March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

Lets talk with a  young budding Poetess MS Priyanka Swain hails from Ganjam , district of Odisha for SLF Literary Youth Icon Award contest-. 2023

Lets talk with a  young budding Poetess MS Priyanka Swain hails from Ganjam , district of Odisha for SLF Literary Youth Icon Award contest-. 2023

*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର

ନାମ – ପ୍ରିୟଙ୍କା ସ୍ୱାଇଁ
ପିତାଙ୍କ ନାମ-ଜୟରାମ ସ୍ୱାଇଁ
ମାତାଙ୍କ ନାମ-ନିଲେନ୍ଦ୍ରୀ ସ୍ୱାଇଁ
ଜନ୍ମ ତାରିଖ-୧୫/୧/୨୦୦୩
ଘର ଠିକଣା-ବରୁପଡ଼ା,ରତନି ସାହି
ଜିଲ୍ଲା-ଗଞ୍ଜାମ
ଶିକ୍ଷାଗତ ଯୋଗ୍ୟତା-+୩,କଳା
ଇ-ମେଇଲ୍ ଠିକଣା-[email protected]

ସ୍ନେହର ପ୍ରିୟଙ୍କା !
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।

1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?

ଊ:- +୩ ,୩ୟ ବର୍ଷ ଠାରୁ ଯେତେବେଳେ ମୁ ଓଡ଼ିଆ ଭାଷା ପ୍ରତିଷ୍ଠାନ ରେ ଅଂଶୀଦାର ହେଲି।୧୯   ବର୍ଷ ବୟସରୁ ମୁ ସାହିତ୍ୟ ସହିତ ବାନ୍ଧି ହୋଇଗଲି ଓ ଗୋଟିଏ ସରସତ୍ଵ ଜୀବନ ବଞ୍ଚିଲି।

2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?

ଊ:- ବଡ଼ ମାନଙ୍କୁ ଅନୁସରଣ କରି ସେମାନେ ଯେପରି ନିଜର କର୍ମମୟ ଜୀବନ ସହ ପାରିବାରିକ ସାମ୍ୟ ରଖିଥାନ୍ତି ସେହିଭଳି ସେମାନଙ୍କ ଠାରୁ ଆଶୀର୍ବାଦ ନେଇ ମୁ ଏହି ସବୁ
କରିପାରେ।

3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?
ଊ:- ହଁ ମୋ ପରିବାର ର ଭୂମିକା ତ ରହିଛି ତ ସହିତ ଜଣେ ଗୁରୁ ର ଆଶୀର୍ବାଦ ମଧ୍ୟ ରହିଛି ସମସ୍ତେ ସାହିତ୍ୟ ଦିଗରେ ତିସ୍ଥିବ ପାଇଁ ବେଶ୍ ପ୍ରୋତ୍ସାହନ ଦିଅନ୍ତି।

4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ?  ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।

ଊ:- ରାଧାନାଥ ରାୟ ଙ୍କ ଦ୍ଵାରା ମୁଁ ପ୍ରଭାବିତ। ତାଙ୍କର ପ୍ରକୃତି ପ୍ରତି ଆଦର ତଥା ପାଶ୍ଚାତ୍ୟ ଓ ଆଧୁନିକତା ର ସଙ୍ଗମ ମତେ ଭଲ ଲାଗେ।

5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?
ଊ:- କବିତା ଓ ଗଳ୍ପରେ ବ୍ୟକ୍ତ କରିଛି ।

6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ।

ଊ:- ନିଜ ମନ କୁ ସଫା ରଖି ଯେଉ ବିଷୟରେ ଆମେ ଲେଖୁଚେ ସେଥିପ୍ରତି ଅଧିକ ଧ୍ୟାନ ଦେବାକୁ ହୁଏ । ତତ୍ ସହିତ ସମାଜ ଓ ବିଭିନ୍ନ ବିଷୟାରେ ଆମର ହିତାହିତ ଜ୍ଞାନ ରଖିବା ଉଚିତ୍।

7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?

ଊ:-କବିତା ଦ୍ଵାରା ଆମେ ଯାହା ବ୍ୟକ୍ତ କରିପାରିବା ଗଳ୍ପ ଦ୍ଵାରା ମଧ୍ୟ ଆମେ ତାହା ଦର୍ଶାଇ ପରିବା କେବେଳ ରଚନା ଶୈଳୀ ଭିନ୍ନ ହୋଇଥାଏ।

8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?

ଊ:- ହଁ ଗଳ୍ପ ରେ ଚରିତ୍ର ଚିତ୍ରଣ କରିବା ଓ କବିତା ରେ ଚରିତ୍ର ଚିତ୍ରଣ କରିବା ଭିନ୍ନ ଲାଗେ।କାରଣ ଗଳ୍ପ ରେ ବିସ୍ତୃତ ଭାବରେ ବର୍ଣ୍ଣନା କରିବାକୁ ପଡେ ଓ କବିତା ରେ ସଂକ୍ଷିପ୍ତ ରେ ବର୍ଣ୍ଣନା କରିପାରୁ।

9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?

