April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

Lets talk with budding bard Sonali Swapna Patra, hails from Silver City Cuttack, district of Odisha for SLF Literary Youth Icon Award contest-. 2023

Lets talk with budding bard Sonali Swapna Patra, hails from Silver City Cuttack, district of Odisha for SLF Literary Youth Icon Award contest-. 2023

*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର

ନାମ – ସୋନାଲି ସ୍ବପ୍ନା ପାତ୍ର
ପିତାଙ୍କ ନାମ– ଧିରେନ୍ଦ୍ର କୁମାର ପାତ୍ର
ମାତାଙ୍କ ନାମ- ବାସନ୍ତି ପାତ୍ର
ଜନ୍ମ ତାରିଖ– ୦୮/୦୩/୨୦୦୨
ଘର ଠିକଣା– ବଡମ୍ବା, କଟକ
ଜିଲ୍ଲା– କଟକ
ଶିକ୍ଷାଗତ ଯୋଗ୍ୟତା– ସ୍ନାତକୋତ୍ତର (ଉଦ୍ଭିଦ ବିଜ୍ଞାନ)
ଇ-ମେଇଲ୍ ଠିକଣା[email protected]
ମୁଖପୁସ୍ତିକା /Facebook ଠିକଣା:: https://www.facebook.com/ssranjan.patra?mibextid=ZbWKwL

ଶ୍ରଦ୍ଧେୟ ପ୍ରତିଭା(ସୋନାଲି)!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।

1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?
*ଉତ୍ତର:-* ସାହିତ୍ୟ ସଦାସର୍ବଦା ଜୀବନର ମୂଳଦୁଆ,ସାହିତ୍ୟ ନାହିଁତ ଜୀବନ ମଧ୍ୟ ନାହିଁ । ଅୟମାରମ୍ଭ କହିଲେ ବିଦ୍ୟାଳୟ ସ୍ତରରୁ ଆରମ୍ଭ ହୋଇଛି,ଛୋଟ ଛୋଟ କବିତା,ପ୍ରବନ୍ଧ ମାନ ଲେଖୁଥିଲି , ପରେ +୩ ପ୍ରଥମବର୍ଷ ଠାରୁ ସାହିତ୍ୟ ସହ ଅଙ୍ଗାଙ୍ଗୀ ଭାବେ ଜଡିତ ରହିଛି। ଏବଂ ଆଜି ବି ସାରସ୍ଵତ ସାଧନାରେ ନିଜେ ଏକ ପଥିକ ହୋଇ ନୂତନତ୍ବ ଖୋଜିବାର ପ୍ରୟାସ ଜାରି ରହିଛି ।

2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
*ଉତ୍ତର:-* ସାହିତ୍ୟ-ଜୀବନ ଦୁହେଁ ଅନନ୍ୟ ଓ ପରିପୂରକ ମଧ୍ୟ । ସାହିତ୍ୟ ସହ ପାଠପଢ଼ାର ସହମତି ପାଇଁ କେବଳ ଏକ ଦୃଢ଼ ଇଚ୍ଛା ଶକ୍ତିର ଆବଶ୍ୟକ ଥାଏ ବୋଲି କହିବି ।କାରଣ ପଢା ସହ ସାହିତ୍ୟ ମଧ୍ୟ ଉତ୍ତମ ସମାଜର ଏକ ବାର୍ତ୍ତା ବହନ କରେ,ଆମର ଭାଷା କୋଷକୁ ମଧ୍ୟ ସୁଦୃଢ କରିପାରେ ।

3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?
*ଉତ୍ତର:-* ନିଶ୍ଚୟ ଭାବେ ପରିବାରର ଭୂମିକା ରହିଛି । କାରଣ ସେମାନଙ୍କ ପ୍ରେରଣା, ଆଶୀର୍ବାଦ ପାଇଁ ଆଜି ମୁଁ ସାହିତ୍ୟ ଯାତ୍ରାରେ ସାମିଲ ହୋଇପାରିଛି ।ବିଶେଷ କରି ମୋ ବୋଉ ମୋତେ ପ୍ରତିଟି ସ୍ତରରେ ଦେଖିବାକୁ ଚାହିଁଛି ବୋଧେ ସେହି ନିରୀହ ଆଖି ହଳକ ଆଜି ମୋତେ ବହୁତ୍ କିଛି ଶିଖେଇ ଦେଇଛି ବୋଲି କହିବି ।

