଅବା ରସସିକ୍ତା ବର୍ଷାରେ ପ୍ରାବୃଟର ସ୍ପର୍ଶ ଅବା ସେ ଶୀତର ଶିଶିର; ଆମେ ସାହିତ୍ଯକୁ ମର୍ମେ ମର୍ମେ ଅନୁଭବ କରୁ।

20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।

  ଉ-        ସାହିତ୍ଯ ମୋ ପ୍ରେମିକା। ବାସ ମୁଁ ମୋ ପ୍ରେମିକାର ଆଜୀବନ ଦାସ ହେଇ ରହିବାକୁ ଚାହେଁ। ମୋ ଜୀବନକୁ ସେ ପ୍ରତିକ୍ଷଣରେ ତା ସ୍ପର୍ଶରେ ଏପରି ସଜାଡୁଥାଏ ତା କଳ୍ପନାତୀତ। ଆଉ ବା ମୋ ପ୍ରେମିକା ବିଷୟରେ ଅଧିକ କ’ଣ କହିବି!
       ସୂର୍ଯ୍ଯୋଦୟ ଏହିପରି ଭାବେ ଆମ ସପକ୍ଷରେ ଛିଡା ହେଉ,  ସଜାଡୁଥାଉ, ବସନ୍ତର ସ୍ପର୍ଶ ଦେଇ ସାହିତ୍ଯର ସେ ଅସୀମ ପଥର ଅବିଶ୍ରାନ୍ତ ପଥିକ କରାଇଦେଉ ଏହା ହିଁ ପ୍ରାର୍ଥନା।।

ସ୍ନେହର ରୁଦ୍ର ନାରାୟଣ!
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।

ଅଭିନନ୍ଦନ ସହିତ

ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ

 854 total views,  1 views today

11 thoughts on “Lets talk with a  young and budding writer Rudra Narayan Dash hails from Bhubaneswar Khordha , district of Odisha for SLF Literary Youth Icon Award contest-. 2023

  1. ବହୁତ ଭଲ ଲେଖିଛ ।
    ଏମିତି ଆଗେଇ ଚଲ ଆଉ ଆମ ନମ ରଖ।

  2. Your poet and itself you are always grounded and heart touching.
    Keep doing, keep growing and make us proud like this…my dear friend.

  3. ଆପଣଙ୍କ ସାକ୍ଷାତକାର ପଢି ଜାଣିବାକୁ ପାଇଲି ଆପଣ ସାହିତ୍ଯ କୁ ନିଜ ପ୍ରେମିକା ବୋଲି ଭାବି ଆଜୀବନ ତାହାର ଦାସ ହେଇ ରହିବାକୁ ଚାହଁଛନ୍ତି। ସାହିତ୍ୟର ସ୍ପର୍ଶରେ ଆପଣଙ୍କ ଜୀବନ ତଥା ଆପଣଙ୍କ ସୃଷ୍ଟିରେ ଏ ସମାଜ ସଜାଡୁଥାନ୍ତୁ।ଏଥିପାଇଁ ଢେର୍ ସାରା ଶୁଭେଚ୍ଛା ଆଜ୍ଞା☺️।।

  4. Rudra, you and your words are very touching and magical. Writer like you has kept pride of our odia language. Your respect towards your mother language is highly appreciated. I wish you all the very best, keep going.

  5. ଖୁସି ହେଲି ଭାଇ ପଢି

    ଏ ଯାତ୍ରା ଅବ୍ୟାହତ ରହୁ ଚୀରକାଳ ପାଇଁ……❤️
    ଗୋଟେ ସମ୍ଭାବନା ବିଛେଇ ଯାଉ ଦିଗନ୍ତ ଯାଏଁ, ପାଠକୀୟ ସ୍ଵୀକୃତି ଲାଭ କରୁ ପ୍ରତିଟି ସୃଷ୍ଟି ଏବଂ ସର୍ଜନା……

    ଗର୍ବ ହୁଅ ଆମ ପାଇଁ ମୋ ମାଆ ପାଇଁ ❤️

  6. ଅଜସ୍ର ଶୁଭେଚ୍ଛା ଛୋଟୁ

    ତମ କବିତା ପଢ଼ିଛି ବେଶ୍ ଚମତ୍କାର ଚରିତ୍ର ଗୁଡିକ ଚିତ୍ରଣ କରିଥାଅ ତମେ । ସତରେ ଏ ଅଳ୍ପ ବୟସରେ ସେ ସବୁ ଲେଖିବା କଷ୍ଟକର । ତମର୍ ଧାରା ବାହିକ ଗଳ୍ପ ଯାହା ଆଗାମୀ ଦିନରେ ଉପନ୍ୟାସ ନେବାକୁ ପଣ କରିଥିଲା .. ସେଥିର କିଛି ଅଂଶ ପଢି ବେଶ୍ ମନମୁଗ୍ଧ ହେଇଥିଲି । ଆଗେଇ ଚାଲ ଆହୁରି ଆଗକୁ

Leave a Reply

Your email address will not be published. Required fields are marked *