Lets talk with a young budding Poetess MS Sabita Pattanayak hails from Kendujhar, district of Odisha for SLF Literary Youth Icon Award contest-. 2023
ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର
ନାମ – ସବିତା ପଟ୍ଟନାୟକ
ପିତାଙ୍କ ନାମ- ସନ୍ତୋଷ କୁମାର ପଟ୍ଟନାୟକ
ମାତାଙ୍କ ନାମ- ସ୍ମିତା ମହାନ୍ତି
ଜନ୍ମ ତାରିଖ– ୨୮,୦୫,୧୯୯୭
ଘର ଠିକଣା- ପୋଷ୍ଟ – ବଡରମ୍ପାସ ,ବ୍ଲକ୍– ହାଟଡିହି, ପିନ୍– ୭୫୮୦୮୩
ଜିଲ୍ଲା– କେଉଁଝର
ଶିକ୍ଷାଗତ ଯୋଗ୍ୟତା- କଳା ଭୂଷଣ ( ଉଦ୍ଭିଦ ବିଜ୍ଞାନ )
ଇ-ମେଇଲ୍ ଠିକଣା- [email protected]
ମୁଖପୁସ୍ତିକା /Facebook ଠିକଣା::
https://www.facebook.com/sabita.patnayak.1?mibextid=ZbWKwL
ସ୍ନେହର ସବିତା !
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।
1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ?କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?
ଉତ୍ତର:- ସାହିତ୍ୟ ପଢିବାକୁ ମୋତେ ଛୋଟ ବେଳୁ ବହୁତ ଭଲ ଲାଗେ । ଛୋଟ ବେଳେ ଗୀତ ଶୁଣି ନିଜେ ଗୀତ ଲେଖିବାର ପ୍ରୟାସ ବହୁବାର କରିଛି । କିନ୍ତୁ ସେତେବେଳେ ଜାଣିନଥିଲି ଏହି ଲେଖିବା ଇଚ୍ଛା ର ଅର୍ଥ କିଛି କବିତା ସୃଷ୍ଟି କରେ ବୋଲି । ଭାବନା ର ସଂଜ୍ଞା ନିରୂପଣ କରିପାରି ନଥିଲି ସେତେବେଳେ ।ଏଇ ଦୁଇ ବର୍ଷ ହେବ ମୋ ବାବା ଙ୍କ ଜନ୍ମ ଦିନରେ କିଛି ଲେଖା ପୋଷ୍ଟ କରିଥିଲି ଯାହା ସମସ୍ତେ ବହୁତ ଭଲ ପାଇବା ଦେଇଥିଲେ ସେଇ ଭଲ ପାଇବା ହିଁ ମୋ ମନ ରେ ଲେଖିବାର ଜିଜ୍ଞାସା କୁ ଜନ୍ମ ଦେଇଥିଲା ।
ଛୋଟ ବେଳୁ ସାହିତ୍ୟ ସହ ବାନ୍ଧି ହୋଇଯାଇଥିଲି କିନ୍ତୁ ବନ୍ଧୁତା ର ସମ୍ପର୍କ କୁ ଚିହ୍ନିବାକୁ ମୋତେ ବାଇଶି ବର୍ଷ ଲାଗିଗଲା l
ମୁଁ ବାଇଶି ବର୍ଷ ରେ ସାହିତ୍ୟ ଭାବ ରେ ବାନ୍ଧି ହୋଇଥିଲି l ତାହା ମଧ୍ୟ ମୋ ବାପା ଙ୍କ ପ୍ରେରଣା ର କିଛି ଶବ୍ଦ ଯୋଗୁଁ l ଯାହା ମୋ ମାନସ ପଟରେ ଲେଖିବା ର ଇଚ୍ଛା କୁ ତ୍ୱରାନ୍ୱିତ କରିଥିଲା l
ଭାବନା ର ବିସ୍ତୃତ ଗୃହ ରୁ ଶବ୍ଦ ତୋଳିବା ଶିଖିଥିଲି ଓ ତାକୁ ଗୋଟିଏ ରଚନାତ୍ମକ ସାରତତ୍ତ୍ଵ ଜୀବନ ଭିତରେ ସ୍ଥାନ ଦେଇଥିଲି l
