Lets talk with a young and dynamic laureate Biswajit Nath hails from Kendujhar , district of Odisha for SLF Literary Youth Icon Award contest-. 2023
ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର
ନାମ – ବିଶ୍ୱଜିତ୍ ନାଥ
ପିତାଙ୍କ ନାମ– ବାବୁଲା କୁମାର ନାଥ
ମାତାଙ୍କ ନାମ-ସୁଷମା ନାଥ
ଜନ୍ମ ତାରିଖ– 21/11/2000
ଘର ଠିକଣା-ଉଲ୍ଲୋଳ, ସାଇଁକୂଳ,
ଜିଲ୍ଲା- କେନ୍ଦୁଝର
ଶିକ୍ଷାଗତ ଯୋଗ୍ୟତା- ଅର୍ଥନୀତି ରେ ସ୍ନାତକ ପରେ ଶିକ୍ଷକ ତାଲିମ
ଇ-ମେଇଲ୍ ଠିକଣା–
[email protected]
ମୁଖପୁସ୍ତିକା /Facebook ଠିକଣା:: Biswajit Nath(Nath)
ଶ୍ରଦ୍ଧେୟ ବିଶ୍ଵଜିତ!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।
1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?
ପ୍ରଥମେ ୨୦୧୧ ମସିହାରେ ମୋର୍ ସାହିତ୍ୟ ଜୀବନ ର ଅୟମାରମ୍ଭ ହୋଇଥିଲା। କିନ୍ତୁ ସେ ସମୟ ରେ ଏତେ ଅଗ୍ରସର ହୋଇ ନଥିଲି। କିନ୍ତୁ ୨୦୧୬ ବେଳ କୁ ମୋର୍ କଲେଜ୍ ସମୟ ରୁ ସାହିତ୍ୟ ସହ ମୁଁ ବାନ୍ଧି ହୋଇଗଲି। ସାହିତ୍ୟ ର ଶାଶ୍ବତ ଜୀବନ ନେଇ ବଞ୍ଚିଲି।
2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ମୋ ପାଠ ପଢା ହିଁ ସାହିତ୍ୟ, ସାହିତ୍ୟ ହିଁ ମୋର୍ ସ୍ବପ୍ନ। ମୁଁ ଏବେ ଶିକ୍ଷକତା ପାଇଁ ତାଲିମ ନେଉଛି, ମୋର୍ ଗ୍ରଜୁଏସନ୍ ସରିଯାଇଛି। ଭବିଷ୍ୟତ ରେ ପ୍ରଶାସନିକ ସେବା ପାଇଁ ମଧ୍ୟ ମୋର ଲକ୍ଷ ଅଛି। ହେଲେବି ସାହିତ୍ୟ ମୋର୍ ନିଃଶ୍ୱାସ ଆଉ ସ୍ପନ୍ଦନ ପରି। ଆମେ ଯେତେ କାମ ଥିଲେ ବି ଆମର ଦୈନନ୍ଦିନ କାର୍ଯ୍ୟକୁ କେବେ ଭୁଲି ପାରିବା କି ଠିକ୍ ସେପରି ସାହିତ୍ୟ ମୋର୍ ଦୈନନ୍ଦିନ ଜୀବନ ସହ ଜଡ଼ିତ ଅଟେ।
3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?
