April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

Lets talk with a Young and dynamic Poetic Soul Chinmaya Patnaik , hails from Koraput, district of Odisha for SLF Literary Youth Icon Award contest-. 2023

Lets talk with a Young and dynamic Poetic Soul Chinmaya Patnaik, hails from Koraput, district of Odisha for SLF Literary Youth Icon Award contest-. 2023

*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର

ନାମ– ଚିନ୍ମୟ ପଟ୍ଟନାୟକ
ପିତାଙ୍କ ନାମ– ବିଜୟ କୁମାର ପଟ୍ଟନାୟକ
ମାତାଙ୍କ ନାମ– ଅନିତା ପଟ୍ଟନାୟକ
ଜନ୍ମ ତାରିଖ– ୨୩ / ୦୨ / ୨୦୦୩
ଘର ଠିକଣା- ନୀଲାବାଡ଼ି , ବନ୍ଧୁଗାଁ
ଜିଲ୍ଲା– କୋରାପୁଟ
ଶିକ୍ଷାଗତ ଯୋଗ୍ୟତା– ସ୍ନାତକରେ ଅନ୍ତିମ ବର୍ଷ ଚାଲୁଛି ( କଳା ବିଭାଗ / ଶିକ୍ଷା ସମ୍ମାନ )
ଇ-ମେଇଲ୍ ଠିକଣା- [email protected]

ଶ୍ରଦ୍ଧେୟ ସ୍ନେହର ଚିନ୍ମୟ !
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।

1- ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?

ଉ – ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହେବା ପରେ ମୁଁ ସାହିତ୍ୟର ସୁନେଲି ଚେହେରା ଦେଖି ତାରି ଲୌହ ଶିକୁଳିରେ ଛନ୍ଦି ହୋଇଯାଇଥିଲି । ତଥାପି ସମୟର ଘୋର ଅଭାବ ଯୋଗୁଁ ମୁଁ କିଛି ଦିନ ପାଇଁ ଦୁରେଇ ଯାଇଥିଲି । ପୁଣି ଯେତେବେଳେ କରୋନା ଭାଇରସ୍ ଯୋଗୁଁ ତାଲାବନ୍ଦ ହୋଇଥିଲା ସେବେ ହିଁ ସୁବର୍ଣ୍ଣ ସୁଯୋଗ ପାଇ କଲମ ଧରିଥିଲି ।

2 – ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?

ଉ – ମୋର ଦୈନନ୍ଦିନ ଜୀବନଟି ସକାଳୁ ୫.୩୦ ରୁ ସଂଧ୍ୟା ୬.୩୦ ଯାଏଁ ମହାବିଦ୍ୟାଳୟରେ ହିଁ ଅତିବାହିତ ହୋଇଥାଏ । କାରଣ ନିଜ ଗାଁଠାରୁ ମହାବିଦ୍ୟାଳୟଟି ପ୍ରାୟ 46 କିଲୋମିଟର ଦୂରରେ । ତେଣୁ ଅଧିକ ଲେଖାଲେଖି ପାଇଁ ସମୟ ପାଏନି । ତଥାପି ଯେବେ ଖାଲି ସମୟ ମିଳିଲେ ମୁଁ ତାକୁ ସାହିତ୍ୟ ସାଧନା କରିବାରେ ହିଁ ବିନିଯୋଗ କରିଥାଏ ।

3 – ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?

