March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

Lets talk with a  young and dynamic ink slinger Rahul Kumar Garnayak hails from Anugul , district of Odisha for SLF Literary Youth Icon Award contest-. 2023

Lets talk with a  young and dynamic ink slinger Rahul Kumar Garnayak hails from Anugul , district of Odisha for SLF Literary Youth Icon Award contest-. 2023

*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର

ନାମ – ରାହୁଲ କୁମାର ଗଡ଼ନାୟକ l
ପିତାଙ୍କ ନାମ-ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ଗଡ଼ନାୟକ l
ମାତାଙ୍କ ନାମ-ଶ୍ରୀମତୀ ରୁନୁବାଳା ଗଡ଼ନାୟକ l
ଜନ୍ମ ତାରିଖ– 04.04.2005
ଘର ଠିକଣା– ସମଲ
ଜିଲ୍ଲା-ଅନୁଗୋଳ
ଶିକ୍ଷାଗତ ଯୋଗ୍ୟତା– BTeach Mining Engineering.
ଇ-ମେଇଲ୍ ଠିକଣା- [email protected]
ମୁଖପୁସ୍ତିକା /Facebook ଠିକଣା::https://www.facebook.com/profile.php?id=100083587746115&mibextid=ZbWKwL

ଶ୍ରଦ୍ଧେୟ ରାହୁଲ!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।

1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?

✍️….ଜୀବନରେ ସାହିତ୍ୟର ସୃଷ୍ଟି ମୋର ଛୋଟ ବେଳରୁ ହିଁ ଆରମ୍ଭ ହୋଇଥିଲା l ହେଲେ ଲେଖା ଲେଖି ଯାହା 17 ବର୍ଷ ରୁ ପ୍ରାରମ୍ଭ କଲି l ସାହିତ୍ୟ କୁ ନେଇ ମୋର ଢେର ସାରା ସ୍ବପ୍ନ ଥିଲା ଜାଣିନଥିଲି ତାହା ସତ ହେବ କି ନାହିଁ l କିନ୍ତୁ ଭଗବାନଙ୍କ ଦୟାରୁ ରାହୁଲ ମଇତ୍ର ପରି ଭଲ ବନ୍ଧୁ ଟିଏ ପାଇଲି ତାଙ୍କ ପ୍ରେରଣା ଆଉ ସାହାଯ୍ୟ ପାଇଁ ମୁଁ ଆଜି ଏହି ସାହିତ୍ୟ ଦୁନିଆ ସହ ଯୋଡିହୋଇପାରିଲି… l

2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?

✍️….ସାରସ୍ୱତ ସାଧନା ସହ ପାଠପଢ଼ା ମୋ ଜୀବନର ନିତିଦିନ କାର୍ଯ୍ୟକଳାପ ସଦୃଶ l
ଆଉ ସାହିତ୍ୟ ସାମାଜିକ ଜୀବନର ପରିଭାଷା l ସାମଗ୍ରିକ ଭାବେ ସମାଜର  ହିତ ସାଧିକା ହେତୁ ଏହା ମୋ ଜୀବନରେ ଅଙ୍ଗାଙ୍ଗୀ ଭାବରେ ଜଡିତ ହୋଇଗଲାଣି l ମୋର ପ୍ରତ୍ୟେକ କାର୍ଯ୍ୟ ତଥା ପାଠ ପଢା ସହ ସାରସ୍ୱତ ସାଧନା ପ୍ରତି ପ୍ରେମ ଅତୁଟ ଭାବେ ରହିଅଛି….. l
3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?

✍️….ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ମୋର ପରିବାର ଭଲପାଇବା ଏବଂ ଦୃଢ ପ୍ରୋତ୍ସାହନ ରହିଅଛି l ନିତି ଦିନ ର ସମସ୍ତ କାମ ସହ ସାହିତ୍ୟ ପ୍ରତି ରୁଚି ଆଉ ଭଲ ପାଇବା ଦେଖି ମୋତେ ଘରେ ଏହି ଲେଖା ଲେଖି ପାଇଁ ଘରେ ସାହାଯ୍ୟ କରିବା ସହ ଉତ୍ସାହ ବି ପ୍ରଦାନ କରନ୍ତି… l

4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ?  ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।
✍️…. ବ୍ୟାସକବି ଫକୀର ମୋହନଙ୍କ ସାହିତ୍ୟ ଏବଂ ସ୍ଵଭାଵ କବି ଗଙ୍ଗାଧର ମେହେର ଙ୍କ କାବ୍ୟିକ ଶୈଳୀ ତଥା ଦର୍ଶନ ମୋତେ ପ୍ରୋତ୍ସାହିତ କରିଛି, ମୋର ଆଦର୍ଶ ଲେଖକ ବ୍ୟାସକବି ଫକୀର ମୋହନ ସେନାପତି…. l

5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?

