April 16, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

Lets talk with a budding bard and singer MS Abhipsa Dhal hails from Kendrapada, district of Odisha for SLF Literary Youth Icon Award contest-. 2023

Lets talk with a budding bard and singer MS Abhipsa Dhal hails from Kendrapada, district of Odisha for SLF Literary Youth Icon Award contest-. 2023

*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର

ନାମ – ଅଭିପ୍ସା ଧଳ
ପିତାଙ୍କ ନାମ– ଗଣେଶ ଧଳ
ମାତାଙ୍କ ନାମ-ମଞ୍ଜୁ ଲତା ଧଳ
ଜନ୍ମ ତାରିଖ– 21/03/1997
ଘର ଠିକଣା- ଆଳପୁଆ /ପଟ୍ଟାମୁଣ୍ଡାଇ
ଜିଲ୍ଲା-କେନ୍ଦ୍ରାପଡ଼ା
ଶିକ୍ଷାଗତ ଯୋଗ୍ୟତା- +3 pass
ଇ-ମେଇଲ୍ ଠିକଣା

[email protected]

ସ୍ନେହର ଅଭିପ୍ସା!!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।

1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?

ଉତ୍ତର = ଯେବେଠାରୁ ମୁଁ ପ୍ରଥମେ ଅକ୍ଷର କ’ଣ, ବହି କ,’ଣ ଜାଣିଲି ସେବେଠୁ ମୋତେ ପଢିବାକୁ ବହୁତ ଭଲ ଲାଗୁଥିଲା ବେଶୀ ସାହିତ୍ୟ ପଢିବାକୁ ଭଲ ଲାଗୁଥିଲା। କିଛି ନୂଆ ନୂଆ ,ମୁଁ ଜାଣିନଥିବା କଥା ଜାଣିବାକୁ ସବୁ ସମୟରେ ଇଚ୍ଛା ହେଲା ତେଣୁ ମୁଁ ସାହିତ୍ୟ ସହ ବାନ୍ଧି ହୋଇ ରହିଗଲି ଆଉ ଏବେ ବଡ଼ ହେବା ସହ ଧୀରେ ଧୀରେ ଶବ୍ଦ ମାନଙ୍କ ସହ ଭାବ ହୋଇଗଲାଣି ଆଉ ଏବେ ମୁଁ ସାହିତ୍ୟ ସହ ଏକ ସାରସ୍ୱତୀୟ ଜୀବନ ବଞ୍ଚୁଛି ।

2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?

ଉତ୍ତର = ପାଠ ପଢାରେ ଥିବା ସବୁ ଅଭ୍ୟାସ ପୁସ୍ତିକା ଭଳି ମୁଁ ସାମାଜିକ ସାହିତ୍ୟକୁ ବି’ ଏକ ଅଭ୍ୟାସ ପୁସ୍ତିକା ଭଳି ଅଧ୍ୟୟନ କରିବାକୁ ସଦା ସର୍ବଦା ଚେଷ୍ଟା କରେ ମୋ ଆଖ ପାଖରେ ଘଟୁ ଥିବା କାର୍ଯ୍ୟକୁ ଅନୁଧ୍ୟାନ କରେ ଆଉ ସାହିତ୍ୟ ଦ୍ୱାରା କିପରି ସାମାଜିକ ସର୍ବସମତା ରକ୍ଷା କରିହେବ ସଦା ସର୍ବଦା ଚେଷ୍ଟା ଜାରି ରଖେ ।

3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?

(3 ) ଉତ୍ତର = ମୋ ଜନ୍ମ ପର ଠାରୁ ମୋର ପ୍ରତ୍ୟେକ ଟି କାର୍ଯ୍ୟରେ ମୋର ପରିବାରରେ ଥିବା ସମସ୍ତ ସଦସ୍ୟଙ୍କର କିଛି ନା କିଛି ଭୂମିକା ରହିଛି ଆଉ ମୋର ସାହିତ୍ୟ କ୍ଷେତ୍ରରେ ଶବ୍ଦ ଆଉ ଲେଖିବା ଶୈଳୀ ଶିଖେଇବାରେ ମୋର ଜେଜେବାପା ଙ୍କ ଭୂମିକା ସବୁଠୁ ଅଧିକା ରହିଛି।