ମୋ ପରିବାର ହିଁ ମୋର୍ ପ୍ରଥମ ପ୍ରେରଣା। ମୋତେ ବିଭିନ୍ନ କ୍ଷେତ୍ର ରେ ଆଗକୁ ଯିବାରେ ମୋ ପରିବାର ହିଁ ମୋତେ ସାହଯ୍ୟ କରେ। ସାହିତ୍ୟ ଏକ ନିଷ୍କଳଙ୍କ କ୍ଷେତ୍ର ହୋଇଥିବାରୁ ମୋ ପରିବାର ମୋତେ ସମ୍ପୂର୍ଣ ସହଯୋଗ କରନ୍ତି।
4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ? ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।
ଓଡିଆ ସାହିତ୍ୟ ର ପ୍ରଧାନ ପୃଷ୍ଠ ପୋଷାକ ପଞ୍ଚସଖା ମାନେ ଅଟନ୍ତି , ମୋତେ ଓଡିଆ ଭାଗବତ ବହୁତ୍ ଭଲ ଲାଗେ, ମୁଁ ପ୍ରତିଦିନ ଭକ୍ତିର ସହ ତାକୁ ପଢ଼େ। ତା ସହ ମଧ୍ୟ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ କାରା କବିତା, ବନ୍ଦୀର ଆତ୍ମକଥା, ପ୍ରକୃତି କବି ଗଙ୍ଗାଧର ମେହେର ଙ୍କ କବ୍ୟିକ ଶୈଳୀ ଏବଂ ଦର୍ଶନ ମୋତେ ଭଲ ଲାଗେ। ଡକ୍ଟର ପ୍ରତିଭା ରାୟ ଏବଂ ପଦ୍ମଶ୍ରୀ ମନୋଜ ଦାସ ଙ୍କ ଉପନ୍ୟାସ , ଏବଂ ଗଳ୍ପ ବି ମୋତେ ଭଲ ଲାଗେ।
5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?
ମୁଁ ମୋର ନିଜର କଥା କୁ ବେଶି କବିତା ରେ ହିଁ ବ୍ୟକ୍ତ କରେ। କବିତା ହିଁ ମୋର୍ ଜୀବନ ର ବ୍ୟଥା ଆଉ କବିତା ହିଁ ମୋ ସ୍ଵପ୍ନ ଆଉ ପ୍ରେମ ବି। ଆଉ ସମାଜ ର କଥା, ଅନୁଭୂତି, ଆଦିର ଦୃଷ୍ଟାନ୍ତ କୁ ମୁଁ ଗଳ୍ପ ରେ ବ୍ୟକ୍ତ କରେ
6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?
କବିତା ଅନେକ ପ୍ରକାର ର ଅଟେ, ଯୁଗ ଆଉ ପିଢ଼ି କୁ ନେଇ କବିତା ର ଢାଞ୍ଚା ପରିବର୍ତନ ହେଉଛି। ମୁଁ ଲେଖିବା ବେଳେ ମୋ କବିତା ର ସାମାଜିକ ଦୃଷ୍ଟି ଭଙ୍ଗୀ ଉପରେ ବେଶି ଗୁରୁତ୍ଵ ଦିଏ। ତା ସହ ଶ୍ରୁତି ମଧୁରତା , ଶବ୍ଦ ର ବ୍ୟବହାର, ଯତିପାତ ଉପରେ ଗୁରୁତ୍ବ ଦିଏ।
ଗପ ଲେଖିବା ବେଳେ ଗପ ରେ ପ୍ରାକୃତିକ ଘଟଣା ବଳି କୁ ବେଶି ସ୍ଥାନିତ କରାଯାଏ। ଗପରେ ବିସ୍ମୟକର ଦିଗକୁ ଠିକ୍ ସମୟ ରେ ରଖାଯାଇଥାଏ , ଗପ କି ବେଶି ଜଟିଳ ନ କରି ସରଳତର କରାଯାଏ। ତା ସହ ଗପ ର ସମାଜ ପ୍ରତି କଣ ଅବଦାନ ରହିଛି ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଏ।
7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?
କବିତା ଆଉ ଗଳ୍ପ ଦୁଇଟି ସାରା ସାହିତ୍ୟ ର ଅମୋକ୍ଷ ଅସ୍ତ୍ର ଅଟନ୍ତି। ସମାଜ ର ହିତ ପାଇଁ ସାହିତ୍ୟ ସମର୍ପିତ ତେଣୁ ଏ ଦୁଇ ଅସ୍ତ୍ର ସମାଜ ର ପ୍ରତିବିମ୍ବ କୁ ନିଜ ମାଧ୍ୟମ ରେ ଉପସ୍ଥାପନ କରନ୍ତି । କବିତା ସରସ, ସୁନ୍ଦର ଏବଂ ରସମୟ ହୋଇଥାଏ। ଗପ ରେ ରସ ଥାଏ କିନ୍ତୁ ତାର ରସ କୁ ବୁଝିବାକୁ ହେଲେ ସମୟ ର ଆବଶ୍ୟକତା ରହିଥାଏ। ଗପ ବ୍ୟାପକ କିନ୍ତୁ କବିତା ସୀମିତ।
8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?
