April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

Lets talk with a famous young and dynamic Lyricist, Music Composer, Literary Soul Jitendra Jena hails from Jajpur, district of Odisha for SLF Literary Youth Icon Award contest-. 2023

Lets talk with a famous young and dynamic Lyricist, Music Composer, Literary Soul Jitendra Jena hails from Jajpur, district of Odisha for SLF Literary Youth Icon Award contest-. 2023

*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର

ନାମ – ଜିତେନ୍ଦ୍ର ଜେନା
ପିତାଙ୍କ ନାମ- ଅଜୟ ଜେନା
ମାତାଙ୍କ ନାମ- ସରସ୍ବତୀ ଜେନା
ଜନ୍ମ ତାରିଖ-୨୦/୦୬/୧୯୯୬
ଘର ଠିକଣା-
ଗ୍ରାମ:- ଚନ୍ଦ୍ର ଶେଖର ପୁର
ପୋଷ୍ଟ:- ରାମଚନ୍ଦ୍ର ପୁର
ବ୍ଲକ୍ :- ବରୀ
ଜିଲ୍ଲା– ଯାଜପୁର
ପିନ୍ ନମ୍ବର:- ୭୫୫୦୦୩
ଯୋଗାଯୋଗ:- ୯୧୭୮୩୦୯୨୬୦
ଶିକ୍ଷାଗତ ଯୋଗ୍ୟତା- +୩ (କଳା)
ଇ-ମେଇଲ୍ ଠିକଣା-
[email protected]

ଶ୍ରଦ୍ଧେୟ ଜିତେନ୍ଦ୍ର
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।

1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?

ଉତ୍ତର:- ଯେତେବେଳେ ମୁଁ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲି ସେବେଠାରୁ ସାହିତ୍ୟ ପ୍ରତି ଭଲ ପାଇବା ବଢ଼ିବାରେ ଲାଗିଲା। ମତେ ବେଶୀ କବିତା ପଢିବାକୁ ଭଲ ଲାଗେ । ଚିନ୍ତା କରେ ଜଣେ କବି ଏତେ ସୁନ୍ଦର କବିତା କେମିତି , କାହିଁକି ଆଉ କାହା ପାଇଁ ଲେଖେ। ମୁଁ ବି ଲେଖି ପାରନ୍ତି କି ଏମିତି ପ୍ରଶ୍ନ ମନରେ ଉଙ୍କି ମାରୁଥିଲା। ପ୍ରଥମେ କବିତା ଲେଖା ଆରମ୍ଭ କଲି ମହା ବିଦ୍ୟାଳୟ ରେ ପଢିବା ସମୟରେ।। କବିତା ପଢ଼ି ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ମତେ କହିଲେ କି ଭଲ କବିତା ଲେଖୁଛ । ସେମାନଙ୍କ କଥା ମତେ ପ୍ରେରଣା ଦେଲା କବିତା ଲେଖିବା ପାଇଁ।

2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?

ଉତ୍ତର:- ଜଣେ ତ ସବୁବେଳେ ଗୋଟେ କାମ କେବେ କରି ନ ଥାଏ।
ପାଠ ଆଉ ଷାଠ ଦୁଇଟି ଆମ ପାଇଁ ଦରକାର।ତା ସହିତ ମନୋରଞ୍ଜନ ବି ଦରକାର। ସମୟ ବାହାର କରି କବିତା ପଢ଼େ , ଗୀତ ମଧ୍ୟ ଶୁଣେ ।
ସାହିତ୍ୟ କୁ ବହୁତ ଭଲ ପାଏ।

3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?