4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ? ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।
ଉତ୍ତର = ମୋତେ ସବୁ ପ୍ରକାରର ପୁସ୍ତକ ପଢିବାକୁ ଭଲ ଲାଗେ କିନ୍ତୁ ତା ମଧ୍ୟରୁ ମୋତେ ଗୀତା, ଭାଗବତ, ପୂରାଣ, ଏବଂ ଅନ୍ୟାନ ପୌରାଣିକ ପୁସ୍ତକ ଅଧିକ ଭଲ ଲାଗେ ତେଣୁ ମୁଁ ଏ ସବୁ ମଧ୍ୟରୁ ଶବ୍ଦ ନେଇ ଲେଖିବାକୁ ଭଲ ପାଏ କାରଣ ଏ ପୁସ୍ତକରେ ଥିବା ଚରିତ୍ର ମାନେ ମୋତେ ଜୀବନ୍ତ ଅନୁଭୂତି ପ୍ରଦାନ କରନ୍ତି ଯାହା ମୋତେ ଲେଖିବାକୁ ଉତ୍ସାହିତ କରେ ।

5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?

ଉତ୍ତର = ମୋର ଅଧିକା ସମୟ କବିତା ଲେଖିବାରେ ବ୍ୟକ୍ତ କରିଛି ।

6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?
ଉତ୍ତର = କବିତା ଓ ଗଳ୍ପ ଲେଖିବା ସମୟରେ ଆମକୁ ପ୍ରଥମେ ଏକ ନିରୋଳା ପରିବେଶ ଯେଉଁଠାରେ ଆମ ମନ ଶାନ୍ତ ହୋଇଥାଏ ଯାହା ଫଳରେ ଆମେ ଯାହା ଭି ଲେଖିଥାଉ ତାହା ଯତିପାତ ରେ ଥାଇ ଶବ୍ଦ ସବୁ ନିର୍ଭୁଲ ହେବା ସହ ଏକ ସୁନ୍ଦର ଗଳ୍ପ ଓ କବିତାର ରୂପ ନେଇଥାଏ |

7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?
ଉତ୍ତର = କବିତାରେ ଆମେ ଅଳଙ୍କାର, ଛନ୍ଦ, ଶବ୍ଦ ଏ ସବୁକୁ ଦେଖିଚାହିଁ ବ୍ୟବହାର କରିବା ହେବା ବେଳେ ଗଳ୍ପରେ ଆମକୁ ଛନ୍ଦ ଆଉ ଅଳଙ୍କାର ବ୍ୟବହାର କରିବାକୁ ପଡ଼େ ନାହିଁ ।

8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?

ଉତ୍ତର = ନିଶ୍ଚିତ ରୂପେ ସାହିତ୍ୟିକ ମାନଙ୍କ ମତବ୍ୟକ୍ତ ଠିକ ଗଳ୍ପ ଓ କବିତା ଦୁଇଟା ଏକା ପରି ନୁହଁନ୍ତି କାରଣ କବିତାରେ ପ୍ରତେକଟି ଶବ୍ଦ ବୁଝିବାକୁ ସମୟ ଲାଗେ ଆଉ ମନ ତା ଆଡକୁ ବାରମ୍ବାର ଚାଲିଯାଏ ଏବଂ ଗଳ୍ପରେ ଥିବା ଚରିତ୍ର ବହୁତ ସହଜ ଆଉ ଶୀଘ୍ର ତାର ପରିଚୟ ଦେଇଥାଏ ତେଣୁ ଗଳ୍ପ କବିତା ଦୁଇଟା ଯାକ ଅଲଗା। ମୋତେ ମୋର ଗଳ୍ପ ଆଉ କବିତାର ଚରିତ୍ର ସବୁ ଜୀବନ୍ତ ଭଳି ସମ୍ମୋହିତ କରନ୍ତି ।

9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?
ଉତ୍ତର = ସମାଜ ଆଧୁନିକ ହେବା ସହ ଯୁବ ପିଢ଼ି ମାନେ ଆଧୁନିକ ହେବାକୁ ଲାଗିଲେଣି। ହେଲେ ଆମ ଓଡ଼ିଆ ଭାଷା ଢଗ ଢମାଳି ସବୁ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି , ତେଣୁ ଆମେ ମାନେ ନୂତନ ଲେଖା ପ୍ରଣାଳୀରେ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଧ୍ୟାନ ସହ ଆଧୁନିକ ପ୍ରକ୍ରିୟାରେ ସାହିତ୍ୟକୁ ଆଗକୁ ବଢ଼େଇବା ସହ ପ୍ରତ୍ୟେକ ମଣିଷ ମନରେ ଆମ ଭାଷା ପ୍ରତି ଭଲ ପାଇବା ସୃଷ୍ଟି କରିବା କ୍ଷେତ୍ରେରେ ନିଜକୁ ଉତ୍ସର୍ଗୀକୃତ କରିଦେବା ଉଚିତ।