ଊ:- ପୁରାତନ ଆଧୁନିକତା ମଧ୍ୟରେ ଅନେକ ଫରକ୍ ରହିଛି ପୁରାତନ କବିତା ତଥା ଅନ୍ୟାନ୍ୟ ଲେଖା ଗୁଡିକ ଦ୍ଵିଆର୍ତବୋଧକ ଥିଲା ଯାହା ବାରମ୍ବାର ଶୁଣିବା ପାଇଁ ବହୁତ ଭଲ ଲାଗୁଥିଲା କିନ୍ତୁ ଆଧୁନିକ କବିତା ବା ଅନ୍ୟାନ୍ୟ ଲେଖା ସେତେ ହୃଦୟଙ୍ଗମ ହୋଇପାରୁନାହିଁ ।ତେଣୁ ଆମେ ଏ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ୍ ବୋଲି ମୁଁ ଭାବୁଛି।

10-ପୁରା କାଳରେ କରାଯାଇଥିବା  ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?

ଊ:- ଭାଷା ପ୍ରୀତି ଆନ୍ଦୋଳନ ଏକ ବହୁତ ବଡ଼ ପଦକ୍ଷେପ ଥିଲା ଓ ଏହା ସାହିତ୍ୟ ପାଇଁ ଅତ୍ୟନ୍ତ ଜରୁରୀ ଥିଲା।ତାର ଏବେକାର ସିଥିଲତା ବହୁତ ପ୍ରଭାବ ପକାଇଥାଏ ସାହିତ୍ୟ ଉପରେ ବୋଲି ମୁଁ ଭାବୁଛି।

11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?

ଊ:- ପ୍ରଥମ ଥର ଗୋଟିଏ କବିତା ଲେଖିବା ପରେ ସାଙ୍ଗକୁ ଯେତେବେଳେ ଦେଖାଇଲି ତା ମୁଖରୁ ସେହି କବିତା ଟି ଭଲ ହୋଇଛି ବୋଲି ଶୁଣିବାକୁ ପାଇଲି ସେ ମୋ ଜୀବନର ଗୋଟିଏ ସୁଖକର ଅନୁଭୂତି ହେଲା।

12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।

ଊ:- ଜଗତିକରଣ ଓ ବିଶ୍ୱାୟନ ପ୍ରକ୍ରିୟାରେ ଆମେ ସାହିତ୍ୟ ର ସ୍ଥିତି ଆହୁରି ସୁଦୃଢ କରି ପରିବା ବୋଲି ମୁ ଭାବୁଛି।ଏହା ଯେପରି ଆମ ସାହିତ୍ୟ ରେ କୁ ପ୍ରଭାବ ନ ବିସ୍ତାର କରୁ ସେ ଉପରେ ଆମ କୁ ଧ୍ୟାନ ଦେବା ଉଚିତ୍ ବୋଲି ମୁଁ ମନେ କରୁଛି।

13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?
ଊ:- ମୁ ଭାବୁଛି ବର୍ତ୍ତମାନ ମଧ୍ୟ ଓଡ଼ିଆ କ୍ଷୁଦ୍ରଗଳ୍ପ ଲୋକମାନଙ୍କର ଅତି ନିକଟତର ହୋଇ ରହିଛି।ଯେତେ ସୋସିଆଲ ମିଡ଼ିଆ ରହିଥିଲେ ମଧ୍ୟ ଲୋକେ ସୋସିଆଲ ମିଡ଼ିଆ ଜରିଆରେ ମଧ୍ୟ କ୍ଷୁଦ୍ରଗଳ୍ପ ପାଖରେ ପହଞ୍ଚିଥଆନ୍ତି ।

14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି  ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।

ଊ:- ହଁ ରହିବା ଉଚିତ୍। କାରଣ ସମାଜ ଆଉ ସଂସ୍କୃତି ଆମକୁ ପ୍ରେରଣା ଦେଇଥାଏ ସାହିତ୍ୟ ରଚନାରେ ଉର୍ଦ୍ଧ୍ୱରେ ପହଞ୍ଚିବା ପାଇଁ।

15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି  ସେତେ ଭଲ ହୋଇପାରିନି,  ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?

