Lets talk with a young and energetic writer Nirmalya Barik hails from Jajpur , district of Odisha for SLF Literary Youth Icon Award contest-. 2023
*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର
ନାମ – ନିର୍ମାଲ୍ୟ ବାରିକ୍
ପିତାଙ୍କ ନାମ-ଅମ୍ବିକା ପ୍ରସାଦ ବାରିକ୍
ମାତାଙ୍କ ନାମ-ଗୀତାଞ୍ଜଳୀ ବାରିକ୍
ଜନ୍ମ ତାରିଖ–୧୪-୦୩-୨୦୦୨
ଘର ଠିକଣା–ଗ୍ରାମ-ମନ୍ଦାରଖଣ୍ଡ ,ପୋ – ନାହାପଡ଼ା, ବ୍ଲକ – ଦଶରଥପୁର ପିନ୍ –୭୫୫୦୦୪
ଜିଲ୍ଲା-ଯାଜପୁର
ଶିକ୍ଷାଗତ ଯୋଗ୍ୟତା– ସ୍ନାତକୋତ୍ତର ପ୍ରଥମ ବର୍ଷ
ଇ-ମେଇଲ୍ ଠିକଣା- [email protected]
ଶ୍ରଦ୍ଧେୟ ନିର୍ମାଲ୍ୟ!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।
1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?
ଉ: ସାହିତ୍ୟ ଜଗତ ସହ ଯୋଡ଼ି ରହିବାର ପ୍ରେମ ମୋର ଛୋଟ ବେଳରୁ ରହି ଆସିଥିଲା , କାରଣ ମୋର ଜେଜେମା ଜଣେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଥିଲେ ଓଡ଼ିଆ ର ,ତେଣୁ ସେ ସର୍ବଦା ମତେ ଓଡ଼ିଆ କବିତା ,ପୌରାଣିକ କଥା ବସ୍ତୁ ଶୁଣାଉଥିଲେ ଯାହାପାଇଁ ମୋର ଏ ଦିଗ ରେ ଆଗ୍ରହ ବଢ଼ିଲା। ମୁଁ ଦଶମ ଶ୍ରେଣୀ ରେ ପଢୁଥିବା ବେଳେ ମୋର ଜଣେ ଭଉଣୀ ଙ୍କର କବିତା ପଢିବାକୁ ପାଇଲି ଯାହା ମତେ ବହୁତ୍ ମାତ୍ରା ରେ ଆଗ୍ରହୀ କରାଇଲା ଓ ମୁଁ ମୋ ଜୀବନ ର ପ୍ରଥମ କବିତା’ ବନ୍ଧୁ ‘ କୁ ଲେଖନୀ ମୁକ୍ତ କଲି, ଆଉ ବିଭିନ୍ନ ପ୍ରକାର ର ବହି ପଢିବାକୁ ଲାଗିଲି ଏବଂ ଲେଖିବାର ପ୍ରୟାସ ଜାରି ରଖିଲି।ଏହା ଥିଲା ମୋର ଲେଖା ଜଗତ ରେ ପ୍ରଥମ ପାଦ।
2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ଉ:ଲେଖାଲେଖି କରିବାପାଇଁ କୌଣସି ନିର୍ଦ୍ଧିଷ୍ଟ ସମୟର ଆବଶ୍ୟକତା ନଥାଏ l ଏହା ଯେ କୌଣସି ସମୟରେ ସମ୍ଭବ l ଯେତେବେଳେ କୌଣସି ଘଟଣା ମନକୁ ବ୍ୟଥିତ କରେ କିମ୍ବା କାହାରି ସୌନ୍ଦର୍ଯ୍ୟ ମନକୁ ବିମୋହିତ କରେ ସେତେବେଳେ ହୃଦୟରୁ କଲମର ବାଟଦେଇ ବହିଆସେ କବିତା ର ନିର୍ଝରିଣୀ l ଏହା ମଧ୍ୟ ଆମ ପଢା ପୁସ୍ତକ ର ଅନ୍ତର୍ଗତ l ଯେହେତୁ ଲେଖାଲେଖି କରିବାପାଇଁ ନିର୍ଦ୍ଧିଷ୍ଟ ସମୟର ଆବଶ୍ୟକତା ନଥାଏ ତେଣୁ ଏହା ସହ ପାଠପଢା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷାକରିବା ଅତ୍ୟନ୍ତ ସରଳ ହୋଇଥାଏ l
3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?
