Lets talk with a young budding Poetess MS Sonali Panda hails from Ganjam, district of Odisha for SLF Literary Youth Icon Award contest-. 2023
ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ୱାକ୍ଷର -୨୦୨୩
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟ ର ନାମ – ଲିଖିତ ସାକ୍ଷାତକାର
ନାମ – ସୋନାଲି ପଣ୍ଡା
ପିତାଙ୍କ ନାମ – ଉପେନ୍ଦ୍ର ପଣ୍ଡା
ମାତାଙ୍କ ନାମ – ନମିତା ପଣ୍ଡା
ଜନ୍ମ ତାରିଖ –୧୦/୧୦/୨୦୦୨
ଘର ଠିକଣା – ବୁରୁପଡ଼ା (ଗ୍ରାମଦେବତୀ ସାହି)
ଜିଲ୍ଲା – ଗଞ୍ଜାମ
ଶିକ୍ଷାଗତ ଯୋଗ୍ୟତା – +୩ କଳା ୩ ୟ ବର୍ଷ ( ଓଡ଼ିଆ ବିଭାଗ)
ଇ – ମେଇଲ୍ ଠିକଣା – [email protected]
ସ୍ନେହର ସୋନାଲି!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।
1- ଆପଣଙ୍କ ଜୀବନ ରେ ସାହିତ୍ୟ ସୃଷ୍ଟି ର ଅୟମାରମ୍ଭ କେବେ ଆଉ କିପରି ହେଲା? କେଉଁ ବୟସ ରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟିଏ ରଚନାତ୍ମକ ସାରସ୍ଵତୀୟ ଜୀବନ ବଞ୍ଚିଲେ?
ଉତ୍ତର – ମୋ ଜୀବନ ରେ ପିଲା ଦିନ ରୁ ହିଁ ସାହିତ୍ୟ ସୃଷ୍ଟି ର ଅୟମାରମ୍ଭ ହୋଇଥିଲା। ମୁଁ ଯେତେବେଳେ +୨ ଶ୍ରେଣୀ ରେ ପଢ଼ୁଥିଲି ଅର୍ଥାତ୍ ୧୭ ବର୍ଷ ବୟସ ରେ ସାହିତ୍ୟ ଭାବ ରେ ବାନ୍ଧି ହୋଇଗଲି ଆଉ ଗୋଟିଏ ରଚନାତ୍ମକ ସାରସ୍ଵତୀୟ ଜୀବନ ବଞ୍ଚିଲି।
2- ଆପଣ କିପରି ଭାବେ ସାରସତ୍ଵ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି?
ଉତ୍ତର – ମୁଁ ପାଠ ପଢ଼ିବାକୁ ବହୁତ୍ ଭଲପାଏ। ତା ସହିତ କବିତା , ଗଳ୍ପ,ପ୍ରବନ୍ଧ ଲେଖିବାକୁ ଆଉ ପଢ଼ିବାକୁ ପସନ୍ଦ କରେ। ଏଥିପାଇଁ ଏକ ନିର୍ଦ୍ଧିଷ୍ଟ ସମୟ ଆବଶ୍ୟକ ନାହିଁ।ଯେତେବେଳେ ଖାଲି ରେ ବସିଥାଏ ସେତେବେଳେ ଏସବୁ ଗଳ୍ପ,କବିତା ଲେଖେ।
3- ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗ ରେ ଆପଣଙ୍କ ପରିବାର ର ଭୂମିକା ବା ପ୍ରଭାବ କିଛି ରହିଛି କି?ଯଦି ଅଛି ତାହା କିପରି?