✍️…ମୁଁ ମୋର ସାମୟିକ ଭାବନାର ପ୍ରତିଟି ବର୍ଣ୍ଣନା ଗଳ୍ପରେ ହିଁ ବ୍ୟକ୍ତ କରିଅଛି…. l

6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?

✍️…..ସାଧାରଣତଃ କହିବାକୁ ଗଲେ କବିତା ଲେଖିଲା ବେଳେ କବିତାରେ ଭାବନା କିପରି ସରଳ ଓ ସ୍ୱଳ୍ପ ଯାହା ଲୋକଙ୍କୁ ସ୍ମୃତି ମଧୁର ଲାଗିବା ସହ ପାଠକର ମନ ଆକର୍ଷଣ କଲା ପରି ହେବା ଉଚିତ, ଏବଂ ଗଳ୍ପରେ ନିଜର ଭାବନା କୁ ସ୍ୱତଃଭାବରେ ଦର୍ଶାଇବା ଯାହାକି ଏକ ଜୀବନ୍ତ ତଥା ରୂପବନ୍ତ ପରି ଲାଗିବ l ଏତିକି ପାର୍ଥକ୍ୟ ଉଭୟରେ ଭାବ ବୁଝିବା ଠୁ ଗଳ୍ପ ରେ ହୃଦୟଙ୍ଗମ କରିବା ବହୁତ ସରଳ…. l

7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?

✍️…. କବିତା ସାହିତ୍ୟ ର ଏପରି ବିଭାଗ ଯେଉଁଠି ରୂପବର୍ଣ୍ଣନା, ଗୁଣବର୍ଣ୍ଣନା, ତଥା ସାମଗ୍ରିକ ଭାବରେ ଉପମାଯୁକ୍ତ ଲଳିତକଳାର ଛାନ୍ଦସିକ ଅଭିବ୍ୟକ୍ତ l କବିତା ହେଉଛି ହୃଦୟର ରୂପଶ୍ରୀ ନାୟିକା l ସମଗ୍ର ବିଶ୍ୱକୁ ଏବଂ ଅସାଧାରଣ ଭାବକୁ ଧରି ବୁଝି ବର୍ଣ୍ଣନା କରିବାକୁ କବିତା କୁହନ୍ତି । ସାଧାରଣ ଭାବେ କବିତାରେ ସ୍ୱଳ୍ପ ଭାବ କିନ୍ତୁ ସରଳ ପୂର୍ଣ୍ଣ ଯାହା ସ୍ମୃତି ଦ୍ୱାରା ଭାବ କୁ ବିଚାରି ବୁଝି ହୋଇଯାଇଥାଏ l

ସେହିପରି ଗଳ୍ପ ସାହିତ୍ୟ ବିଭାଗ ର ସ୍ୱତନ୍ତ୍ର ଏବଂ ଗୁଣବହନ କାରୀ ମଧ୍ୟ l ଯୁକ୍ତି ବହିର୍ଭୁକ୍ତ ତଥ୍ୟର ସ୍ଥାନ ଗଳ୍ପରେ ଦେଖିବାକୁ ମିଳେ ନାହିଁ l ସାଧାରଣ ଜୀବନର ଅନୁଭବ ଏବଂ ଅଭିଜ୍ଞତା କୁ ନେଇ ଗଳ୍ପର ସୃଷ୍ଟି l ମାତ୍ର ମାନବ ମନରେ ଚରିତ୍ର ତଥା ଭାବର ହୃଦୟଙ୍ଗମ ହେଲେ ଗଳ୍ପର ଆବିଷ୍କାର ହୋଇଥାଏ….. l

8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?