ଉ:ହଁ, ରହିଛି ମୋ ଜେଜେମା ଙ୍କ ର ଆଦର୍ଶ ଜୀବନୀ ହିଁ ସଦା ସର୍ବଦା ମୋ ଲେଖନୀ କୁ ପ୍ରେରଣା ଦେଇଥାଏ।ସେ ମୋର ସମୀକ୍ଷକ , ସର୍ବଦା ମୋର ଠିକ୍ ଭୁଲ ଦର୍ଶାଇ ମୋ ଲେଖା କୁ ଉଚିତ୍ ଦିଗ୍ ଦର୍ଶନ ଦିଅନ୍ତି।
4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ? ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।
ଉ :- ମହାନ ସାହିତ୍ୟକା ପ୍ରତିଭା ରାୟଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ମୋତେ ଆଜିଯାଏ ପ୍ରୋତ୍ସାହିତ କରୁଛି ଏବଂ କରୁଥିବ ମଧ୍ୟ l ତାଙ୍କର ଅନେକ ବିଶିଷ୍ଟ ରଚନା ମୋତେ ବିମୋହିତ କରିଥିଲେ ମଧ୍ୟ,ତାଙ୍କ ରଚିତ ଉପନ୍ୟାସ ଯାଜ୍ଞସେନୀ ମୋର ଅତିପ୍ରିୟ l ସେଥିରେ ନାୟିକା ଯାଜ୍ଞସେନୀ,କିଭଳି ଭାବରେ ଗୋଟିଏ ପତ୍ରରେ ମହାଭାରତର ବିଭିନ୍ନ ଘଟଣାବଳୀକୁ ବର୍ଣ୍ଣନା କରିଛନ୍ତି ଏବଂ ତାର ଶବ୍ଦସଜ୍ଜା ,ବେସ୍ ମର୍ମସ୍ପର୍ଶୀ l ତାଙ୍କ ବ୍ୟତୀତ ଡ଼. ସୁବ୍ରତ ଦାସ ମୋର ଅନ୍ୟଜଣେ ପ୍ରିୟ କବି l ଯାହାଙ୍କ ସୃଜନୀ ସବୁବେଳେ ଲେଖାରେ ପ୍ରାଣ ଢାଳିଦିଏ l ମୁଁ ତାଙ୍କ ନିକଟରେ ରହି ତାଙ୍କ ରଚିତ ଅନେକ ପୁସ୍ତକ ପଢ଼ିବାର ସୁଯୋଗ ପ୍ରାପ୍ତ କରିଛି l ଯାହା ବିଭିନ୍ନ ସମୟରେ ମୋତେ ଉତ୍ତମ ମାର୍ଗ ଚୟନ କରିବାରେ ସାହାଯ୍ୟ କରେ l
5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?
ଉ :- ସାଧାରଣତଃ ମୁଁ କବିତା ଲେଖିବାକୁ ଭଲପାଏ l ସମାଜର ବିଭିନ୍ନ ଘଟଣାବଳୀ ଯେତେବେଳେ ମୋତେ ଆଶ୍ଚର୍ଯ୍ୟାନୀତ କରେ କିମ୍ବା ବିମୋହିତ କରେ ସେତେବେଳେ ମୁଁ ତାକୁ ମୋ କଲମ ମୁନରେ ରୂପ ଦେଇଥାଏ l କବିତା ବ୍ୟତୀତ ଅନ୍ୟ କୌଣସି ବିଭାଗରେ ଆଜି ପର୍ଯ୍ୟନ୍ତ ମୁଁ ନିଜକୁ ବ୍ୟକ୍ତ କରିନାହିଁ l
6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?