ଊ:- ପ୍ରଥମେ ତ କଷ୍ଟ ଲାଗିବ କିନ୍ତୁ ଏହା ଦ୍ଵାରା ଆମେ କିଛି ଶିଖିବା ପାଇଁ ମଧ୍ୟ ପାଇବା ଆମେ ଆଉ ଟିକେ ଭଲରେ ଲେଖିବା ପାଇଁ ଚେଷ୍ଟା କରିବା କାରଣ ଚେଷ୍ଟା ହିଁ ସଫଳତାର ପ୍ରଥମ ସୋପାନ ଅଟେ।

16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।

ଊ:- ଏହା ପୁରାପୁରି ଠିକ୍ କଥା ଯେ ସାହିତ୍ୟ ଲେଖିବା ପାଇଁ କୌଣସି ବୟସର ଆବଶ୍ୟକତା ନଥାଏ ,କାରଣ ଗୋଟିଏ ବୃଦ୍ଧ ମଧ୍ୟ ସାହିତ୍ୟ ରଚନା କରିପାରେ ଆଉ ଜଣେ ଶିଶୁ ମଧ୍ୟ ସାହିତ୍ୟ ରଚନା କରିପାରେ ଆମେ ଆମ ମନରେ ଯାହା ମନସ୍ଥ କରୁ ତାହାକୁ ଲେଖିଦେଇଥାଉ ତେଣୁ ସାହିତ୍ୟ ଲେଖିବା ପାଇଁ ବୟସର କୌଣସି ଆବଶ୍ୟକତା ନାହିଁ ବୋଲି ମୁ ଭାବୁଛି।

17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।

ଊ :- ଏଥିରେ ଜଣେ ଯୁବ ପ୍ରତିଭା ହୋଇ ଥିବାରୁ ମୁଁ ନିଜକୁ ଗର୍ବିତ ମନେ କରୁଛି।ଏହି ପ୍ରତିଷ୍ଠାନ ଟି ବିଶ୍ଵ ସହିତ ଯୋଡ଼ି ହୋଇ ରହିଛି ଓ ସମସ୍ତଙ୍କ ପ୍ରତିଭା କୁ ବିଶ୍ଵ ଦରବାର ରେ ଉପସ୍ଥାପନ କରୁଛି ସେଥି ପାଇଁ ମୁଁ ବହୁତ ଖୁସି।

18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?

ଊ:- ଏଥିରେ ରହିଥିବା ଯୋଗାଯୋଗ ପ୍ରକ୍ରିୟା ଦ୍ଵାରା ମୁ ପ୍ରଭାବିତ ହେଲି।ଏହି ସାହିତ୍ୟ ଅନୁଷ୍ଠାନର “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩’  ରେ ରହିବା ମୋ ପାଇଁ ଗର୍ବ ର ବିଷୟ ହେବ।

19.ସୂର୍ଯ୍ୟୋଦୟ  ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?

ଊ:- ଟିୟୁସନ ର ଜଣେ ମେମ୍ ଙ୍କ ଜରିଆରେ। ସାହିତ୍ୟ ର ଗୁରୁତ୍ଵ ମଣିଷ ଜୀବନରେ ସର୍ବଦା ରହିଥାଏ।  ଏହି ବ୍ୟସ୍ତ ବହୁଳ ଜୀବନ ସାହିତ୍ୟ ଜରିଆରେ ଅତି ସରଳରେ କଟିଯାଏ।

20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।

ଊ:- ସୂର୍ଯ୍ୟୋଦୟ ପରିବାର ଠାରୁ ମୁ ଏତିକି ଆଶା କରୁଛି ଯେ ବର୍ତ୍ତମାନ ଯେମିତି ଏହା ଯୁବ ପିଢ଼ିକୁ ଆଗେଇ ନଉଛି ସେହିଭଳି ଆଗାମୀ ଯୁବ ପୀଢ଼ି କୁ ବି ନଉ।

ସ୍ନେହର ପ୍ରିୟଙ୍କା!
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।

ଅଭିନନ୍ଦନ ସହିତ

ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ

Loading

7 thoughts on “Lets talk with a  young budding Poetess MS Priyanka Swain hails from Ganjam , district of Odisha for SLF Literary Youth Icon Award contest-. 2023

  1. ଆଧୁନିକ ଯୁଗର କବି କବିବର ରାଧାନାଥ ଙ୍କ ପରି ଆପଣ ମଧ୍ୟ ଅତିଆଧୁନିକ ଯୁଗର ସାହିତ୍ୟ ଜଗତକୁ ସମୃଦ୍ଧ କରନ୍ତୁ

  2. ରାଧାନାଥ ରାୟଙ୍କ ପରି ଆପଣ ମଧ୍ୟ ସାହିତ୍ୟ ପ୍ରତି ସର୍ବଦା ଆଦର ରହିଥାଉ।ଆପଣଙ୍କ ସାହିତ୍ୟ ଯାତ୍ରା ସୁଖମୟ ହେଉ।

  3. ସାହିତ୍ୟ ଯାତ୍ରା ରେ ସଫଳତା ଅର୍ଜନ କରନ୍ତୁ
    ସୂର୍ଯ୍ୟୋଦୟ ସାହିତ୍ୟ ପରିବାର ସହିତ ଯୋଡି ହେଇ ଅନେକ ଶିଖିବାର ସୁଯୋଗ ନିଅନ୍ତୁ । ସୁନ୍ଦର ଭାବରେ ଉତ୍ତର ଦେଇଛନ୍ତି।

Leave a Reply to Basanta Cancel reply

Your email address will not be published. Required fields are marked *