April 23, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

Lets talk with young laureate Sumitra Nayak, hails from Silver city Cuttack, district of Odisha for SLF Literary Youth Icon Award contest-. 2023

Lets talk with young laureate Sumitra Nayak, hails from Silver city Cuttack, district of Odisha for SLF Literary Youth Icon Award contest-. 2023

*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର

ନାମ –  ସୁମିତ୍ରା ନାୟକ
ପିତାଙ୍କ ନାମ- ଭିମସେନ୍ ନାୟକ
ମାତାଙ୍କ ନାମ- ସ୍ୱର୍ଣ୍ଣଲତା ନାୟକ
ଜନ୍ମ ତାରିଖ- ୦୪. ୧୨. ୧୯୯୮
ଘର ଠିକଣା- ବାଜପୁରା
ଜିଲ୍ଲା– କଟକ
ଶିକ୍ଷାଗତ ଯୋଗ୍ୟତା– କଳା, ସ୍ନାତକ,(ଓଡ଼ିଆ)
ଇ-ମେଇଲ୍ ଠିକଣା- [email protected]
ମୁଖପୁସ୍ତିକା /Facebook ଠିକଣା:: https://www.facebook.com/profile.php?id=100072860535266&mibextid=ZbWKwL

ସ୍ନେହର ସୁମିତ୍ରା!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।

1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?
ଉ.         ଯେତିକି ମୋତେ ଜ୍ଞାତ ଅଛି ମୋର ସାହିତ୍ୟ ପ୍ରତି ଦୁର୍ବଳତା ଅନେକ ଦିନରୁ ରହିଆସିଛି ।  କିନ୍ତୁ ସାହିତ୍ୟ ପ୍ରତି  ମୋର ଅଗାଢ ପ୍ରେମ +୩ ପ୍ରଥମ ବର୍ଷରୁ ଆରମ୍ଭ ହୋଇଛି ।  +୩ କଳା ତିନି ବର୍ଷ ପଢ଼ିସାରିବା ପରେ ବା  କଲେଜ୍ ଶେଷ ୨୦୧୯ ରେ ଘରେ ଏମିତି ବସି ରୁହେ । ଏକୁଟିଆ ବସି ବସି ଅନା ବନା ଭାବନାକୁ ଲେଖିବାକୁ ଲାଗିଲି  । ଜୀବନର ଯନ୍ତ୍ରଣା ଦାୟକ ଅନୁଭୂତିକୁ ଗଣ୍ଠି କରି ଖୁବ୍ ଲେଖିଲି   । ଓଡିଆ ସମ୍ମାନର  ଛାତ୍ରୀ ହୋଇଥିବାରୁ ସମୟ କ୍ରମେ ଲେଖାକୁ ଧିରେ ଧିରେ ପରିମାର୍ଜିତ କରିନେଲି ।  କହିବାକୁ ଗଲେ ମୋର ରଚନାତ୍ମକ ସାରସ୍ଵତୀୟ ଜୀଵନର ପ୍ରାରମ୍ଭ ୨୦୧୯ ରୁ ହୋଇଛି ।

2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ଉ.          ଜୀବନର ପ୍ରତ୍ୟେକ ସମୟ ପଢ଼ାରେ ଉତ୍ସର୍ଗିତ କରିବା ପରେ ମଧ୍ୟ ନିଜକୁ ପରିସ୍ଥିତି ଆଗରେ ମୁଣ୍ଡ ନୁଆଇଁବା ପାଇଁ ପଡିଲା । ପାଠ ପଢାକୁ ଛାଡିବା ପାଇଁ ପଡିଲା। ସ୍ନାତକ ଶେଷ ହେବାର ସ୍ୱଳ୍ପ ଦିନ ପରେ ମୁଁ ସାରସ୍ଵତ ସାଧନାରେ ମଗ୍ନ ରହିଲି । ଆଉ ରହିଲା ସାରସତ୍ବ ସାଧନା ସହ ସାମାଜିକ ଜୀବନରେ ସର୍ବସମ୍ମତା ।  ସମାଜରେ ଅଛେ , ଅର୍ଥାତ୍ ସମ୍ମତା ରକ୍ଷା କରିବା ଆମର ଗୁରୁ ଦାୟିତ୍ଵ ହୋଇଥାଏ ।  ତେବେ ସାରସତ୍ଵ ସାଧନାରେ ସମାଜ ହିଁ ମୋର ବଳିଷ୍ଠ ଅବଦାନ ଗ୍ରହଣ କରିଛି । ଏ କ୍ଷେତ୍ରରେ ସାରସତ୍ୱ ଏବଂ ସମାଜ ଉଭୟ ପରିପୂରକ ଭୂମିକା ଗ୍ରହଣ କରନ୍ତି ।