2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ଉତ୍ତର:- ଜୀବନ ଟା ଗୋଟେ ଅସରନ୍ତି ବହି ଯାହାକୁ ଯେତେ ପଢିଲେ ମଧ୍ୟ ସରେ ନାହିଁ । ସମସ୍ତଙ୍କ ଜୀବନ ରେ ଗୋଟିଏ ନିର୍ଦ୍ଦିଷ୍ଟ ଦିଗରେ ନିଜର ଜ୍ଞାନ ଓ କୌଶଳ ଖଟାଇ ଲିଖିତ ପ୍ରମାଣ ପତ୍ର ଟିଏ ଦରକାର ।ତେବେ ତା ମଧ୍ୟରେ ଅନ୍ୟ ଅଙ୍କୁରିତ ଇଚ୍ଛା ସବୁ ସ୍ଥାନ ପାଇଥାଏ ଜୀବନ ଶୈଳୀ ରେ । ଯାହା ଜୀବନ ରେ ଅନେକ ଶିକ୍ଷା ଦେଇଥାଏ ।ନିଜର ପାଠ ପଢା ସହ ସାହିତ୍ୟ ସାଧନା ର ମଜା କିଛି ଅଲଗା ମୋ ମତ ରେ l ପ୍ରତ୍ୟେକ ପିଣ୍ଡ ସାହିତ୍ୟ ସହ ଜଡିତ l କିଛି ତୁଳନାତ୍ମକ ଭାବନା ସାହିତ୍ୟ ର ଲେଖନୀ ର ଭାବନା କୁ ସ୍ଵାଗତ କରିଥାଏ l ସାହିତ୍ୟ ର ମାର୍ଜିତ ଶବ୍ଦ l ସାହିତ୍ୟ ର ଶାନ୍ତି ର ଧ୍ୱନୀ ସାମାଜିକ ଜୀବନ କୁ ଗୋଟେ ନୂତନ ଢାଞ୍ଚା ରେ ଗଢି ତୋଳେ କିଛି ସକାରାତ୍ମକ ଶକ୍ତି ସହ l
3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?
ଉତ୍ତର:- ସାହିତ୍ୟ ସାଧନା ରେ ବ୍ରତୀ ଟିଏ ହେବା ପାଇଁ ମୋ ହାତରେ କେହି ଜୋର୍ କରି ସାହିତ୍ୟ ର ବ୍ରତ ବାନ୍ଧି ନଥିଲେ l କିନ୍ତୁ ସାହିତ୍ୟ କୁ ବୁଝିବାର କ୍ଷମତା ଯେ ମୋ ଭିତରେ ଅନ୍ତର୍ନିହିତ ତାହା ମୋ ପରିବାର ର ପ୍ରେରଣା ରୁ ହିଁ ମୁଁ ଅବଗତ ହୋଇଥିଲି l ମୋ ପରିବାର ର ମୋ ବାପା ମା ହିଁ ମୋତେ ଗୋଟିଏ ଶବ୍ଦ ରୁ ଯେ ଅନେକ ବାକ୍ୟ ର ଉଦ୍ଭବ ହୁଏ ବୋଲି ଦର୍ଶାଇ ଥିଲେ l ଗୋଟିଏ ଶବ୍ଦ ହାତରେ ଦେଇ ଅନେକ ଶବ୍ଦ କୁ ଖୋଜିବାକୁ ପଠେଇଥିଲେ ଭାବନା ଦୁନିଆ କୁ l
4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ? ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।
ଉତ୍ତର-:ଜଣେ ସାହିତ୍ୟ ପ୍ରେମୀ କୁ ସାହିତ୍ୟ ର ପ୍ରତିଟି ଶବ୍ଦ ତାଙ୍କ ଆଡ଼କୁ ଟାଣି ନିଅନ୍ତି l ଅନେକ ଜଣଙ୍କର ସୃଷ୍ଟି ସର୍ଜନା ବହୁତ୍ ଭଲ ଲାଗିଛି ଜୀବନ ରେ ଅନୁପ୍ରାଣିତ ମଧ୍ୟ ହୋଇଛି l ବିଶିଷ୍ଟ ସାହିତ୍ୟିକ ଙ୍କ ନାମ କହିଲେ
ଯେଉଁ କେତେଜଣ ସାରସ୍ଵତ ସାଧକଙ୍କର ଅମର ଲେଖନୀ ର କାଉଁରି ସ୍ପର୍ଶ ରେ ସାହିତ୍ୟ ରୂପକ ଥୁଣ୍ଟା ବୃକ୍ଷ ନବ ପଲ୍ଲବ ରେ ପଲ୍ଲବିତ ହୋଇଛି ସେମାନଙ୍କ ମଧ୍ୟରୁ କବିବର ବର ରାଧାନାଥ ରାୟ ଅନ୍ୟତମ l କବିବର ରାଧାନାଥ ରାୟ ଙ୍କ ଲେଖା ବହୁତ ଭଲ ଲାଗେ l ତାଙ୍କର ତୁଳନାତ୍ମକ ଲେଖା ମୋତେ ବହୁତ କିଛି ଅନୁଭବ କରାଏ l ତାଙ୍କ ଅମର ଲେଖନୀ ଯାଥା- ଚନ୍ଦ୍ରଭାଗା, ଦରବାର, ଚିଲିକା ଏସବୁ ବହୁ ହୃଦୟ ସ୍ପର୍ଶୀ l
5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?