ଉ :- ସାଧାରଣତଃ କବିତା କିମ୍ବା ଗଳ୍ପ ଗୁଡିକ ଲେଖିବାବେଳେ ଆମେ ତାର ଉପସ୍ଥାପନ ନିମିତ୍ତ ଏକ ସୁନ୍ଦର ତଥା ହୃଦୟସ୍ପର୍ଶୀ ଶୈଳୀ ଅବଲମ୍ବନ କରିବା ଆବଶ୍ୟକ, ଯାହାଦ୍ୱାରା ପାଠକ ମନ ପୁଲକିତ ହେବା ସହ ସମାଜର ଏକ ସତ୍ୟ ତଥା ସ୍ପଷ୍ଟ ଚିତ୍ରକୁ ସେ ହୃଦଚକ୍ଷୁରେ ଅବଲୋକନ କରି ପାରିବେ l ଯେମିତିକି କବିତାରେ ବର୍ତ୍ତମାନ ଅତ୍ୟାଧୁନିକ ଶୈଳୀ ସହ ପୌରାଣିକ ତଥ୍ୟକୁ ବେସ୍ ଭଲପାଇବା ମିଳୁଛି ଏବଂ ସେଥିପ୍ରତି ଲୋକେ ଆକୃଷ୍ଟ ହେବାରେ ଲାଗିଛନ୍ତି l ତେଣୁ ସମୟର ବିକାଶ ସହିତ ପରିବର୍ତ୍ତିତ ଶୈଳୀକୁ ଗ୍ରହଣ କରି ତା ଦ୍ୱାରା ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେବା ଉଚିତ l ସେହିପରି ଗଳ୍ପ ଗୁଡିକ କ୍ଷୁଦ୍ର ତଥା ରହସ୍ୟପୂର୍ଣ୍ଣ ହେଲେ ପାଠକ ପଢିବାକୁ ଇଚ୍ଛା ପ୍ରକାଶ କରିବେ l ଏଥି ସହିତ ସାହିତ୍ୟ ସୃଷ୍ଟିରେ ମାର୍ମିକ ଦିଗ ପ୍ରତି ଯଥେଷ୍ଟ ଦୃଷ୍ଟି ଦେବା ଆବଶ୍ୟକ l
7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?
ଉ :- ମୋ ଦୃଷ୍ଟିରେ କବିତା ଓ ଗଳ୍ପ ମଧ୍ୟରେ କୌଣସି ବୈଷମ୍ୟତା ନାହିଁ l ଉଭୟ କବିତାରେ ଏବଂ ଗଳ୍ପରେ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରା ଯାଇଥାଏ l ମାତ୍ର ପ୍ରଭେଦ ଏତିକି ଯେ କବିତାରେ ଅଳ୍ପରେ ଅନେକ ତଥ୍ୟ ରହିଥିବା ବେଳେ ଗଳ୍ପରେ ଏଥିପାଇଁ ଅନେକ ସ୍ଥାନ ଦିଆଯିବା ସହ ବିଭିନ୍ନ ଚରିତ୍ର ସହକାରେ ବୁଝା ଯାଇଥାଏ l
8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?
ଉ:- ସାହିତ୍ୟିକ ମାନଙ୍କର ମତ ଯଥାର୍ଥ l କାରଣ ସେମାନେ ଅନୁଭବରୁ ନୁହେଁ ଅଭିଜ୍ଞତାରୁ ଏ ତଥ୍ୟ ପ୍ରଦାନ କରି ଅଛନ୍ତି l ମୋ ମତ ଅନୁସାରେ କବିତାରେ ଚରିତ୍ର ଚିତ୍ରଣ ଏକ ଜଟିଳ ପ୍ରକ୍ରିୟା l କାରଣ ଏଥିରେ ଜଣେ କବି,ଚୟନ କରିଥିବା ଚରିତ୍ରକୁ ନିଜ କଳ୍ପନାର ପୁଟ ଦେଇ କାବ୍ୟିକ ଢଙ୍ଗରେ ଦର୍ଶେଇବାକୁ ପଡିଥାଏ l ଏଥିସହିତ ଯେହେତୁ କବିତା ପାଇଁ ସ୍ୱଳ୍ପସ୍ଥାନ ସଂରକ୍ଷିତ ହୋଇଥାଏ , ସେଥିପାଇଁ ବେଳେବେଳେ ଚରିତ୍ରର ନାମକୁ ଏଥିରେ ଉପସ୍ଥାପନ ନକରି କେବଳ ତାର ଗୁଣ ତଥା କର୍ମକୁ ଦର୍ଶାଇବାକୁ ପଡିଥାଏ l ମାତ୍ର ଗଳ୍ପରେ ଚରିତ୍ରକୁ ନୂତନ ରୂପ ତଥା ସୌନ୍ଦର୍ଯ୍ୟମୟ ଭାବରେ ଚିତ୍ରଣ କରିବା ଜଣେ ଗାଳ୍ପିକ ନିମନ୍ତେ ସହଜସାଧ୍ୟ ହୋଇଥାଏ l
9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?
