February 01, 2023
11 11 11 AM
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
ସ୍ମୃତି – ସୁମିତ୍ରା ନାୟକ 
ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ 
କୁହୁକ କୁହାଟ  – ସୁମିତ୍ରା ନାୟକ 
Latest Post
ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ  ସ୍ମୃତି – ସୁମିତ୍ରା ନାୟକ  ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ  କୁହୁକ କୁହାଟ  – ସୁମିତ୍ରା ନାୟକ 

Lets talk with a  young budding Poetess MS Puspita Maharana hails from Kendujhar , district of Odisha for SLF Literary Youth Icon Award contest-. 2023

Lets talk with a  young budding Poetess MS Puspita Maharana hails from Kendujhar , district of Odisha for SLF Literary Youth Icon Award contest-. 2023

*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର

ନାମ –  ପୁଷ୍ପିତା ମହାରଣା
ପିତାଙ୍କ ନାମ- ହରେକୃଷ୍ଣ ମହାରଣା
ମାତାଙ୍କ ନାମ- କୁମୁଦିନୀ ମହାରଣା
ଜନ୍ମ ତାରିଖ- 20/1/2001
ଘର ଠିକଣା-  ଗ୍ରାମ – ବଙ୍ଗୋର
ଜିଲ୍ଲା– କେନ୍ଦୁଝର
ଶିକ୍ଷାଗତ ଯୋଗ୍ୟତା- ସ୍ନାତକ ( graduation )
ଇ-ମେଇଲ୍ ଠିକଣା-
puspitamaharan2000@gmail.Com
ମୁଖପୁସ୍ତିକା /Facebook ଠିକଣା:
https://www.facebook.com/puspita.maharana.18?mibextid=ZbWKwL

ସ୍ନେହର ପୁଷ୍ପିତା!

ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।

1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?

– ସାହିତ୍ୟ ପ୍ରତି ମୋର ଛୋଟବେଳୁ ରୁଚିଥିଲା | ଏବଂ ମୋ ଭଉଣୀ ସବୁବେଳେ ଉଚ୍ଚିତ କଥା ଆଉ ମାର୍ଗ ଦେଖାଇଆସିଛନ୍ତି ଏବଂ ସାହିତ୍ୟ ବିଷୟ ତାଙ୍କର ବହୁତ ଅଭିଜ୍ଞତା ରହିଆସିଛି l ତାଙ୍କ ଠାରୁ ବିଷୟରେ ଶୁଣିବାକୁ ଭଲଲାଗେ ଓ ପଢିବାକୁ ଭଲ ଲାଗେ l

ଦ୍ୱିତୀୟ ବର୍ଷ କଳା ଏ ଲେଖାଲେଖି ମୋର ଆରମ୍ଭ ହୋଇଥିଲା |

2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?

ପାଠପଢା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରିବା ସହ ସାରସ୍ୱତ ସାଧନା ନିତିଦିନିଆ ଜୀବନର ଏକ ଅଭ୍ୟାସରେ ପରିଣତ ହେଇସାରିଲାଣି | ଭଗବାନ କରନ୍ତୁ ଏ ନିତିଦିନିଆ ଜୀବନରେ ଏ ସାରସ୍ୱତ ସାଧନା ଅଭ୍ୟାସ ଟା ଜାରି ରହୁ | ଲେଖିବାପାଇଁ ମନ ବଳେଇଲେ ମୁଁ ଏକ ଶାନ୍ତ ଜାଗାରେ ଯାଇ ବସେ ଏବଂ ଯାହା ମନରେ ଆସେ ତାହା ଡ଼ାଇରୀ ରେ ଲେଖିଦିଏ l

3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?

– ପିଲାଟିଏ କୌଣସି କାମରେ ଲକ୍ଷ ରଖି ଆଗେଇଚାଲିଲେ ତା ପରିବାର ର ପ୍ରଭାବ ଟି ନିଶ୍ଚୟ ରୁହେ ଓ ସେମାନଙ୍କ ପ୍ରଭାବ କେବେ କୁ-ପ୍ରଭାବ ନୁହେଁ ସୁ-ପ୍ରଭାବ ହେଇଥାଏ | ମୋ ପରିବାର ସବୁବେଳେ ମତେ କହିଆସିଛନ୍ତି ‘ଜୀବନରେ ଏମିତି କିଛି କାମ କର ଯାହା ସମାଜପାଇଁ ହିତ ସାଧନ କରୁଥିବ l