ଉତ୍ତର – ସାହିତ୍ୟ ସାଧନା ରେ ବ୍ରତୀ ହେବା ଦିଗରେ ମୋ ପରିବାର ର ନିବିଡ଼ ଭୂମିକା ରହିଛି।ସେମାନେ ମତେ ସବୁବେଳେ ସାହିତ୍ୟ ସୃଷ୍ଟି ପାଇଁ ସାହାଯ୍ୟ କରନ୍ତି ଏବଂ ପ୍ରେରଣା ଦିଅନ୍ତି।
4- କେଉଁ ମହାନ୍ ସାହିତ୍ୟିକ ଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି?ତାଙ୍କ ବିଷୟରେ ସମ୍ୟକ୍ ଆଲୋଚନା ରଖିବାକୁ ଅନୁରୋଧ।
ଉତ୍ତର – ମୋର ଆଦର୍ଶ ଲେଖକ ହେଉଛନ୍ତି ଫକୀର ମୋହନ ସେନାପତି।ସେ ୧୮୪୩ ମସିହା ରେ ମକର ସଂକ୍ରାନ୍ତି ଦିନ ବାଲେଶ୍ୱର ଜିଲ୍ଲା ମଲ୍ଲିକାଶପୁର ଠାରେ ଜନ୍ମ ଗ୍ରହଣ କରିଥିଲେ।ତାଙ୍କ ରଚିତ ‘ଛ’ ମାଣ ଆଠଗୁଣ୍ଠ ‘ ଉପନ୍ୟାସ ଟି ମତେ ଆଜି ଯାଏଁ ପ୍ରୋତ୍ସାହିତ କରୁଛି।
5- ଆପଣ ନିଜକୁ କେଉଁଠି ଅଧିକ ଭାବରେ ବ୍ୟକ୍ତ କରିଛନ୍ତି?କବିତା, ନାଟକ,ପ୍ରବନ୍ଧ,ଉପନ୍ୟାସ ନା ଗଳ୍ପ ରେ?
ଉତ୍ତର – ମୁଁ ନିଜକୁ ଅଧିକ ଉପନ୍ୟାସ ଏବଂ ଗଳ୍ପ ରେ ବ୍ୟକ୍ତ କରିଛି।
6- ଗଳ୍ପ ବା କବିତା ଗୁଡ଼ିକ ଲେଖିଲା ବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବାକୁ ପଡେ?
ଉତ୍ତର – ପାଠକ ମାନେ ସେହି ଗଳ୍ପ/କବିତା କୁ ପଢ଼ି ଯେମିତି ଅତି ସହଜ ରେ ବୁଝିପାରିବେ ଏବଂ ସେମାନଙ୍କର ଯେମିତି କୌଣସି ଦ୍ୱନ୍ଦ ନା ରହେ ସେଥିପ୍ରତି ଧ୍ୟାନ ଦେଇ ଉତ୍ତମ ଶଦ୍ଦ ସଂଯୋଜନା , ଅଳଂକାର , ବ୍ୟାକରଣଗତ ଶୁଦ୍ଧତା ଯୁକ୍ତ କରି କାବ୍ୟ ,କବିତା ଏବଂ ଗଳ୍ପ ଗୁଡ଼ିକ ରଚନା କରିବା ଦରକାର।
7- କବିତା ଓ ଗଳ୍ପ ମଧ୍ୟରେ ରେ ଆପଣ କେଉଁ ଧାରଣ ର ସାମ୍ୟ ଏବଂ ବୈଷମ୍ୟ ଦେଖନ୍ତି?
ଉତ୍ତର – କବିତା ଏବଂ ଗଳ୍ପ ଉଭୟ କିଛି ଗୋଟେ ବିଷୟବସ୍ତୁ ଏବଂ ସାମାଜିକ ଘଟଣା,ବ୍ୟକ୍ତି ର ଭାବନା କୁ ନେଇ ହୋଇଥାଏ।କବିତା ଗୁଡ଼ିକ ରେ ଅଳଂକାର ଯୁକ୍ତ ହୋଇଥାଏ।କବିତା ଗୁଡ଼ିକ କାବ୍ୟ ଶୈଳୀ ଏବଂ ଗଳ୍ପ ଗୁଡ଼ିକ ଗଦ୍ୟ ଶୈଳୀ।କବିତା ଆଉ ଗଳ୍ପ ମଧ୍ୟରେ ବୈଷମ୍ୟ ହେଲା ଯେ ଗଳ୍ପ ଗୁଡ଼ିକ ପଢ଼ୁ ପଢୁ ବୁଝିଯାଏ ଏବଂ କବିତା କୁ ବୁଝିବା କୁ ଟିକେ ସମୟ ଦରକାର ପଡେ।
8- ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପ ରେ ଚରିତ୍ର ଚିତ୍ରଣ କରିବା ଆଉ କବିତା ରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି।ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପ ର ଚରିତ୍ର ମାନେ କିଭଳି ସମ୍ମୋହିତ କରନ୍ତି?