ଉତ୍ତର:- ହଁ ,ଆମ ଘରେ ମତେ ବାପା ବୋଉ ସହଯୋଗ କରନ୍ତି। କବିତା ହେଉ କି ଗୀତ ଯାହା ବି ଲେଖେ ବାପା ଙ୍କୁ ଦେଖାଏ , ଭୁଲ୍ ଥିଲେ କୁହନ୍ତି । ତାଙ୍କ ଠାରୁ ପ୍ରେରଣା ମତେ ମିଳେ କିଛି ଲେଖିବାକୁ, ଆଗକୁ ବଢ଼ିବାକୁ।

4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ? ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।

ଉତ୍ତର:- କବି ହିସାବରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ “ପ୍ରେମ ସୁଧାନିଧି “ଓ କବିବର ରାଧାନାଥ ରାୟଙ୍କ “ଚିଲିକା ” ପ୍ରେରଣା ଦାୟକ ଲେଖା ମତେ ଖୁବ୍ ପ୍ରଭାବିତ କରେ ଏବଂ ଗୀତିକାର ହିସାବରେ ଓଡ଼ିଆ ସିନେମା ଜଗତର ବରିଷ୍ଠ ଗୀତିକାର ବିଜୟ ମଲ୍ଲ ମହାଶୟଙ୍କୁ ମୋର ଆଦର୍ଶ ବୋଲି ମାନେ।

5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?

ଉତ୍ତର:- କବିତା ଓ ଗୀତ ଲେଖେ । କବିତା ଅପେକ୍ଷା ଗୀତ ଲେଖିବାରେ ନିଜକୁ ସଜେଇ ଦିଏ । ସବୁବେଳେ ଚେଷ୍ଟା କରେ କିଛି ନୂଆ ଲେଖିବାକୁ।

6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?

ଉତ୍ତର:- ଗଳ୍ପ ହେଉ କି କବିତା ଯାହା ଲେଖୁ ନିଜର ଅନୁଭୁତି ରୁ। ଗଳ୍ପ ରେ ଚରିତ୍ର ଉପରେ ଧ୍ୟାନ ଦେବାକୁ ପଡ଼େ ଏବଂ କବିତା ଲେଖା ସମୟରେ ପାଦ,ପଦ ପତିପାଦ,ଛଦ ଓ ଅଳଙ୍କାର ଉପରେ ଧ୍ୟାନ ଦେବାକୁ ପଡ଼େ।

7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?

ଉତ୍ତର:- ନିଜ ମନର ଅକୁହା କଥା କୁ ଜଣେ ସ୍ରଷ୍ଟା କାଗଜ କଲମ ରେ ଲେଖି ଥାଏ। କବିତା ରେ ବର୍ଣ୍ଣନା କରିଯାଏ ଏବଂ ଗଳ୍ପରେ ବିବରଣୀ ପ୍ରଦାନ କରାଯାଏ

8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?

ଉତ୍ତର:- ହଁ, ଅନେକ ଫରକ୍ ଅଛି। କବିତା ରେ ଆମେ ସଂକ୍ଷିପ୍ତ ରେ ଅନେକ କିଛି ବର୍ଣ୍ଣନା କରିବାକୁ ପଡ଼େ କିନ୍ତୁ, ଗଳ୍ପରେ ବିସ୍ତୃତ ଭାବରେ ବର୍ଣ୍ଣନା କରିବାକୁ ପଡ଼େ।

9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?

ଉତ୍ତର:-ପୁରାତନ ସାହିତ୍ୟ ସଂପୂର୍ଣ୍ଣ ଏବଂ ଆଧୁନିକ ସାହିତ୍ୟ ଅସମ୍ପୂର୍ଣ୍ଣ। କାହିଁକି ନା ସେମାନଙ୍କ ଲେଖା ଅମର ହେଇ ରହିଛି, କିନ୍ତୁ ଏବେକାର ଲେଖା କୁ ପାଠକ ମାନେ ପଡୁଛନ୍ତି ସତ କିନ୍ତୁ କିଛି ଦିନ ଭିତରେ ଭୁଲି ଯାଉଛନ୍ତି।

10-ପୁରା କାଳରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?

ଉତ୍ତର:- ଆମେ ଓଡ଼ିଆ ଆମ ଭାଷା ବଢ଼ିଆ ଏ କଥା ଆମକୁ ଜଣା
କିନ୍ତୁ, ଧୀରେ ଧୀରେ କମିବାକୁ ଲାଗିଲାଣି ଲୋକଙ୍କ ଭଲ ପାଇବା। ଆମେ ଚେଷ୍ଟା କରିବା ସୁଧାରିବା ପାଇଁ।

11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?