ଉ – ହଁ ଆଜ୍ଞା ନିଶ୍ଚିତ ରୂପେ ଅଛି ! ପ୍ରଥମତଃ ମୁଁ ଶିକ୍ଷିତ ପରିବାରରୁ ଆସିଛି । ଦ୍ଵିତୀୟରେ ମୋ ମାମୁଁ କବି ଶ୍ରୀଧର ପଟ୍ଟନାୟକ ଜଣେ ଅବିଭକ୍ତ କୋରାପୁଟ ସାହିତ୍ୟ ଆକାଶର ଧ୍ରୁବତାରା ସଦୃଶ । ତାଙ୍କ ମାର୍ଗଦର୍ଶୀକାକୁ ଅନୁସରଣ କରି ମୁଁ ଏବେ କଲମ ଧରିବା ଆରମ୍ଭ କରିଛି । କେବଳ ପରିବାର କାହିଁକି ମୋର ସମସ୍ତ ସାଙ୍ଗ ସାଥୀ ତଥା ଆମ ମହାବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପିକା ଶ୍ରୀମତୀ ତିଳୋତ୍ତମା ପଟ୍ଟନାୟକ ମ୍ୟାଡ଼ାମଙ୍କ ପ୍ରୋତ୍ସାହନ ହିଁ ଆଜି ମୋତେ ଗୋଟେ ସଫଳତାର ପଥ ଦେଖେଇଛି ।

4 – କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ? ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।

ଉ – କହିବାକୁ ଗଲେ ମୁଁ ଅଧିକାଂଶ ସମୟ ତେଲୁଗୁ ଭାଷାରେ ହିଁ ବୁଡି ରହିଥାଏ । ତଥାପି ନିଜ ମାତୃଭାଷା ପ୍ରତି ମୋର ଅହେତୁକ ଦୁର୍ବଳତା ରହିଛି । ଅଧିକ ବହି ପଢିନି କିନ୍ତୁ କିଛି ସାହିତ୍ୟ ପ୍ରେମୀଙ୍କ କଥାରୁ ସବୁ ଲେଖଙ୍କ ବିଷୟରେ ଅଳ୍ପ ଅଧିକ ଶୁଣିଛି । ସେମାନଙ୍କ ମଧ୍ୟରୁ ପ୍ରେମିକ ସମ୍ରାଟ ମାୟାଧରଙ୍କ କବିତା ସବୁ ପଢିବାକୁ ବେଶୀ ଭଲ ଲାଗେ । ଯାହାଙ୍କ କବିତାରେ ହିଁ ଥାଏ ଯୌବନ ରସ , ପ୍ରେମିକର ଅବଶୋଷ ତେଣୁ ମୁଁ ତାଙ୍କୁ ଅନୁପ୍ରାଣିତ କରି ଚାଲିଛି ।

5 – ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?

ଉ – ବର୍ତ୍ତମାନ ମୋର ଚାଲୁ ରହିଥିବା ଶିକ୍ଷା ଜୀବନରେ ନାଟକ , ପ୍ରବନ୍ଧ କିମ୍ବା ଉପନ୍ୟାସରେ ନିଜକୁ ବାନ୍ଧିରଖିବା ମୋ ପାଇଁ କାଠିକର ପାଠ ଅଟେ । ବେଳେବେଳେ ଏମିତି କିଛି ରହସ୍ୟମୟ ଗଳ୍ପ ଲେଖେ ଏବଂ ପଢ଼େ । କହିବାକୁ ଗଲେ ମୁଁ ସୀମିତ ସମୟକୁ ବିନିଯୋଗ କରି କବିତାରେ ହିଁ ନିଜକୁ ହଜେଇ ଦେଇଥାଏ ।

6 – ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ ?

ଉ – ଜଣେ ଗାଳ୍ପିକ ଯେତେବେଳେ କିଛି ଗଳ୍ପ ଲେଖିବାକୁ ମନ ସ୍ଥିର କରନ୍ତି , ସେତେବେଳେ ପ୍ରଥମତଃ ଗଳ୍ପ ପାଇଁ କିଛିଟା ଚରିତ୍ରମାନଙ୍କୁ ଖୋଜିବାକୁ ପଡେ ଏବଂ ତାକୁ ନିଜସ୍ୱ ଶବ୍ଦ ସଂଯୋଜନାରେ ଜୀବନ୍ତ ରୂପ ଦେବାକୁ ପଡେ । ଅନ୍ୟ ପକ୍ଷରେ ଜଣେ କବି ଯେତେବେଳେ କବିତାଟି ଲେଖିବା ପାଇଁ କଲମ ଧରନ୍ତି , ସେତେବେଳେ କବି ନିଜର ଭାବନା , ସରଳ ଶବ୍ଦର ପ୍ରୟୋଗ ,
ବ୍ୟାକରଣଗତ ଶୁଦ୍ଧିକରଣ ତଥା ନିଆରା ଶୈଳୀରେ ଉପସ୍ଥାପନ କରିବା ଉପରେ ବହୁତ ମାତ୍ରାରେ ଧ୍ୟାନ ଦେବାକୁ ପଡେ ।

7 – କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?