ଉତ୍ତର:-
ନିଜର ଭାବନା କୁ କବିତା ମାଧ୍ୟମ ରେ ଅଧିକ ବ୍ୟକ୍ତ କରିଛି l ତାପରେ ଗଳ୍ପ ମାଧ୍ୟମ ରେ l
6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?
ଉତ୍ତର-:
କବିତା ଲେଖିବା ବେଳେ ଶବ୍ଦ ସଂଖ୍ୟା ଅକ୍ଷର ସଂଖ୍ୟା ଓ କମା ,ପୂର୍ଣ୍ଣଚ୍ଛେଦ , ପଦ ସଂଖ୍ୟା , ଶବ୍ଦ ର ସଂଯୋଜନା, ପ୍ରତିଟି ବାକ୍ୟର ଶେଷ ଅକ୍ଷର, ଭାବନା ସହ ଶବ୍ଦ ର ସମାନତା କୁ ଅନୁଧ୍ୟାନ କରିବାକୁ ପଡେ l
ଓ ଗଳ୍ପ ଲେଖିବା ସମୟ ରେ ପୂର୍ଣ୍ଣଚ୍ଛେଦ, କମା ଶବ୍ଦ ସଂଯୋଜନା ,ଅନୁଚ୍ଛେଦ, କୁ ଲକ୍ଷ୍ୟ ରଖି ଉପାୟ ଅବଲମ୍ବନ କରିବାକୁ ପଡିଥାଏ l
7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?
ଉତ୍ତର:-
କବିତା ଯାହା ମନର ଭାବନା ଗ୍ରନ୍ଥି ରୁ ଗୁନ୍ଥା ହୋଇଥିବା ଅନେକ ଶବ୍ଦ ର ସମ୍ମିଳନ ରେ ପୂର୍ଣ୍ଣ ଭାବନାକୁ ବ୍ୟକ୍ତ କରେ l ଯାହା ଗୋଟେ ଗଳ୍ପ ର ସାରାଂଶ କୁ ସଂଗ୍ରହ କରି ମଧ୍ୟ ପୁରା ଗଳ୍ପ କୁ କବିତା ଆକାର ରେ ଅଳ୍ପ ଶବ୍ଦ ରେ ବର୍ଣ୍ଣନା କରିହେବ l
ଗଳ୍ପ ଯାହା କିଛି ମନରେ ଭାବୁଥିବା କାହାଣୀ ର ପରିକଳ୍ପନା ହେଉ କିମ୍ବା ପୂର୍ଣ୍ଣ ଦୃଶ୍ୟ କୁ ବର୍ଣ୍ଣନା କରି ଲିଖିତ ଆକୃତି ଦେବା ର ଶୈଳୀ କୁ ବୁଝାଏ l ବିଶେଷ କରି ଗୋଟିଏ ଗଳ୍ପ ଓ କବିତା ର ସାମ୍ୟ ଓ ବୈସମ୍ୟ କହିଲେ ଦୁଇଟି ଯାକ ଗୋଟିଏ ଭାବନା କୁ ବାସ୍ତବ ବ୍ୟକ୍ତ କରିପାରିବେ l ଗୋଟିଏ ସ୍ଵଳ୍ପ ଶବ୍ଦ ର ସଂଯୋଜନା ରେ ତ ଅନ୍ୟ ଟି ଗୋଟିଏ ଶବ୍ଦ କୁ ଅନେକ ବାକ୍ୟରେ ବିସ୍ତୃତ ମାଧ୍ୟମ ରେ l
8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?