ଚରିତ୍ର ର ଭୂମିକା ଥାଏ କିନ୍ତୁ ଚିତ୍ରଣ ବେଳେ ସମସ୍ୟା ଦେଖାଗଲେ ବି ତାହା ଏକ ଜଟିଳ ସମସ୍ୟା ନୁହେଁ। ଗଳ୍ପ ରେ ଚରିତ୍ର ଚିତ୍ରଣ ବେଳେ ଆମେ ଚରିତ୍ର ର ଆଖପାଖ ପରିବେଶ କୁ ଦେଖିଥାଉ , ଏବଂ ସମାଜ ପ୍ରତି ତାର ପ୍ରତିଫଳନ କୁ ଖୋଜିବାକୁ ପଡେ। ହେଲେ କବିତା ରେ ଚରିତ୍ର ଚିତ୍ରଣ ବହୁତ୍ ସହଜ। ଚରିତ୍ର ର ବ୍ୟଥା , ସୋନ୍ଦର୍ଯ୍ୟ , ଲକ୍ଷଣ କୁ ନେଇ କବିତା ଲେଖା ଯାଇ ପାରେ।
9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?
ସଂପ୍ରତି ଉତ୍ତର ଆଧୁନିକ ଯୁଗ ଚାଲିଛି। ଏବେ ନୁଆ ପିଢ଼ି ର କବି ମାନେ ଜନ୍ମ୍ ନେଉଛନ୍ତି। ଗଳ୍ପ, ଉପନ୍ୟାସ, କବିତା, ସ୍ତମ୍ଭ, ସବୁଥିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ରୀତି କବିତା ପରିବର୍ତ୍ତେ ଏବେ ଆଧୁନିକ କବିତା ବେଶି ପ୍ରକାଶିତ ହେଉଛି। କିନ୍ତୁ ଅନେକ ଜାଗା ରେ ଏବେ କଳା ର ନକଲ କରାଯାଉଛି। କବି ଆଉ ଲେଖକ ମାନେ ସମାଜ ପ୍ରତି ଅଙ୍ଗୀକାରବଦ୍ଧ ନହେଇ ନିଜର ଆତ୍ମ ଗରିମା କୁ ଦେଖେଇବା ପାଇଁ ସାହିତ୍ୟ କୁ ଆସୁଛନ୍ତି। ଏଣୁ ମୋର୍ ମତାମତ ହେଲା ଏବେ ଆମର ମନିବୃତ୍ତି ର ପରିବର୍ତ୍ତନ ହେବା ଆବଶ୍ୟକ। ଏ ମାମାଟିର ଏ ମାଟି ସାହିତ୍ୟ ର ଜାଗ୍ରତ ପ୍ରହରୀ ଭାବେ ଆମେ କାମ କରିବା ଉଚିତ୍।
10-ପୁରା କାଳରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?
ଆମ ଭାଷା ଏକ ସ୍ବତନ୍ତ୍ର ଭାଷା। ମୂଳ ଭାଷା ସଂସ୍କୃତ ର ଉପ ଭାଷା ଅଟେ। ଦିନ ଥିଲା ଆମ ଭାଷା କୁ ନେଇ ସମଗ୍ର ଭାରତ ବର୍ଷରେ ଏକ ସ୍ବତନ୍ତ୍ର ରାଜ୍ୟ ଗଠନ ହେଇଥିଲା।କିନ୍ତୁ ଏବେ ସେ ଆନ୍ଦୋଳନ ସମ୍ପୂର୍ଣ୍ଣ ଶିଥିଳ । ଏଣୁ ଏ ଆନ୍ଦୋଳନ କୁ ଜାଗ୍ରତ କରିବାକୁ ପଡ଼ିବ। ଦକ୍ଷିଣ ରାଜ୍ୟ ପରି ଏଠି ସବୁ ସରକାରୀ ଏବଂ ବେସରକାରୀ କାମ ମାତୃଭାଷା ରେ ହେବା ଆବଶ୍ୟକ।
11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?