ଉ – କବିତା ଏବଂ ଗଳ୍ପ ହେଉଛି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ଭଳି । କେବଳ ସମୟ ବ୍ୟତୀତ ଗଳ୍ପ ଏବଂ କବିତା ମଧ୍ୟରେ ଆଉ କିଛି ବି ଫରକ୍ ନାହିଁ । ଉଭୟ କବିତା ଏବଂ ଗଳ୍ପ ଲେଖକର ମାନସ ସନ୍ତାନ । ସମୟ ସମୟରେ କେତୋଟି କଥା କବିତା ପରି ସୂକ୍ଷ୍ମ ଶବ୍ଦ ଭିତରେ ଲାଳିତ୍ୟ ଟାଣି ଲେଖିବାକୁ ଭଲ ଲାଗେ । କିନ୍ତୁ ସେହି ଚରିତ୍ରକୁ ଅଧିକ ବଖାଣିବାକୁ ହେଲେ ଆମେ ଗଳ୍ପର ସାହାଯ୍ୟ ନେଉ । କିଛି ଲେଖକଙ୍କ ଗଳ୍ପ ମଧ୍ୟ କବିତା ପରି ଲାଗେ ଏବଂ କବିତା , ଗଳ୍ପ ପରି ।

8 – ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?

ଉ – କବିତାରେ ଶବ୍ଦଗୁଡିକ ସୀମିତ ଏବଂ ଭାବ ବାହକ ହୋଇଥାନ୍ତି ।ଆଧୁନିକ କବିତାମାନଙ୍କରେ ଯଦିଓ ବର୍ତ୍ତମାନ ଛାନ୍ଦ ଏବଂ ଅଳଙ୍କାରର ମାତ୍ରା କମ ରହୁଛି ଏଣୁ ସେଗୁଡିକ ସହଜ ଏବଂ ସୁ – ବୋଧଗମ୍ୟ ରହୁଛି । ଏହା ନିଶ୍ଚିତ ଯେ ଗଳ୍ପ ଏବଂ କବିତା ଇଏ ଚରିତ୍ରରେ ଅନେକ ଫରକ ରହିଛି । ଗଳ୍ପରେ କୌଣସି ନିର୍ଦ୍ଧିଷ୍ଟ ଶୈଳୀ କିମ୍ବା କୌଣସି ବର୍ଣ୍ଣନା ଜନିତ ଅବରୋଧ ନଥାଏ , ମାତ୍ର କବିତା ସୀମିତ ଏବଂ ଭାବନାରେ ଭରପୁର ।ମୁଁ ଏହା କହୁନାହିଁ ଯେ ଗଳ୍ପ ସମ୍ପୂର୍ଣ୍ଣ ମାତ୍ରାରେ ଭାବ ବାହକ, ଏହା ମଧ୍ୟ ସ୍ଥଳ ବିଶେଷ ସ୍ଥାନରେ ଦେଖାଯାଏ, ଗଳ୍ପଟି ଅଯଥାରେ ଅନେକ ଚରିତ୍ରଙ୍କୁ ଆଣି କେବଳ ସମୟ ବୃଦ୍ଧି ପାଇଁ ବ୍ୟବହାର କରାଯାଏ । ହେଲେ ଏହା କବିତା ସ୍ଥଳରେ ଦେଖାଯାଏ ନାହିଁ ।

9 – ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?