4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ? ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।
*ଉତ୍ତର:-* ଏହି ପ୍ରଶ୍ନ ନିଶ୍ଚିନ୍ତ ମୋ ମନରେ ଦ୍ଵନ୍ଦ ସୃଷ୍ଟି କରୁଛି । କାରଣ ମୋ ଲେଖିବା ଆଉ ଲେଖିବାର ଶୈଳୀ ପ୍ରାୟତଃ ସୋସିଆଲ ମିଡିଆ ମାଧ୍ୟମରେ ଶିଖିଛି । ଏହା ସହ ପ୍ରତିଟି ପୁସ୍ତକ,କବିତା ଓ କିଛି ବ୍ୟକ୍ତିତ୍ଵ ଙ୍କ ପାଇଁ ମୁଁ ସାହିତ୍ୟ କୁ ଆପଣାର କରିପାରିଛି । ତତ୍ ସହ ବିଶେଷ କରି ନିତିଦିନିଆ ଜୀବନ ଓ ସାମାଜିକ ବାସ୍ତବତା ଚିତ୍ରିତ କରିବାକୁ ପସନ୍ଦ କରେ ।

5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?
*ଉତ୍ତର:-* କବିତା ମାଧ୍ୟମରେ ନିଜର ସାରସ୍ଵତ ପରିଚୟ ପାଇଛି ତେଣୁ କବିତା ମୋର ଅଧିକ ନିଜର । ତତ୍ ସହିତ ସମୟ ମିଳିଲେ ଗଳ୍ପ ଲେଖେ ।

6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?
*ଉତ୍ତର:-* ଗଳ୍ପ/କବିତା ପାଇଁ ପ୍ରଥମେ ଆମ ମନରେ ଏକ ସ୍ଥିରତା ଆବଶ୍ୟକ ବୋଲି ମୁଁ କହିବି । କାରଣ ଯେଉଁଠି ସ୍ଥିରତା ଥାଏ ସେଠାରେ ବର୍ଣ୍ଣଶୁଦ୍ଧି ସହ ଅନ୍ୟାନ୍ୟ ବାସ୍ତବିକ୍ ଓ କାଳ୍ପନିକ ଚିତ୍ରକୁ ଆମେ ଖୁବ୍ ସୁନ୍ଦର ଭାବେ କଲମ ଦ୍ଵାରା ସଜେଇ ପାରିଥାଉ।

7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?
*ଉତ୍ତର:-* ଯଦିଓ ବିଷମତା ନାହିଁ ତେବେ ସାମ୍ୟତା ମଧ୍ୟ ଅଛି ବୋଲି କହିପାରିବି ନାହିଁ କାରଣ କବିତା ପାଇଁ ଅଳ୍ପରେ ଅନେକ କିଛି ରହିଥାଏ ଯାହା ଆମେ ଶବ୍ଦ,ଛନ୍ଦ,ଅଳଙ୍କାର କୁ ନେଇ ପରିପ୍ରକଶ କରିପାରିବା କିନ୍ତୁ ଗଳ୍ପ କୁ ଆମୂଳଚୁଳ ପ୍ରକାଶ ପାଇଁ ପ୍ରାରମ୍ଭିକ ସମୟ ବୋଧେ ଟିକେ କଷ୍ଟ ଦାୟକ ହୋଇଥାଏ ନଚେତ୍ ଗଳ୍ପ ମଧ୍ୟ ସୁଗମ୍ୟ ଓ ସୁନ୍ଦର ହୋଇପାରିବ ।

8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?
*ଉତ୍ତର:-* ନିଶ୍ଚିନ୍ତ ଭାବେ ଫରକ ରହିଛି ବୋଲି ଅନେକ ସ୍ଥାନରେ ଅନୁଭବ ହୁଏ କିନ୍ତୁ କବିତାରେ ଥିବା ଶବ୍ଦ ଚାତୁରତା ପାଠକଙ୍କୁ ବେଶୀ ମୁଗ୍ଧ କରେ ନଚେତ୍ ଗଳ୍ପ/କବିତା ବୋଲି ଭିନ୍ନ ରୁଚି ରହିନଥାନ୍ତା।
ଗଳ୍ପ ପାଇଁ ଏକ ସୁନ୍ଦର ଭାବନା ଏବଂ କବିତା ପାଇଁ ଶବ୍ଦର ଚାତୁରତା ଚରିତ୍ର ମାନଙ୍କୁ ସମ୍ମୋହିତ କରନ୍ତି ।

