Lets talk with a young poet Deepak Gopal, hails from Nabarangapur, district of Odisha for SLF Literary Youth Icon Award contest-. 2023
*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର
ନାମ – ଦୀପକ ଗୋପାଳ
ପିତାଙ୍କ ନାମ- ଗୋକୁଳ ଗୋପାଳ
ମାତାଙ୍କ ନାମ– ବେଦମତୀ ଗୋପାଳ
ଜନ୍ମ ତାରିଖ-୧୨/୦୪/୨୦୦୩
ଘର ଠିକଣା-ବ୍ଲକ: ଚନ୍ଦାହାଣ୍ଡି
ଜିଲ୍ଲା-ନବରଙ୍ଗପୁର
ଶିକ୍ଷାଗତ ଯୋଗ୍ୟତା- +୩ଛାତ୍ର
ଇ-ମେଇଲ୍ ଠିକଣା-[email protected]
ମୁଖପୁସ୍ତିକା /Facebook ଠିକଣା::https://www.facebook.com/deepak.gopal.73997?mibextid=ZbWKwL
ଶ୍ରଦ୍ଧେୟ ଦୀପକ!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।
1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?
🥀 :ମୁଁ ତୃତୀୟ ଶ୍ରେଣୀ ରୁ ଲେଖିବା ଆରମ୍ଭ କରିଥିଲେ..!
ବର୍ଷା ୠତୁ ର କଥା ଜୋର୍ ରେ ବର୍ଷା ହେଉ ଥାଏ, ସାର୍ ଙ୍କ ମନ ନ ଥିଲା ସେ ଦିନ ପାଠ ପଢେଇବାକୁ ..! ସେ କଳାପଟା ରେ କିଛି ଟା ଶବ୍ଦ ଦେଇ ଥିଲେ..! ଯେମିତି ମୟୂର, କଳାମେଘ, ବେଙ୍ଗ ଏମିତି..! ସେ କହିଥିଲେ ଏଇ ଶବ୍ଦ କୁ ନେଇ କିଛି ଭାବି ଲେଖ..! ସମସ୍ତେ ବହିର ହୁକେ ହୋ ବିଲୁଆ ନାନା କବିତା କୁ ସମସ୍ତେ ଅନୁସରଣ କଲେ ..! ହେଲେ ମୁଁ କିଛି ନୂଆ କିଛି ସ୍ଵତନ୍ତ୍ର ଲେଖି ଥିଲି..! ଓ ଦେଖେଇଲା ପରେ ସେ କହିଲେ ଭଲ ଲେଖିଛୁ..! ତୁ ଏମିତି ଲେଖା ଲେଖି କର ବୋଲି ଉତ୍ସାହ ଦେଇ ଥିଲେ..!
2.ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
🌼ଲେଖା ଲେଖି ପାଇଁ ମୁଁ ସମୟ କାଢି ନିଏ ..! ନିଜ ପାଠ ପଢା ରୁ ଟିକେ ମନ ବିରକ୍ତି ହେଲେ ନିଜକୁ ଶାନ୍ତ କରି ନିଛାଟିଆ ଏକୁଟିଆ ବସି ସମୟ କାଢି ଲେଖି ଯାଏ ନୂଆ ,ଆଉ କିଛି ସ୍ଵତନ୍ତ୍ର..!
*3–ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?
🏵️ଏହା ଠିକ ପ୍ରଶ୍ନ ..! ପରିବାର ଲୋକ ଏଥି ପ୍ରତି ସଦା ମତେ ଉତ୍ସାହିତ କରନ୍ତି ଓ ସେମାନେ ମୋ ଲେଖା କୁ ପଢ଼ି ଖୁବ୍ ଖୁସି ହୁଅନ୍ତି ଓ ପ୍ରଶଂସା କରନ୍ତି…!
