March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

Lets talk with a  young and dynamic  Poetess MS Smitali Priyadarshini Panda hails from Silver city Cuttack , district of Odisha for SLF Literary Youth Icon Award contest-. 2023

Lets talk with a  young and dynamic  Poetess MS Smitali Priyadarshini Panda hails from Silver city Cuttack , district of Odisha for SLF Literary Youth Icon Award contest-. 2023

*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର

ନାମ – ସ୍ମିତାଲି ପ୍ରିୟଦର୍ଶିନୀ ପଣ୍ଡା
ପିତାଙ୍କ ନାମ- ସୁରେଶ ଚନ୍ଦ୍ର ପଣ୍ଡା
ମାତାଙ୍କ ନାମ- ରଶ୍ମିତା ଶାସେନୀ
ଜନ୍ମ ତାରିଖ-୧୬/୦୪/୨୦୦୨
ଘର ଠିକଣା– ନାରାୟଣ ପ୍ରସାଦ, ଗୋପପୁର, ବଡ଼ମ୍ବା
ଜିଲ୍ଲା– କଟକ
ଶିକ୍ଷାଗତ ଯୋଗ୍ୟତା- ସ୍ନାତକତ୍ତୋର (ବିଭାଗ – ଭୂଗୋଳ )
ଇ-ମେଇଲ୍ ଠିକଣା- [email protected]

ମୁଖପୁସ୍ତିକା /Facebook ଠିକଣା::
https://www.facebook.com/profile.php?id=100076925991576&mibextid=ZbWKwL

ଶ୍ରଦ୍ଧେୟ ପ୍ରତିଭା(ସ୍ମିତାଲି)
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।

1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?

ଉ:- ସାହିତ୍ୟ ପ୍ରତି ରୁଚି ବିଦ୍ୟାଳୟ ଜୀବନରୁ ହିଁ ମନରେ ଘର କରିଥିଲା, ୧୦ମ ଶ୍ରେଣୀ ରେ ଅଧ୍ୟୟନ ଜାରି ଥିବା ସମୟରେ ବିଦ୍ୟାଳୟର  ସୁରଭି କାର୍ଯ୍ୟକ୍ରମରେ ମୋର ପ୍ରଥମ କବିତା *”ମୋ ସୁନ୍ଦର ଓଡ଼ିଶା”*  ଭାବନା ରାଇଜରୁ ବାହାରି ବାସ୍ତବତା ର ରୂପ ନେଇଥିଲା ନେଇଥିଲା ଏବଂ ସେହି କବିତା ହିଁ ମୋତେ ପ୍ରେରଣା ଦେଇଥିଲା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢିବା ପାଇଁ କିନ୍ତୁ ପାଠ ପଢା ର ଚାପ ରେ ଛନ୍ଦି ହୋଇ କିଛି ବର୍ଷ ସାହିତ୍ୟ ଠାରୁ ନିଜକୁ ଦୂରେଇ ରଖିଥିଲି , ପ୍ରିୟ ବାନ୍ଧବୀ ସୋନାଲି ସ୍ଵପ୍ନା ପାତ୍ର ଙ୍କ ପ୍ରେରଣା ପୁନର୍ବାର ଟାଣି ଆଣିଥିଲା ସାହିତ୍ୟ ଦୁନିଆଁ କୁ ।

2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?

ଉ:-ନିଜର ନିତିଦିନ କାର୍ଯ୍ୟସୂଚୀ ଅନୁସାରେ ମୁଁ ମୋର ପାଠପଢ଼ା ଓ ସାରସ୍ୱତ ସାଧନା ରେ  ସାମାଜିକ ଜୀବନରେ ସର୍ବସମତା ରକ୍ଷା କରେ  ।

3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?