9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?
*ଉତ୍ତର:-* ସାହିତ୍ୟ ହେଉଛି ଓଡ଼ିଆ ଭାଷା ର ମୂଳଦୁଆ ଏବଂ ଏକ ଅଭିନ୍ନ ପରିଚୟ ମଧ୍ୟ। ଯାହା ଆଜିର ଆଧୁନିକ ଯୁଗରେ ୭୫% ଲୋକେ ଏହା ପ୍ରତି ସଜାଗ ନୁହଁନ୍ତି। ବରଂ ପାଶ୍ଚାତ୍ୟ ସଂସ୍କୃତି,ଭାଷା,ସାହିତ୍ୟ ପ୍ରତି ନିଜକୁ ଆକୃଷ୍ଟ କରନ୍ତି ଯାହା ପରବର୍ତ୍ତୀ ସମୟରେ ଅନେକ ଅସୁବିଧା ହେବାର ସମ୍ଭାବନା ରହିଛି । ପ୍ରଥମେ ନିଜତ୍ବକୁ ବଞ୍ଚାଇ ପରେ ବାହ୍ୟତାକୁ ଆପଣାଇବା ଏକ ବୁଦ୍ଧିମାନର କାମ ହେବ। ଯାହା ଆଜିର ଦିନରେ ବୁଝିବା-ବୁଝେଇବା କଷ୍ଟସାଧ୍ୟ ହୋଇପଡିଛି।

10-ପୁରା କାଳରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?
*ଉତ୍ତର:-* ସାହିତ୍ୟ ଯେବେ ବ୍ୟାକରଣ ବିଧିରେ ଲୋକ ଲୋଚନରେ ଥିଲା ଠିକ୍ ସେତେବେଳେ ଲୋକେ ଏହାକୁ ଗ୍ରହଣ କରିପାରିନଥିଲେ ଯଦ୍ୱାରା ସାହିତ୍ୟ-ସମାଜ ଭିତରେ ଅନେକ ଅବହେଳା ଦେଖିବାକୁ ମିଳିଥିଲା ।ଯାହା ପାଇଁ ଭାଷା-ପ୍ରୀତି ଆନ୍ଦୋଳନ ଅନିର୍ବାଯ୍ୟ ଥିଲା ମାତ୍ର ଆଜିର ଯୁବପିଢି ନିଜର ଭାଷାକୁ ପୁନରୁଦ୍ଧାର ପାଇଁ ମନରେ ନୂତନ ଆହ୍ବାନ ସୃଷ୍ଟି କରି ଅଧୁନା ଯୁଗରେ କଲମ ଉଠାଇଛନ୍ତି ଏହା ନିଶ୍ଚିନ୍ତ ଭାବେ ଏକ ଶିଥିଳତା ବୋଲି କୁହାଯିବ ।

11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?
*ଉତ୍ତର:-* ଜୀବନକୁ ନେଇ ସାହିତ୍ୟ ନୁହେଁ ନୁହେଁ ବରଂ ସାହିତ୍ୟ ପାଇଁ ମୁଁ ନିଜର ସାରସ୍ଵତ ପରିଚୟ ପାଇଛି,ତେଣୁ ସାହିତ୍ୟ ସହ ମୋ ଜୀବନ ଅଙ୍ଗାଙ୍ଗୀ ଭାବେ ଜଡିତ ଏହାହିଁ ମୋର ସୁଖକର ସମ୍ପର୍କ ବୋଲି ମୁଁ କହିବି ।

12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।
*ଉତ୍ତର:-* ଜଗତୀକାରଣ ରେ ଯଦିଓ ଅନେକ ବିଭାଗ ଅନ୍ତର୍ଭୁକ୍ତ କିନ୍ତୁ ବିଶ୍ୱାୟନସହ ସଂପୂର୍ଣ୍ଣ ଜଗତୀକରଣ ପ୍ରତିଫଳନ ହୁଏ ତେଣୁ ସାହିତ୍ୟକୁ ପ୍ରଥମେ ଜଗତୀକରଣରେ ସ୍ଥାନ ଦେଲେ ତାହା ଦିନେ ବିଶ୍ଵାୟନ ପ୍ରକ୍ରିୟାରେ ଉତ୍ତମ ଫଳ ପ୍ରଦାନ କରିପାରିବ ।