10-ପୁରା କାଳରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?
ଉତ୍ତର =ପୁରା କାଳରେ ଭାଷା ସାହିତ୍ୟିକୁ ରକ୍ଷା କରିବା ପାଇଁ ତଥା ଓଡ଼ିଆ ବୋଲି ଗର୍ବରେ ମଥା ଟେକି ଚାଲିବା ନିମିତ୍ତ କେତେକ ସଂଗ୍ରାମୀ ପୁରୁଷ ଧରଣୀ ବକ୍ଷ ରେ ଜନ୍ମ ନେଇଥିଲେ । ସେମାନଙ୍କ ମଧ୍ୟରେ ଉପେନ୍ଦ୍ର ଭଞ୍ଜ, ଫକୀର ମୋହନ ସେନାପତି, ରାଧାନାଥ ରାୟ, ମଧୁସୂଦନ ରାଓ ଙ୍କ ସମେତ ଅନ୍ୟମାନେ ଏହି ଭାଷା ପ୍ରୀତି ଆନ୍ଦୋଳନ ର ମୁଖ୍ୟ ପୁରୋଧା ସାଜିଥିଲେ। ସେମାନଙ୍କ ପାଇଁ ଆଜି ଆମ ମାତୃଭାଷା ଓଡ଼ିଆ ଆମ ସମସ୍ତଙ୍କର ଅସ୍ମିତା ର ପରିଚୟ ବାଢ଼ିବାରେ ସକ୍ଷମ ହୋଇପାରିଛି। ଏବେକାର ସାହିତ୍ୟିକ ମାନେ ନିଜ ନିଜର ସ୍ୱାର୍ଥ ହାସଲ ରେ ମଗ୍ନ ମନସ୍କ ଥିବାରୁ କେତେକାଂଶ ରେ ଏଥିପାଇଁ ଶିଥିଳତା ପ୍ରକାଶ ପାଉଛି।

11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?
ଉତ୍ତର = ସାହିତ୍ୟ ମୋ ଶରୀରର ଏକ ଅଙ୍ଗ ଭଳି ପ୍ରତ୍ୟେକ ଦିନ ମୋ ଦେହ ସହିତ ଚଳ ପ୍ରଚଳ ହୋଇଥାଏ ମୋର ଗୋଟିଏ ଭି ଶବ୍ଦର ଭାବନା ମୋତେ ଅତ୍ୟନ୍ତ ଶାନ୍ତି ପ୍ରଦାନ କରେ ! ମୁଁ ଯାହା କିଛି ବି ଲେଖୁଛି ତାହା ବିଭିନ୍ନ ପତ୍ରିକାରେ ପ୍ରକାଶ ପାଉଛି ଯାହା ମୋର ସୁଖକର ଅନୁଭୂତି।

12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ଭାଷା ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।
ଉତ୍ତର = ଜଗତୀକରଣ ତଥା ବିଶ୍ୱାୟନ ପ୍ରକ୍ରିୟାରେ ଓଡ଼ିଆ ଭାଷା ସାହିତ୍ୟ ଧୀରେ ଧୀରେ ସମୟ ସହିତ ତାଳ ଦେଇ ଆଗକୁ ବଢୁଛି। ଏହି ଧାରା ଆଗକୁ ଅପରିବର୍ତ୍ତିତ ରହିବ ବୋଲି ଆଶା।

13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?
ଆଜିର କ୍ଷୁଦ୍ରଗଳ୍ପ , ପାଠକ ମାନଙ୍କର ବହୁତ ନିକଟତର କାରଣ ଛୋଟ ଗଳ୍ପ ରୁ ପୁରା କାହାଣୀର ଚରିତ୍ର କମ ସମୟରେ ବହୁତ ଭଲସେ ପଢି ହୁଏ ଆଉ ଜଲ୍ଦି ବୁଝିବାରେ ସହଜ ହୁଏ ।

