April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

Lets talk with a  young and budding poetess Bhagyashree Dey hails from Byasabhumi Balasore , district of Odisha for SLF Literary Youth Icon Award contest-. 2023

Lets talk with a  young and budding poetess Bhagyashree Dey hails from Byasabhumi Balasore , district of Odisha for SLF Literary Youth Icon Award contest-. 2023

*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର

ନାମ – ଭାଗ୍ୟଶ୍ରୀ  ଦେ
ପିତା ଙ୍କ ନାମ – ନାରାୟଣ ପ୍ରସାଦ ଦେ
ମାତା ଙ୍କ ନାମ –ମିନତି ରାଣୀ ଦେ
ଜନ୍ମ ତାରିଖ25-11-1999
ଘର ଠିକଣା -ବାଗୁଡ଼ି, ସୋର
ଜିଲ୍ଲା -ବାଲେଶ୍ୱର
ଶିକ୍ଷାଗତ ଯୋଗ୍ୟତା –ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ
ଇ -ମେଲ[email protected]
ଫେସ ବୁକ ର ଠିକନା –
https://www.facebook.com/bhagyashree.dey.5688?mibextid=ZbWKwL

ସ୍ନେହର ଭାଗ୍ୟଶ୍ରୀ!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।

1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?

ଉ : ସାହିତ୍ୟ ଯାହା ସମସ୍ତ ଙ୍କର ଜୀବନରେ ଏକ ନୂତନ ଭାବନା ଉଦ୍ଦୀପନା ଆଣିଥାଏ। ଇଚ୍ଛା ନଥିଲେ ବି ମୋତେ ସାହିତ୍ୟ ଛାତ୍ରୀ ହେବାକୁ ପଡିଥିଲା। ଆଉ ଏହି ସାହିତ୍ୟ ଛାତ୍ରୀ ର ସ୍ଥାନ ନେଇ ପହଞ୍ଚାଇ ଦେଇଥିଲା କେଉଁ ସୁଦୂର ପ୍ରାଙ୍ଗଣରେ।ଅଷ୍ଟମ ଶ୍ରେଣୀ  ରୁ କବିତା ଲେଖିବା ମୋର ଆରମ୍ଭ ହେଇଥିଲା ପ୍ରାୟ ତେର ବର୍ଷ ବୟସ ରୁ ତାପରେ ବନ୍ଦ ହୋଇ ଯାଇଥିଲା। ପୁଣି ଆରମ୍ଭ ହେଲା ଯେତେବେଳେ ସ୍ନାତକର ଛାତ୍ରୀ ହେଲି। ଆଉ ସେହି ଇଚ୍ଛା ଆଉ ଭରସା ଆଜି ମୋତେ ନେଇ ଛିଡା କରାଇଲା କବୟିତ୍ରୀ ଭାବରେ।

2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?

ଉ : ଯେହେତୁ ମୁଁ ଭାଷା ସାହିତ୍ୟ ର ଛାତ୍ରୀ, ଏହା ହିଁ ମୋତେ ପ୍ରେରଣା ଦିଏ ପାଠପଢା ଓ ସାରସ୍ୱତ ସାଧନା କୁ ଏକତ୍ର ଭାବରେ ଆହରଣ କରିବା ନିମନ୍ତେ. ସାମାଜିକ ଜୀବନସହ ଏଗୁଡିକ ସମୟ କ୍ରମେ ମୋ ଜୀବନ ର ଅଂଶ.

3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?