4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ?  ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।

– ପ୍ରତିଭା ରାୟଙ୍କ ଏକ ଗଳ୍ପ ସଂକଳନ ‘ମନୁଷ୍ୟର ସ୍ୱର’ ଓ ରାଧାମୋହନ ଗଡ଼ନାୟକଙ୍କ କବିତା ସଂକଳନ ‘କାବ୍ୟାୟିକା’, ମାୟାଧର ମାନସିଂ ବେଶ୍ ପ୍ରୋତ୍ସାହିତ କରିଛି |ମୋର ଆଦର୍ଶ ଲେଖକ କହିବାକୁ ଗଲେ ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର, ରାଧାମୋହନ ଗଡ଼ନାୟକ ଓ ପ୍ରତିଭା ରାୟ, ମାୟାଧର ମାନସିଂ ଆଦି |

5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?

-ମୁ ଅଧିକ କବିତା କୁ ଗୁରୁତ୍ୱ ଦେଇଛି l

6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?

–ମୁ କିଛି ଲେଖା ଲେଖିଲା ବେଳେ ପ୍ରଥମେ ସ୍ୱରସ୍ବତୀ ଙ୍କୁ ଶ୍ମରଣକରେ ତାପରେ ଲେଖା ଆରମ୍ଭ କରେ l ତାପରେ ମୁ ନିଛାଟିଆ ଜାଗାରେ ବସି ମୋ କବିତା ଆରମ୍ଭ କରେ l

7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?

– କବିତା ଓ ଗଳ୍ପ ମଧ୍ୟରେ ବହୁତ ପ୍ରଭେଦଥାଏ |କବିତା ଯାହା ଯୋଡିଏ ଧାଡ଼ିରେ ବହୁତ କିଛି କଥା ଖଞ୍ଜିକରି ରଖିଥାଏ, ଗଳ୍ପ କହି ମଧ୍ୟ ବହୁତ କିଛି ଶିଖେଇଦେଇଥାଏ | ଗଳ୍ପ ବହୁତ କିଛି କହିଦେଇଥାଏ | ଏବଂ ଛୋଟ ପିଲା ମାନଂକୁ ଅଧିକା ପସନ୍ଦ ଆଉ ସେମାଙ୍କୁ ଗଳ୍ପ ମାଧ୍ୟମରେ ପଠ ପଢାଇବାକୁ ସହଜ ମାଧ୍ୟମ l

8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?

– କବିତାରେ ସେମିତି ଅନୁଭବ କରେନି କିନ୍ତୁ ଗଳ୍ପ ରେ ଅନୁଭବ କରେ |ଅନେକଙ୍କ ଜୀବନ କାହାଣୀ ପଢ଼ିଲେ ମତେ ଲାଗେ ଯେମିତି ଏଇ କାହାଣୀରେ ଥିବା ମୂଳ ଚରିତ୍ର ଟି ‘ମୁଁ ନିଜେ’ |ଆଉ ମୁଁ ଏଇଭଳି ଭାବେ ପଢ଼ିଲେ ମୋତେ ଆହୁରି ପଢିବାକୁ ଇଚ୍ଛା ହୁଏ |

9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?

– ସାହିତ୍ୟ ସବୁବେଳେ ଆଗେଇ ଆସିଛି ଆଉ ଆଗେଇବ ମଧ୍ୟ | ସେ ଯେ କୌଣସି ଯୁଗ ଆସୁ ନା କାହିଁକି ସାହିତ୍ୟ ସମାଜରେ ହିତ ସାଧନ କରିଆସିଛି ଓ ଯୁଗେ ଯୁଗେ କରିଆସିବ ମଧ୍ୟ | ପୂର୍ବକାଳରେ ବହୁତ ବଣମଲ୍ଲୀ ଥିଲେ ଯେଉଁମାନେ ବଣରେ ରହି ହିଁ ମଉଳି ଯାଆନ୍ତି କିନ୍ତୁ ଏ ଉତ୍ତର ଆଧୁନିକ ଯୁଗ ବଣମଲ୍ଲୀ ର ବାସ୍ନାକୁ ବଣରୁ ସବୁଆଡେ ବିଛୁରିତ କରିବାରେ ସାହାଯ୍ୟ କଲା | ଆଉ କେଉଁ ବନମଲ୍ଲୀ ବଣରେ ରହିବେନାହିଁ ଇଣ୍ଟେର୍ନେଟ ମାଧ୍ୟମରେ ସମସ୍ତେ ପଦାକୁ ଆସି ନିଜ ପ୍ରତିଭା ଦେଖେଇଦେବେ |

10-ପୁରା କାଳରେ କରାଯାଇଥିବା  ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?