ଉତ୍ତର – କବିତା ରେ ଚରିତ୍ର ଚିତ୍ରଣ ଗୁଡ଼ିକ କାବ୍ୟ ଶୈଳୀ ରେ ଉପସ୍ଥାପନା କରାଯାଏ ଏବଂ ଗଳ୍ପ ରେ ଗଦ୍ୟ ଶୈଳୀ ରେ ଚରିତ୍ର ଗୁଡ଼ିକ ଉପସ୍ଥାପନା କରାଯାଏ। ମୁଁ ଏ ସମ୍ପର୍କିତ ଆଉ କିଛି ପାର୍ଥକ୍ୟ ଅନୁଭବ କରିନି।କାବ୍ୟ କବିତା ଆଉ ଗଳ୍ପ ରେ ଥିବା ଚରିତ୍ର ମାନେ ସେମାନଙ୍କ ଜୀବନ କୁ ଜୀବନ୍ତ ଭାବରେ ପ୍ରଥମ ରୁ ଶେଷ ଯାଏଁ ଉପସ୍ଥାପନା କରିଥାନ୍ତି।ଏବଂ ସେହି ଚରିତ୍ର ରୁ ବହୁତ୍ କିଛି ଶିଖିବାକୁ ମିଳିଥାଏ।
9- ସାହିତ୍ୟ ରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କ ପ୍ରତିକ୍ରିୟା କ’ଣ?
ଉତ୍ତର – ଆଜିକା ସମୟରେ ସାହିତ୍ୟ ରେ ମଧ୍ୟ ଆଧୁନିକତା ପ୍ରବେଶ କରିସାରିଲାଣି।କେତେକ ଯୁବ ପିଢ଼ି ଆମ ମାତୃଭାଷା ଓଡ଼ିଆ କୁ କହିବାକୁ କୁଣ୍ଠାବୋଧ ହେଉଛନ୍ତି।କଥା କଥା ରେ ଇଁରାଜୀ ଭାଷା କହୁଛନ୍ତି।କିନ୍ତୁ ସବୁ ପରେ ମଧ୍ୟ ଆମ ଓଡ଼ିଆ ଭାଷା ସବୁ ଭାଷା ତୁଳନା ରେ ଅଧିକ ଲୋକପ୍ରିୟ।ଏହି ଓଡ଼ିଆ ଭାଷା କୁ ସବୁ ଲୋକ ଅତି ସହଜ ରେ ବୁଝିପାରନ୍ତି।
10- ପୁରା କାଳ ରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନ ର ପ୍ରଭାବ ଓ ତାର ଏବେକାର ଶିଥିଲତା ସମ୍ପର୍କ ରେ କିଛି ମନ୍ତବ୍ୟ ରଖିବେକି?
ଉତ୍ତର – ଆମେ ହେଉଛନ୍ତି ଓଡ଼ିଶାବାସୀ ଏବଂ ଆମର ଭାଷା ହେଉଛି ଓଡ଼ିଆ । ସ୍ଵାଧୀନତା ପୂର୍ବବର୍ତ୍ତୀ ସମୟରେ ମହାତ୍ମାଗାନ୍ଧୀ ମଧୁସୂଦନ ଦାସ ସବୁ ସ୍ଵାଧୀନତା ସଂଗ୍ରମୀ ମାନେ ଆମ ଓଡ଼ିଆ ଭାଷା କୁ ବଜାୟ ରଖିବା ପାଇଁ ଭାଷା ଆନ୍ଦୋଳନ କରିଥିଲେ।ଏବେମଧ୍ୟ ଆମ ଓଡ଼ିଶା ସରକାର ଆମ ଓଡ଼ିଆ ଭାଷା କୁ ବିଶ୍ବସ୍ତରୀୟ କରିବା ପାଇଁ ବହୁତ୍ ଯୋଜନା କରୁଛନ୍ତି ।
11- ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କ ରେ ଜଣାଇବେକି ?