ଉ: ହଁ, କାରଣ ମୋ ଜେଜେଙ୍କର ଓଡ଼ିଆ ସାହିତ୍ୟ ପ୍ରତି ବହୁତ ଦୁର୍ବଳତା। ତେଣୁ ସେ ହିଁ ମୋତେ ଓଡ଼ିଆ ପଢିବାକୁ ପ୍ରୋସାହନ ଦେଇଥିଲେ। ମୋ ପରିବାର ମଧ୍ୟ ଏଥିରେ ମୋତେ ବହୁତ ସହଯୋଗ କରନ୍ତି।

4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ?  ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।

ଉ : ସତ କହିବାକୁ ଗଲେ ମୋ ଗୁରୁ ଶରତ ମହାନ୍ତି ଓ ମୁରଲୀ ସାର ଙ୍କର କବିତା ର କବିକ୍ୟ ଶୈଳୀ ହିଁ ମୋତେ ପ୍ରେରଣା ଦେଇଛି ଲେଖିବାକୁ। କିନ୍ତୁ ସବୁଜ ଯୁଗରେ କବିଙ୍କର ଲେଖା ମୋତେ ବହୁତ ଭଲ ଲାଗେ।

5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?

ଉ: କବିତା ଓ ଗଳ୍ପ

6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?

ଉ: ମୋ ମତରେ, କବିତା ଗଳ୍ପାଦି ରଚନା ସମୟରେ ବ୍ୟକ୍ତିଗତ ଅନୁଭବର ପରିପ୍ରକାଶ ନିହାତି ଜରୁରୀ। ଯାହା ଦ୍ଵାରା ଏହାର ଆତ୍ମିକ ସତ୍ତାଟି ପ୍ରକଟିତ ହୋଇଥାଏ। କଳ୍ପନା ହେଉ ଅବା ବାସ୍ତବ-ଜୀବନ, ବ୍ୟକ୍ତିଗତ ଅନୁଭବ ହିଁ ସାହିତ୍ୟ-ସର୍ଜନାର ସାଧନ।

7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?

ଉ: କବିତା ଓ ଗଳ୍ପ ଉଭୟ ସାହିତ୍ୟର ଅଂଶ। ଆଧୁନିକ କାଳରେ ଏହି ଉଭୟ କଳାକୃତିର ସ୍ଵତନ୍ତ୍ର ମର୍ଯ୍ୟାଦା ରହିଛି। ଉଭୟର ରଚନାଶୈଳୀ ଭିନ୍ନ। କିନ୍ତୁ ଲକ୍ଷ୍ୟ ପ୍ରାୟଶଃ ସମାନ। ବ୍ୟକ୍ତିଟିଏ ନିଜର ଭାବକୁ ଏହି ଦୁଇଟିଯାକ କଳାରେ ସ୍ଥାନ ଦେଇପାରେ ଏବଂ ପଠନ ଦ୍ଵାରା ଉଭୟର ଅମୃତମୟ ସ୍ପର୍ଶ ମଧ୍ୟ ଲାଭ କରିପାରେ। ତେଣୁ ତୁଳନାତ୍ମକ ଭିତ୍ତିରେ ସାମ୍ୟ ବୈଷମ୍ୟର ଆକଳନ ନକରି ଉଭୟ କଳାକୁ ଯଥୋଚିତ ମର୍ଯ୍ୟାଦା ଦେବା ଆବଶ୍ୟକ।

8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?

ଉ: ଗଳ୍ପ ଓ କବିତାର ଚରିତ୍ର ସର୍ବଦା ଜୀବନ୍ତ ହେବା ଆବଶ୍ୟକ। ଚରିତ୍ର ଚିତ୍ରଣ ସମୟରେ ସ୍ରଷ୍ଟା ସଚେତନ ହେବା ବିଧେୟ, ଯେପରି ପାଠକ ମନରେ ଉକ୍ତ ଚରିତ୍ରର ଛବି (Potrait) ସ୍ଵତଃ ଅଙ୍କିତ ହୋଇଯିବ।

9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?