4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ? ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।
☀️ମୋ ମହାନ୍ ସାହିତ୍ୟିକ କବିବର ରାଧାନାଥ ରାୟ..! ତାଙ୍କ ରୋମାଣ୍ଟିକ ଚେତନା ର ଲେଖା ସବୁ ମୁଗ୍ଧ କରେ..! ଯେହେତୁ ମୁଁ ମଧ୍ୟ ରୋମାଣ୍ଟିକ ଭାବନା ନେଇ ଲେଖେ …! ତାଙ୍କ ଲେଖା ରେ ସବୁ କିଛି ପାଏ ଓ ମତେ ତାହା ଅନୁପ୍ରାଣିତ କରେ ଓ ଉତ୍ସାହ ଦିଏ..!!
5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?
ଉତ୍ତର: ପ୍ରାୟତଃ ମୁଁ କବିତା ରେ ନିଜ କୁ ବ୍ୟକ୍ତ କରେ ଓ ବେଳେ ବେଳେ କିଛି ଅଣୁଗଳ୍ପ ବି ଲେଖେ..!
6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?
ଲେଖକ ଟେ ହେବା ପାଈଁ ପାଠକ ଟେ ହେବା ନିହାତି ଜରୁରୀ..! ଯୋଉ ବିଷୟ ରେ ଲେଖିବା ପୂର୍ବ ରୁ ସେସବୁ ଉପରେ ତର୍ଜମା ସହ କିଛି ପଢ଼ି ମନର ଆବେଗ କୁ ବଢେଇ ବା ନିହାତି ଦରକାର..! ସାଧାରଣତଃ କହିବାକୁ ଗଲେ ମୁଁ ବହୁ କବି ,କବୟିତ୍ରୀ ଙ୍କ ଲେଖା ପଢ଼ି ଭାବ ସଂଗ୍ରହ କରି ଲେଖେ..!*
7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?
ଉ: *”*କବିତା*” *ଯାହା କମ୍ ଶବ୍ଦ ରେ ମନ ର ଭାବ ବୁଝି ହୁଏ, ଓ ମଧୁରତା ବୋହି ଆସେ ..!
*ଗଳ୍ପ ଅନେକ ଶବ୍ଦ ର ସମାହାର ରେ ମନ ଭିତରେ ସୃଷ୍ଟି ହୁଏ ଚିତ୍ରକଳା..! ଯାହାକୁ ଆମେ ପଢ଼ିବା ବେଳେ ଆମ ଭାବନା ରେ ପରିବେଷଣ ହୁଏ ..! ଗଳ୍ପ ଯାହା ଶବ୍ଦ ଶବ୍ଦ ଭିତରେ ଗଢି ହୁଏ ଦୃଶ୍ୟ ସବୁ..!*
8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?
*ହଁ ଗଳ୍ପ ରେ ଚରିତ୍ର ଚିତ୍ରଣ ..! ଜଣଙ୍କ ଚରିତ୍ର ପାଇଁ ନିଜକୁ ସେ ଚରିତ୍ର ରେ ସଜେଇବାକୁ ପଡ଼ିଥାଏ ଓ ସେ ଚରିତ୍ର ଖୁବ୍ ନିଖୁଣ ଭାବେ ତୁଲେଇ ଶବ୍ଦ ରେ ଲେଖିବାକୁ ପଡ଼ି ଥାଏ…!*
*କବିତାରେ ଚରିତ୍ର ଚିତ୍ରଣ କମ୍ ଶବ୍ଦ ରେ ତା ସୌନ୍ଦର୍ଯ୍ୟ , ତା ଗୁଣ କୁ ବାଖାଣିବାକୁ ପଡ଼ି ଥାଏ..!*
*ଏତିକି ହିଁ ଅନୁଭବ କରେ…!*
9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?
ଯୁବ ପ୍ରତିଭା ଭାବେ ଏତିକି କହିବି,ଉତ୍ତର ଆଧୁନିକତା ର ଚର୍ଚ୍ଚା ରେ ମୋ ମତ ରେ ଏ ସରଳ ପନ୍ଥା ହେଇ ପାରେ ହେଲେ ମନ ର ଆବେଗ ରେ ଶବ୍ଦ ରେ କବିତା ତୋଳିବା ଖୁବ୍ କଷ୍ଟକର,..! ଆଧୁନିକ ସାହିତ୍ୟ ର ଆରମ୍ଭ ରେ ସାହିତ୍ୟ ଜଗତ ରେ ଖୁବ୍ ନାମ ଅର୍ଜନ କରି ପାରିଛି..!!