ଉତ୍ତର:- ଗଳ୍ପ ରେ ଚରିତ୍ର ଚିତ୍ରଣ ଓ କବିତା ରେ ଚରିତ୍ର ଚିତ୍ରଣ ମଧ୍ୟରେ ବହୁତ ଫରକ ରହିଛି l କବିତା ରେ ଗୋଟିଏ ଶବ୍ଦ ରେ ଅନେକ ଚରିତ୍ର ଆଖି ସାମ୍ନା ରେ ନାଚି ଯାଆନ୍ତି l କିନ୍ତୁ ଗଳ୍ପ ରେ ତାର ବର୍ଣ୍ଣନା ରୂପ ଟିଏ ନଦେଲେ ଗଳ୍ପ ଟି ଅସମ୍ପୂର୍ଣ୍ଣ ଲାଗେ l ଯେଉଁଠି କବିତା ରେ ଗୋଟିଏ ଶବ୍ଦ ରେ ସବୁ ଅର୍ଥ ଆପେ ତୋଳି ହୋଇଯାଏ କିନ୍ତୁ ଗଳ୍ପ କୁ ଜୀବନ୍ତ କରିବାକୁ ହେଲେ ଶବ୍ଦ। ମାନଙ୍କର ପରିବେଶ ଟିଏ ଗଢିବାକୁ ପଡିଥାଏ l
ଉତ୍ତର-: କାବ୍ୟ କବିତା କୁ ଜୀବନ ର ବନ୍ଧୁ ବୋଲି ଭାବେ l ସେମାନେ ହିଁ ମୋ ପଞ୍ଚ ଇନ୍ଦ୍ରିୟ କୁ ତାଙ୍କ କୋଳରେ ଆଶ୍ରୟ ଦେଇଛନ୍ତି l ପ୍ରତିଟି ଲେଖନୀ ଚରିତ୍ର ମାନେ ମୋର ପ୍ରତିଟି ସ୍ନାୟୁ ର ଅନ୍ତର୍ନିହିତ ଭାବନା ରୁ ହିଁ ନିର୍ଗତ l
9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?
ଉତ୍ତର -: ପରିପ୍ରକାଶ ର ମାଧ୍ୟମ ସମସ୍ତଙ୍କ ର ଭିନ୍ନ ଭିନ୍ନ l ଆଧୁନିକ କବିତା ବା ଗଦ୍ୟ ସାହିତ୍ୟ ରେ ବର୍ଣ୍ଣନା ର ମାତ୍ରା ଅଧିକ ଥାଏ l ସମ୍ପୂର୍ଣ୍ଣ ଆବେଗ ପୂର୍ଣ୍ଣ ଭାବନା ର ପରିପ୍ରକାଶ ଯେତେବେଳେ ହୋଇଯାଏ ସେତେବେଳେ ଆଧୁନିକ କବିତା ଟିଏ ସୃଷ୍ଟି ହୋଇଯାଇଥାଏ l
10-ପୁରା କାଳରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?
ଉତ୍ତର:-
ଭାଷା ଯାହା ନିଜର ଭାବନା ବ୍ୟକ୍ତ କରିବାର ମାଧ୍ୟମ l ଭାଷା ବିହୁନେ ସୃଷ୍ଟି ମୂକ l ସମସ୍ତ ଙ୍କ ପାଇଁ ନିଜ ଭାଷା ବଡ l ମାର୍ଜିତ ଭାଷା ସୁସଂଗଠିତ ବାକ୍ୟ ଯଦି ଦୁନିଆ ମନୋଭାବ କୁ ବଦଳାଇ ଦେଇପାରେ ତେବେ ହୃଦୟ କୁ ସ୍ପର୍ଶ କରୁଥିବା ଭାଷା ଟିଏ ନିଜର କାହିଁକି ନୁହଁ l
11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?