ଉ: ଉତ୍ତର ଆଧୁନିକତା (Post-modernism) ସାଂପ୍ରତିକ ସାହିତ୍ୟ କ୍ଷେତ୍ରରେ ପ୍ରଭାବ ବିସ୍ତାର କରୁଛି। ସାହିତ୍ୟରେ ଏପରି ଅନେକ ପର୍ଯ୍ୟାୟ ଆସେ। ନୈତିକତା, ସାମାଜିକତା, ଶାନ୍ତି, ମୈତ୍ରୀ, ବ୍ୟକ୍ତି-ଜୀବନସତ୍ତା ଆଦି ସହିତ ସମଗ୍ର ବିଶ୍ବକୁ ବିକାଶ ପଥରେ ଆଗେଇ ନେବା ଏହାର ଉପଜୀବ୍ୟ। ତେବେ ସାହିତ୍ୟ ଉତ୍ତର – ଆଧୁନିକତା ଦ୍ଵାରା ପ୍ରଭାବିତ ହୋଇ ବିଶ୍ଵ ପାଇଁ କଲ୍ୟାଣକର ହେଉ, ଏତିକି ଆମେ ପ୍ରାର୍ଥନା କରିପାରିବା।

10-ପୁରା କାଳରେ କରାଯାଇଥିବା  ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?

ଉ: ସାଂପ୍ରତିକ କାଳର ସବୁଠାରୁ ବଡ଼ ସମସ୍ୟା ହେଉଛି ଅତୀତର ସତ୍ୟତା ପ୍ରତି ଅସଚେତନତା। ନିଜସ୍ଵ ଜାତି ତଥା ଭାଷା ପ୍ରତି ସାଧାରଣ ଜନତାର ବିମୁଖତା ହିଁ ସମଗ୍ର ଜାତିକୁ ଧ୍ବଂସାଭିମୁଖୀ କରେ। “ଭାଷା ହେଉଛି ଜାତିର ପରିଚିତି ଏବଂ ଭାଷା-ପ୍ରୀତି ହେଉଛି ଜାତୀୟ କର୍ତ୍ତବ୍ୟ। ” – ଏହିପରି ମାନସିକତା ଯେପର୍ଯ୍ୟନ୍ତ ଆସିନାହିଁ, ସେପର୍ଯ୍ୟନ୍ତ ଜାତୀୟ ଉନ୍ନତି ସମ୍ଭବପର ନୁହେଁ।

11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?

ଉ: ଅନୁଭୂତି ତ ବହୁତ, କିନ୍ତୁ ଥରେ କବିତା ପାଠୋତ୍ସବ ‘ଗାଁ ମଜଲିସ ‘ସାହିତ୍ୟ ସଂସଦ କୁ ପ୍ରଥମ କରି ଯାଇଥାଏ। ସେଠାରେ ଜଣେ ଦର୍ଶକ ଭାବରେ ବସିଥାଏ। କିନ୍ତୁ ମୋ ସାର ମୋର ପରିଚୟ ଦେଇ ଗୋଟିଏ କବିତା ପଢ଼ିବାକୁ କହିଲେ, ମୁଁ ହଠାତ୍ ଡରିଗଲି। କିନ୍ତୁ ସାଙ୍ଗରେ ଆଣିଥିବା ବ୍ୟାଗରେ ଅନେକ ଦିନରୁ ସ୍ଵଲିଖିତ ମା’ ନାମ ରେ ଗୋଟିଏ କବିତା ଥିଲା। ସେହି କବିତା ଟିକୁ ପଢିବାକୁ ସମସ୍ତେ ମୋତେ କହିଲେ। ତା‘ପରେ ସେହି କବିତା ପ୍ରଥମ କରି “ଶଙ୍ଖବେଳା “ପତ୍ରିକା ରେ ବାହାରିଥିଲା। ସେଦିନ ମୁଁ ବହୁତ ଖୁସି ଥିଲି କାରଣ ସେଇଟା ହିଁ ଥିଲା ମୋ ଜୀବନ ର ସବୁଠାରୁ ସ୍ମରଣୀୟ ଦିନ।