✍️…. ସାହିତ୍ୟିକ ମତବ୍ୟକ୍ତ ରେ ସତ୍ୟତା ଅଛି କାରଣ କବିତାରେ ଚରିତ୍ର ଚିତ୍ରଣ ଏବଂ ଗଳ୍ପରେ ଚରିତ୍ର ଚିତ୍ରଣ ରେ ପାର୍ଥକ୍ୟ ଅଛି l କବିତାରେ ସାଧାରଣ ଭାବେ ଚିତ୍ରଣ ତାହା ଲେଖକର ଭାବନା ଉପରେ ନିର୍ଭର କରେ, ଆଉ କବିତା ଲେଖିଲା ବେଳେ ଭାବନାକୁ ବ୍ୟାଖ୍ୟା ସ୍ୱଳ୍ପ ତଥା ସରଳ ଭାବରେ କରାଯାଏ l କବିତା କୁ ଗଭୀରତା ପୂର୍ବକ ବୁଝିପାରିଲେ ସେ ଚରିତ୍ରରେ ଥିବା ଭାବଟି ଜଣା ପଡିଥାଏ l ସେହିପ୍ରକାରେ ଗଳ୍ପ ର ଚରିତ୍ର ଚିତ୍ରଣ ଏବଂ ମନର ଭାବନା ଉଭୟ ଅଙ୍ଗିକାର ଭାବେ ଜଡିତ, ଯାହାକୁ ପଢି ହୃଦୟଙ୍ଗମ କଲାବେଳେ ପ୍ରତିଟି ଚରିତ୍ର ଆଖିଆଗରେ ଝଲସି ଉଠିଥାନ୍ତି l ମୁଁ ଏହିପରି ଭାବରେ କବିତା ଗଳ୍ପ ରେ ମୋର ଭାବନାକୁ ସ୍ଥାନ ଦେଇଥାଏ…. l

9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?

✍️…. ଆଧୁନିକ ଜୀବନର ପ୍ରଜ୍ଞା ଦୀପ୍ତି ଦୃଷ୍ଟିର ସାର୍ଥକ ରୂପାୟନ ହେଉଛି ସାହିତ୍ୟ, ଏହା ମାନବ ଜୀବନର ମହାଶିଳ୍ପ l ସମାଜର ପ୍ରତିଟି ଚରିତ୍ର ମାଧ୍ୟମରେ ଜନ ସମାଜରେ ପ୍ରତିଫଳିତ ହୋଇଥାଏ l ଏହା ସାମାଜିକ ଜୀବନର ମାନହରୀ ଅଂଶୁକ ସଦୃଶ ଏବଂ ଅସୀମ ଆକାଶ ପରି ପରିବ୍ୟାପ୍ତ ଏହା ହିଁ ମୋର ପ୍ରତିକ୍ରିୟା… l
10-ପୁରା କାଳରେ କରାଯାଇଥିବା  ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?

✍️…. ପୂର୍ବକାଳରେ ଭାଷା ପ୍ରତି ସେ ସମୟ ବ୍ୟକ୍ତିଙ୍କ ହୃଦୟରେ ସ୍ନେହ, ଶ୍ରଦ୍ଧା, ଯଦ୍ଦ୍ୱାରା ଆନ୍ଦୋଳନ ଫଳରେ   ଆଜି ମଧ୍ୟ ଭାଷା ର ମାନ ବଜାୟୀ ରହିଅଛି l ସେ ସମୟରେ ଭାଷା କୁ ମମତା ମୟୀ ମାଆ ସଦୃଶ ଆଖ୍ୟା ଦିଆଯାଉଥିଲା l ଯଦଦ୍ୱାରା ଓଡ଼ିଆ ସାହିତ୍ୟ ଇତିହାସ ଆଜି ପର୍ଯ୍ୟନ୍ତ ଚିର ଅମରଣୀୟ  ରୂପେ ପୁସ୍ତିକା ରେ ଲିପିବଦ୍ଧ l ବର୍ତମାନ ଯୁଗରେ ଭାଷା ପ୍ରତି ଏକ ସାଧାରଣ ଭାବେ ବେଖାତିର ଢଙ୍ଗ, ପ୍ରତେକ ବ୍ୟକ୍ତି କାହିଁ କେତେ ବଡ଼ ପଦବୀ କିମ୍ବା କେତେ ବଡ଼ ସ୍ଥାନରେ ରହିଥାଉନା କାହିଁକି, ତାର ମୂଳଦୁଆ ସ୍ଥାପନ ଏଇ ଭାଷା ମାଧ୍ୟମରେ ହିଁ ହୋଇଥାଏ… l
  ମାତୃଭୂମି ମାତୃଭାଷା ରେ ମମତା
    ଯା ହୃଦେ ଜନମି ନାହିଁ,
ତାକୁ ଯଦି ଜ୍ଞାନୀ ଗଣରେ ଗଣିବା
    ଅଜ୍ଞାନ ରହିବେ କାହିଁ…. l
11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?