ଉ:-ସାରସ୍ଵତ ସାଧନରେ ମୋର ଆଗ୍ରହ କୁ ଦେଖି ମୋର ପରିବାର ପ୍ରୋତ୍ସାହନ ଯୋଗାଇଛନ୍ତି ,ଯାହା କି ମୋ ସାରସ୍ଵତ ଜୀବନ ଉପରେ ବହୁତ ବଡ଼ ପ୍ରଭାବ ପକାଇ ଅଛି ।

4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ?  ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।

ଉ:- ମୋ ପାଇଁ ସମସ୍ତ ସାହିତ୍ୟିକ ଜଣେ ଜଣେ ଆଦର୍ଶ । ମୁଁ ସମସ୍ତଙ୍କୁ  ଅନୁସରଣ କରେ ଏବଂ ସମସ୍ତ କାବ୍ୟ କବିତା ରୁ କିଛି ନା କିଛି ଶିଖିବାକୁ ଚେଷ୍ଟା କରେ ।

5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?

ଉ:- ମୁଁ ନିଜକୁ ସବୁବେଳେ କବିତା ଦିଗରେ ହିଁ ବ୍ୟକ୍ତ କରି ଜଣେ ସାହିତ୍ୟିକ ସ୍ରଷ୍ଟା ଭାବେ ପରିଚିତ ହୋଇପାରିଛି ।

6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?

ଉ:- ମୋ ମତାମତ ରେ କବିତା ଲେଖିବା ପାଇଁ କୌଣସି ଉପାୟ ଅବଲମ୍ବନ କରିବାକୁ ପଡ଼ି ନଥାଏ । କାରଣ ମୁଁ ଯେବେ ବି ଭାବପ୍ରବଣ ହୋଇ ଯାଏ ସେହି ସମୟରେ ଭାବନାର ଶବ୍ଦ ସବୁ ପ୍ରସ୍ଫୁଟିତ ହୋଇ ଉଠନ୍ତି ମନ ଭିତରେ ଏବଂ ସେହି ଭାବନାକୁ ମୁଁ କବିତାର ରୂପ ଦେଇଥାଏ  ।

7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?

ଉ:-କବିତା ଯାହା ପଦକ ରେ ବର୍ଣ୍ଣନା କରିଦିଏ ଆଜୀବନ କାହାଣୀ କୁ କିନ୍ତୁ ତାହା ଗଳ୍ପ ପକ୍ଷେ ସମ୍ଭବ ନୁହେଁ । ତେଣୁ ମୋ ମତରେ  କବିତା ଓ ଗଳ୍ପ ମଧ୍ୟରେ ବୈଷମ୍ୟ ରହିଅଛି ।

8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?

ଉ:- ହଁ। ପାର୍ଥକ୍ୟ ଅନୁଭବ କରେ । ମୋର ପ୍ରତ୍ୟେକ କବିତାର ଚରିତ୍ର କେବେ ମୋ ବାପାଙ୍କ ରୂପରେ ସମ୍ମୋହନ କରେ ତ ଆଉ କେବେ ମା ଙ୍କ ରୂପରେ ଆଉ କେବେ ଜଗତର ନାଥ ଜଗନ୍ନାଥଙ୍କ ରୂପରେ  ।

9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?

ଉ:- ମୁଁ ଜଣେ ନବାଗତା ଭାବେ ସାରସ୍ଵତ ଜଗତରେ ପାଦ ଦେଇଛି । ଆଜିର ସମୟରେ ସାହିତ୍ୟ ଜଗତରେ ଆଧ୍ୟାତ୍ମିକତା କି ଆଧୁନିକତା ର ଚର୍ଚ୍ଚା ଚାଲିଛି ତାହା ମୋର ଜ୍ଞାନ ବାହାରେ । ଆଗକୁ ଧିରେ ଧିରେ ଏହି ବାବଦରେ ଅଭିଜ୍ଞତା ସାଉଣ୍ଟିବି ବୋଲି ଆଶା । ତେଣୁ ଏବେକାର ସମୟ ପାଇଁ ଏହି ବାବଦରେ ମୋର ପ୍ରତିକ୍ରିୟା ରଖିବାଟା ମୋ ହିସାବରେ ଅନୁଚିତ୍ ।

10-ପୁରା କାଳରେ କରାଯାଇଥିବା  ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?