ମୁଁ ମାଟି କୁ ଭଲ ପାଇ ବସିଛି, ଆଉ ସେ ମାଟି ର ବାସ୍ନା ହିଁ ମୋ ପାଇଁ ସାହିତ୍ୟ ପ୍ରତି ଅହେତୁକ ଦୁର୍ବଳତା ସୃଷ୍ଟି କରିଛି। ଏ ଅହେତୁକ ଦୁର୍ବଳତା ମୋତେ ଏକ ବିସ୍ମୟ ଜୀବନ ପ୍ରଦାନ୍ କରେ। ଏଣୁ ସାହିତ୍ୟ ତ ମୋ ଜୀବନ ରେ ଏକ ସୁଖକର ମୁହୂର୍ତ୍ତ ମୁଁ ଆଉ କଣ ଚାହେଁ।
12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।
ଓଡିଆ ଭାରତ ର ଶାସ୍ତ୍ରୀୟ ଭାଷା ର ମାନ୍ୟତା ପ୍ରାପ୍ତ ଅଟେ। ଜାତିସଂଘ ରେ ସନ୍ଥ କବି ଭୀମ ଭୋଇ ଙ୍କ କବିତା ବହୁ ବର୍ଷ ରୁ ଶୋଭା ପାଇଲାଣି। ମନୋଜ ଦାସ , ପ୍ରତିଭା ରାୟ, ଭବାନୀ ଶଙ୍କର ନିଆଲ ଙ୍କ ଭଳି ଅନେକ କବି ଓ ଲେଖକ ଙ୍କ ସାହିତ୍ୟ ର ପୃଷ୍ଠା ସବୁ ବିଦେଶୀ ଭାଷା ରେ ଅନୁବାଦିତ ହେଲାଣି। ଏ ସବୁ ଆମ ମାନଙ୍କ ପାଇଁ ଗର୍ବ ଓ ଗୌରବ ର ଭାଷା ଆଉ ଭାଷା ମଧ୍ୟରେ ସଂପର୍କ ସ୍ଥାପନ ହେଉଛି। ବିଦେଶୀ ଭାଷା ର ଅନୁବାଦିତ ଉକ୍ତି କୁ ଆମେ ଗ୍ରହଣ କରୁଛୁ। ସେମାନେ ବି ଆମ କୁ ଗ୍ରହଣ କରୁଛନ୍ତି।
13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?
ସମ୍ପୂର୍ଣ ଭାବେ ଓଡିଆ କ୍ଷୁଦ୍ରଗଳ୍ପ ପାଠକ ମାନଙ୍କ ଠାରେ ପହଞ୍ଚି ପାରିଛି। ଏବଂ ଏବେ ଯୁବପିଢି ସହ ବୟସ୍କ ସମସ୍ତଂକ ପସନ୍ଦ କ୍ଷୁଦ୍ର ଗପ ଅଟେ।
14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।
ସମାଜ ଆଉ ସାହିତ୍ୟ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ନିବିଡ ଅଟେ। ସାହିତ୍ୟ କୁ ସମାଜ ସୃଷ୍ଟି କରେ। ଆଉ ସାହିତ୍ୟ ହିଁ ସମାଜ ର ସୁରକ୍ଷା କବଚ। ସମାଜ ର ସଂସ୍କାର ପାଇଁ ପ୍ରଥମେ ହିଁ କଲମ ସ୍ୱର ଉଠାଇଥାଏ। ଆଉ ଏ କଲମ ହିଁ ସମାଜ ର ପରିବର୍ତନ ର ଏକ ଆହ୍ବାନ। ତେଣୁ ଭାଷା ର ପୂଜାରୀ ହିସାବ ରେ ପ୍ରତି ଟି ସାହିତ୍ୟିକ ସମାଜ ପାଖରେ ନିଜକୁ ଉତ୍ସର୍ଗ କରିଦେବା ଉଚିତ।
15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?