✍️… ଏମିତି କହିବାକୁ ଗଲେ ସାରସ୍ୱତ ପ୍ରେମୀ ଭାବେ ଭାଷା ସାହିତ୍ୟ ଜଗତରେ ଯେଉଁ କେତେଜଣ ବିଶିଷ୍ଟ ସାଧକଙ୍କ କୃତିରେ ଓଡ଼ିଆ ଗଦ୍ୟ, ପଦ୍ୟ ର ଉତ୍ଥାନ ଘଟିଛି ସେ ସବୁକୁ ଆଧାର କରି କିଛି ନୀତିଶିକ୍ଷା ଏବଂ କିଛି ପ୍ରେରଣା ମିଳିଛି….. l

12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।

✍️…. ଜଗତୀକରଣ ଏବଂ ବିଶ୍ଵାୟନ ପ୍ରକ୍ରିୟାଦ୍ୱାରା ଓଡ଼ିଆ ସାହିତ୍ୟ ଏକ ଶୀର୍ଷସ୍ଥାନ ଏବଂ ଯୋଗ୍ୟ ରୂପେ ପରିଗଣିତ ହୋଇପାରିବ l ଓଡ଼ିଆ ଭାଷା ସାହିତ୍ୟ ତଥା ତାର ଖ୍ୟାତି ଯଶ ଏବଂ ଜଗନ୍ନାଥ ସଂସ୍କୃତି ଲୋକକଥା ଖୁବ ଚର୍ଚ୍ଚାରେ ଏବଂ ଲୋକ ଲୋଚନକୁ ଆସିପାରିବ l ଯଦ୍ଦ୍ୱାରା ଓଡ଼ିଆ ସାହିତ୍ୟର ସୁନାମ ଏବଂ ଯଶ ରହିବ… l

13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?

✍️….ଏଠି ବାସ୍ତବତା ବୁଝିବାକୁ ଗଲେ ପାଠକର ମନର ଚିନ୍ତନଶୈଳୀ ଏବଂ ଲେଖକଙ୍କର ଭାବନା ଶୈଳୀ ଉପରେ ନିର୍ଭର କରିଥାଏ l କ୍ଷୁଦ୍ର ଗଳ୍ପ ହେଉ ବା ବୃହତ ଗଳ୍ପ ହେଉ ପ୍ରଥମେ ବୁଝିବାକୁ ପଡିବ ସେଥିରେ ଥିବା ଭାବକୁ l ମୋ ମତରେ କ୍ଷୁଦ୍ରଗଳ୍ପ କୁ ପଢିବା ପାଇଁ ତଥା ମନଛୁଆଁ ହେବା ପାଇଁ ବେଶୀ ସମୟ ନେଇନଥାଏ l ଖୁଦ୍ର ହେଉ ବା ବୃହତ ଯାହା ତାକୁ ଭଲଭାବରେ ବୁଝିବାକୁ ହେଲେ ଲେଖକଙ୍କ ଭାବନା ଶୈଳୀ ତଥା ଦର୍ଶାଇବା ଶୈଳୀ ଉପରେ ନିର୍ଭର କରିଥାଏ l

14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି  ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।

✍️…..ସାହିତ୍ୟିକ ମାନଙ୍କର  ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାର ରହିବା ନିହାତି ଆବଶ୍ୟକ l କାରଣ ଜଣେ ସାହିତ୍ୟିକ ନିଜର ଭାବର ବର୍ଣନା ସମାଜ ଠାରୁ ହିଁ ଦେଖି କରିଥାଏ l ଜନ ସମାଜର ପ୍ରତିଟି ଚରିତ୍ର ଏବଂ କାର୍ଯ୍ୟକଳାପ ଜଣେ ସାହିତ୍ୟିକର ଭାବନା ରାଜ୍ୟରେ ପ୍ରତିଫଳିତ ହୋଇଥାଏ l ଯଦ୍ଦ୍ୱାରା ଜଣେ ସାହିତ୍ୟିକର ପ୍ରଥମ ଧର୍ମ ହେଲା ସମାଜ ତଥା ଲୋକମାନଙ୍କ ସହିତ ଅଙ୍ଗୀକାର ବଦ୍ଧତା…… l

15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି  ସେତେ ଭଲ ହୋଇପାରିନି,  ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?