ଉ – ଆଧୁନିକତା ଏକ ଭଲ କଥା । ଏହା ଏବେ ଏକ ବିପ୍ଳବ କହିଲେ ଅତ୍ୟୁକ୍ତି ହେବ ନାହିଁ । ଅନେକ ଯୁବ ସାହିତ୍ୟିକମାନେ ଏହି ପ୍ରକାର ଶୈଳୀକୁ ଆପଣାଇ ନେଇଛନ୍ତି । ହୁଏତ ମୁଁ ମଧ୍ୟ ସେହିମାନଙ୍କ ମଧ୍ୟରୁ ଜଣେ । ମୋ ମତରେ ଆଧୁନିକତା କୌଣସି ଭୁଲ ନୁହେଁ , ଆଧୁନିକତା ନାଁରେ ଅଶ୍ଳୀଳତା ହେଉଛି ସାହିତ୍ୟ ରୂପୀ ଅମୃତ ମଧ୍ୟରେ ବିଷ ଟୋପା କେଇ ବୁନ୍ଦା । ଯାହାର ସ୍ପର୍ଶରେ ସମଗ୍ର ଅମୃତ ମଧ୍ୟ ବିଷର ବଳୟରେ କବଳିତ ହୋଇ ଯାଉଛି । ଏହି ବିଷୟରେ ମୋର ଏକମାତ୍ର ମତ, “ଆଧୁନିକତା ନାଁରେ ଆମ ମାତୃଭାଷାର ଅପମାନ କିମ୍ବା କୌଣସି ପ୍ରକାରେ ମାନ ହ୍ରାସ ନ ହେଉ । ଏକ ନୂତନ ବୈପ୍ଳବିକ ସେନାନୀ ରୂପେ ଏହା ଯେପରି ଆସିଛି , ତାର ମହତ୍ତ୍ୱ ବଜାୟ ରହୁ ” ।

10 – ପୁରା କାଳରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?

ଉ – ପୁରା କାଳ ଏବଂ ଏହି କାଳ ମଧ୍ୟରେ ଆକାଶ ଓ ପାତାଳର ଫରକ ରହିଛି । ଏବେ ସଭିଙ୍କ ହାତରେ ଖଣ୍ଡେ ଖଣ୍ଡେ ଦୂରଭାଷ ଯନ୍ତ୍ର । କାହାଣୀ କବିତା ତ ଦୂର, ପଢାରେ ବି ଧ୍ୟାନ ଲଗାଇବା ବଡ଼ କାଠିକର ପାଠ ତାଙ୍କ ପାଇଁ । ପୂର୍ବେ ସାହିତ୍ୟ ହିଁ ଏକମାତ୍ର ମନୋରଞ୍ଜନର ମାଧ୍ୟମ ଥିଲା । ହେଲେ ବର୍ତ୍ତମାନ ଏହା କେବଳ ସାହିତ୍ୟ ମଧ୍ୟରେ ସୀମିତ ନାହିଁ । ଓଡ଼ିଆ ହୋଇ ମଧ୍ୟ ଓଡ଼ିଆ କହିବାକୁ ବର୍ତ୍ତମାନ ବାହାର ସ୍ଥାନରେ ଲଜ୍ଜ୍ୟା କରୁଛନ୍ତି ଅନେକ ଯୁବ ପିଢ଼ି । ପୂର୍ବେ ସୀମିତ ସାହିତ୍ୟିକ ଥିଲେ । ଲେଖାର ମାନ ମଧ୍ୟ ସେହିପରି ଉତ୍କୃଷ୍ଟତାର ସୀମାରେ ଥିଲା । ଏବେ ସାହିତ୍ୟିକ ନାଁରେ ଅନେକାଂଶ ନିଜକୁ ସାହିତ୍ୟ ପ୍ରେମୀ କହୁଥିବା ସାହିତ୍ୟିକଙ୍କ ଲେଖାରେ ଇଂରାଜୀର ଦଶ ପଦ ମଧ୍ୟରେ ଓଡ଼ିଆ ଭାଷାର ବିଲୁପ୍ତତା ସ୍ପଷ୍ଟ ଭାବେ ଦୃଶ୍ୟମାନ । ପୁରାତନ କାଳର ଲେଖକମାନେ ସାହିତ୍ୟର ବିକାଶ ପାଇଁ ଯେପରି ସର୍ବସ୍ୱାନ୍ତ ହୋଇ ଜନ ମଙ୍ଗଳ ନିମନ୍ତେ ଲେଖୁଥିଲେ ଏବେ ତାର କିଞ୍ଚିତ ମଧ୍ୟ ମିଳିବା କଷ୍ଟକର । ଏବେ ସାହିତ୍ୟ ବ୍ୟବସାୟିକ ଧନ୍ଦାର ପ୍ରମୁଖ ଅସ୍ତ୍ର ରୂପେ ଉଭା ହୋଇଛି । ଶେଷରେ ଏତିକି କହିବି ଯେଉଁ ମାଟିର ଯୁବପିଢ଼ି ନିଜ ଭାଷା କହିବାରେ ଲଜ୍ଜା ଅନୁଭବ କରୁଛନ୍ତି, ସେଠାରେ ତାଙ୍କ ମନରେ ଭାଷା ପ୍ରତି ମମତା ଆସିବ କେଉଁ ଆଡୁ ?