ଉତ୍ତର:- ଯେତେବେଳେ ପାଠକ ଆମ ଲେଖା ପଢ଼ି ଆମକୁ ଭଲ ଲେଖୁଛ ବୋଲି କହନ୍ତି। ତାଙ୍କ ପ୍ରେରଣା ଦାୟକ କଥା ଆମକୁ ଆଗକୁ ଯିବାକୁ ସାହଯ୍ୟ କରେ।ସେ ମୁହୂର୍ତ୍ତ ଆନନ୍ଦ ଦାୟକ ହେଇଥାଏ।

12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।

ଉତ୍ତର:- ମାତୃଭାଷା ର ଉନ୍ନତି କେମିତି ହେବ। ଆମେ ସଦା ସର୍ବଦା ଚେଷ୍ଟା କରିବା ଉଚିତ।

13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?

ଉତ୍ତର:- ସୋସିଆଲ ମିଡ଼ିଆ ଆସିବା ପରଠୁ ସାହିତ୍ୟ ପ୍ରତି ଲୋକମାନଙ୍କର ଶ୍ରଦ୍ଧା ,ଭଲ ପାଇବା, ଆଗ୍ରହ ଧୀରେ ଧୀରେ କମି ଗଲାଣି ।

14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।

ଉତ୍ତର:- ହଁ, ନିଶ୍ଚିତ, ସାହିତ୍ୟ ସମାଜ ର ଦର୍ପଣ ସ୍ରଷ୍ଟା ମାନଙ୍କ ର ସୃଷ୍ଟି କରିବା ଦରକାର ଅର୍ପଣ।

15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?

ଉତ୍ତର:- ଜଣେ କବି କବିତା ଲେଖିବା ପରେ ଯେତେବେଳେ ଅନୁଭବ କରେ ଲେଖା ଏତେ ଭଲ ହେଇନି ବହୁତ କଷ୍ଟ ଲାଗେ।
ସେଥିପାଇଁ ଆମେ କିଛି ନୂଆ ଲେଖିବାକୁ ଚେଷ୍ଟା କରିବା ଦରକାର।

 

16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।

ଉତ୍ତର:- ବୟସ ହେଉଛି ମଣିଷ ଗୋଟେ ଅବସ୍ଥା। ନିଜର ଭାବନା ରେ ଯାହା ବି ଶବ୍ଦ ଆସେ ତାକୁ ଆମେ ଲେଖିଥାଉ। ତେଣୁ ବୟସ ଆବଶ୍ୟକତା ନାହିଁ ବୋଲି ଭାବୁଛି।

17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।

ଉତ୍ତର:- ସୁଯୋଗ ର ସଦର ଉପଯୋଗ କରିବା ବୁଦ୍ଧିମାନ ର କାମ ହେଇଥାଏ। ମତେ ସୁଯୋଗ ମିଳି ଥିବାରୁ ଏତେ ଖୁସି ଯେ ଖୁସିର ଗଭୀରତା କେତେ କହି ପାରୁନି। ଏମିତି ଏକ ନିଆରା ପ୍ରୟାସ ଆଗରୁ କେବେ କେଉଁ ସାହିତ୍ୟ ଅନୁଷ୍ଠାନ ରେ ଦେଖି ନାହିଁ, ମୋର ଆଶା ଓ ବିଶ୍ବାସ ନବ ପ୍ରତିଭା ମାନଙ୍କୁ ଦିନେ ନା ଦିନେ ବିଶ୍ଵ ଦରବାରରେ ଛିଡ଼ା କରିବ। ତେଣୁ ସୂର୍ଯ୍ୟୋଦୟ ସାହିତ୍ୟ ପରିବାର ସମସ୍ତ କର୍ମକର୍ତ୍ତା ମାନଙ୍କୁ ହୃଦୟରେ ପ୍ରଣାମ ଓ କୃତଜ୍ଞତା ଜ୍ଞାପନ କରୁଛି🙏🙏।।

 

18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?