3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?
ଉ.         ସାହିତ୍ୟ ସାଧନା କେବଳ ମୋର । ମୋ ସାଧନାର ମୁଁ ପ୍ରାପକ ।  ପରିବାରର ପରୋକ୍ଷ ଭାବରେ ଭୂମିକା ଅଛି କି ନାହିଁ ଜାଣି ନାହିଁ କିନ୍ତୁ ପ୍ରତ୍ୟେକ୍ଷ ଭାବରେ ନାଁ । କାରଣ ପ୍ରତ୍ୟେକ କାର୍ଯ୍ୟକୁ କରିବାର ଅନେକ ଗୁଡ଼ିଏ ପ୍ରକ୍ରିୟା ଥାଏ । ସେହି ପ୍ରକ୍ରିୟାରେ ସାହାଯ୍ୟ ନରହିଲେ ଚଳେ କିନ୍ତୁ ପ୍ରୋତ୍ସାହକ ନିହାତି ରହିବା ଜରୁରୀ । ଖାସ୍ କରି ପରିବାରର କେହି ହୋଇଥିଲେ ଅନେକ ସାହାସ ମିଳିଥାଏ  ।  ଯାହା ମୋତେ କେବେ ଅନୁଭବ ହୋଇନାହିଁ ।

4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ?  ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।
ଉ.            ମହାନ ସାହିତ୍ୟିକ ତଥା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଲେଖିବାର କଳା, କୌଶଳ ଓ ଆଳଙ୍କାରିକ ଶୈଳୀ ମୋର ଆଦର୍ଶ ।  ସୃଷ୍ଟି “ଲାବଣ୍ୟବତୀ” ମୋର ପ୍ରିୟ କାବ୍ୟ ଅଟେ । ମୋତେ ଅନେକ ସମୟରେ “କବି ସମ୍ରାଟଙ୍କର” କାବ୍ୟିକ ଶୈଳୀ ହିଁ ଲେଖିବାକୁ ପ୍ରୋତ୍ସାହିତ କରିଥାଏ ।  ତାଙ୍କର ଶ୍ରେଷ୍ଠ କୃତି ବୈଦେହୀଶ ବିଳାସ, ଲାବଣ୍ୟବତୀ ଏବଂ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟ ହିଁ ମୋର ରୁଚିପୂର୍ଣ୍ଣ କାବ୍ୟ ଅଟେ ।  ଅତି କ୍ଷୁଦ୍ର କଣିକା ସଦୃଶ ମୁଁ “କବି ସମ୍ରାଟଙ୍କର ” ଅନୁଗାମୀ ରହିବାକୁ ଇଚ୍ଛା ପ୍ରକାଶ କରେ ।  ଭାଷା ସାହିତ୍ୟର ବିକାଶ ପାଇଁ ସେ କରିଥିବା ପ୍ରୟାସ ତଥା ସମସ୍ତ ଲେଖକଙ୍କୁ ମୋର ଶତ ଶତ ନମନ ।