– ପୂର୍ବ କାଳରେ ଆମ ଭାଷା କେତେ ମହାନ ଓ ମିଠା ଥିଲା |ଭାଗବତ ର ନବାକ୍ଷର ପଦ , ବଳରାମ ଦାସ ଙ୍କ ଲକ୍ଷ୍ମୀ ପୁରାଣ, ଭଞ୍ଜ ଙ୍କ ସାହିତ୍ୟ, ଛନ୍ଦକବି ରାଧାମୋହନ ଙ୍କ ଛନ୍ଦ…… ବେଶ୍ ମୁଗ୍ଧକର |ଉତ୍ତର ଆଧୁନିକ ଯୁଗ ପାଦ ଥାପୁଣୁ କାହିଁକି କେଜାଣି ଭାଷା ପ୍ରତି ଲୋକଙ୍କ ଭଲପାଇବା ଧୀରେ ଧୀରେ କମିକମି ଗଲାଣି |ଛୁଆ ଟି ପାଟିରୁ ମାଆ, ବାପା ଡାକ ଶୁଭୁନି| ଆଉ ସେଭଳି ଭାଷା ପ୍ରତି ଭଲ ପାଇବା ନାହିଁ l କାହିଁକି କେଜାଣି ଓଡ଼ିଆ ଲୋକ ଓଡ଼ିଆ ଭାଷା କହିବାକୁ ନିଜକୁ ସଂକୁଛନ୍ତି l ଓଡ଼ିଆ ଭାଷା ପିଲା ଙ୍କୁ ପଢ଼ାଉନାହାନ୍ତି ଇଂରାଜୀ ରେ ପିଲା ଙ୍କୁ ପଢାଇବାକୁ ଏବଂ ତାଙ୍କ ବାୟ କରି ପଢ଼ାଉଛନ୍ତି କିନ୍ତୁ ଓଡ଼ିଆ ମିଡ଼ିଅମ ରେ ପଢ଼ାଉନାହାନ୍ତି l ଆଉ ଓଡ଼ିଆ ଓଡ଼ିଆ ଆମର ମାତୃଭାଲା ଓ ମା l ତାକୁ ଛାଡି ଆମେ ତିଳେବି ବଞ୍ଚିରିବନାହିଁ l ଏମିତି ଯଦି ହେବ ଆମ ମାତୃଭାଷା ଉନତି କେଉଁଭଳି ହେବ?

11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?

– ସାହିତ୍ୟକୁ ଭଲପାଉଛି ୟା ଠୁ ବଳି ସୁଖକର ଆଉ କଣ ବା ଅଛି |ମୋତେ ଉପସ୍ଥାପନା କରିବାକୁ ବେଶ୍ ଭଲଲାଗେ l

12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।

– ଜଗତୀକାରଣ ଓ ବିଶ୍ୱାୟନ ପ୍ରକ୍ରିୟା ଦ୍ୱାରା ଓଡ଼ିଆ ସାହିତ୍ୟ ବହୁତ ଆଗକୁ ଯାଇପାରିବ | ଦେଶ, ବିଦେଶରେ ଆମ ମଧୁର ଭାଷା ସମ୍ବନ୍ଧୀୟ ତଥା ଆମ ଜଗନ୍ନାଥ ସଂସ୍କୃତି, ଆମ ପରମ୍ପରା ବିଷୟରେ ବେଶ୍ ଚର୍ଚ୍ଚା କରିପାରିବ |ଯାହାଫଳରେ ଆମ ଭାଷା, ଆମ ସାହିତ୍ୟ, ଆମ ଓଡ଼ିଆ ଖୁବ ଉର୍ଦ୍ଧଗାମୀ ହେବ |

13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?