ସେ ମୁହୂର୍ତ୍ତ ବହୁତ୍ କଷ୍ଟ ଦେଇଥାଏ। ଅନେକ ସମୟ ରେ ମୋ ଜୀବନ ରେ ଏମିତି ହୋଇଥାଏ, ଯାହା ମୋତେ କଷ୍ଟ ଦିଏ। ମୋ ମନ କୁ ଆନ୍ଦୋଳିତ କରେ ଆଉ ଆଗାମୀ ଭୁଲ ପାଇଁ ଚେତାବନୀ ଦେଇଥାଏ।
16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ଏହି ଉକ୍ତି ଟି ସମ୍ପର୍ଣ୍ଣ ଠିକ୍। କାରଣ ସାହିତ୍ୟ ର ବୟସ ଥାଏ ହେଲେ ସାହିତ୍ୟିକ ର ନୁହେଁ। ଜଣେ ସାହିତ୍ୟିକ ହିଁ ସର୍ବଦା ଚିର ସବୁଜ ଏବଂ, ଯୁବକ ଅବସ୍ଥା ରେ ରହିଥାଏ। ଅଧ୍ୟୟନ , ଅଧ୍ୟବସାୟ,, ପଠନ ଗଭୀର ଚିନ୍ତନ ସାହିତ୍ୟିକ କୁ ଚିର ଦିନ ପାଇଁ ସବୁଜ କରି ରଖିଥାଏ।
17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
ମୁଁ ବହୁତ୍ ଖୁସି। ଏହା ମୋ ପାଇଁ ସୁଯୋଗ ନୁହେଁ ଏକ ସୌଭାଗ୍ୟ। ମୁଁ ଆଜୀବନ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ କୃତଜ୍ଞ ହୋଇ ରହିବି। ଏବଂ ସେ ପରିବାର ର ଏକ ସଦସ୍ୟ ପରି ରହିବି।
18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?
ସୂର୍ଯ୍ୟୋଦୟ ଏମିତି ଏକ ନାମ ଯେଉଁ ନାମ ହିଁ ତିମିର ନାଶ କରି ଜ୍ଞାନ ଲୋକ ର ପ୍ରକାଶ କରେ । ଯୁବ ମାନସ ର ସୃଜନ ଶକ୍ତି କୁ ସୂର୍ଯ୍ୟୋଦୟ ସର୍ବଦା ସମ୍ମାନ ପ୍ରଦର୍ଶନ କରେ ନୂଆ ପିଢ଼ି ଙ୍କୁ ସମ୍ମାନ ଦେବା ସହ ବୟସ୍କ ଙ୍କୁ ମଧ୍ୟ ଗୁରୁତ୍ଵ ଦିଏ। ଉତ୍ତର ଆଧୁନିକ ଯୁଗ ର ସାହିତ୍ୟ ପାଇଁ ଏହା ଏକ ବଳିଷ୍ଠ ଅନୁଷ୍ଠାନ। ଉପକୂଳ ଓଡିଶା ର ବାଲେଶ୍ବର ଜିଲ୍ଲା ର ଏହା ସର୍ବ ଶ୍ରେଷ୍ଠ ଅନୁଷ୍ଠାନ , ଏ ଅନୁଷ୍ଠାନ ପ୍ରତି ମୋର ଅହେତୁକ ପ୍ରେମ ସହ ଭାବନା ରାଇଛି, ତେଣୁ ମୁଁ ଏଥିପ୍ରତି ଆଗ୍ରହୀ ହେଲି।
19.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?
ମୁଁ ଆଗରୁ ସୂର୍ଯ୍ୟୋଦୟ ସହ ପରିଚିତ ଥିଲି, ମନୋଜ ପଣ୍ଡା ଭାଇ ଏବଂ ଜିତେନ୍ଦ୍ର ଭାଇ ଙ୍କ ସଂସ୍ପର୍ଶରେ ଅନେକ ଥର ମୁଁ ଆସିଛି। କିନ୍ତୁ ପରିବାର ସହ ଯୋଡ଼ି ହୋଇ ନଥିଲି। କିନ୍ତୁ ଏବେ ବହୁତ୍ ଅଳ୍ପ ଦିନ ହେବ ମୋର୍ ବନ୍ଧୁ ତଥା କେନ୍ଦୁଝର ହାଟଡିହି ର ଯୁବ କବି ବିଶ୍ଵଜିତ ରାଉତ ଙ୍କ ପ୍ରଚେଷ୍ଟା ଏବଂ ମନୋଜ ପଣ୍ଡା ଭାଇ ଙ୍କ ସ୍ନେହ ଓ ଶ୍ରଦ୍ଧା ବଳ ରେ ମୁଁ ଏହି ପରିବାର ରେ ଯୋଡ଼ି ହେଲି। ସମସ୍ତଂକ ପରି ମୋର୍ ମଧ୍ଯ ଏକ ବ୍ୟସ୍ତ ବହୁଳ ଜୀବନ ଅଛି। କିନ୍ତୁ ଜୀବନ ପାଇଁ ବ୍ୟସ୍ତ ନୁହେଁ। ସାହିତ୍ୟ ପାଇଁ ମୁଁ ବ୍ୟସ୍ତ ଅଟେ। ସାହିତ୍ୟ ମୋର୍ ପ୍ରାଣ ଶକ୍ତି, ମୋ ପ୍ରେମ ଏବଂ ମୋ ନିଶ୍ବାସ,। ସାହିତ୍ୟ ସହ ମୁଁ ଆଜୀବନ ମୃତ୍ୟ ଯାଏଁ ହିଁ ରହିଥିବି।
20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି?