ଉ:- ପୁରା କାଳ ରେ ଭାଷା ପ୍ରୀତି ଆନ୍ଦୋଳନ ଏଥି ପାଇଁ ହୋଇଥିଲା କି ଯେହେତୁ ସେତେବଳେ ଭାଷା ସାହିତ୍ୟ ର ସେତେ ବେଶୀ ପ୍ରସାର ହୋଇପାରିନଥିଲା । ଭାଷା ସାହିତ୍ୟ ର ଖୁବ୍ ଅବହେଳା ହୋଇ ରହିଥିଲା । ସେହି ଆନ୍ଦୋଳନ ଆଜି ଆମ ଭାଷାକୁ ଗୋଟିଏ ପରିଚୟ ଦେଇ  ପାରିଛି । କିନ୍ତୁ ଏବେକାର ଶିଥିଳତା  ଏଥି ପାଇଁ କି ତଥା ଯୁବ ପିଢ଼ି ମାନେ ସୋସିଆଲ ମିଡ଼ିଆ ପ୍ରତି ଆକୃଷ୍ଟ ହୋଇ ଯାଇଛନ୍ତି ଏବଂ ପାଶ୍ଚାତ ସଭ୍ୟତା କୁ ଆପଣାଇବା ରେ ଲାଗିଲାଣି । ସେଥିପାଇଁ ବୋଧେ  ଭାଷା ସାହିତ୍ୟ ର ଶିଥିଳତା ଦେଖା  ଦେଉଅଛି ।

11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?

ଉ:- ମୁଁ ଆଜି ନିଜକୁ ଏକ ସାହିତ୍ୟ ସ୍ରଷ୍ଟା ଭାବେ ପରିଚିତ କରାଇ ପାରିଛି ଓ ନିଜର ସାହିତ୍ୟ ଭାଷା ପ୍ରତି ଥିବା ଆବେଗ କୁ ପରିପ୍ରକାଶ କରିପାରିଛି ,ଏହା ହିଁ ମୋ ପାଇଁ  ସାରସ୍ୱତ ପ୍ରେମୀ ଭାବେ ଏକ ସୁଖକର ଅନୁଭୂତି ହୋଇପାରିଛି।

12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।

ଉ:- ଜଗତୀକରଣ କହିଲେ ଆମେ ମୁଖ୍ୟତଃ  ୨ ଟି ବିଭାଗ କୁ ବୁଝିଥାଉ ଯେଉଁଟା କି ହେଉଛି ପ୍ରାଣୀ ବିଭାଗ ଓ ଦ୍ଵିତୀୟ ଟି ଉଦ୍ଭିଦ ବିଭାଗ କିନ୍ତୁ ବିଶ୍ବାୟନ କହିଲେ ସାରା ଜଗତ କୁ ବୁଝାଏ ଅର୍ଥାତ୍ ଜଗତୀ କରଣ କୁ ନେଇ  ବିଶ୍ୱାୟନ ପ୍ରକ୍ରିୟା ହୋଇଥାଏ । ଓଡ଼ିଆ ସାହିତ୍ୟର ର ସ୍ଥିତି  ବିଶ୍ୱାୟନ ରେ ଖୁବ୍ ପ୍ରଚାର ଓ ପ୍ରସାର ।

13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?

ଉ:- ଆଜିର ଓଡ଼ିଆ କ୍ଷୁଦ୍ର ଗଳ୍ପ ପାଠକର ଖୁବ୍ ନିକଟତର ହୋଇପାରିଛି । କାରଣ ଆଜିର ବ୍ୟସ୍ତ ବହୁଳ ଜୀବନ ଭିତରେ ସ୍ବଳ୍ପ ସମୟ ମଧ୍ୟରେ କ୍ଷୁଦ୍ର ଗଳ୍ପ ଅନେକ କିଛି ଶିକ୍ଷା ଦେଇଥାଏ । ଯେଉଁଥି ପାଇଁ କ୍ଷୁଦ୍ର ଗଳ୍ପ ପାଠକ ମାନଙ୍କ ନିକଟତର ହୋଇ ପାରିଛି ବୋଲି ମୁଁ ଅନୁଭବ କରେ ।

14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି  ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।

ଉ:- ହଁ, ସାହିତ୍ୟିକ ମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ । କାରଣ ଭାଷା ସାହିତ୍ୟ ଦ୍ଵାରା ଆମର ଏଇ ସମାଜରେ  ଭାଷା ସଂସ୍କୃତି ରେ କିଛି ସୁଦୃଢ ହୋଇପାରେ ।ସମାଜର ସେହି ପ୍ରାକୃତିକ ,ବାସ୍ତବତା କୁ ପ୍ରତିଫଳିତ କରି ସମାଜ କୁ ସୁସଜ୍ଜିତ ଓ ନିରାମୟ କରିଥାଏ ।

15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି  ସେତେ ଭଲ ହୋଇପାରିନି,  ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?