ଉତ୍ତର – ମୁଁ ଯେତେବେଳ କୌଣସି ଦୁଃଖ ରେ ଥାଏ ସେତେବେଳେ କାବ୍ୟ କବିତା ଏବଂ ଗଳ୍ପ ଗୁଡ଼ିକ ପଢ଼ିବା ଦ୍ଵାରା ମତେ ବହୁତ୍ ଭଲ ଲାଗେ।ଏବଂ ମୁଁ ମଧ୍ୟ ସେହି ମୁହର୍ତ୍ତରେ ରେ କିଛି କବିତା ଏବଂ ଗଳ୍ପ ଗୁଡ଼ିକ ଲେଖିଦିଏ।
12- ଜଗତୀକରଣ ଓ ବିଶ୍ୱୟନ ପ୍ରକ୍ରିୟା ରେ ଓଡ଼ିଆ ସାହିତ୍ୟ ର ସ୍ଥିତି ଓ ଅବସ୍ଥିତି ବାବଦ ରେ ସଂକ୍ଷିପ୍ତ ରେ କଥା ରଖନ୍ତୁ।
ଉତ୍ତର- ଓଡ଼ିଆ ଭାଷା ରେ ହିନ୍ଦୀ, ଇଂରାଜୀ ଏବଂ ଉର୍ଦ୍ଦୁ ମିଶିବା ପରେ ଜଗତୀକରଣ ହୋଇଛି।ଏବଂ ସରକାର ଙ୍କ ପ୍ରଚେଷ୍ଟା ରେ ଓଡ଼ିଆ ଭାଷା ବିଶ୍ବସ୍ତରୀୟ ହେବାରେ ସକ୍ଷମ ହୋଇଛି।ଏବେ ବିଶ୍ଵସ୍ତର ରେ ଓଡ଼ିଆ ଗୀତ ଏବଂ ନୃତ୍ୟ ମଧ୍ୟ ପରିବେଷଣ ହେଉଛି।
13- ଆଜିର ଓଡ଼ିଆ କ୍ଷୁଦ୍ର ଗଳ୍ପ, ପାଠକ ର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି?
ଉତ୍ତର – ଆଜିର ଓଡ଼ିଆ କ୍ଷଦ୍ରଗଳ୍ପ ପାଠକ ର ଅତି ନିକଟତର।କାରଣ ପାଠକ ଯେଉଁ ଭଳି ଗଳ୍ପ ପଢ଼ିବାକୁ ଇଚ୍ଛା କରୁଛନ୍ତି ସେଇଭଳି ଗଳ୍ପ ସେମାନଙ୍କୁ ମୋବାଇଲ୍ ଏବଂ ବହି ରେ ମିଳୁଛି ।ଏବଂ ପାଠକ ର ହୃଦୟ କୁ ସ୍ପର୍ଶ କରିପାରୁଛି।
14- ସାହିତ୍ୟିକ ମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି? ସେ ସମ୍ପର୍କ ରେ କିଛି ମତ ରଖନ୍ତୁ।
ଉତ୍ତର – ହଁ ସାହିତ୍ୟିକ ମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍। କାରଣ ସମାଜରେ ଘଟୁଥିବା ଘଟଣା ସମ୍ପର୍କ ରେ ସେମାନେ ଉପସ୍ଥାପନା କରିବା ଦ୍ଵାରା ଲୋକମାନେ ସେଥିରୁ କିଛି ଶିକ୍ଷା ଗ୍ରହଣ କରିପାରିବେ।
15- ଜଣେ କବି ଗୋଟିଏ କବିତା ଲେଖିଲା ପରେ ଯଦି ଜାଣିପାରେ ତାର କବିତା ଟି ସେତେ ଭଲ ହୋଇପାରିନି ସେତେବେଳ ତାର ମୁହୂର୍ତ୍ତ କେମିତି କଟେ?ନିଜସ୍ଵ ଅଭିଜ୍ଞତା ସେପରି କିଛି ଅଛି କି?