11 – ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି ?

ଉ – ସାରସ୍ୱତ ପ୍ରେମୀର ସୁଖକର ଅନୁଭୂତି ହୃଦୟରେ ସଂଚିତ । ସୁରେନ୍ଦ୍ର ବାବୁଙ୍କର ନୀଳଶୈଳ ପଢି ମୁଁ ଭକ୍ତିରେ ଗଦଗଦ ହୋଇଉଠେ, ନିଜର ଇତିହାସ ପାଖରେ ମୁଣ୍ଡ ନୁଆଁଏ । ଶ୍ରୀ ରମାକାନ୍ତ ରଥଙ୍କ ଶ୍ରୀରାଧା ପଢି ଶାଶ୍ଵତ ପ୍ରେମ ପାଇଁ ଲୁହ ଢାଳେ , ବ୍ୟାସେଙ୍କ ବ୍ୟଙ୍ଗକୁ ପ୍ରତ୍ୟେକ ଲୋମରେ ଅନୁଭବ କରେ । ପ୍ରତିଭା ରାଏଙ୍କ ଯାଜ୍ଞସେନୀର ଅଭିବ୍ୟକ୍ତି ଶୁଣେ ଏବଂ ରୋମାଣ୍ଟିକ କବି ମାୟାଧରଙ୍କ ଧୂପ ସଙ୍କଳନରେ ମିଠା ମିଠା ଶବ୍ଦକୁ ଛାତିରେ ଧରି ରଖିଥାଏ । ଏହି ପରି ନାନାବିଧ ଭାବନାରେ ମୁଁ ନିଜକୁ ଭିଯାଏ ।

12 – ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ ।

ଉ – ଓଡ଼ିଆ ସାହିତ୍ୟର ବିକାଶ ଧିରେ ଧିରେ ବଢିବାରେ ଲାଗିଛି । ପୂର୍ବେ ବଙ୍ଗଳା ଭାଷା ଏବଂ ଓଡ଼ିଆ ଭାଷାର ଯେଉଁ ପ୍ରକାରେ ସଉତୁଣୀ ବିବାଦ ରହିଥିଲା ଏବେ ତାହା ହ୍ରାସ ପାଇ ଆସୁଛି । ଏବେ ଓଡ଼ିଆ ମଧ୍ୟ ସ୍ୱତନ୍ତ୍ର ଭାଷା ରୂପେ ପରିଚିତ ହେଉଛି । ଆଗକୁ ମଧ୍ୟ ତାର ବିକାଶ ଜାରୀ ରହିବ । ଏବେ ହୁଏତ ତାର ମାନ ସେହି କାଳଜୟୀ ମହାପୁରୁଷଙ୍କ ଲେଖନୀ ପରି ନାହିଁ । ତଥାପି ଓଡ଼ିଆ ଭାଷାରେ ଅନେକ ନବ ପ୍ରତିଭା କମଳ ସମ ଫୁଟି ଆସୁଛନ୍ତି । ଶେଷରେ ଏତିକି କହିବି, ” ଭାଷା ଏକ ପ୍ରବାହମାନ ନଦୀ ପରି । ଯାହାର ଧାରାକୁ ରୋକିବା ଅସମ୍ଭବ ” । ବିଳମ୍ବରେ ହେଉ ପଛେ, ଧିରେ ଧିରେ ଓଡ଼ିଆ ଭାଷା ଆଗକୁ ଯାଉଛି ଯାହା ଆମମାନଙ୍କ ପାଇଁ ଗର୍ବର କଥା ।
ଜୟ ଓଡ଼ିଆ , ଜୟ ଓଡ଼ିଶା