ଉ:- ପାଞ୍ଚ ଆଙ୍ଗୁଠି ସମାନ ନହେଲା ପରି ଜଣେ ଲେଖକର ସବୁ କବିତା ଯେ ସୁନ୍ଦର ବା ହୃଦୟସ୍ପର୍ଶୀ ହୋଇ ପାରିବ ତାହାର କିଛି ମାନେ ନାହିଁ । ତେଣୁ ସେଥିପାଇଁ ମୋ ମନରେ ସେହିପରି ଏମିତି କିଛି ଭାବନା ଆସେନାହିଁ ମୋର କବିତା ପାଠକ ମାନଙ୍କ ମନକୁ ଛୁଇଁବ ବୋଲି ସବୁବେଳେ ବିଶ୍ୱାସ ଓ ଭରଷା ଥାଏ  ।

16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।

ଉ:- ହଁ ,ଉପରୋକ୍ତ  ଉକ୍ତି ସହ ମୁଁ ସହମତ । କାରଣ ଭାଷା ସାହିତ୍ୟ  ଦିଗରେ ଲେଖିବା ବା ବର୍ଣ୍ଣନା କରିବା ପାଇଁ ବୟସ ଗୁରୁତ୍ୱ ପୂର୍ଣ୍ଣ ହୋଇନଥାଏ  ବରଂ  ତାର ଅନୁଭବ ,ଅନୁଭୂତି ,ପୁସ୍ତକ ପଠନ ,ଗଭୀର  ମନନ  ଚିନ୍ତା ଧାରା ର ଆବଶ୍ୟକ ତା ରହିଥାଏ ,ଯାହା ଫଳରେ ଜଣେ ବ୍ୟକ୍ତି ନିଜର ସାହିତ୍ୟ ଦିଗରେ ଥିବା / ସାହିତ୍ୟ ଭାଷା ପ୍ରତି ଥିବା ଆବେଗ କୁ ସେ ଶବ୍ଦ ଓ କାଳ୍ପନିକ ସବୁ କୁ ତାର ଗଳ୍ପ ବା କବିତା ରେ ସ୍ଥାନିତ କରିଥାଏ ।

17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।

ଉ:-  ସୁଯୋଗ ଯାହା ପ୍ରତ୍ୟେକ ମଣିଷକୁ ଖୁସି ଓ ମନରେ ନୂତନ ଆଶା ଭରିଥାଏ । ତେଣୁ ମୋ ପକ୍ଷେ ଖୁସି ହେବା ସ୍ବାଭାବିକ କଥା ।

18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?

ଉ:- ସୂର୍ଯ୍ୟୋଦୟ  ଭାଷା ପ୍ରତିଷ୍ଠାନ ରେ ମୁଁ ନବାଗତା ଭାବେ ଯୋଡ଼ି ହୋଇଛି , ଏଯାବତ୍ ସୂର୍ଯୋଦୟ ଭାଷା ପ୍ରତିଷ୍ଠାନ ର କୌଣସି ଅନୁଭବ ମୋ ପାଖରେ ନାହିଁ । ତେଣୁ କୌଣସି କଥା ପ୍ରଭାବିତ କରି ପାରିଛି କି ନକରି ପାରିଛି ତାହାର ଟିପ୍ପଣୀ ଦେବା ଭୁଲ ହେବ । ଆଶା କରେ ଆଗାମୀ ଦିନରେ ସୂର୍ଯ୍ୟୋଦୟ ଭାଷା ପ୍ରତଷ୍ଠାନର କୌଣସି କାର୍ଯ୍ୟକ୍ରମ ବା ଆଲୋଚନା ବସ୍ତୁ ପ୍ରଭାବିତ କରିପାରେ । ବାକି ରହିଲା ପ୍ରତିଯୋଗିତା କଥା – ମୁଁ କୌଣସି ସମ୍ମାନ ପାଇବା ଆଶାରେ କିମ୍ବା ପ୍ରତିଯୋଗିତାରେ ଭାଗ ନେଇ ବିଜୟ ହେବା ଆଶାରେ ଅନୁଷ୍ଠାନରେ ଯୋଗ ଦେଇ ନାହିଁ ।  ସାହିତ୍ୟ ବିଷୟରେ ଅଧିକ ଜାଣିବା ପାଇଁ ଓ ନିଜର କବିତାର ବାର୍ତ୍ତା ମାଧ୍ୟମରେ ଦୁନିଆଁ କୁ କିଛି ଜଣାଇବା ପାଇଁ ଅନୁଷ୍ଠାନରେ ଯୋଗ ଦେଇଛି  ।