✍️…… କବିତା କବି ଭାବନା ଏବଂ ମନର ରୂପଶ୍ରୀ ନାଇକା, କବି ଯଦି ପିତୃତୁଲ୍ୟ ତେବେ କବିତା ଅଲିଅଳି କନ୍ୟା l କବି ହେଉଛନ୍ତି ଦ୍ୱିତୀୟ ବ୍ରହ୍ମl ଯିଏ ନିଜ ଷଷ୍ଠ ଇନ୍ଦ୍ରିୟରେ ଦେଖନ୍ତି ସମଗ୍ର ବିଶ୍ୱକୁ, ଜଣେ କବି ନିଜର କବିତାରେ ଅବ୍ୟକ୍ତ କୁ ବ୍ୟକ୍ତ ଏବଂ ନିର୍ଜୀବ କୁ ଜୀବନ ଦାନ ଦେଇପାରିଥାନ୍ତି l ତ କବିତା ଲେଖିସାରିବା ପରେ ଯଦି କବିତା ଭଲ ହେଇପାରିନାହିଁ l ମନରେ ସ୍ୱଳ୍ପ ମୁହୂର୍ତ ଦୁଃଖ ଏବଂ ପରେ ଭୁଲ କୁ ସଂଶୋଧନ କରି ସଠିକ କରିବାର ପ୍ରୟାସ ଏହାହିଁ ମୋର ଅଭିଜ୍ଞତା…. l

16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।

✍️….. ସାହିତ୍ୟ, ରତ୍ନାକର ର ପ୍ରତିଟି ତରଙ୍ଗ ମାନ ପରି ମାନବ ଶରୀରରେ ଭାବ ଏବଂ ପ୍ରେମର ଉନ୍ମାଦନା ହୋଇଥାଏ l ସାହିତ୍ୟ ରେ ସ-ହିତ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ  ଗୁରୁତ୍ୱପୁର୍ଣ ନୁହେଁ l ବୟସ କେବଳ ସଂଖ୍ୟା ବିଶେଷ ମାତ୍ର, ଗଳ୍ପ କିମ୍ୱା କବିତାକୁ ଲେଖିବା ପାଇଁ ଯଥେଷ୍ଟ ପୁସ୍ତକ ପଠନ ଏବଂ ଗଭୀର ମନ ତଥା ଚିନ୍ତନ ଆବଶ୍ୟକ l ଭାବନା ଏବଂ ସାହିତ୍ୟ ପ୍ରତି ଥିବା ପ୍ରେମ କୁ ନେଇ ଜଣେ ନିଜର ମନୋଭାବ କୁ ବ୍ୟକ୍ତ କରିଥାଏ…. l

17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।

✍️….ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭା କୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ସ୍ୱତନ୍ତ୍ର ସୁଯୋଗ ମିଳିଥିବାରୁ ମୁଁ ବହୁତ ଖୁସି l ବିଶିଷ୍ଟ ଲେଖକ ଏବଂ ଲେଖିକା ମାନଙ୍କ ଙ୍କ ଭାବନା ମାନକୁ ପଠନ କରିବାର ସୁଯୋଗ ଏବଂ ବରିଷ୍ଠ ବ୍ୟକ୍ତି ଙ୍କ ସହ ବନ୍ଧୁତ୍ୱ ହେବାରେ ଏବଂ ତାଙ୍କୁ ଅନୁସରଣ କରିବାରେ ମୋତେ ଖୁସି ମିଳିଅଛି…… l
18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?

✍️…..ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ ଜୀବନରେ କିଛି ନୂଆଁ ରୂପରେ କରିବାର ଏବଂ ନିଜକୁ ସୁନ୍ଦର ରୂପରେ ଗଢିତୋଳି ନିଜର କର୍ତବ୍ୟ ଓ ସାହିତ୍ୟ ପ୍ରତିଥିବା ପ୍ରେମ ଏହି ସବୁ ମୋତେ ପ୍ରଭାବିତ କରିପାରିଛି l ପ୍ରକୃତରେ କହିବାକୁ ଗଲେ ସବୁ ଜାଗାରେ ଶିକ୍ଷକ ଶିକ୍ଷୟତ୍ରୀ ଥାନ୍ତି ଏବଂ ପାଠ ପଠାଇଥାନ୍ତି ମାନେ ନୁହେଁ କି ସମସ୍ତଙ୍କ ପାଖେ ଯାଇ ବିଦ୍ୟା ଅଧ୍ୟୟନ କରିହେବ l ଯେଉଁଠି ନିଜକୁ ତଥା ନିଜେ କିଛି ଗୋଟେ ଭଲ କରିପାରିବ ବିଶ୍ୱାସ ଥାଏ ସେଇଠି ଅଧ୍ୟୟନ କଲେ ଲାଭ ଅଛି l ତ ସେଥିପାଇଁ ମୁଁ ଆଗ୍ରହୀ ହେଲି…. l

19.ସୂର୍ଯ୍ୟୋଦୟ  ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?