ଉତ୍ତର:- ସୂର୍ଯ୍ୟୋଦୟ ସାହିତ୍ୟ ପରିବାର ରେ ସାମିଲ୍ ହେଲା ପରେ ମତେ ବହୁତ କିଛି ଶିଖିବାକୁ ମିଳିଛି ଆଗକୁ ମଧ୍ୟ ମିଳିବ। ନୂଆ ନୂଆ ସ୍ରଷ୍ଟା ମାନଙ୍କ ସହିତ ପରିଚିତ ହେଉଛି ବହୁତ ଲାଗୁଛି। ସବୁବେଳେ କିଛି ନୂଆ କରିବା ର ପ୍ରୟାସ ମତେ ବହୁତ ପ୍ରଭାବିତ କରେ।

19.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?

ଉତ୍ତର:- ସୂର୍ଯ୍ୟୋଦୟ ସାହିତ୍ୟ ପରିବାର ସହିତ ଫେସବୁକ ମାଧ୍ୟମରେ ପରିଚିତ ହେଲା। ବ୍ୟସ୍ତ ବହୁଳ ଜୀବନରେ ସମୟ ବାହାର କରି କବିତା ଓ ଗୀତ ଲେଖାଲେଖି କରେ।

20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।

ଉତ୍ତର:- ସମାଜ ପାଇଁ ସାହିତ୍ୟ ର ଆବଶ୍ୟକତା ଅଛି। ମୋର ଦୋଷ ତ୍ରୁଟି କ୍ଷମା କରିବେ। ସଦା ସର୍ବଦା ସୂର୍ଯ୍ୟୋଦୟ ସାହିତ୍ୟ ପରିବାର ପାଖରେ ଚିର କୃତଜ୍ଞ ରହିବି।।

“” କବିତା ସହିତ ଲେଖୁଥାଉ ଗୀତ
ହାତ ମୋ କଲମ ଧରି
ମରିବା ଆଗରୁ କେବେ କଲମରୁ
ଲେଖା ମୋ ନ ଯାଉ ସରି..””

ଶେଷରେ କହିବି ଏତିକି ଏ ପରିବାର ସହିତ ଯୋଡି ହୁଅନ୍ତୁ । କିଛି ଶିଖିବାର ସୁଯୋଗ ପାଆନ୍ତୁ 🙏🙏

21- ଆମେ ଜାଣୁ କି ଆପଣ ଖୁବ କମ ବୟସରେ ଓଡ଼ିଆ ସଙ୍ଗୀତ ସାଧନା କ୍ଷେତ୍ରରେ ଅନେକ ସଫଳତା ହାସଲ କରିଛନ୍ତି। ଏବଂ ଆପଣଙ୍କ ଦ୍ଵାରା ରଚିତ ଗୀତ ଗୁଡିକ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ସୁନ୍ଦର ଭାବରେ ମୁକ୍ତିଲାଭ କରିଛି। ସେ ବାବଦରେ କିଛି କହିବେ କି।

ଉତ୍ତର:
ସଙ୍ଗୀତ ସାଧନା, ତଥା ରଚନା ଏବଂ ନିର୍ଦେଶନା କ୍ଷେତ୍ରରେ ମିଳିଥିବା ସଫଳତା ର ଶ୍ରେୟ ଓଡ଼ିଶାର ତମାମ କଳାପ୍ରେମୀ, ସଂଗୀତପ୍ରେମୀ ଏପରିକି ଆପଣ ମାନଙ୍କ ପାଖକୁ ହିଁ ଯିବ। ଆପଣ ମାନଙ୍କ ପ୍ରୋତ୍ସାହନ ତଥା ପ୍ରେରଣା ମୋତେ ଏ କ୍ଷେତ୍ରରେ ଆଗକୁ ଯିବା ପାଇଁ ପ୍ରେରିତ କରିଛି।
ମୋ ଦ୍ଵାରା ଲିଖିତ ତଥା ନିର୍ଦ୍ଦେଶିତ କିଛି ସଙ୍ଗୀତ ର ଲିଙ୍କ ଏଠାରେ ଉପସ୍ଥାପନ କରୁଛି ଆପଣମାନେ ଶୁଣି ନିଶ୍ଚିତ ଭାବରେ ଆନନ୍ଦିତ ହେବେ ବୋଲି ମୁଁ ଆଶା ବାଢୁଛି।