ଉତ୍ତର-:
ଯେତେବେଳେ ପରିବେଶ ଓ ପରିସ୍ଥିତି ଶରୀର ର ପ୍ରତି ଟି ପ୍ରାଣ ରେ ଶବ୍ଦ ମାନଙ୍କୁ ରୁନ୍ଧି ଦେଉଥାନ୍ତି ଓ ଠିକ୍ ସେହିସମୟରେ ଭାବନାକୁ ବୁଝିପାରୁଥିବା ତଉଲା ଶବ୍ଦ ସବୁ ସାଧା କାଗଜ ବକ୍ଷରେ ନିଜର ସ୍ଥାନ କୁ ଜାବୁଡି ଧରିଥାନ୍ତି ଓ ପରିଶେଷରେ ରେ ସୁନ୍ଦର୍ ଲେଖନୀ ଟିଏ ହୋଇ ଆଖିରୁ ଦୁଇ ଧାର ତୃପ୍ତି ର ଅଶ୍ରୁ ଧାର ବୁହାଇ ଦିଏ ତାହା ଠାରୁ ସୁଖକର ଅନୁଭୂତି ଆଉ କଣ ହୋଇପାରେ ଜଣେ ସାରସ୍ଵତ ପ୍ରେମୀ ନିମନ୍ତେ l
12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।
ଉତ୍ତର-:
ଶାନ୍ତି ବିନା ଜଗତୀକରଣ ଅସମ୍ଭବ l ସେହି ଶାନ୍ତି ହିଁ ସାହିତ୍ୟ ମାଧ୍ୟମ ରେ ସୃଷ୍ଟି ହୋଇଥାଏ l ମାର୍ଜିତ କଥା ହିଁ ଆପଣାପଣ ଟିଏ ସୃଷ୍ଟି କରିବାରେ ସକ୍ଷମ ହୋଇଥାଏ l ସାହିତ୍ୟ ମାଧ୍ୟମ ରେ ଶାନ୍ତି ଓ ଶାନ୍ତି ମାଧ୍ୟମ ରେ ଆପଣା ପଣତା ଓ ଏକତା l ଯାହା ଜଗତିକ କରଣ ଓ ବିଶ୍ବାୟନ ପ୍ରକ୍ରିୟା ରେ ମୁଖ୍ୟ ଭୂମିକା ରୂପେ ଦଣ୍ଡାୟମାନ l
13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?
ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ ପାଠକ ମାନଙ୍କ ର ବହୁତ ନିଜର କାରଣ ସମସ୍ତେ ପଢିବା ପାଇଁ ଭଲ ପାଆନ୍ତି ନାହିଁ l କାରଣ ଧୈର୍ଯ୍ୟ ଶକ୍ତି କମ l ଯଦି ଅଳ୍ପ ସମୟ ରେ ଗୋଟେ ଗଳ୍ପ ହୃଦୟ କୁ ଛୁଇଁ ଯାଉଛି ତେବେ ସମସ୍ତ ଙ୍କ ପ୍ରିୟ ହୋଇଯାଉଛି l ମଣିଷ ଆଖି ପଲକରେ ଦୁନିଆ ଟାକୁ ରଖିବାକୁ ଚାହେଁ ଯଦି ଛୋଟ ଗଳ୍ପ ଟି ଗୋଟେ ଝ ଲକ୍ ରେ ସରିଯାଇଛି ତେବେ ସାରାଂଶ ସହ ସମୟ ର ତାଳ ମେଳ ରହିଯାଉଛି l
14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।
ଉତ୍ତର-:
ହଁ ନିଶ୍ଚିତ ଭାବେ ସାହିତ୍ୟିକ ମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ନିହାତି ଦରକାର l ସାହିତ୍ୟିକ ମାନେ ସମାଜ ରେ ଶାନ୍ତି ପ୍ରତିଷ୍ଠା କରିବା ସହ ସାମାଜିକ ସଂସ୍କାର ଓ ସମାଜ ର ଚିନ୍ତାଧାରା ର ଉନ୍ନତି କରିପାରିବେ l
15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?