13 – ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?

ଉ – ଆଜିର ଆଧୁନିକ ଯୁଗରେ କ୍ରମଶଃ ଓଡ଼ିଆ ଭାଷାର ହ୍ରାସ ଘଟୁଛି। କାରଣ ସବୁ ଜାଗାରେ ସେହି ବିଦେଶର କୁତ୍ସିତ ଭାଷାକୁ ଅଧିକ ଭାବେ ପ୍ରଚାର କରାଯାଉଛି । ତା ସହିତ ଆଜିର ଏହି ସ୍ମାର୍ଟ ଦୁନିଆରେ ଇଣ୍ଟରନେଟ ଫାଇଦା ନେଇ ସମୟ ଅତିବାହିତ ହେଇଯାଉଛି । ସେଥିପାଇଁ ବହୁତ କମ ମାତ୍ରାରେ ଓଡ଼ିଆର କ୍ଷୁଦ୍ର ଗଳ୍ପ ପାଠକର ନିକଟତର ହେଉଛି ।

14 – ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ? ସେ ସମ୍ପର୍କରେ କିଛି ମତ ରଖନ୍ତୁ ।

ଉ – ମୋ ମତରେ ସାହିତ୍ୟକାରମାନେ ଅଙ୍ଗୀକାରବଦ୍ଧ ରହିବା ଉଚିତ କାରଣ ସାହିତ୍ୟ ଦିଗଦର୍ଶନ ସହ ଜୀବନ ଦର୍ଶନ ମଧ୍ୟ ଦିଏ । ହେଲେ ଆଉ ଏକ ଢଙ୍ଗରେ ଦେଖିଲେ ସାହିତ୍ୟ ଖୁବ ନମନୀୟ ଏଣୁ ମାତ୍ରାଧିକ ଅଙ୍ଗୀକାରବଦ୍ଧ କିଛି ଜଣଙ୍କୁ ବୀତସ୍ପୃହ କରିପାରେ ।

15 – ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?

ଉ – ହଁ ଆଜ୍ଞା ଏଥିରେ ମୋର ସ୍ୱଳ୍ପ ଅଭିଜ୍ଞତା ଅଛି । କବି ପାଇଁ କବିତା ଏକ ମାନସ ସନ୍ତାନ । ଏଣୁ ସନ୍ତାନର ସ୍ୱାସ୍ଥ୍ୟକୁ ନେଇ ମାଆଟିର ମନରେ ଯେଉଁଭଳି ବ୍ୟସ୍ତତା ଦେଖାଯାଏ , କବି କ୍ଷେତ୍ରରେ ମଧ୍ୟ ସେୟା ହିଁ ହୁଏ ।

16 – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।

ଉ – ହଁ ଆଜ୍ଞା ମୁଁ ଏହି ମନ୍ତବ୍ୟରେ ଏକମତ ପ୍ରକାଶ କରୁଛି ! କାଳ ବା ସମୟ କେବେ ସାହିତ୍ୟ କିମ୍ବା ସାହିତ୍ୟକାରଙ୍କୁ ବାନ୍ଧି ପାରିନି । ଭୀମ ଭୋଇ ଆଜନ୍ମ ଅନ୍ଧ ହୋଇ ଜନ୍ମ ହୋଇଥିଲେ , ହେଲେ ତାଙ୍କ କବିତା ପଢିଲେ ଆପଣ ବୁଝିପାରିବେ ଯେ ସିଏ ଆଖି ନଥାଇ ମଧ୍ୟ ଖୁବ ଭଲ ଭାବେ ଦୁନିଆ ଦେଖିଛନ୍ତି । ବୟସର ଅପରାହ୍ନରେ କେତେକ କବି ହେଇଛନ୍ତି । ଏଣୁ ମୋ ମତରେ ବୟସ ଏକ ମନସ୍ତାତ୍ତ୍ଵିକ ଚାପ ଛଡା ଆଉ କିଛି ନୁହେଁ । ଆମେ ଏହାକୁ ଅତିକ୍ରମ କରିବା ଉଚିତ ।