5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?
ଉ.         ମୁଁ ଅଧିକତଃ କବିତାରେ ନିଜକୁ ବ୍ୟକ୍ତ ରଖେ । ମୋର ଅନୁଭବ ଓ ଅନୁଭୂତିକୁ କବିତାର ରୂପ ଦେଲେ ମୋତେ ଖୁବ୍ ଆଶ୍ବସ୍ତ ଲାଗେ । ଅନ୍ତରରେ କିଛି ଅଲୌକିକ ଶାନ୍ତି ମିଳେ । 

6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?
ଉ.       ପ୍ରଥମେ ଆମେ ନିଜର ଭାବନାକୁ ଗଳ୍ପ ରୂପେ ବର୍ଣ୍ଣନା କରାଯାଉ କିମ୍ଵା କବିତା, ବର୍ଣ୍ଣନା କରିବା ସମୟରେ ଉପଯୁକ୍ତ ପରିବେଶ ଆବଶ୍ୟକ। ଯେମିତିକି ଆପଣ କିଛି ସମ୍ପୂର୍ଣ୍ଣ ରୂପେ ଭାବି ପାରୁଥିବ କାରଣ  ଭାବନାରେ ସମ୍ପୂର୍ଣତା ରହିବା ଆବଶ୍ୟକ । ଲେଖିବା ସମୟରେ ବ୍ୟାକରଣ ଶୁଦ୍ଧତା ପ୍ରତି ଦୃଷ୍ଟି ରଖିବା ଉଚିତ୍।  ଶବ୍ଦ ସରଳ, ସୁନ୍ଦର୍,ସାବନିଳ ରହିଲେ ଖୁବ୍ ଭଲ ।  ଭାବନାର ଗଭୀରତା ଯେତେ ଅଧିକ ରହିବ ଲେଖା ଟା ସେତେ ହୃଦୟସ୍ପର୍ଶୀ ରହିବ ।  ସମସ୍ତ ଲେଖାର ସ୍ବତନ୍ତ୍ର ରୂପେ ଶୀର୍ଷକ ରଖିବା ନିତ୍ୟାନ୍ତ ଆବଶ୍ୟକ । 

7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?
ଉ.       କବିତା ଓ ଗଳ୍ପରେ ବିଶେଷ ଭିନ୍ନତା ନଥାଏ ।  ଦୁହେଁ ଭାବନାର ଭିନ୍ନ ଭିନ୍ନ ରୂପ । କବିତା ପ୍ରସାରିତ ଭାବନାକୁ କ୍ଷୁଦ୍ରକାରରେ ରଚନା କରିବା ବେଳେ  ଗଳ୍ପ କ୍ଷୁଦ୍ର ଭାବନାକୁ ପ୍ରସାରିତ କରି ରଚନା କରେ ।  କିନ୍ତୁ ଉଭୟ ପଢ଼ିବା ପାଇଁ ମୁଗ୍ଧକର ହୋଇଥାଏ ।  ଦୁହେଁ ସମାଜର, ଇତିହାସର, ପୌରାଣିକ ଆଖ୍ୟାନର , ବାସ୍ତବତାର, ବର୍ତ୍ତମାନର ଓ କାଳ୍ପନିକ ବିଷୟବସ୍ତୁକୁ ଖୁବ୍ ସୁନ୍ଦର୍ ଭାବରେ ବର୍ଣ୍ଣନା କରିପାରନ୍ତି ।
ଦୁହେଁ ଭାବନାକୁ ନୁଖୁଣ ଭାବରେ ଦର୍ଶାଇ ଥାନ୍ତି ।  ଦୁହେଁ ପାଠକଙ୍କର ପସନ୍ଦିତ ହୋଇପାରିଛନ୍ତି ।  ସାହିତ୍ୟ ଜଗତରେ ଦୁହେଁ ପରିପୂରକ କହିଲେ ଅନୁଚିତ୍ ହେବ ନାହିଁ ।