ଉତ୍ତର-:
କବିତା ଲେଖିସାରିବା ପରେ ଯଦି କବିତା ଟି ଭଲ ଲାଗେନି ତେବେ ଏମିତି ଲାଗେ କି କବିତା ର ବିଷୟ ବସ୍ତୁ କୁ ଅନୁଭବ କରିବାରେ କେଉଁଠି ତ୍ରୁଟି ନିଶ୍ଚିତ ରହିଛି l ଭାବନା ଓ ଶବ୍ଦ ଭିତରେ ସମ୍ପର୍କ ଟିଏ ଗଢିବାକୁ ହେଲେ ନିଜକୁ ବିଷୟ ବସ୍ତୁ ର ସ୍ଥାନ ରେ ରଖିବାକୁ ହେବ l ଭାବନା ର ଗହୀରତା କୁ ଯାଇ ଶବ୍ଦ କୁ ତଉଲାଇବାକୁ ଇଚ୍ଛା ହୁଏ l ଓ ଅନେକ ପୁସ୍ତକ ରୁ ଲେଖିବାର ଶୈଳୀ କୁ ବୁଝିବାକୁ ଇଚ୍ଛା ହୋଇଥାଏ l
16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ଉତ୍ତର-:
ହଁ ନିଶ୍ଚିତ ଭାବେ ମନ୍ତବ୍ୟ ଟି ଠିକ୍ l ଯେବେଠୁ ଏ ଜୀବନ ରେ ସ୍ମୃତି ସାଇତା ହେବା ଆରମ୍ଭ ହୁଏ ସେବେଠୁ ମନୁଷ୍ୟ ଲେଖନୀ ମାଧ୍ୟମ ରେ ପରିପ୍ରକାଶ କରିବାର କ୍ଷମତା ପାଇଥାଏ l ତେବେ ଛୋଟ ହେଉ ବା ବଡ ସମସ୍ତଙ୍କ ର କ୍ଷଣେ କ୍ଷଣେ ଅନୁଭବରୁ ଅନୁଭୂତି ସୃଷ୍ଟି ହୋଇଥାଏ l ସେଇ ଅନୁଭୂତି କୁ ଲେଖନୀ ମାଧ୍ୟମ ରେ ନିଜର ଭାବନାକୁ ପରିପ୍ରକାଶ କରିବାକୁ ହେଲେ ପୁସ୍ତକ ପଠନ ଓ ସ୍ଥିର ଚିତ୍ତ ସହ ଗଭୀର ଚିନ୍ତନ ର ଆବଶ୍ୟକତା ରହିଛି l ବୟସ ଗୁରୁତ୍ୱପୂର୍ଣ୍ଣ ଭୂମିକା ସୃଷ୍ଟି କରେ ସ୍ଥିର ଚିତ୍ତ ନିମନ୍ତେ l ଯଦି ଛୋଟ ବେଳୁ ଜଣେ ସାହିତ୍ୟ କୁ ସାଧନା ଭାବେ ଗ୍ରହଣ କରି ରଚନା କରିବାର କ୍ଷମତା ଅର୍ଜନ କରିପାରୁଛି ତେବେ ବୟସ ର ଆବଶ୍ୟକତା କେଉଁଠି l ଆବଶ୍ୟକତା କେବଳ ଶାନ୍ତ ପରିବେଶ, ସ୍ଥିର ମସ୍ତିସ୍କ, ଭାବନା ର ଗଭୀରତା, ଅନୁଭୂତି ,ଅନୁଭବ ,ଓ ଶବ୍ଦ ର ସଂଯୋଜନା ଯାହା ପୁସ୍ତକ ଅଧ୍ୟୟନ ରୁ ମିଳିଥାଏ l
17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
ଉତ୍ତର-: ସୂର୍ଯ୍ୟୋଦୟ ଶବ୍ଦ ହିଁ ଅନେକ ଯୁଗାନ୍ତକାରୀ ଶବ୍ଦ କୁ ଜନ୍ମ ଦେଇଥାଏ l ଉଦୟ ଆଲୋକ ରେ ଯେପରି ଅନ୍ଧକାର ଦୂର ହୋଇ ଆଲୋକ ର ପ୍ରଭାବ ରେ ଏ ଧରା ପୃଷ୍ଠ ନୂତନ ଶକ୍ତି କୁ ଧାରଣ କରେ ଠିକ୍ ସେହିପରି ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନେକ ଲୁଚା ପ୍ରତିଭା ଙ୍କୁ ଉଦୟ ର ଦିଗରେ ଚାଲିବାକୁ ହାତ ଧରି ନେଇଛନ୍ତି l ସେଥି ମଧ୍ୟରୁ ମୁଁ ମଧ୍ୟ ଜଣେ l ଏହା ମୋ ନିମନ୍ତେ ଅତ୍ୟନ୍ତ ଖୁସି ର ବିଷୟ l
18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?