17 – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ

ଉ – ଏହି ସଂମ୍ଭ୍ରାନ୍ତ ପରିବାରରେ ଯୋଡି ହୋଇଥିବାରୁ ମୁଁ ନିଜକୁ ବହୁତ ଗର୍ବିତ ମନେ କରୁଛି । କାରଣ ଗୋଟେ ଅପହଞ୍ଚ ଇଲାକା ତଥା କିଛିଟା ମୌଳିକ ସୁବିଧାରୁ ଦୂରରେ ଥିବା ପ୍ରାଣୀଟି ଆଜି ଅନେକ ସୁନାମଧନ୍ୟ ଯୁବ ସାହିତ୍ୟ ସମ୍ରାଟଙ୍କ ଗହଣରେ ଯେହେତୁ ସ୍ଥାନ ପାଇଛି । ଏଥିପାଇଁ ହୃଦପ୍ରଦେଶରୁ ମୋର ଦୁଇ ପୂଜ୍ୟଗୁରୁ ଜିତେନ୍ଦ୍ର ଆଜ୍ଞା ଏବଂ ମନୋଜ ଆଜ୍ଞାଙ୍କୁ ପ୍ରଣାମ ତଥା ଧନ୍ୟବାଦ ଜଣାଉଛି ।

18 – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ ?

ଉ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ହେଉଛି ଏକ ଲେଖନୀ ଚାଳନା କରୁଥିବା ପ୍ରତିଭାମାନଙ୍କର ପେଣ୍ଠସ୍ଥଳୀ । ଏବଂ ଯୋଉଠି ଗୁଣବତ୍ତାସମ୍ପନ୍ନ ସାହିତ୍ୟକୁ ବଞ୍ଚେଇବାର ପ୍ରଚେଷ୍ଟା ଅହରହ ଜାରୀ ରହିଥାଏ । ସର୍ବଶେଷରେ କହିବାକୁ ଗଲେ ଏହା ହେଉଛି ଯୁବ ଲେଖନୀ ଶିଳ୍ପୀଙ୍କ ପାଇଁ ସୁନ୍ଦର ପ୍ଲାଟଫୋର୍ମ ଅଟେ । ଏସବୁ ଅନନ୍ୟ କାର୍ଯ୍ୟକ୍ରମ ହୁଏ ବୋଲି ମୁଁ ଆଗ୍ରହୀ ହେଲି । ଏହା ସୂଦୂରପ୍ରସାରୀ ହେଇ ବହୁତ ଉନ୍ନତି କରୁ ବୋଲି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ।

19 – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି ?