19.ସୂର୍ଯ୍ୟୋଦୟ  ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?

ଉ:- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର ବାର୍ତ୍ତା ମୁଁ ମୋ ବନ୍ଧୁ ଙ୍କ ଠାରୁ ଜାଣିବାକୁ ପାଇଥିଲି ,ଏହା ପରେ ଏହି ଅନୁଷ୍ଠାନର ପ୍ରତିଷ୍ଠାତା ଙ୍କ ଜରିଆରେ ପରିଚିତ ହୋଇ ଏହି ପରିବାର ରେ ସଂଯୋଗ ହୋଇ ଏହାର ଅଂଶ ହୋଇପାରିଛି ।

20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।

ଉ:-:- କଥାରେ ଅଛି ନିଜର ଚିନ୍ତାଧାରାକୁ ବାହାରେ ପ୍ରକାଶ କଲେ କାଳେ ତାହା ସଫଳ ହୁଏନି, ସେଥିପାଇଁ ମୋ କଳ୍ପନାର ଭବିଷ୍ୟତ ମୋ ଭିତରେ ସୀମିତ ରହିବା ହିଁ ଭଲ ହେବ । ଆଶା କାଳେ ଦୁଃଖ ଦିଏ ଆଉ ସହଯୋଗ ଦୁର୍ବଳ କରିଦିଏ , ସେଥିପାଇଁ ଅନ୍ୟ ଉପରେ ଆଶା ବ୍ୟକ୍ତ କରିବା କିମ୍ବା ସହଯୋଗ ଲୋଡ଼ିବା ମୋ ପକ୍ଷେ ସମ୍ଭବ ନୁହେଁ । କିନ୍ତୁ ଧନ୍ୟବାଦ ଜଣାଉଛି ସୂର୍ଯ୍ୟୋଦୟ  ଭାଷା ପ୍ରତିଷ୍ଠାନ କୁ ଉଦାର ହୃଦୟ ନେଇ ସହଯୋଗ ର ହାତ ବଢ଼ାଇ ଥିବାରୁ  ।

ସ୍ନେହର ସ୍ମିତାଲି!
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।

ଅଭିନନ୍ଦନ ସହିତ

ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ

Loading

7 thoughts on “Lets talk with a  young and dynamic  Poetess MS Smitali Priyadarshini Panda hails from Silver city Cuttack , district of Odisha for SLF Literary Youth Icon Award contest-. 2023

  1. ସବୁ ସ୍ଥାନ ରେ ତୋର ବିଜୟୀ ହେଉ ଏବଂ ଶିଖୁଥା,ଆଗକୁ ବଢ଼ୁଥା

  2. ଜଣେ ନବାଗତା ଭାବରେ ସାହିତ୍ୟ ଜଗତରେ ପାଦ ଦେଇଛନ୍ତି ଏବଂ ସାହିତ୍ୟର ବିଭିନ୍ନ ବିଷୟରେ ଜ୍ଞାନ ସାଉଟିବାର ଆଶା ମଧ୍ୟ ରଖିଛନ୍ତି । ଆପଣଙ୍କ ଆଶା ଓ ସାହିତ୍ୟ ଯାତ୍ରା ଫଳପ୍ରଦ ହେଉ

Leave a Reply to Jayashree khatua Cancel reply

Your email address will not be published. Required fields are marked *