ସାହିତ୍ୟ ହିଁ ମୋର୍ ଜୀବନ ର ଦର୍ଶନ। ସାହିତ୍ୟ କୁ ନେଇକି ମୁଁ ବଞ୍ଚିବା ଶିଖିଛି। ସାହିତ୍ୟ କୁ ନେଇ ମୁଁ ସମାଜ କୁ ଚିହ୍ନିଛି। ସୂର୍ଯ୍ୟୋଦୟ ମୋ ପରିବାର ମୁ ତାହାର ଜଣେ ସଦସ୍ୟ । ପରିବାର ର ମୂରବୀ ମୋତେ ଯେଉଁ କାମ ଦେବେ ତାକୁ ମୁଁ ନିଷ୍ଠା ର ସହ କାର୍ଯ୍ୟ କରିବି। ସମାଜ ପ୍ରତି ସାହିତ୍ୟ ଅଙ୍ଗୀକାର ବଦ୍ଧ ତେଣୁ ମୁଁ ସମାଜ ର ଉନ୍ନତୀ ଏବଂ ସଚେତନତା ନିମନ୍ତେ ସୂର୍ଯ୍ୟୋଦୟ ର ସହଯୋଗ ଆଶା କରିବି।
ସ୍ନେହର ବିଶ୍ଵଜିତ!
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।
ଅଭିନନ୍ଦନ ସହିତ
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ
ସାହିତ୍ୟୟକୁ ନିଜର ନିଃଶ୍ୱାସ ଆଉ ସ୍ପନ୍ଦନ ଭାବୁଥିବା ଆପଣ ଜଣେ ଯୁବ କବି ତାହା ଆପଣଙ୍କ ସାକ୍ଷାତକାରକୁ ପଢି ବୁଝି ହେଉଛି। ସାହିତ୍ୟ ଆପଣଙ୍କର ଦୈନନ୍ଦିନ ଜୀବନ ସହ ଜଡ଼ିତ ହୋଇ ବଞ୍ଚିବାର ଶିକ୍ଷା ସହ ସମାଜ କୁ ଚିହ୍ନି ମଧ୍ୟ ପାରିଛନ୍ତି।ସାହିତ୍ୟ ପ୍ରତି ଆପଣଙ୍କର ଭଲ ପାଇବା ଏବଂ ସମାଜର ଉନ୍ନତି ପାଇଁ ଆପଣଙ୍କର ଉଚ୍ଚାଭିଳାଷ ପ୍ରଭୁଙ୍କ କୃପାରୁ ନିଶ୍ଚୟ ପୂରଣ ହେବ।ଏଥିପାଇଁ ଢେର୍ ସାରା ଶୁଭେଚ୍ଛା ଆଉ ଶୁଭକାମନା।
Literature is the mirror of society but it’s the truest reflector of one’s heart. So your words claim on your utmost genuineness and honesty. Keep on writing and inspiring the youth to be on the right path always. Society needs you and your responsibility is to take the charge of society through your words.
Thank you sir
ଭାଇ ମାଡିଚାଲ…
ସାହିତ୍ୟ ସାଧନା ଜାରି ରଖନ୍ତୁ, ଆପଣଙ୍କ ମତାମତ ବହୁତ୍ ମନମୁଗ୍ଧ କରିଛିମୋତେ। ଭଗବାନ ଆପଣଙ୍କ ଚଲା ପଥକୁ କୁସୁମିତ କରି ରଖିଥାନ୍ତୁ