ଉତ୍ତର – ହିଁ ଯେତେବେଳ ଜଣେ କବି କବିତା ଲେଖେ ଆଉ ତାର କବିତା ଅନ୍ୟମାନଙ୍କୁ ଭଲ ଲାଗେ ନାହିଁ ତାଙ୍କୁ ବହୁତ୍ ଦୁଃଖ ଲାଗେ।ଏବଂ ସେ ପୁଣିଥରେ ନିଜସ୍ଵ ଭୁଲ୍ କୁ ବୁଝି ଠିକ୍ ଭାବେ କବିତା ରଚନା କରନ୍ତି,ଯେପରି ତାହା ସମସ୍ତଙ୍କୁ ଭଲ ଲାଗିବ। ହିଁ ମୁଁ ବି ଯେତେବେଳ କବିତା ଲେଖେ ଯଦି କବିତା ଭଲ ନାହୋଇଥାଏ ମତେ ବି ଦୁଃଖ ଲାଗେ।
16- “ସାହିତ୍ୟ ର ସ-ହିତ ରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବାପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ,ଅନୁଭୂତି,ପୁସ୍ତକ ପଠନ , ଗଭୀର ମନନ ତଥା ଚିନ୍ତନ ର ଆବଶ୍ୟକତା ଥାଏ।”- ଆପଣଙ୍କ ମତରେ ଏହି ମନ୍ତବ୍ୟ ଟି କଣ ଠିକ୍..!ଯଦି ହିଁ ,ତେବେ କାହିଁକି..?ତାହାର ଉତ୍ତର ରଖିବାକୁ ଅନୁରୋଧ
ଉତ୍ତର – ହିଁ ମୋ ମତରେ ଏହି ଉକ୍ତି ଟି ଠିକ୍। କାରଣ ବୟସ ଥିଲେ ମଧ୍ୟ ଯଦି ଅନୁଭବ,ଅନୁଭୂତି,ପୁସ୍ତକ ପଠନ ହୋଇନଥିବ ତେବେ ସେ ଉତ୍ତମ ସାହିତ୍ୟ ରଚନା କରିପାରିବେ ନାହିଁ।ଆଉ ଗୋଟିଏ କଥା ହେଉଛି ବୟସ ଅନୁସାରେ ମନ ମଧ୍ୟ ରେ ସାହିତ୍ୟ ପାଇଁ ଅନୁଭବ ,ଅନୁଭୂତି ଆସେ।
17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭା କୁ ବିଶ୍ଵଦରବାର ରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି।କେତେ ମାତ୍ରା ରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ।
ଉତ୍ତର – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭା କୁ ବିଶ୍ଵ ଦରବାର ରେ ଉପସ୍ଥାପନା କରିବାରେ ମତେ ସୁଯୋଗ ମିଳିଥିବାରୁ ମୁଁ ବହୁତ୍ ଖୁସି। ମୁଁ ମୋର ପ୍ରତିଭାକୁ ବିଶ୍ଵ ସ୍ତରରେ ଉପସ୍ଥାପନା କରିବି ବୋଲି ଭାବି ବହୁତ୍ ଖୁସି ଲାଗୁଛି। ଏଥି ପାଇଁ ମତେ ସାହାଯ୍ୟ କରିଥିବାରୁ ମୁଁ ସୂର୍ଯ୍ୟୋଦୟ ପରିବାର ଙ୍କୁ ଧନ୍ୟବାଦ ଜଣାଉଛି।
18- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କ ରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରିପାରିଛି..? ଯାହାଫଳରେ ଓଡ଼ିଶା ରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ବେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩ ପାଇଁ ଆଗ୍ରହୀ ହେଲେ?
ଉତ୍ତର – ସାହିତ୍ୟ ସୃଷ୍ଟି କରିବାକୁ ମୁଁ ପିଲା ଦିନ ରୁ ହିଁ ବହୁତ୍ ଇଚ୍ଛୁକ। ସେଥିପାଇଁ ମୁଁ ସାହିତ୍ୟ ସହ ସର୍ବଦା ଯୋଡ଼ି ହୋଇ ରହିବାକୁ ଚାହେଁ। ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ରେ ମୁଁ ଯୋଡ଼ି ହେବା ପରେ ସେଠାରେ ଥିବା ଭାଇ ଓ ଭଉଣୀ ମାନେ ମତେ ସାହିତ୍ୟ ରେ ଗଳ୍ପ, କବିତା ରଚନା କରିବା ପାଇଁ ଆଗ୍ରହୀ କରୁଛନ୍ତି ଏବଂ ପ୍ରେରଣା ମଧ୍ଯ ଦେଉଛନ୍ତି। ସେଥିପାଇଁ ମୁଁ ଏହି ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା -୨୦୨୩ ପାଇଁ ଆଗ୍ରହୀ ହେଲି।
19- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂଯୁକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?