13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?
*ଉତ୍ତର:-* ସ୍ୱଳ୍ପ ସମୟ ମଧ୍ୟରେ ଅନେକ କିଛି ପଢ଼ିବା,ଜାଣିବା,ସେଥିରୁ ଶିଖିବା ପାଇଁ ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ ପାଠକ ମାନଙ୍କର ଖୁବ୍ ପ୍ରିୟ ଏବଂ ନିକଟତର ମଧ୍ୟ ହୋଇପାରିଛି ।

14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।
*ଉତ୍ତର:-* ହଁ, କାରଣ ସାହିତ୍ୟ କେବଳ ଭାଷା ସାହିତ୍ୟକୁ ସୁଦୃଢ କରିନଥାଏ ବରଂ ସାମାଜିକ ବାସ୍ତବତା କୁ ପ୍ରତିପାଦନ କରି ଅନେକ ଶିକ୍ଷା ଦେଇଥାଏ ଯାହା ସୁନ୍ଦର ସମାଜ,ସଂସ୍କୃତି,ସଂସ୍କାର ଦିଗରେ କାର୍ଯ୍ୟ କରିଥାଏ ।

15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?
*ଉତ୍ତର:-* ପ୍ରଥମତଃ ଜଣେ କବି ହେଉ ଅବା ଲେଖକ କେବେବି ନିଜର ଲେଖାକୁ ନେଇ ଆତ୍ମଗର୍ବ କରିବା ଅନୁଚିତ ।ଦ୍ୱିତୀୟତଃ ଯଦି ଲେଖାଟି ପାଠକ ନିକଟରେ ପହଞ୍ଚିବା ପରେ ଭଲ ମନ୍ଦ ହିସାବ କରେ ନିଶ୍ଚିନ୍ତ ଭାବେ ମନରେ ଅସୋନ୍ତୋଷ ରହିବ ନଚେତ୍ ଯଦି ପୂର୍ବରୁ ଜଣା ଯାଏ ତେବେ ସଂଶୋଧନ ମଧ୍ୟ କରିହେବ । କିନ୍ତୁ ପ୍ରଶ୍ନ ଥିଲା ଅନୁଭୂତି କହିବା ପାଇଁ ତେଣୁ କହିରଖୁଛି କି ପ୍ରତିଟି ଭୁଲ୍ ବୋଧେ ମୋତେ ବଡ଼ ଶିକ୍ଷା ଦିଏ ତେଣୁ ମୁଁ ଶିଖିବାକୁ ଜାରି ରଖିବି ଓ ମନକୁ ସୁଦୃଢ କରି ମାର୍ଜିତ ହେବାକୁ ଚାହେଁ । ମୁଁ ସେହି ସମୟରେ ମନ ଦୁର୍ବଳ ନୁହେଁ ମନଦୃଢ଼ ରଖିଥାଏ ।

16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
*ଉତ୍ତର:-* ମୁଁ ଏଠି ଉକ୍ତି ସହ ଏକମତ । କାରଣ ସାହିତ୍ୟ ରଚନା ଭଗବାନ ଙ୍କ ଏକ ଆଶୀର୍ବାଦ ମଧ୍ୟ କୁହାଯାଇପାରିବ ତେଣୁ ଏଠାରେ ବୟସ ନୁହେଁ ବରଂ ଲେଖକ/କବି ଙ୍କ ଅନୁଭବ,ଅନୁଭୂତି ବିଶେଷ ଆକର୍ଷଣ ହୋଇଥାଏ । ତେଣୁ ଉପରୋକ୍ତ ସମସ୍ତ ତଥ୍ୟ ଠିକ୍ ବୋଲି ମୁଁ ମନେ କରୁଛି ।

17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
*ଉତ୍ତର:-* ମୁଁ ପ୍ରଥମେ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି । ମୋତେ ଯୁବ ପ୍ରତିଭା ଭାବେ ପ୍ରତିଭାଗି କରିଥିବାରୁ ଅତ୍ୟନ୍ତ ଖୁସି ଅଛି । ଆଶା କରୁଛି ସାହିତ୍ୟ ଦରବାର ରେ ଆଉ ଏକ ପାହାଚ ଅତିକ୍ରମ କରିବାରେ ବିଶେଷ ଅବଦାନ ରହିବ ।