8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?
ଉ.        ଗଳ୍ପ ଓ କବିତାରେ ବିଶେଷ ପାର୍ଥକ୍ୟ ନଥାଏ । କବିତାରେ ଚରିତ୍ର ଚିତ୍ରଣ ଏବଂ ଗଳ୍ପରେ ଚରିତ୍ର ଚିତ୍ରଣରେ ପାଖାପାଖି ସାମ୍ୟ ଥାଏ । ଯେମିତିକି କବିତାକୁ ଆଳଙ୍କାରିକ କରିହୁଏ ଓ ମାଧୂର୍ଯ୍ୟଭରା କରିହୁଏ । ସେହି ପରି ଗଳ୍ପକୁ ଉଚ୍ଚକୋଟୀର ଶବ୍ଦ ତଥା ବର୍ଣ୍ଣନା ଶୈଳୀର ପରିମାର୍ଜନାରେ ମୁଗ୍ଧକର କରିହୁଏ । କିନ୍ତୁ ପଦ, ଛନ୍ଦ ଓ ରାଗ ଏପରି କିଛି ଗଳ୍ପରେ ବ୍ୟବହାର କରି ହୁଏ ନାହିଁ । ତଥା ଗଳ୍ପରେ କିଛି ପରିମାଣରେ ପରିବର୍ତ୍ତିନର ଧାରା ଦେଖା ଯାଏ ।
        ଭାବନାର ଦ୍ୱାରଦେଶରେ ପାଦ ଦେଲାପରେ ଉଙ୍କି ମାରୁଥିବା ଚରିତ୍ର ଟା ହିଁ କାବ୍ୟ-କବିତାକୁ ସମ୍ପୂର୍ଣ୍ଣ କରିବାରେ ଯଥୋଚିତ ଶକ୍ତି ଯୋଗାଏ ।  ଭବନାରେ ପରିସମାପ୍ତି ନଘଟିବା ଯାଏଁ ସେ ସମ୍ମୋହିତ କରି ରଖିଥାଏ ଲେଖକଙ୍କୁ ।

9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?
ଉ.     ଆଧୁନିକତାର ପ୍ରଭାବ ସଦାସର୍ବଦା ରହି ଆସିଛି ।  ସମୟ ସହିତ ସମସ୍ତ ବସ୍ତୁ,ଜୀବ- ଜନ୍ତୁ, ସମାଜ, ପରମ୍ପରା, ଅନୁଶାସନ, ସଂସ୍କାର, ଆଚାର-ବ୍ୟବହାର ଓ ନୈତିକତାରେ ପରିବର୍ତ୍ତନ ଘଟି ଚାଲିଛି । ଆଧୁନିକତାର ଅର୍ଥ ଏହା ଆଦୌ ନୁହେଁ ଯେ ଓଡିଆ ସାହିତ୍ୟ ଜଗତରେ ଅନ୍ୟାନ୍ୟ ଭାଷାର ମନୋନିବେଶ । ଓଡିଆ ସାହିତ୍ୟରେ ଆଧୁନିକିକରଣ ହେବା ଉଚିତ୍ । କିନ୍ତୁ ସାହିତ୍ୟ ଜଗତରେ ପ୍ରାଚୀନତା ରହିବା ନିତ୍ୟାନ୍ତ ଆବଶ୍ୟକ ।  ସାହିତ୍ୟକୁ ସୁଦୃଢ଼ କରିବା ପାଇଁ ହେଲେ ସାହିତ୍ୟ ପ୍ରତି ଅଗାଢ ଭକ୍ତି ରହିବା ଆବଶ୍ୟକ ।  ସାହିତ୍ୟକୁ ସୁଦୃଢ଼ କରିବାର ମୂଳ ଚାବି କାଠି ହେଉଛି ପ୍ରାଚୀନ ସାହିତ୍ୟକୁ ଜୀବନ୍ତ ରଖିବା ।   ଆମର ଗୁରୁ ଦାୟିତ୍ଵ ହେଉଛି କି ଆଧୁନିକତା ସହ ପଦ ମିଳେଇ ଚାଲିବା ସହିତ ପ୍ରାଚୀନ ସାହିତ୍ୟର ସଂରକ୍ଷଣ ମଧ୍ୟ କରିବା ଉଚିତ୍ । 