ଉ :- ସମୟ ବଦଳେ ଆଉ ସମୟ ସହ ମନୁଷ୍ୟକୁ ମଧ୍ୟ ବଦଳିବାକୁ ପଡିଥାଏ l ଠିକ ସେହିଭଳି ସମୟ ସହ ସାହିତ୍ୟ ମଧ୍ୟ ନିଜର ପରମ୍ପରା ବଦଳାଇ ଏକ ନୂତନ ପରମ୍ପରାକୁ ସ୍ୱାଗତ କରି ଚାଲିଛି l ସମୟର ଦୃତ ପରିବର୍ତ୍ତନ ଯୋଗୁଁ ଆଜି ଉପସ୍ଥିତ ହୋଇଥିବା ସାହିତ୍ୟ ପରମ୍ପରା ବା ରୀତି ଉତ୍ତର ଅତ୍ୟାଧୁନିକ ରୀତି ଭାବରେ ପରିଚିତ l କର୍ତ୍ତବ୍ୟ ଦୃଷ୍ଟିରୁ ସମୟ ସହ ପାଦ ମିଳେଇ ଚାଲିବା ଆମର କର୍ତ୍ତବ୍ୟ l ତେଣୁ ଆମକୁ ଚାଲିବାକୁ ପଡିବ l ମୁଁ ବାସ୍ ଏତିକି କହିବି ଅତ୍ୟାଧୁନିକତା ଏକ ଶୈଳୀ ତଥା ମନୋଭାବ, ଅନ୍ୟକିଛି ନୁହେଁ l ଏହାକୁ ସମସ୍ତେ ଗ୍ରହଣ କରିବା ବାଧ୍ୟତାମୂଳକ ନୁହେଁ l ତେଣୁ ଅଯଥା ଚର୍ଚ୍ଚା ବୃଥା l
10-ପୁରା କାଳରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?
ଉ :-ବାସ୍ତବ କଥା ହେଉଛି କି ବର୍ତ୍ତମାନ ସମାଜ ନିଜ ଭାଷାସାହିତ୍ୟ ଠାରୁ ଅଧିକ ଆଗ୍ରହୀ ବୈଷୟିକ ଜ୍ଞାନ ରେ ହେଉଛି, ତେଣୁ ସଭିଙ୍କର ଓଡ଼ିଆ ଭାଷା ର ଅଧ୍ୟୟନ ନିଜର ବିଦ୍ୟାଳୟ ମଧ୍ୟ ରେ ସୀମିତ ରହିଯାଉଚି ତେଣୁ ପୁରା କାଳ ଠାରୁ ବର୍ତ୍ତମାନ ସାହିତ୍ୟ ପ୍ରୀତି କମିଯାଇଛି। କିନ୍ତୁ ବର୍ତ୍ତମାନ ର ଯୁବସମାଜ ଯେଉଁପରି ଭାବେ ଅଣ୍ଟା ଭିଡିଛନ୍ତି ସେଥିରୁ ଅନୁଭବ ହେଉଛି କି ପୁଣି ଥରେ ପୁରୁଣା ଦିନ ଫେରି ଆସିବ ।ଆଉ ଏଥର ଯେପରି ସରକାର ପ୍ରଶାସନିକ ପରୀକ୍ଷା ରେ ଓଡ଼ିଆ ଭାଷାର ପ୍ରଚଳନ କୁ ସମ୍ମତି ଦେଇଛନ୍ତି ଏହିପରି ଭାବେ ଚାଲିଲେ
ଭାଷା ପ୍ରୀତି ନିଶ୍ଚୟ ବଢ଼ି ଚାଲିବ ।
11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?