18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?
*ଉତ୍ତର:-* ଏହି ଅନୁଷ୍ଠାନ ରୁ ଲେଖିବା,ଶିଖିବା ସାହିତ୍ୟରେ ନିଜକୁ ସଜେଇବା ତତ୍ ସହିତ ସଭିଙ୍କ ଆଦର,ସ୍ନେହ ବେଶୀ ପ୍ରଭାବିତ କରିଛି । ପ୍ରତିଯୋଗିତାରେ ପୁରସ୍କାର କିମ୍ବା ସମ୍ମାନିତ ଶେଷ କଥା ହୋଇନଥାଏ ତେଣୁ ନୂତନ କରି କିଛି ଅନୁଭବ,ଅନୁଭୂତି ସାଉଁଟି ପାଇପାରିବି ଭାବି ଆଗ୍ରହୀ ଅଛି ।

19.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?
*ଉତ୍ତର:-* ବ୍ୟସ୍ତ ବହୁଳ, ଅପରିଚିତ ଦୁନିଆରେ ସାହିତ୍ୟ କାହା ସହ କେତେ ବେଳେ ଭେଟ କରେ ବୁଝିବା ବୋଧେ ମୁସ୍କିଲ କଥା । କିନ୍ତୁ ସୌଭାଗ୍ୟର କଥା କି ଏହି ସାହିତ୍ୟ ଅନୁଷ୍ଠାନ ର ପ୍ରତିଷ୍ଠାତା ମହୋଦୟଙ୍କ ଜରିଆରେ ଫେସବୁକ୍ ରୁ ପରିଚିତ ଏବଂ ଆଜି ପରିବାର ରେ ସଂପୃକ୍ତ ମଧ୍ୟ ।

20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।
*ଉତ୍ତର:-* ସାହିତ୍ୟ ସହ ଜୀବନକୁ ଓତଃପ୍ରୋତ ଭାବେ କଲମ ଦ୍ଵାରା ପ୍ରତିପାଦନ କରି ଜୀବନର ଅକୁହା ଯନ୍ତ୍ରଣା,କୋହ,ସୁଖ ଦୁଃଖ ସବୁକୁ ସାଉଁଟିବା
ପାଇଁ ଚାହେଁ । ସୂର୍ଯ୍ୟୋଦୟ ଠାରୁ ସାହିତ୍ୟ ଯାତ୍ରା ଓ ସୃଷ୍ଟିକୁ ନେଇ କିଛି ଶିକ୍ଷା ଲାଭ କରିବି ଯାହା ଏହି ପରିବାରରୁ ସହଯୋଗ ନୁହେଁ ବରଂ ଆପଣା ଭାବେ ସାରସ୍ୱତ ସାଧନା ରେ ସାହାଯ୍ୟ କରିବା ହେବେ ବୋଲି ଆଶା କରୁଛି।

(ଉପରୋକ୍ତ ସମସ୍ତ ଉତ୍ତରରେ ମୋ ମତ ପ୍ରକାଶ କରିଛି । ତ୍ରୁଟି ଥିଲେ ମାର୍ଜନା କରିବା ହେବେ ।)

ସ୍ନେହର ସୋନାଲି!
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।

ଅଭିନନ୍ଦନ ସହିତ

ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ

Loading

3 thoughts on “Lets talk with budding bard Sonali Swapna Patra, hails from Silver City Cuttack, district of Odisha for SLF Literary Youth Icon Award contest-. 2023

  1. ଆପଣଙ୍କ ସାକ୍ଷାତକାର ମାଧ୍ୟମରେ ଖୁବ୍ ସୁନ୍ଦର ବାର୍ତ୍ତା ଦେଇଛନ୍ତି।ସତରେ ଆପଣଙ୍କ ମତରେ:-ସାହିତ୍ୟ ମଧ୍ୟ ଉତ୍ତମ ସମାଜର ଏକ ବାର୍ତ୍ତା ବହନ କରେ ,ଯାହାକୁ ଆଜିର ସମାଜ ଭୁଲି ଯାଇ ଅନ୍ୟ ଭାଷା ପ୍ରତି ଆକର୍ଷିତ ହେଉଛି।ତେଣୁ ପ୍ରଥମେ ନିଜତ୍ବକୁ ବଞ୍ଚାଇ ପରେ ବାହ୍ୟତାକୁ ଆପଣାଇବା ଅର୍ଥାତ୍ ପ୍ରଥମେ ନିଜ ମାତୃଭାଷା ଏବଂ ପରେ ଅନ୍ୟ ଭାଷା।

  2. ନିଜକୁ ଖୁବ୍ ଭଲ ଭାବେ ଉପସ୍ଥାପନା କରିଛନ୍ତି ।

Leave a Reply

Your email address will not be published. Required fields are marked *