10-ପୁରା କାଳରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?
ଭାଷା – ପ୍ରୀତି ଆନ୍ଦୋଳନ ର ପ୍ରଭାବ ରେ ଢେର୍ କିଛି ପରିବର୍ତ୍ତନ ହେଇ ଥିଲା , ଏବେକାର ଶିଥିଳତା ସମ୍ପର୍କରେ କହିବାକୁ ଗଲେ ଭାଷା ରେ ନିଜ ମାତୃଭାଷା କୁ ବଞ୍ଚାଇବାକୁ ସଦା ତତ୍ପରତା ରଖିବା ଉଚିତ୍.! ଏବେକାର ଶିଥିଳତା କହିବାକୁ ଗଲେ ଖୁବ୍ ଶାନ୍ତ ଅଛି,ହେଲେ ଆଗାମୀ ଦିନ ରେ ଭାଷାପ୍ରୀତି ପାଇଁ ଖୁବ୍ ଆନ୍ଦୋଳନ ହେଇ ପାରେ..! ଏବେ କୋଶଳ ରାଜ୍ୟର ମାଙ୍ଗ ହେବା ପରେ କୋଶଳ ଭାଷା କୁ ବି ସମ୍ମାନ ଦେବାକୁ ଆନ୍ଦୋଳନ ଜାରି ରହିବ..!
11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?
ମୋ ସୁଖକର ଅନୁଭୂତି ଏହା କି ମୁଁ ଗୋଟେ ଲେଖକ ଟେ ହେଇପାରି ବିଭିନ୍ନ ଜିଲ୍ଲା ର କବି କବୟିତ୍ରୀ ଙ୍କ ସହ ମିଶି ପାରି ତାଙ୍କ ଲେଖା ପଢ଼ି ପାରୁଛି..! ଏଇ ଯେମିତି ଆମ ସୂର୍ଯ୍ୟୋଦୟ ପ୍ରତିଷ୍ଠାନ ର ସମ୍ପାଦକ ଶ୍ରୀ ପଣ୍ଡା ମହାଶୟ ଙ୍କ ସହ ମିଶି ପାରିଲି ..!ମୁଁ ବହୁ ଲେଖକ, ଚିତ୍ରକର ଙ୍କ ସହ ମିଶି ପାରୁଛି ..! ସେ ମାନଙ୍କ ପ୍ରତିଭା କୁ ସମ୍ମାନ ଦେଇ ତାଙ୍କ ଠୁ ଢେର୍ କିଛି ଶିଖି ପାରୁଛି,..! ୟା ଠୁ ବଡ଼ ସୁଖକର ଅନୁଭୂତି କଣ ବା ହେଇ ପାରେ..?
12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।
*ଓଡ଼ିଆ ସାହିତ୍ୟ ର ସ୍ଥିତି ସମ୍ପର୍କର ରେ କହିବାକୁ ଗଲେ ପ୍ରଥମତଃ ଓଡ଼ିଆ ସାହିତ୍ୟ ର ସୃଷ୍ଟି ଯାହା ଆଗ କାଳ ର ସାହିତ୍ୟ ସମ୍ପର୍କର ରେ ଅବଗତ ହେବାକୁ ପଡ଼ିବ,*
*ଅବସ୍ଥିତି ବିଷୟ ରେ ଏତିକି କହିବି ଆମ ଓଡ଼ିଆ ଭାଷା ପ୍ରତି ଯେତିକି ପ୍ରେମ ଅଛି ଓଡ଼ିଆ ସାହିତ୍ୟ ପ୍ରତି ମଧ୍ୟ ସେତେ ପ୍ରେମ ଅଛି ଓ ଓଡ଼ିଆ ସାହିତ୍ୟ ଖୁବ୍ ପ୍ରସାରିତ ହେଇ ପାରିଛି ଓ ଦେଶ ର କୋଣ ଅନୁକୋଣ କୁ ଆମ ଲେଖା ପହଞ୍ଚି ପାରିଛି..! ଆମ ଓଡ଼ିଆ ସାହିତ୍ୟ ଏବେ ଖୁବ୍ ଚର୍ଚ୍ଚା ରେ ମଧ୍ୟ ..! ଜଗତୀକରଣ ଓ ବିଶ୍ୱାୟନ ପ୍ରକ୍ରିୟା ରେ ଓଡ଼ିଆ ସାହିତ୍ୟ ର ଅବସ୍ଥିତି ଖୁବ୍ ପ୍ରଚାର ପ୍ରସାର ହେଇ ପାରିଛି ଓ ଓଡ଼ିଆ ସାହିତ୍ୟ ମଧ୍ୟ ସୁନାମ ଅର୍ଜନ କରି ପାରିଛି..!*
13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?