ଉ :- ଜଣେ ସ୍ରଷ୍ଟା ଭାବେ ମୋର ସୁଖକର ଅନୁଭୂତି ହେଉଛି ପାଠକ ପ୍ରେମ lତା ଛଡା ଯେତେବେଳେ ମୁଁ କୌଣସି ପ୍ରତିଯୋଗିତା ତଥା ଉତ୍ସବ କୁ ଯାଏଁ ସେତେବେଳେ ଯଦି ମତେ ପୁରସ୍କାର ସ୍ବରୂପ ହେଉ କି ଉପହାର ସ୍ବରୂପ କେହି ଜଣେ ପୁସ୍ତକ ଟିଏ ଦିଅନ୍ତି ମତେ ସବୁଠାରୁ ଉତ୍ତମ ଅନୁଭୂତି ଦେଇଥାଏ।
12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।
ଉ:- ଓଡ଼ିଆ ସାହିତ୍ୟ ର ସ୍ଥିତି ବିଶ୍ଵାୟାନ ପ୍ରକ୍ରିୟା ରେ ବହୁତ୍ ପ୍ରଚାର ଓ ପ୍ରସାର , ଦେଶର କୋଣ ଅନୁକୋଣ କୁ ଛାଡ଼ିଲା ପରେ ମଧ୍ୟ ବିଦେଶ ରେ ଖୁବ୍ ବ୍ୟାପିଲାଣି ଓଡ଼ିଆ ଭାଷା।
13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?
ଉ :- ସମୟ ବଡ଼ ବଳବାନ l ସେ ସମସ୍ତଙ୍କୁ ବାନ୍ଧି ରଖିଛି ତା ନାଗଫାଶ ଦ୍ୱାରା l ତେଣୁ ସମସ୍ତଙ୍କ ନିକଟରେ ବଳକା ସମୟ ଭାରି ସ୍ୱଳ୍ପ l ସ୍ୱଳ୍ପ ସମୟକୁ ଦୃଷ୍ଟିରେ ରଖି ଜଣେ ପାଠକ ଚାହେଁ କ୍ଷୁଦ୍ର ସୃଷ୍ଟିଟିଏ l ତେଣୁ ଓଡ଼ିଆ କ୍ଷୁଦ୍ରଗଳ୍ପ ଆଜି ପାଠକର ଅତି ନିକଟତର ହୋଇପାରିଛି l
14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।
ଉ :- ନିଶ୍ଚୟ ରହିବା ଉଚିତ l ଯଦି ଲେଖାରେ ସାମାଜିକ ସଂସ୍କାର ଆଣିବା ପାଇଁ କିଛି ତଥ୍ୟ ନାହିଁ ତେବେ ସେ ଲେଖାର ମୂଲ୍ୟକାହିଁ l ସାହିତ୍ୟ ସମାଜର ଦର୍ପଣ l ତେଣୁ ତାର ସ୍ରଷ୍ଟାଙ୍କ ପାଖରେ ସାମାଜିକ ସଂସ୍କାର ପ୍ରତି ଅଙ୍ଗିକାରବଦ୍ଧତା ନିହାତି ରହିବା ଉଚିତ l
15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?
ଉ :- ମୋ ମତରେ ନିଜ ସୃଷ୍ଟି ସବୁବେଳେ ନିଜକୁ ଖରାପ ହିଁ ଲାଗିଥାଏ l ତାକୁ ଭଲ ମନ୍ଦ ଜଣେଇବାର ଦାୟିତ୍ୱ ପାଠକର l ତେଣୁ ମୁଁ କୌଣସି କବିତା ଲେଖି ସାରିବା ପରେ ସମୀକ୍ଷା ପାଇଁ ମୋ ଜେଜେମା ଙ୍କୁ ଦିଏ l ଆଉ ସେଥିରେ କିଛି ଭୁଲ ଥିଲେ କିମ୍ବା ଖରାପ ହୋଇଥିଲେ ତାକୁ ଭଲ କରିବାର ନିର୍ଦେଶକୁ ସ୍ୱୀକାର କରି ପୁଣି ସେ କବିତାକୁ ମଧୁର କରିବାରେ ଲାଗିପଡେ l ତେଣୁ ମୋର ଏ ଦିଗରେ କିଛି ନୂତନ ଅଭିଜ୍ଞତା ନାହିଁ l
16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ଉ :- ମନ୍ତବ୍ୟଟି ସମ୍ପୂର୍ଣ୍ଣ ଠିକ l କାହିଁକିନା କେବଳ ବୟସ ବଢିଗଲେ ଯେ ଜ୍ଞାନ ଆସିଯିବ ଏ ଭାବନା ବୃଥା l ଜ୍ଞାନକୁ ନିଜ ଚାରିପାଖରୁ ଖୋଜି ଆୟତ୍ତ କରିବାକୁ ପଡେ l ଯଦି ଜଣଙ୍କ ପାଖରେ କିଛି ନୂତନ ସୃଷ୍ଟି କରିବାର ଅଭିଳାଷ ଅଛି ଏବଂ ସେ ଏଥିପ୍ରତି ବାତୁଳ ତେବେ ବୟସର ଭୂମିକା ଏଥିରେ ଶୂନ୍ୟ l
17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
ଉ :- ମୁଁ ବହୁତ ଖୁସିଅଛି ଯେ ମୁଁ ସୂର୍ଯ୍ୟୋଦୟ ପରିବାରରେ ଜଣେ ଯୁବପ୍ରତିଭା ଭାବେ ଯୋଡି ହେବାର ସୁଯୋଗ ପାଇଛି l
18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?