୧:- ହୃଦୟରେ ରେ ମହାନଦୀ
https://youtu.be/844pPywY1aY
୨:- ଲାଗୁଛି ତୁ ମୋର ଆଗରୁ ଚିହ୍ନା
https://youtu.be/CT0zMBh64-U
୩:- ତୋ ସାଥେ ଦେଖା ହେଲା ପରେ
https://youtu.be/5756wDZqzIE
୪:- ଭଲ ଟିକେ ପାଆନ୍ତି
https://youtu.be/qBRlH3I-yGI
୫:- ନିଶା ତା ପ୍ରେମର
https://youtu.be/9v0PgxrlSN0
୬:- ପ୍ୟାର୍ ୱାଲା ଘୁଡୁକି
https://youtu.be/SnQVL0t_i1A
୭:- ଦିଲ୍ ଧକ୍ ଧକ୍ ହୁଏ ତୋ ଲାଗି
https://youtu.be/i_WB-kd6cS8
୮:- ନିଆରା ସମ୍ପର୍କ ତୋର ମୋର
https://youtu.be/XkMfdA4740Q
୯:- କିସ୍ ଗୋଟେ ଦେ
https://youtu.be/gPHpq3aa6VE
୧୦:- ନିଆରା ତାଙ୍କ କାହାଣୀ (ଭଜନ)
https://youtu.be/0DcLJ80IBiw
୧୧:- ପ୍ରେମ ତୋର ଲାଗିଲା ନିଜର
https://youtu.be/Pu_tbDjk6F0
୧୨:- ଦାମୀ ଉପହାର 🎁
https://youtu.be/fiCX8P0zCgY
୧୩:- ଦେଲୁ ତୁ ପ୍ରେମରେ ବାନ୍ଧି
https://youtu.be/4jhOujpaRIo
୧୪:- ପର ଧନରେ ପଲୋଉ
https://youtu.be/T2Vi7PyeiFQ
୧୫:- ଏ ଗେଲୁ କ’ଣ କଲୁ
https://youtu.be/E5mjBSROrzo
୧୬:- ଦିଲ୍ ଜାନିଆ
https://youtu.be/UEnf5ZYCsiQ
୧୭:- ଆସୁଛି ମୋ ଦୁର୍ଗା ମା
https://youtu.be/73M2nsS4pgQ
୧୮:- ଆଜି ଆମ ସାଙ୍ଗ ବାହାଘର
https://youtu.be/mrK3Pd3F31k
୧୯:- ହେ ମହାବାହୁ
https://youtu.be/SZ_4Y6e3WqY
୨୦:- ମାଡ଼ି ଚାଲ କାଉଡ଼ି ବାଲା
https://youtu.be/OgIk1gGYxmw

ଗାୟକ:-
କୁମାର ବାପି, ଶ୍ରୀଚରଣ , ହ୍ୟୁମାନ ସାଗର,ମଣ୍ଟୁ ଛୁରିଆ,କୁଲ୍ ଦୀପ୍ ,ସୋୟମ୍ ପାଢି, ସୌରିନ୍ ଭଟ୍ଟ ..
ଗାୟିକା:-
ଲୋପାମୁଦ୍ରା, ଅସୀମା ପଣ୍ଡା, ଦୀପ୍ତି ରେଖା ପାଢି, ଅନ୍ତରା ଚକ୍ରବର୍ତ୍ତୀ, ଜ୍ୟୋତିର୍ମୟୀ,ତପୁ ମିଶ୍ର, ଇରା ମହାନ୍ତି…..

ସ୍ନେହର ଜିତେନ୍ଦ୍ର!
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।

ଅଭିନନ୍ଦନ ସହିତ

ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ

Loading

34 thoughts on “Lets talk with a famous young and dynamic Lyricist, Music Composer, Literary Soul Jitendra Jena hails from Jajpur, district of Odisha for SLF Literary Youth Icon Award contest-. 2023

  1. ପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କ ଉପରେ ଏମିତି କରୁଣା ରଖିଥାନ୍ତୁ ଆଉ ଜିତେନ୍ଦ୍ର ଭାଇ ତମେ ଏମିତି ଆମ ସାହିତ୍ୟ ଜଗତକୁ ଆଗକୁ ନେଇ ଚାଲୁଥାଅ ଜୟ ଜଗନ୍ନାଥ, Lots of love from your small Brother Sarbeswar Sahoo