12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।

ଉ: ସମଗ୍ର ମାନବ ସଭ୍ୟତାକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବା ପାଇଁ ଜଗତୀକରଣର ଆବିଷ୍କାର। ଏହା ବିଶ୍ଵଶାନ୍ତି ଓ ବିଶ୍ଵମୈତ୍ରୀର ଆବାହକ। ଜଗତୀକରଣ ମାଧ୍ୟମରେ ସାହିତ୍ୟର ବ୍ୟାପ୍ତି ଓ ଦୀପ୍ତି ପ୍ରକାଶିତ ହେବା ଅବଶ୍ୟମ୍ଭାବୀ। ଅନୁବାଦ, ତୁଳନାତ୍ମକ ଅଧ୍ୟୟନ ତଥା ସମାଲୋଚନା ସାହିତ୍ୟର ନୂତନ ଦିଗ ଉନ୍ମୋଚନରେ ଜଗତୀକରଣ ତଥା ବିଶ୍ଵାୟନ ସହାୟକ ହେବ।

13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?

ଉ: ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପରେ ବିବେକୀ ପାଠକ ପାଇଁ ଭରିରହିଛି ଅସୀମ ଆନନ୍ଦ। ପାଠକକୁ ତଲ୍ଲୀନ କରିବା ଭଳି ଉପାଦାନର ଅଭାବ ନାହିଁ ଓଡ଼ିଆ କ୍ଷୁଦ୍ରଗଳ୍ପରେ।

14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି  ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।

ଉ: ସାମାଜିକ ସଂସ୍କାର ହିଁ ଅଗ୍ରଗତିର ଶୁଭ ଶଙ୍ଖଧ୍ଵନି। ସମାଜ ଓ ସାହିତ୍ୟ ଉଭୟ ସୂକ୍ଷ୍ମ ସୂତ୍ରରେ ଆବଦ୍ଧ। ତେଣୁ ସାହିତ୍ୟିକ ଯେ ଜଣେ ସମାଜ ସଂସ୍କାରକ, କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ସମାଜ ସଂସ୍କାରକଙ୍କର ସାମାଜିକ ଅଙ୍ଗୀକାରବଦ୍ଧତା ତଥା ସାମାଜିକ ଦାୟବଦ୍ଧତା ରହିବା ବିଧେୟ।

15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି  ସେତେ ଭଲ ହୋଇପାରିନି,  ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?

ଉ: କାରଣ, ବୟସ ବଢିଲେ ଶରୀର ବୁଢା ହୁଏ, କିନ୍ତୁ ମନ ବୁଢା ହୁଏ ନାହିଁ।ତେଣୁ ସବୁ କିଛି ଜୀବନ ରେ ଗୁରୁତ୍ୱପୂର୍ଣ୍ଣ ଅଟେ।

16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।

ଉ: ଅନୁଭବ, ଅନୁଭୂତି ଓ ମନନ ବ୍ୟକ୍ତିର ଆତ୍ମିକ ସତ୍ତାକୁ ଜୀବନ୍ତ କରିଦିଏ। ପୁସ୍ତକ ପଠନ ଦ୍ଵାରା ଏହା ହୁଏ ମାର୍ଜିତ ଓ ସଂସ୍କୃତ। ସୃଜନଶୀଳ ବ୍ୟକ୍ତିମାନେ ଏ ସମସ୍ତ ଉପରେ ଗୁରୁତ୍ଵାରୋପ କରିଥାଆନ୍ତି।

17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।

ଉ: ବହୁତ ଖୁସି ଅଛି, ଏବଂ ହୃଦୟ ରୁ ଆନ୍ତରିକ ଧନ୍ୟବାଦ ମଧ୍ୟ। ବହୁ ବର୍ଷ ଧରି ରହିଥିବା ମୋର ଗଳ୍ପ ଓ କବିତାଗୁଡିକ ଲୋକ ଲୋଚନ କୁ ଆସିବାର ମୁଖ୍ୟ ମାଧ୍ୟମ ସୂର୍ଯ୍ୟୋଦୟ ସାହିତ୍ୟ ପ୍ରତିଷ୍ଠାନ। ତାଙ୍କ ପାଇଁ ହିଁ ସମ୍ଭବ ହୋଇ ପାରିଛି। ତେଣୁ ଏହି ଅନୁଷ୍ଠାନ ପ୍ରତି ମୋର ହୃଦୟରୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି।

18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?