*ପାଠକ ଙ୍କ ଉତ୍ସାହ ସହ ଓଡ଼ିଆ କ୍ଷୁଦ୍ରଗଳ୍ପ ଖୁବ୍ ନିକଟତର ହେଇ ପାରିବ..! ଜଣେ ପାଠକ ଙ୍କୁ ପଢ଼ିବାର ଆଗ୍ରହ ଥିବା ନିହାତି ଜରୁରୀ..!*
14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।
*ନିହାତି ରହିବା ଉଚିତ ..! କାହିଁକି ନା ସମାଜ କୁ ନେଇ ସାହିତ୍ୟିକ ମାନେ ଖୁବ୍ ସୁନ୍ଦର ସୁନ୍ଦର୍ ଲେଖା ସବୁ ସୃଷ୍ଟି କରି ପାରନ୍ତି..! ସମାଜ ସହିତ ସାହିତ୍ୟିକ ଯେତେ ବେଶୀ ଅଙ୍ଗୀକାରବଦ୍ଧତା ହେଇ ପାରିବ ସାହିତ୍ୟ ର ଲେଖା ସବୁ ସେତେ ମଧୁର ହେବ..;*
*ସୁଶ୍ରୀ ଗାୟତ୍ରୀ ପାଣିଗ୍ରାହୀ ତାଙ୍କ ତଟିନୀ ର ସମୁଦ୍ର ପୁସ୍ତକରେ ସମାଜ ବିଷୟ ରେ ଖୁବ୍ ସୁନ୍ଦର୍ ଧାଡ଼ି ଟେ ଲେଖିଛନ୍ତି ” ଧନ୍ୟ ରେ ସମାଜ ! ଧନ୍ୟ ତୋର ସର୍ବ କରାଳ ଶିଖା। ଜଣ କୁ ପ୍ରତିଷ୍ଠିତ କରିବା ମନୋବୃତ୍ତି ତା ‘ ର ନାହିଁ। ଅଥଚ ଜଣ କୁ ନୀତି ନିୟମ ଅନୁଶାସନ ରେ ଦ୍ୱାହି ଦେଇ ଚିରକାଳ ଅନ୍ଧାର କୁ ଠେଲି ଦେବା ପାଇଁ ତିଳେ ହେଲେ ଦ୍ୱିଧା କରେନି..! ଅଥଚ ସମାଜ କିଏ .?? କେତେ ଟା ସୁବିଧାବାଦୀ ଲୋକଙ୍କ ଗୋଷ୍ଠୀ ତୋ..! ଏମିତି ସମାଜ ବିଷୟ ରେ ସୁନ୍ଦର୍ ସୃଷ୍ଟି ପାଇଁ ସମାଜ ସହ ଅଙ୍ଗୀକାରବଦ୍ଧତା ରହିବା ଉଚିତ..!*
15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?