✍️…. ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ମୋର ସମ୍ବନ୍ଧ ରାହୁଲ ମହାନ୍ତି ମଇତ୍ରଙ୍କର ସହଯୋଗ ଏବଂ ମନୋଜ ଭାଇଙ୍କ ଦ୍ୱାରା ସମ୍ଭବ ହେଲା l କହିବାକୁ ଗଲେ ସମସ୍ତଙ୍କ ବ୍ୟସ୍ତବହୁଳ ଜୀବନ ପ୍ରତେକ କାମକୁ ନେଇ l ବ୍ୟସ୍ତ ଜୀବନରେ ପରିବାର ତଥା ନିଜ ଲୋକଙ୍କ ସହ କଥା ବାର୍ତ୍ତା ହେବା ତ ଭୁଲିଯାଉନାହାନ୍ତି l ତ ସେହିପରି ମାତୃଭାଷା ଯାହା ପିଲାଟି ବେଳରୁ ମୋ ସହ ଅଙ୍ଗୀକାର ଭାବେ ଜଡିତ l ମନରେ ଯେବେ ଭାବନା ଟିଏ ଆସିଥାଏ ତ ମୁଁ ଯାହାହେଲେ ପଦେ ଦୁଇପଦ ହେଉ ଲେଖିଥାଏ….. l

20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।

✍️…. ଏମିତିରେ କହିବାକୁ ଗଲେ ସାହିତ୍ୟକୁ ନେଇ ନିଜର ଏକ ସ୍ୱତନ୍ତ୍ର ପରିଚୟ l ଏବଂ ପ୍ରଥମେ ନିଜକୁ ନିଜେ ଉତ୍ତମ ଭାବେ ଗଢ଼ିତୋଳିବା l ସାହିତ୍ୟ ଜଗତରେ ନିଜର ଏକ ନାମ କରିବା ପାଇଁ ଚାହେଁ l ସୂର୍ଯ୍ୟୋଦୟ ଠାରୁ ବେଶୀ କିଛି ଆଶା କରୁନାହିଁ ସମସ୍ତଙ୍କ ଠାରୁ କିଛି ଶିକ୍ଷା ଏବଂ ଆଶୀର୍ବାଦ ହିଁ କାମନା କରୁଛି l ଯଦ୍ଦ୍ୱାରା ମୋର କର୍ତ୍ତବ୍ୟ ପଥରେ ମୁଁ ଅଗ୍ରସର ହେଇପାରିବି….. l❣️


ସ୍ନେହର ରାହୁଲ!
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।

ଅଭିନନ୍ଦନ ସହିତ

ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ

Loading

3 thoughts on “Lets talk with a  young and dynamic ink slinger Rahul Kumar Garnayak hails from Anugul , district of Odisha for SLF Literary Youth Icon Award contest-. 2023

  1. ଖୁବ୍ ସୁନ୍ଦର ମତାମତ ଆଜ୍ଞା,ନିଜକୁ ଉତ୍ତମ ଭାବେ ଗଢ଼ିତୋଳି ସାହିତ୍ୟ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଗଢିବାର ଲକ୍ଷ୍ୟ ନିଶ୍ଚୟ ପୂରଣ ହେବ lପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ତଥା ମୋର ଢେର୍ ସାରା ଶୁଭକାମନା ଯେ ଆପଣଙ୍କର କର୍ତ୍ତବ୍ୟ ପଥରେ ଭଲରେ ଭଲରେ ଅଗ୍ରସର ହୁଅନ୍ତୁ।

  2. ଅତି ସୁନ୍ଦର ଲାଗିଲା ଆପଣଙ୍କ ପ୍ରଶ୍ନ ର ଉତ୍ତର। ଏହି ଭଳି ଭାବରେ ସବୁ ଲେଖା ଲେଖନ୍ତୁ ଆଉ ଜୀବନରେ ଆଉ ଏକ ପାଦ ଆଗକୁ ବାହାର କରନ୍ତୁ।

Leave a Reply to Jayashree khatua Cancel reply

Your email address will not be published. Required fields are marked *