14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।
ଉତ୍ତର = ସାହିତ୍ୟିକ ମାନଙ୍କର ପ୍ରଥମ କର୍ତ୍ତବ୍ୟ ମୋ ମତରେ ସମାଜକୁ ନିଜ ଲେଖା ଦ୍ୱାରା ଭଲ ସଂସ୍କାର ପ୍ରଦାନ କରିବା ସହ କିଛି ଭଲ ଶିକ୍ଷା ଦେବା ଉଚିତ ଯାହା ଫଳରେ ସମାଜର ଉନ୍ନତି ହେବା ସହ ସାହିତ୍ୟକୁ ସବୁ ସ୍ଥାନରେ ଉଚିତ ସମ୍ମାନ ମିଳିପାରିବ ଏଥିପ୍ରତି ଧ୍ୟାନ ଦେବା ଉଚିତ ।

15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?
ଉତ୍ତର = ମୁଁ ମୋର କବିତା ଲେଖି ସରିବା ପରେ ଯେବେ ସେ ଲେଖାକୁ ଅଧିକା ଭଲ ପାଇବା ମିଳେନି ମୋତେ ବହୁତ କଷ୍ଟ ଲାଗେ ହେଲେ ଯଦି ସେ ଲେଖାରେ କେହି ଭୂଲ କିଛି ଅଛି ଦର୍ଶାନ୍ତି ମୋତେ ବହୁତ ଖୁସି ଲାଗେ କାରଣ ମୁଁ ମୋର ଲେଖିବା ସୁଧାରିବାକୁ ଚେଷ୍ଟା କରେ ଆଉ ଆଗକୁ ଭଲ ଲେଖିବା ପାଇଁ ନିଜ ଭିତରେ ଅଧିକ ଇଚ୍ଛାଶକ୍ତି ସୃଷ୍ଟି କରେ ଏଇଟା ମୋର ନିଜସ୍ୱ ଅଭିଜ୍ଞତା ରୁ ପଦେ !

16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ହଁ ଏହା ଠିକ କାରଣ ସମସ୍ତେ ପଢ଼ନ୍ତି ଆଉ ଲେଖନ୍ତି ହେଲେ ସମସ୍ତେ ସାହିତ୍ୟକୁ ଭଲ ପାଇପାରନ୍ତି ନାହିଁ। ଜଣେ ସାହିତ୍ୟିକ ହେବା ପାଇଁ କୌଣସି ବୟସ ସୀମା ନ ଥାଏ ହେଲେ ଯେଉଁ ମାନେ କିଛି ଅନୁଭବ ଆଉ ଅନୁଭୂତି କୁ ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚିନ୍ତା କରନ୍ତି ସେମାନେ ହିଁ କଲମ ଉଠାନ୍ତି ଆଉ ସେମାନେ ଗାରାଉଥିବା ପ୍ରତେକଟି ଶବ୍ଦ କବିତା ଗଳ୍ପ ର ରୂପ ନେଇଥାଏ ତେଣୁ ଏହି ମନ୍ତବ୍ୟଟି ପୁରା ଠିକ ବୋଲି ମୋର ମନ ଆଉ ଭାବନା କହୁଛି ।

17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
= ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନରେ ହେଉଥିବା ଗଳ୍ପ କବିତା ପ୍ରତିଯୋଗିତା ରେ ଥିବା ମାଟିର ମଣିଷ ଶୀର୍ଷକରେ ମୁଁ ପ୍ରଥମ ଥର ଅଂଶ ଗ୍ରହଣ କରିଥିଲି ଆଉ ସେଇଟା ମୋର ପ୍ରଥମ ଲେଖା ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ପାଇଁ ଥିଲା ସେହି ଗଳ୍ପ ଟିକୁ ମୋର ବହୁତ ଭଲ ପାଇବା ମିଳିବା ସହ ବିଶ୍ୱ ଦରବାରରେ ପ୍ରସିଦ୍ଧି ଲାଭ କରିଥିବା ସୂର୍ଯ୍ୟୋଦୟ ର website କୁ ସ୍ଥାନାନ୍ତରିତ କରାଯାଇଥିଲା ଏହା ମୋତେ ଅତ୍ୟନ୍ତ ଆନନ୍ଦ ଆଉ ଉତ୍ସାହ ପ୍ରଦାନ କରିବା ସହ ଆଗକୁ ଅନେକ କିଛି ଲେଖିବାକୁ ପ୍ରେରଣା ଆଉ ସାହସ ଆଉ ଇଚ୍ଛା ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରିଆସୁଛି ।