*ହଁ ମନେ ପଡେ ସେ ଦିନ ..! ଯେବେ କବିତା ଲେଖୁଥିଲେ..! ତାକୁ ବାରମ୍ବାର ପଢ଼ୁ ଥିଲି..! ତଥାପି ମଧୁରତା ଆସୁ ନ ଥିଲା..! ମୁଁ ସେତେ ବେଳେ ଖୁବ୍ ଅସନ୍ତୋଷ ଥିଲି…! ସେଦିନ ଭଲ କଟିଲା ନି..!!*
16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
*ସାହିତ୍ୟ ହେଉଛି ସରଳ ଲେଖା *
*ନିହାତି ହଁ..! କାରଣ ନିଜର ହିତ ପାଇଁ ଲେଖିବା କୁ ମୁଁ ଠିକ୍ ମାନୁଛି..! କାହିଁକି ନା ଗୋଟେ କବିତା ଲେଖିବା ପରେ ଆଉ ଜଣେ ଶୁଣିଲେ ଖୁସି ହେଲେ ତାହା ଗୋଟେ ସଫଳତା ମିଳିଗଲା ବୋଲି ମନେ ହୁଏ..! ଆନନ୍ଦ ମିଳେ…! କବିଙ୍କୁ ଆଉ କଣ ବା ଦରକାର ବାସ୍ ସାମ୍ନା ୱାଲା ମୁହଁରେ ଟିକେ ହସ, ଯାହା ଆମକୁ ଆନନ୍ଦ ଦିଏ ..! ଏଥିରେ ହିତ ନିଜର..! ବାସ୍ତବିକ କିଛି ଲେଖିବାକୁ ହେଲେ ବୟସ ଗୁରୁତ୍ୱପୂର୍ଣ୍ଣ ନୁହଁ*
17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
*ଏଥି ପାଇଁ ମୁଁ କେବେ ଭାବି ନାହିଁ..! ଯାହା ଶ୍ରେୟ ଦେବି ମୋ ପ୍ରିୟ ଶ୍ରୀ ମନୋଜ କୁମାର ପଣ୍ଡା ଭାଇନା ଙ୍କୁ ..! ଯିଏ ମୋ ପରି ବଣମଲ୍ଲି କୁ ସୁଯୋଗ ଦେଇ ତାଙ୍କ ସହ ଯୋଡ଼ି ମୋ କବିତା କୁ ପ୍ରକାଶିତ କଲେ ..! ପୁରସ୍କୃତ ହେବା ବଡ଼ କଥା ନୁହେଁ ..! କବି ମାନଙ୍କ ସହ ପରିଚିତ ହୋଇ ତାଙ୍କୁ ସମ୍ମାନ ଦେବା ଓ ତାଙ୍କ ଲେଖା କୁ ସମ୍ମାନ ଦେବା ରେ ହିଁ ବଡ଼ ପଣ ଥାଏ..! ଆପଣ ଚାହିଁଲେ ଯୋଉଠି ବି ପୁରସ୍କୃତ ହେଇ ପାରିବେ ..! ହେଲେ ସୂର୍ଯ୍ୟୋଦୟ ଏମିତି ଏକ ସାହିତ୍ୟ ପ୍ରତିଷ୍ଠାନ ଯାହା ବିଶ୍ଵ ର ପ୍ରାନ୍ତର କୋଣ ଅନୁକୋଣ ରୁ ପ୍ରତିଭା ବାହାରନ୍ତି ଏଥି ମଧ୍ୟରୁ..!* *ସୂର୍ଯ୍ୟୋଦୟ ଏମିତି ଏକ ସାହିତ୍ୟ ପ୍ରତିଷ୍ଠାନ ଯାହାର ସୂର୍ଯ୍ୟାସ୍ତ ନାହିଁ*
18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?
ସୂର୍ଯ୍ୟୋଦୟ ବାକି ସାହିତ୍ୟ ପ୍ରତିଷ୍ଠାନ ଠାରୁ ଭିନ୍ନ ..! ଗୋଟେ କଥା ମତେ ଖୁବ ପ୍ରଭାବିତ କରିଛି ଏହି ପ୍ରତିଷ୍ଠାନ ର ପ୍ରତିଷ୍ଠାତା /ସମ୍ପାଦକ ଶ୍ରୀ ପଣ୍ଡା ମହାଶୟ ମତେ ମୋ ସ୍ଵତନ୍ତ୍ର ପରିଚୟ ପରିଚିତ କରି ଦେଲେ ..! ମତେ ଲେଖିବାକୁ ଉତ୍ସାହ ଦେଲେ..!*
*ମୁଖ୍ୟତଃ କହିବାକୁ ଗଲେ ଏଠି କବିତା ର ତ୍ରୁଟି ମାର୍ଜନ ସହ ,ଶବ୍ଦ ସହ ଚିହ୍ନେ଼ଇ ଥାନ୍ତି ଓ ଉତ୍ସାହ ଭରି ଦିଅନ୍ତି ଏହି ପ୍ରତିଷ୍ଠାନ ରେ ଢେର୍ କିଛି ଶିଖାଇ ବାକୁ ମିଳି ଥାଏ..!*
19.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?