ଉତ୍ତର – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ମୋର ଜଣେ ମେଡମ୍ ଙ୍କ ଦ୍ଵାରା ପରିଚିତ ହେଲି। ଜୀବନ ବ୍ୟସ୍ତ ବହୁଳ ହେଲେ ମଧ୍ୟ ସାହିତ୍ୟ ପ୍ରତି ଟି କ୍ଷେତ୍ର ରେ ଆବଶ୍ୟକ। ସେଥିପାଇଁ ମୁଁ ବ୍ୟସ୍ତ ଥିଲେ ବି ସାହିତ୍ୟ ପାଇଁ ଟିକେ ସମୟ ବାହାର କରେ।
20- ସାହିତ୍ୟ କୁ ନେଇ ଆପଣଙ୍କ ର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ଵତିୟ ସହଯୋଗ ଆଶା କରୁଛନ୍ତି।
ଉତ୍ତର – ମୁଁ ସାହିତ୍ୟ କୁ ନେଇକି ବହୁତ୍ କିଛି ଭାବୁଛି। ମୁଁ ସାହିତ୍ୟ ସହ ସର୍ବଦା ଯୋଡ଼ି ହୋଇ ରହିବାକୁ ଚାହେଁ। ସେଥିପାଇଁ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ଦ୍ୱାରା ମୁଁ ମୋର ଲୁକ୍କାୟିତ ପ୍ରତିଭାକୁ ବିଶ୍ଵ ସ୍ତରରେ ରେ ଉପସ୍ଥାପନା କରିବାକୁ ଚାହେଁ।
ସ୍ନେହର ସୋନାଲି!
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।
ଅଭିନନ୍ଦନ ସହିତ
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ
Bahut sundar lekha
Bahut sundar bhabe lekhichhanti,jibana ra chalapatha re agaku badhantu.
Bahut sundar
Ati utam
ଅତିଆଧୁନିକ ଯୁଗର ସାହିତ୍ୟ ଜଗତକୁ ସମୃଦ୍ଧ କରନ୍ତୁ ଏବଂ ଆମ ମାତୃଭାଷା ପ୍ରତି ଆଗ୍ରହ ପ୍ରକାଶ କରି ଲେଖା ଲେଖି କରନ୍ତୁ
Very nice
Good
Writing is very very very nyc
Mind blowing super
Bahut bhala sister
ତୁମ ଚିନ୍ତାଧାରା ଖୁବ୍ ସୁନ୍ଦର,କିନ୍ତୁ ଯେହେତୁ ଆମେ ଓଡିଆ ଆଉ ଜଣେ ଜଣେ ମଧ୍ୟ ଲେଖକ। ଆମ ଭାଷା ଅନ୍ୟ ଭାଷାର ପ୍ରଭାବରେ ଅପଭ୍ରଂଶ ହୋଇଗଲାଣି ତେଣୁ ସରକାରଙ୍କ ଯୋଜନାକୁ ଅନାଇ ରହିବା ପରିର୍ବତ୍ତେ ନିଜ ସୁନ୍ଦର ଲେଖା ମାଧ୍ୟମରେ ଅନ୍ୟମାନଙ୍କୁ ସଚେତନ କରିବା ଆମର ଦାୟୀତ୍ବ ହେବା ଆବଶ୍ୟକ।
Good
ବହୁତ ସୁନ୍ଦର ଲେଖା
ବହୁତ ସୁନ୍ଦର ଲେଖା |
ବହୁତ ସୁନ୍ଦର
ବହୁତ ବଢିୟା ହେଇଚ୍ଛି ଅତି ସୁନ୍ଦର ।
ତୁମ ସାହିତ୍ୟ ପ୍ରତି ଥିବା ଆଗ୍ରହର ଉପସ୍ଥାପନାରେ ମୁଗ୍ଧ ହେଲି ଛାତିରେ କଲମ ଧରି ଲେଖି ଚାଲ
ବହୁତ ସୁନ୍ଦର ଲେଖା
ବହୁତ ବଢିୟା ହେଇଚ୍ଛି ଅତି ସୁନ୍ଦର ।
ତୁମ ସାହିତ୍ୟ ପ୍ରତି ଥିବା ଆଗ୍ରହର ଉପସ୍ଥାପନାରେ ମୁଗ୍ଧ ହେଲି ଛାତିରେ କଲମ ଧରି ଲେଖି ଚାଲ