ଉତ୍ତର-:ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସ୍ଵତନ୍ତ୍ର ସ୍ଥାନ ରେ ବିରାଜମାନ ସବୁ ଅନୁଷ୍ଠାନ ଠାରୁ l କାରଣ ବିନା ସ୍ଵାର୍ଥ ରେ ଯିଏ ହାତ ଧରି ନେଇ ଚଲା ବାଟରେ ସାହିତ୍ୟ ର ମାଦକତା କୁ ଜୀବନ ରେ ଭରିଦିଏ ଏକ ନୂତନ ସୂର୍ଯ୍ୟୋଦୟ ନିମନ୍ତେ ସେଠି ଭରସା ଓ ବିଶ୍ଵାସ ତ ଦୃଢୀଭୂତ ନିଶ୍ଚିତ ହେବ l ଏହି ଅନୁଷ୍ଠାନ ର ନିୟମ, ଶାସନ, ଅନୁଶାସନ ପର୍ଯ୍ୟାୟ ପ୍ରତିଯୋଗୀତା ଭିତରେ କେଉଁଠି ନା କେଉଁଠି ନୁହଁ ସବୁ ସ୍ଥାନରେ ଆତ୍ମିୟତା ର ଅନୁଭବ ହୁଏ l ଭୁଲ୍ କୁ ସଂଶୋଧନ କରି ଆଗକୁ ବଢ଼ିବାର ବାଟ ଟିଏ ଥାଏ l ସବୁ ପରେ ଭି କିଛି ପାଇବା ଆଶାରେ ଦୁନିଆ ଥିବା ବେଳେ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ଅନୁଷ୍ଠାନ ର ଲକ୍ଷ୍ୟ ଅନେକ ଲୁଚା ସାହିତ୍ୟ ସାଧକ ସାଧିକା ଙ୍କୁ ଖୋଜି ଦୁନିଆ କୁ ଦେବା ଯେଉଁଠି ସାହିତ୍ୟ ମାଧ୍ୟମ ରେ ଶାନ୍ତି ର ପ୍ରତିଷ୍ଠା ହୋଇପାରିବ l ଦୁନିଆ କୁ ଶାନ୍ତି ଦେବା ର ପ୍ରଚେଷ୍ଟା କିଛି କମ୍ କଥା ନୁହଁ ଯାହା ଏହି ଅନୁଷ୍ଠାନ ଦ୍ଵାରା ସମ୍ଭବ ର ଦିଗ କୁ ମୁହାଁଉଛି l
19.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?
ଉତ୍ତର-:
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ମୋର ସମ୍ପୃକ୍ତି ମୁଖ ପୁସ୍ତିକା ଦ୍ଵାରା ହୋଇଥିଲା ଯାହା ମାଧ୍ୟମ ରେ ମୁଁ ସୂର୍ଯ୍ୟୋଦୟ ଭାଷା ଅନୁଷ୍ଠାନ ବିଷୟ ରେ ଅନେକ ହୃଦୟ ସ୍ପର୍ଶୀ କଥା ଜାଣିଥିଲି l ସୂର୍ଯ୍ୟୋଦୟ ସାହିତ୍ୟ ପ୍ରତିଷ୍ଠାନ ଅଛି ବୋଲି ମୋ ଭଉଣୀ ସୁହାସିନୀ ଠାରୁ ହିଁ ଜାଣିଥିଲି l
ବ୍ୟସ୍ତ ବହୁଳ ଜୀବନ ରେ ପ୍ରତିଟି ବ୍ୟସ୍ତତା ଓ କର୍ମ ର ପରିଶେଷରେ ରେ ଯେଉଁ ଅନୁଭୂତି ଟି ଗଢି ହୋଇଯାଇଥାଏ ତାହାର ପୁନର୍ବାର ସ୍ମୃତି ପଟେ ତ୍ୱରାନ୍ୱିତ ହୋଇ ଯେବେ ସାଧା କାଗଜ ରେ ଆଙ୍କି ହୋଇଯାଏ ସେବେ ସେବେ ବ୍ୟସ୍ତ ବହୁଳ ଜୀବନ ସହ ସାହିତ୍ୟ ର ସମ୍ପର୍କ କୁ ସୁଦୃଢ ଓ ଚିରସ୍ଥାୟୀ କରି ଗଢି ତୋଳେ ।ଯାହାକି ବ୍ୟସ୍ତତା ର କ୍ଲାନ୍ତ କୁ ସମୂଳେ ଧ୍ବଂସ କରି ଓଠରେ ଆତ୍ମ ତୃପ୍ତି ର ହସ ସହ ମନରେ ଶାନ୍ତି ଭରିଦିଏ ।ତେବେ ବ୍ୟସ୍ତ ବହୁଳ ଜୀବନ ରେ ସାହିତ୍ୟ ଏକ ବନ୍ଧୁ ରୂପେ ସର୍ବଦା ସାଥିରେ ଥାଏ ।