18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?
ଉତ୍ତର = ଏଠାରେ ପ୍ରତେକ ଦିନ କିଛି ନୂଆ ନୂଆ କଥା ଜାଣିବାକୁ ମିଳେ ତା ସହିତ ଅନେକ ଭାଷା ଆଉ ଶୈଳୀରେ ଲେଖା ଯାଉଥିବା ଗଳ୍ପ, କବିତା, ପ୍ରବନ୍ଧ, ଇତ୍ୟାଦି ବହୁତ ଭଲ ଲାଗେ ଆଉ ସମାଜକୁ ଶିକ୍ଷା ଦେଲା ଭଳି ବହୁତ କିଛି ଶିଖିବାକୁ ମିଳେ ଏ ସବୁ ମୋତେ ଆଗକୁ ଯିବାକୁ ପ୍ରୋତ୍ସାହନ ଦେବା ସହ ବହୁଳ ଭାବେ ପ୍ରଭାବିତ କରେ । ଆଉ ସୂର୍ଯ୍ୟୋଦୟ ପରିବାର ମୁଖ୍ୟ କର୍ତ୍ତା ଆଉ ଏଠାରେ ଥିବା ସମସ୍ତ ସଦସ୍ୟ କେଵଳ ଆମ ଭଳିଆ ଯୁବ ପ୍ରତିଭା ମାନଙ୍କ ଭୂଲ ଠିକ ସୁଧାରିକି ଗୋଟିଏ ଡୋରିରେ ବାନ୍ଧି ରଖିବାକୁ ସଦା ସର୍ବଦା ଚେଷ୍ଟା କରିଆସୁଛନ୍ତି ଆଉ ଏହି ପରିବାରରେ ସମସ୍ତ ସଦସ୍ୟଙ୍କ ଠାରୁ ଯଥେଷ୍ଟ ସମ୍ମାନ ମିଳୁଛି ତେଣୁ ମୁଁ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତି ଯୋଗିତା -2023″ପାଇଁ ଆଗ୍ରହୀ ହେଲି |

19.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?
ଉତ୍ତର= ମୋର ଜଣେ ବନ୍ଧୁ ଏହି ପରିବାରରେ ସଦସ୍ୟ ହୋଇ ଆଗରୁ ରହିଆସୁଛନ୍ତି ତେଣୁ ମୁଁ ଏ ପରିବାରର ଜଣେ ସଦସ୍ୟା ହେବା ତାଙ୍କ ଯୋଗୁ ସମ୍ଭବ ହୋଇପାରିଲା ଆଉ ମୋର ବ୍ୟସ୍ତ ବହୁଳ ସମୟ ଭିତରେ ସାହିତ୍ୟକୁ ମୋର ଏକ ନିହାତି ଆବଶ୍ୟକ କାର୍ଯ୍ୟ ଭାବେ ଦେଖେ |

20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।
ଉତ୍ତର= ଏତେ ବଡ଼ ସାହିତ୍ୟ ଦୁନିଆରେ ମୋତେ ଛୋଟ କବୟିତ୍ରୀ ହେବାର ସ୍ବପ୍ନ ଅଛି ଆଉ ମୋର ଏ ସ୍ବପ୍ନକୁ ସାକାର କରିବାରେ କେଵଳ ସୂର୍ଯ୍ୟୋଦୟ ପରିବାର ଠାରୁ ସାରସ୍ବତୀୟ ସହଯୋଗ ଆଶା କରୁଛି |

ସ୍ନେହର ଅଭିପ୍ସା!
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।

ଅଭିନନ୍ଦନ ସହିତ

ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ

Loading

2 thoughts on “Lets talk with a budding bard and singer MS Abhipsa Dhal hails from Kendrapada, district of Odisha for SLF Literary Youth Icon Award contest-. 2023

  1. ସତରେ ଆପଣଙ୍କର ମତାମତ ବହୁ ଉଚ୍ଚକୋଟିର ପୁଣି ସାହିତ୍ୟ ଭାଷା ସହ ଢଗ ଢମାଳି ସବୁ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି । ତେଣୁ ନୂତନ ଲେଖା ପ୍ରଣାଳୀରେ ଓଡ଼ିଆ ଭାଷା ସାହିତ୍ୟକୁ ନୂଆ କରି ଗଢିତୋଳିବା ପାଇଁ ନିଜକୁ ଉତ୍ସର୍ଗୀକୃତ କରିଦେବାର ଇଚ୍ଛା ଏବଂ ଏତେବଡ଼ ସାହିତ୍ୟ ଜଗତରେ ଛୋଟ କବିୟତ୍ରୀ ହେବାର ସପ୍ନ ଆପଣଙ୍କର ସାକାର ହେଉ।

Leave a Reply

Your email address will not be published. Required fields are marked *