– ଗପ ଆଗରୁ ପାଠକଙ୍କ ପ୍ରିୟ ଥିଲା,ଏବେ ବି ମଧ୍ୟ ଅଛି ଓ ଆଗକୁ ମଧ୍ୟ ରହିବ | ଆଗରୁ ଗପ ନା ଶୁଣିଲେ ଲୋକଙ୍କ ପ୍ରତି ଆଗ୍ରହ ଚାଲିଆସୁଥିଲା ଏବେ ଆସୁନି କିନ୍ତୁ ଥରେ ସେ ଗପରେ ବନ୍ଦିହେଇଗଲେ ଥମିହୋଇଯାଇଥିବା ଆଗ୍ରହଟି ଲମ୍ପ ମାରି ପୁଣି ବଢିଯାଏ ଗପର ଶେଷ ପୂର୍ଣ୍ଣଛେଦ ଯାଏଁ |

14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି  ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।

– ହଁ… ନିଶ୍ଚିତ ଭାବେ ରହିବା ଆବଶ୍ୟକ l ଫକୀରମୋହନ ଙ୍କ ସାମାଜିକ ଉପନ୍ୟାସ ପଢି ଆମକୁ ଲାଗେ ସେ ସମୟରେ ଏମିତି କିଛି ଚାଲୁଥିଲା ଏବଂ କୁସ୍କାର ଏବଂ ସଂସ୍କାର ଥିଲା l ତାହା ଆମେ ପଠ ପଢି କିଛି ସମାଜ ବିଷୟ ରେ ଅନୁଧ୍ୟାନ କରୁ l

15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି  ସେତେ ଭଲ ହୋଇପାରିନି,  ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?

– ମୋ ନିଜସ୍ୱ କଥା କହୁଛି l କବିତା ଲେଖିଲା ବେଳେ କିଛି ତ୍ରୁଟି ଯଦି ଲାଗେ ତାକୁ ମୁ ବାରମ୍ବାର ପଢିବା ସହ ତାକୁ ଶବ୍ଦ ଗୋଡ଼ିକ ଅଧିକ ଯୋଡି ବାକୁ ଲାଗେ ଏବଂ ମୋ କବିତା କୁ ପଢେ ଆଉ ମୋ ଭଉଣୀ କିମ୍ବା ମା ଙ୍କୁ ଶୁଣାଇ ଥାଏ l ତାଙ୍କୁ ଯଦି ଭଲ ଲାଗେ ମୁ ତାକୁ ମୋ ଡ଼ାଇରୀ ରେ ତାରିଖ ଦେଇ ରଖିଦିଏ l

16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।

– ଏହି ମତରେ ମୁଁ ଏକମତ |ସର୍ଜନାତ୍ମକ ଶୈଳୀ ଭଗବାନ ସଭିଙ୍କୁ ଦେଇଥାଏ |ସାହିତ୍ୟ ରଚନା କରିବାପାଇଁ କୌଣସି ବୟସ, ସମୟ ନଥାଏ |ପ୍ରାକୃତିକ ଅନୁଭବ, ଅଙ୍ଗଲିଭା ଅନୁଭୂତି, ବିଭିନ୍ନ ପୁସ୍ତକ ପଠନ ଦ୍ୱାରା ହିଁ ମନୁଷ୍ୟ ର ରଚନାତ୍ମକ ଶକ୍ତି ବଢିଥାଏ | ଏବଂ ଅନ୍ୟ ଠାରୁ ଶୁଣିକି ଅଧ୍ୟ ବିକାଶ ହୋଇଥାଏ l

17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ |

– ଏହା ମୋର ଭାଗ୍ୟ ଯେ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଭା ପରିଦର୍ଶନ କରିବାପାଇଁ ମୋତେ ସୁଯୋଗ ମିଳିଛି |ଏହାଠାରୁ ଆଉ ବଡ଼ କଥା କିଛି ନାହିଁ |ମୁଁ କିନ୍ତୁ ବହୁତ ଖୁସି ଆପଣ ମାନେ ଏହିଭଳି ଅନୁଷ୍ଠାନ କରିଛନ୍ତି ଆଉ ଆମ୍ଭମାନଙ୍କୁ ସୁଯଗ ଦେଇଥିବାରୁ l

18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?