20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।
ଉତ୍ତର-: ସାହିତ୍ୟ ଯାହା ର ଉଚ୍ଚାରଣ ରେ ଶାନ୍ତି ତୃପ୍ତି ଶବ୍ଦ ମାନଙ୍କ ଭିତରେ ବନ୍ଧୁତା ସ୍ଥାପନ ହୋଇଯାଏ ଆଉ ସେହି ନିସ୍ୱାର୍ଥପର ବନ୍ଧୁ ଟିଏ ହୋଇ ଜୀବନ ର ପ୍ରତିଟି ପରିସ୍ଥିତି ରେ ନିଜର ବନ୍ଧୁତା କୁ ନିଭେଇ ଥାଏ ।ଆଗକୁ ବଢିବାକୁ ଧୈର୍ଯ୍ୟ ଲେଖନୀ ର ମୁନ ମୁଖ ରୁ ଅନ୍ତର ର ଉଙ୍କି ମାରୁଥିବା ଭାବନାକୁ ସମ୍ମାନ ରେ ସାଧା କାଗଜ ରେ ତୋଳି ଧରି ଆଗକୁ ବଢିବାକୁ ଧୈର୍ଯ୍ୟ ର ବାଡ଼ି ଟିଏ ଦିଏ ।
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ଅନୁଷ୍ଠାନ ଠାରୁ କେବଳ ଏତିକି ଆଶା ଓ ଆକାଂକ୍ଷା ତାଙ୍କର ବଢ଼ିଥିବା ହାତ ର ବନ୍ଧନ ପ୍ରତ୍ୟେକ ଲୁଚା ପ୍ରତିଭା ଙ୍କ ନିକଟ କୁ ତାହା କେବେ ନ ଫିଟୁ ଆଉ ବଢ଼ିଥିବା ପାଦ ଯାହା ଅନେକ ଯୁବ ପିଢି ଙ୍କ ମଧ୍ୟରେ ସାହିତ୍ୟ ର ପ୍ରେମ କୁ ସୃଷ୍ଟି କରିଛି ସେ ପାଦ କେବେ ପଛ କୁ ନଯାଉ । ଆଶା ଓ ଉଦ୍ଦୀପନା ର ଶିଖର ରେ ସର୍ବଦା ଝଟକୁଥାଉ ଏ ସୂର୍ଯ୍ୟୋଦୟ ।
ସ୍ନେହର ସବିତା!
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।
ଅଭିନନ୍ଦନ ସହିତ
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ
ସୁନ୍ଦର ଉତ୍ତର।। କଲମ ଆହୁରି ସୁଦୃଢ ହେଉ । ପ୍ରଭୁଙ୍କ ନିକଟେ ଏତିକି ପ୍ରାର୍ଥନା
ଅଭିନନ୍ଦନ lizmama dei…. ଢେର୍ ସାରା ଭଲ ପାଇବା
Heart touching reply to the asked questions…
ଖୁବ୍ ସୁନ୍ଦର ଉତ୍ତରଆପଣ ସାହିତ୍ୟ ପଥର ନବ ଯାତ୍ରୀ ହୋଇଛନ୍ତି।ପ୍ରଭୁ ଜଗନ୍ନାଥ ଆପଣଙ୍କ ପଥରେ ସଫଳତା ଅଜାଡି ଦିଅନ୍ତୁ ଏହା ହିଁ ମୋର କାମନା।
Keep going…
ଅତି ସୁନ୍ଦର ଭାବରେ ଉତ୍ତର ଦେଇଛନ୍ତି
ସାହିତ୍ୟ ଯାତ୍ରା ରେ ସଫଳତା ଅର୍ଜନ କରନ୍ତୁ।
ସୂର୍ଯ୍ୟୋଦୟ ସାହିତ୍ୟ ପରିବାର ସହିତ ଯୋଡି ହେଇ ଅନେକ ଶିଖିବାର ସୁଯୋଗ ନିଅନ୍ତୁ।
ଜୟ ଜଗନ୍ନାଥ
ସୁନ୍ଦର ଉତ୍ତର। କଲମ ଦୀର୍ଘାୟୁ ହେଉ..