*ମୁଖପୁସ୍ତିକା(Facebook) ରେ ଶ୍ରୀ ମନୋଜ କୁମାର ପଣ୍ଡା ସାର୍ ଙ୍କ ସାଙ୍ଗ ର ପ୍ରସ୍ତାବ ଆସିଥିଲା..! ମୁଁ ତାଙ୍କୁ ନିଜ ସାଙ୍ଗ ରେ ଯୋଡ଼ି ଦେଲି..! ଏହା ପରେ ମୋ ସହ ସମ୍ପର୍କ କଲେ ଓ ମତେ ସୂର୍ଯ୍ୟୋଦୟ ସାହିତ୍ୟ ପ୍ରତିଷ୍ଠାନ ବିଷୟ ରେ କହିଲେ..!! ଓ ମୁଁ ଯୋଡ଼ି ହେବାକୁ ଏକାଥରେ ହଁ କରିଥିଲି..!*
*ତାଙ୍କୁ ସତରେ ସାରସ୍ଵତ ପ୍ରଣାମ ଜଣାଉଛି..!*
20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।
ନବ ପ୍ରତିଭା ମାନଙ୍କୁ ଏମିତି ଲୋକଲୋଚନକୁ ଆଣନ୍ତୁ..! ଏହା ଗୋଟେ ଖୁବ୍ ସୁନ୍ଦର ପ୍ରୟାସ..! ଆଶା କରିବି କି ଏହା ସଦା ଏମିତି ଥାଉ..! ଆମକୁ ଉତ୍ସାହିତ ସହ ପ୍ରେରଣା ଯୋଗାଇ ଥାଉ ..! ଆଗାମୀ ଦିନରେ ରେ ନୂଆ ପ୍ରତିଭା ଙ୍କୁ ଏହା ଖୁବ୍ ସହାୟ ହେବ ବୋଲି ଆଶା।
ସ୍ନେହର ଦୀପକ!
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।
ଅଭିନନ୍ଦନ ସହିତ
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ
ବହୁତ୍ ବଢ଼ିଆ
Keep it up
Bahut badhia lekha lekhi kara
ଆପଣଙ୍କର ସାକ୍ଷାତକାର ପଢି ଖୁସି ଲାଗିଲା।ସାହିତ୍ୟ ଜଗତରେ ଆପଣଙ୍କର ଉଡାଣ ଏହିପରି ଚାଲୁଥାଉ।ଆପଣଙ୍କ ସୁନ୍ଦର ରଚନା ଏ ସମାଜର ହିତ ସାଧନରେ ସହାୟକ ହେଉ।
ବହୁତ ବଢିଆ deepak bhaiଆଗକୁ ବଢ଼ି ଚାଲ
ଭାଇ ମାଡିଚାଲ…
Well done didi
All the best for the future
ବହୁତ ସୁନ୍ଦର ଭାବେ ଏହାକୁ ବର୍ଣନା କରାଯାଇଛି , ଏମିତି ପ୍ରତିଭା ରହିବା ଦରକାର ❤️
ଅତି ରମ୍ୟ ମତାମତ ବର୍ଣ୍ଣନା କରିଛନ୍ତି ।
ଅତି ସୁନ୍ଦର
☺️☺️☺️
ସ୍ନେହର ଲକି ଖୁବ୍ ଚମତ୍କାର ଭାବରେ ତୁମର ଭାବକୁ ଉପସ୍ଥାପନ କରିଛ।
ହୃଦୟସ୍ପର୍ଶୀ ।
Thank you