ଉ :-ସୂର୍ଯ୍ୟୋଦୟ ପରିବାରରେ ରହି ନିଜର ସୃଷ୍ଟିକୁ ଅନ୍ୟମାନଙ୍କ ଦ୍ୱାରା ସମୀକ୍ଷା କରେଇବା ଏବଂ ଅନ୍ୟମାନଙ୍କ ସୃଷ୍ଟିକୁ ନିଜେ ସମୀକ୍ଷା କରିବା ମୋତେ ଅତିମାତ୍ରାରେ ପ୍ରଭାବିତ କରିଛି l ଏଥିସହିତ ଓଡିଶାର କୋଣ ଅନୁକୋଣରୁ ଅନେକ ଭାଇ ଭଉଣୀଙ୍କୁ ପାଖରେ ପାଇ ମୁଁ ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ ଆଗ୍ରହୀ ହେଲି l
19.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?
ଉ :- ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନର ଜଣେ ପରାଜିତ ପ୍ରତିଯୋଗୀ ନିର୍ମଳ ବାରିକ୍ ଭାଇଙ୍କ ଦ୍ୱାରା ମୋର ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ସଂପୃକ୍ତି ସମ୍ଭବ ହେଲା l ମୋ ମତରେ ଜୀବନ ବ୍ୟସ୍ତବହୁଳ ହୋଇପାରେ କିନ୍ତୁ ସାହିତ୍ୟତ ଜୀବନ ସହ ଜଡିତ l ତେଣୁ ସାହିତ୍ୟର ଆବଶ୍ୟକତା ବହୁତ ଅଧିକ ଅଟେ l
20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।
ଉ :- ପ୍ରଥମତଃ ସୂର୍ଯ୍ୟୋଦୟ ଠାରୁ ମୋର କୌଣସି ପ୍ରକାର ଆଶା ନାହିଁ l କେଵଳ ନିଜେ ଶିଖିବା ଓ ସମାଜରେ ମାନବୀୟ ଚେତନା slf ଦ୍ୱାରା ଜାଗ୍ରତ କରିବା ମୋର ମୁଖ୍ୟ ଆଶା l
ସ୍ନେହର ନିର୍ମାଲ୍ୟ!
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।
ଅଭିନନ୍ଦନ ସହିତ
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ
ବହୁତ ସୁନ୍ଦର ଭାଇ, ଆଗକୁ ମାଡିଚାଲ ❤❤❤
ପରାଜିତ ନାୟକ
ଧନ୍ୟବାଦ୍
ଆପଣଙ୍କର ଜେଜେମା ପ୍ରେରଣା ସାଜି ସାହିତ୍ୟ ଜଗତକୁ ଯେପରି ଭାବରେ ଟାଣି ଆଣିଛନ୍ତି।ସେହିପରି ସାହିତ୍ୟ ପ୍ରତି ଆପଣଙ୍କର ଭଲପାଇବା ସର୍ବଦା ଏହି ପରିଥାଉ ଏବଂ ସାହିତ୍ୟ ଜଗତରେ ଜଣେ ସୁନାମ ଧନ୍ୟ ବ୍ୟକ୍ତି ହୁଅନ୍ତୁ।
ଢେର୍ ସାରା ଶୁଭେଚ୍ଛା ଆଉ ଶୁଭକାମନା
ଧନ୍ୟବାଦ୍