ଉ: ଏଠାରେ ସ୍ନେହ -ସଦ୍ଦିଚ୍ଛା -ଭକ୍ତି ତଥା ସମ୍ମାନ ସବୁ କିଛି ଭରପୂର ଅଛି। ଆଉ ଏହି ପ୍ରତିଷ୍ଠାନ ମାଧ୍ୟମ ରେ ଆମର ସମସ୍ତ ଆଶା ପୂର୍ଣ୍ଣ ହୋଇପାରିବ, ଯେହେତୁ ଏହି ଭାଷା ପରିବାରର ପରିସୀମା ସମଗ୍ର ବିଶ୍ୱରେ ରେ ପ୍ରତିଷ୍ଠିତ।

19.ସୂର୍ଯ୍ୟୋଦୟ  ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?

ଉ: ମୋ ପାଇଁ ସାହିତ୍ୟ ସ୍ବର୍ଗୀୟ।କାରଣ ସାହିତ୍ୟ ହେଉଛି ମୋର ପରିଚୟ। ଆଉ ଏହି ଭାଷା ପ୍ରତିଷ୍ଠାନ ସହ ସଂପର୍କ ମୋର ଅନ୍ତରଙ୍ଗ ବନ୍ଧୁ ଦ୍ୱାରା ହିଁ ସମ୍ଭବ ହୋଇପାରିଲା।

20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।

ଉ: ସାହିତ୍ୟ ର ଗୁହ୍ୟ ଅର୍ଥ ହେଉଛି ‘ସମ ହିତ ଯସ୍ୟ ସ ‘ସାହିତ୍ୟ ଯାହା ସମସ୍ତଙ୍କର ମଙ୍ଗଳ ସାଧନ କରେ। ତେଣୁ କହିବାକୁ ଗଲେ ମୋ ଜୀବନ ରେ ସାହିତ୍ୟ ଅମୂଲ୍ୟ ରତ୍ନ ସଦୃଶ। ଯାହା ଭାଷା ରେ ପ୍ରକାଶ କଲେ ଖାତା ସରିବ, ସମୟ ଚାଲିଯିବ, ରାତି ପାହିଯିବ। ତେଣୁ ଏହାହିଁ କହିବି, ଯଦି ଆମେ କେବେ ସମାଜ ରେ ପରିଚୟ ସୃଷ୍ଟି କରିପାରିବା ତେବେ ଏହି  ସୂର୍ଯ୍ୟୋଦୟ ସାହିତ୍ୟ ପ୍ରତିଷ୍ଠାନ ଦ୍ଵାରା ଏହା ସମ୍ଭବ ହୋଇପାରିବ ।


ସ୍ନେହର ଭାଗ୍ୟଶ୍ରୀ!
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।

ଅଭିନନ୍ଦନ ସହିତ

ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ

Loading

3 thoughts on “Lets talk with a  young and budding poetess Bhagyashree Dey hails from Byasabhumi Balasore , district of Odisha for SLF Literary Youth Icon Award contest-. 2023

  1. ସାହିତ୍ୟକୁ ସାମାଜିକ ଜୀବନସହ ତଥା ନିଜ ଜୀବନର ଅଂଶ ଭାବରେ ଗ୍ରହଣ କରିବା ଏକ ମହାନ କର୍ମ।ସାହିତ୍ୟ କୁ ନେଇ ନିଜର ତଥା ସମାଜର ମଙ୍ଗଳ ସାଧନ କରନ୍ତୁ।ଏଥିପାଇଁ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା ଭଉଣୀ।

Leave a Reply

Your email address will not be published. Required fields are marked *