– ଖୁସିଲାଗୁଛି ଯେ, ଆନ୍ତର୍ଜାତିକ ସ୍ଥର ସମସ୍ତ ସ୍ରଷ୍ଟା ଙ୍କୁ ସୁଯୋଗ ଦେଇ ତାଙ୍କ ପ୍ରତିଭା କୁ ସମ୍ମାନ ଦେଇଆସୁଛି |ଏବଂ ସମସ୍ତଙ୍କୁ ଆଗକୁ ବଢିବା ର ପ୍ରେରଣା ମଧ୍ୟ ଦେଇଆସୁଛି | ସମ୍ମାନ ପାଇଁ ଏଇଠିଯୋଗେ ଆଗ୍ରହୀ ହେଲି ଯେ ‘ଏ ସମ୍ମାନ ଭାଷାପାଇଁ ମୋ ଭିତରେ ଆହୁରି ପ୍ରୀତି, ପ୍ରେମ, ଶ୍ରଦ୍ଧା, ଭଲପାଇବା ଇତ୍ୟାଦି ବଢ଼େଇବ |

19.ସୂର୍ଯ୍ୟୋଦୟ  ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?

– ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ସମ୍ପୃକ୍ତ ମନୋଜ ଭାଇଙ୍କ ଯୋଗୁଁ ସମ୍ଭବ ହେଲା ଓ ମୋର ଅତିପ୍ରିୟ ରାହୁଲ ମହନ୍ତ ମୋତେ ଏଥିରେ ଆଗକୁ ବଢିବାକୁ ବହୁତ ପ୍ରୋତ୍ସାହନ ଦିଅନ୍ତି |

20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।

– ମୋ ଜୀବନ ଦର୍ଶନରେ ସାହିତ୍ୟକୁ ନେଇ ଗୋଟେ ସାମାଜିକ କର୍ମୀ ହବାର ସ୍ୱପ୍ନ ଅଛି | ଯେମିତି କି ମୁଁ ମୋ କବିତାକୁ ଉପସ୍ଥାପନା କରି ସମାଜକୁ ଯେମିତି ଉଚ୍ଚିତ ବାର୍ତ୍ତା ଦେବି ଓ ଲୋକଙ୍କ ମନରେ ଭାଷାପ୍ରତି ଆଗ୍ରହ ବଢ଼େଇବାକୁ ଚେଷ୍ଟା କରିବି | ପରିଶେଷରେ ଏତିକି କହିବି ସୁର୍ଯୋଦୟ ର ସମସ୍ତ କର୍ତ୍ତା ମାନଙ୍କ ଆଶୀର୍ବାଦ ଆମ କୁନିସ୍ରଷ୍ଟା ମାନଙ୍କ ଉପରେ ଏମିତି ରହିଥାଉ | ଆମେ ସମସ୍ତେ କିପରି ଆଗକୁ ଯାଇ ଭାଷା ର ମାନ, ମହତ ରଖୁ ଏତିକି ହିଁ ଆଶା ମୋର 🙏|
ଜୟ ଜଗନ୍ନାଥ

 

ସ୍ନେହର ପୁଷ୍ପିତା!
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।

ଅଭିନନ୍ଦନ ସହିତ

ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ

 2,976 total views,  1 views today

8 thoughts on “Lets talk with a  young budding Poetess MS Puspita Maharana hails from Kendujhar , district of Odisha for SLF Literary Youth Icon Award contest-. 2023

  1. Heartly Congratulations dear
    For your Ideal achievements
    Quickly grow up and be highlited
    Keep your outstanding poem writing Skills
    Again welcome to Poeter Ms.Puspita Moharana
    Best of luck for your upcoming future

  2. ଆଜିର ସମାଜରେ ସାହିତ୍ୟ ଚାହିଦା କମି ଗଲାଣି,ତେଣୁ ଆମେ ସମସ୍ତ ସାହିତ୍ୟିକ ମିଶି ସମାଜର ହିତ ପାଇଁ ଆମ ମାତୃଭାଷାର ପୁନଃଉଦ୍ଧାର କରିବାକୁ ପଡିବ।ଯୁବ କବି ହୋଇ ବୁଖ ସୁନ୍ଦର ଚିନ୍ତାଧାର।ସଦା ସଫଳତା ପ୍ରାପ୍ତ ହୁଅନ୍ତୁ।

  3. ସାହିତ୍ୟ ଯାତ୍ରା ରେ ସଫଳତା ଅର୍ଜନ କରନ୍ତୁ। ସୂର୍ଯ୍ୟୋଦୟ ସାହିତ୍ୟ ପରିବାର ସହିତ ଯୋଡି ହେଇ ଅନେକ ଶିଖିବାର ସୁଯୋଗ ନିଅନ୍ତୁ।
    ଜୟ ଜଗନ୍ନାଥ

Leave a Reply

Your email address will not be published. Required fields are marked *