ଉ – କେଉଁଝର ମାଟିର ଜଣେ ଯୁବ ଲେଖନୀ ଶିଳ୍ପୀ ସୁଶ୍ରୀ ସୁହାସିନୀ ପଟ୍ଟନାୟକ ଦିଦିଙ୍କ ମାଧ୍ୟମରେ ମୁଁ ଏହି ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ ଜାଣିଲି । ପରେ ପରେ ମୁଁ ମୁଖ ପୁସ୍ତିକାରେ ମଧ୍ୟ ଶ୍ରୀଯୁକ୍ତ ଜିତେନ୍ଦ୍ର ଗିରି ଆଜ୍ଞାଙ୍କ ପୋଷ୍ଟରୁ ଏହି ପ୍ରତିଷ୍ଠାନ ବିଷୟରେ ବିଶେଷ ସୂଚନା ପାଇଥିଲି । ଜିତେନ୍ଦ୍ର ଆଜ୍ଞା ମୋ ସହ କଥା ହେଲା ପରେ ମୋତେ ଏହି “ସୂର୍ଯ୍ୟୋଦୟ ନବପ୍ରତିଭା – ୨୦୨୩ ପରିବାର”ରେ ଯୋଡ଼ି ଥିଲେ । ମୋ ମତରେ ସାହିତ୍ୟ ହେଉଛି ” ମାନବ ସମାଜର ଏକ ମୌଳିକ ଆବଶ୍ୟକତା ” । ଭୋକରେ ବି ସାହିତ୍ୟ ଥାଏ , ଆଉ ଭଙ୍ଗା କୁଡ଼ିଆରେ ବି ସାହିତ୍ୟ ଥାଏ ଆଉ ସେହି ସାହିତ୍ୟ ଭିତରେ ହିଁ ଅସଲି ଜୀବନ ଲୁଚି ରହିଥାଏ । କେବଳ ସମୟ ହିଁ ନିଅଣ୍ଟ ଥାଏ ।

20 – ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି ।

ଉ – ସାହିତ୍ୟ ହେଉଛି ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ । ତେଣୁ ମୁଁ ଏହାକୁ ଯଥେଷ୍ଟ ସମ୍ମାନ ଦିଏ । ଏବଂ ଯେହେତୁ ମୁଁ ନୂଆ ନୂଆ କରି କଲମ ଧରିଛି ସେଥିରୁ ସ୍ୱତଃପ୍ରବୃତ ଭାବେ ଅନେକ ଦୋଷ / ତ୍ରୁଟି ପରିଲକ୍ଷିତ ହେବାର ସମ୍ଭାବନା ଅଛି । ତେଣୁ ଏହାକୁ ମାର୍ଜନା କରିବେ ବୋଲି ଆଶା କରୁଛି । ଏତିକି ସହଯୋଗ ଯଦି ମୁଁ ପାଏ ତାହାଲେ ମୋ ପାଇଁ ଏହା ବଡ଼ ଉପହାର ସଦୃଶ । ଏବଂ ମୁଁ ଚିରଦିନ ପାଇଁ ଏହି ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଚିରକୃତଜ୍ଞ ରହିବି ।

 

 

ସ୍ନେହର ଚିନ୍ମୟ!
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।

ଅଭିନନ୍ଦନ ସହିତ

ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ

 

Loading

4 thoughts on “Lets talk with a Young and dynamic Poetic Soul Chinmaya Patnaik , hails from Koraput, district of Odisha for SLF Literary Youth Icon Award contest-. 2023

  1. ସାକ୍ଷାତକାର ଖୁବ୍ ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି।ଆପଣଙ୍କ ମତରେ:-ଭାଷା ଏକ ପ୍ରବାହମାନ ନଦୀ ପରି । ଯାହାର ଧାରାକୁ ରୋକିବା ଅସମ୍ଭବ ।ତେଣୁ ସେହି ଭାଷା ରୂପୀ ନଦୀର ପ୍ରବାହରେ ପ୍ରତ୍ୟେକଟି ଓଡିଆ ବୁଡ ପକାଇ ନିଜ ଅପଭ୍ରଂଶ ସାହିତ୍ୟର ସ୍ଥିତିରେ ସୁଧାର ଆଣିବା ପାଇଁ ପ୍ରତିଜ୍ଞାବୋଧ ହେବା ଉଚିତ୍।

  2. ଶବ୍ଦ ଶବ୍ଦ ରେ ଯାଦୁ..! ଚମତ୍କାର ଲେଖିଛ ସଖା..! ଭଲ ଲାଗିଲା..!

  3. ଖୁବ୍ ସୁନ୍ଦର ଲଗିଲା… ଅନୁଭୂତି ଆଉ ଅନୁଭବ ସାହିତ୍ୟ କୁ ନେଇ…. ଅଭିନନ୍ଦନ ସାନ ଭାଇ

Leave a Reply

Your email address will not be published. Required fields are marked *