  2. Se Mora college belara sanga .ta sahita byaktigata bhabare parichhita.ame ekathi bulichhu.khati karuchhu thatamaja kete kan .ta lekha pain samastara Priya heuchi agu Madhya haba.mate bahut Khushi laguchi.bhagaba karantu se ahuri Jau Bari jajapur Ra has rakhiba sahita odishare nua parichaya srushti karu ..
    Jay Jagannath
    Sagara Jena
    Bari , Jajpur

  3. ସେ ମୋର ସ୍କୁଲ ବେଳ ର ସାଙ୍ଗ, ମତେ ଖୁସି ଲାଗିଛି ଯେ ତା ଲେଖା ପାଇଁ ଆଜି ସମସ୍ତଙ୍କ ସ୍ନେହ ଶ୍ରଦ୍ଧା ଭଲ ପାଇବା ଏବଂ ଆଶୀର୍ବାଦ ପାଉଛି.. ଭଗବାନ କରନ୍ତୁ ଆଗୁକୁ ଯିବା ସହିତ ସାରା ଓଡିଶା ରେ ପରିଚିତ ହେଉ..
    ଆମ ସମସ୍ତଙ୍କ ସହଯୋଗ ଆଶୀର୍ବାଦ ଅଛି ଆଗକୁ ମଧ୍ୟ ରହିବ..
    ଜୟ ଜଗନ୍ନାଥ
    ପ୍ରଶାନ୍ତ କୁମାର ମଲିକ
    ବରୀ, ଯାଜପୁର..

  4. ସତରେ ଧୀରେ ଧୀରେ କମିବାକୁ ଲାଗିଲାଣି ସାହିତ୍ୟ ପ୍ରତି ଲୋକଙ୍କ ଭଲ ପାଇବା।ପ୍ରତ୍ୟେକ କଲମ ମୁନରେ ଏହାକୁ ସୁଧାରିବା ପାଇଁ ସମସ୍ତଙ୍କୁ ସଚେତନ କରାଇବା ଆବଶ୍ୟକ।ଆପଣଙ୍କ ସଂଙ୍ଗୀତ ସମୟ ବାହାର କରି ଶୁଣିବି

  5. ଆପଣ ମାନଙ୍କ ସ୍ନେହ ଶ୍ରଦ୍ଧା ଭଲ ପାଇବା ସହଯୋଗ ଏବଂ ଆଶିର୍ବାଦ ସଦା ସର୍ବଦା ଏମିତି ରହିଥାଉ । ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛି ସମସ୍ତଙ୍କୁ ❤️❤️।
    ✍️✍️
    :- ଜିତେନ୍ଦ୍ର ଜେନା, ଯାଜପୁର

  6. ହେ ମୋର ପ୍ରିୟ ବନ୍ଧୁ ଜିତେନ୍ଦ୍ର ! ମୁଁ ନିଜେ ତୁମର ଜଣେ ବଡ଼ ପ୍ରଶଂସକ l କବିତା ଲେଖିବାରେ ତୁମେ ଯେତିକି ମାହିର ଗୀତରଚନାରେ ବି ସେତିକି ସିଦ୍ଧହସ୍ତ l ତୁମ ସାହିତ୍ୟ ଯାତ୍ରା ସୁଦୀର୍ଘ ପ୍ରସାରି ହେଉ l ଭଞ୍ଜ ମାଟିରୁ ବିରଜା ମାଟିର ସୁପୁତ୍ର ଜିତୁ ଭାଇଙ୍କୁ ଅଜସ୍ର ଶୁଭେଚ୍ଛା ଓ ଅଭିନନ୍ଦନ l

    ତୁମ ଗଞ୍ଜାମିଆ ବନ୍ଧୁ
    ଜଗା ଭାଇ

    1. ଜଗା ଭାଇ, ତୁମର ସହଯୋଗ ଭଲ ପାଇବା ଆମ ପାଇଁ ରହିଛି ଆଉ ରହିଥିବ ମୋର ବିଶ୍ବାସ ଭରଷା ଅଛି। ହୃଦୟରୁ ତମକୁ ଧନ୍ୟବାଦ ଜଣାଉଛି ❤️❤️❤️❤️
      ଭଗବାନ କରନ୍ତୁ ତୁମର ସାହିତ୍ୟ ଯାତ୍ରା ରେ ସଫଳତା ଅର୍ଜନ କର।
      ଜୟ ଜଗନ୍ନାଥ

    1. ହୃଦୟରୁ ତମକୁ ଧନ୍ୟବାଦ ଜଣାଉଛି ❤️❤️❤️❤️

  7. ଅତି ସୁନ୍ଦର ଭାବରେ ମତବ୍ୟକ୍ତ କରିଛନ୍ତି ଆପଣ ।

    1. ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛି ❤️❤️

  8. ବହୁତ ସୁନ୍ଦର ଲେଖା ଆଗକୁ ବଢିଚାଲ ଅନେକ ଅନେକ ଶୁଭେଚ୍ଛା ❤️

  9. ଓଡ଼ିଆ ଭାଷା ସାହିତ୍ୟର ବିଶ୍ୱାୟନ ପ୍ରକ୍ରିୟା ଜାରି ରଖିଥିବା ସୂର୍ଯ୍ୟୋଦୟ ସାହିତ୍ୟ ପ୍ରତିଷ୍ଠାନ କୁ ଅଶେଷ ଅଶେଷ ଧନ୍ୟବାଦ୍

  10. ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଢେର୍ ଆଗକୁ ମାଡିଚାଲ ଭାଇ
    ଏତିକି ହିଁ ଭଗବାନଙ୍କ ପାଖରେ ପ୍ରାର୍ଥନା

  11. ଜିତେନ୍ଦ୍ର ଭାଇ, ତୁମ ବିଷୟରେ ଆଉ କଣ କହିବି ତୁମ ପ୍ରତିଭା ପାଇଁ ତୁମେ ଏବେ ଘରେ ଘରେ ପରିଚିତ। ତୁମ ଲେଖାର ମୁଁ ନିଜେ ଜଣେ ବଡ ପ୍ରଶଂସକ। ତୁମ ଦ୍ବାରା ଲିଖିତ ଗୀତ, କବିତା ଯେମିତି ହୃଦୟକୁ ସ୍ପର୍ଶ ପରେ ଠିକ୍ ସେମିତି ତୁମେ ଏବଂ ତୁମର ବ୍ୟକ୍ତିତ୍ୱ ସବୁଠାରୁ ଅଲଗା। ଭାରି ଖୁସି ଲାଗୁଛି ମୁଁ ତୁମ ସହିତ ନିଆରା ଏକ ସମ୍ପର୍କ ବାନ୍ଧି ହେଇଛି। ଆଜି ପର୍ଯ୍ୟନ୍ତ ତୁମେ ମତେ ଦେଖିନ କି ମୁଁ ତୁମକୁ ଦେଖିବାର ସୁଯୋଗ ପାଇ ନାହିଁ ତଥାପି ଆମ ଭିତରେ ଏକ ସର୍ତ୍ତ ହୀନ ସମ୍ପର୍କ ଗଢି ଉଠିଛି। ଭଗବାନ କରନ୍ତୁ ଏ ସମ୍ପର୍କ ଏମିତି ରହିଥାଉ। ତୁମେ ତୁମ ଉନ୍ନତି ପଥରେ ଆଗେଇ ଚାଲ ଭାଇ।
    ଜୟ ଜଗନ୍ନାଥ

    1. ରାଜୁ ଭାଇ, ତୁମର ସହଯୋଗ ଭଲ ପାଇବା ବନ୍ଧୁତା ସଦା ସର୍ବଦା ଏମିତି ରହିଥାଉ । ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ୍ ❤️❤️ ଭଗବାନ କରନ୍ତୁ ତୁମର ସାହିତ୍ୟ ଯାତ୍ରା ରେ ସଫଳତା ଅର୍ଜନ କର।
      ଜୟ ଜଗନ୍ନାଥ

Leave a Reply

Your email address will not be published. Required fields are marked *