10-ପୁରା କାଳରେ କରାଯାଇଥିବା  ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?
ଉ.          ପୁରା କାଳରେ କରାଯାଇଥିବା ଭାଷା- ପ୍ରୀତି ଆନ୍ଦୋଳନର ପ୍ରଭାବରେ ଓଡିଆ ଭାଷା ସାହିତ୍ୟ ସମ୍ମାନର ଅଧିକାରୀ ହୋଇଥିଲା ସତ୍ୟ । କିନ୍ତୁ ବର୍ତ୍ତମାନର ସମାଜ , ବର୍ତ୍ତମାନର ଆଧୁନିକିକରଣ ଓଡିଆ ସାହିତ୍ୟ ଜଗତରେ ବଡ଼ ପରିବର୍ତ୍ତନ ଆଣିଦେଇଛି । ଯେମିତି ଓଡ଼ିଆ ଭାଷାରେ ଅନ୍ୟାନ୍ୟ ଭାଷାର ସମ୍ମିଶ୍ରଣ ହିଁ ସାହିତ୍ୟ ଜଗତକୁ ଦୁର୍ବଳ କରି ପକାଇଛି । ପରିବର୍ତ୍ତନରେ ଶିଥିଳତାର କ୍ଷୁଦ୍ର ଝଲକ ମଧ୍ୟ ଦୃଷ୍ଟିଗୋଚର ହେଉନାହିଁ ।   ନୂତନତ୍ବକୁ ସ୍ବାଗତ କରିବା ଉଚିତ୍ କିନ୍ତୁ ପୁରା କଳାର ସାହିତ୍ୟର ପୁନଃନିର୍ମାଣ ହେବା ନିତ୍ୟାନ୍ତ ଆବଶ୍ୟକ । ପରମ୍ପରା ଓ ସଂସ୍କୃତିରକୁ ବଞ୍ଚେଇ ରଖିବା ଯେମିତି ଆମର ଶ୍ରେଷ୍ଠ କର୍ତ୍ତବ୍ୟ । ସେହି ପରି ଓଡିଆ ଭାଷା ସାହିତ୍ୟକୁ ବଞ୍ଚାଇ ରଖିବା ଆମ୍ଭମାନଙ୍କର ଗୁରୁ ଦାୟିତ୍ଵ ।

11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?
ଉ. ସୁଖକର ଅନୁଭୂତି ମୋତେ ସେତେବେଳେ ହୁଏ ଯେତେବେଳେ ମୋର କୌଣସି ଲେଖା ମୋତେ ଅଧିକ ଭଲ ଲାଗେ । ଆଉ ମୁଁ ବାରମ୍ବାର ପଢ଼େ । ଯେତେ ଥର ପଢିଲେ ବି ମୁଁ ବିଶ୍ଵାସ କରିପାରେନି କି ସେଇଟା ମୋ ଭାବନାରୁ ଉଦୃତ ।

12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।
ଉ. ଓଡିଆ ସାହିତ୍ୟର ପ୍ରାଚୀନତା ଏତେ ସୁଦୃଢ଼ ଯେ, ତାହା ଜଗତୀକରଣ ଓ ବିଶ୍ୱାୟନ ପ୍ରକ୍ରିୟାରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିନେଇଛି ।  ଓଡିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ଅକ୍ଷୁଣ୍ଣ ତାହା କେବେ ନିମ୍ନଗାମୀ ହେବ ନାହିଁ । ମୋ ଓଡିଆ ଭାଷାର ସାହିତ୍ୟିକ ପ୍ରେମୀ ଏତେ ଅଧିକ ଆଉ ସାହିତ୍ୟର ବିକାଶ ପାଇଁ ଏତେ ଚିନ୍ତାମଗ୍ନ ଯେ,  ଓଡିଆ ସାହିତ୍ୟକୁ ଆଧୁନିକତା ପ୍ରକ୍ରିୟାରେ ବିକଶିତ କରିବା ପାଇଁ ସଦା ତତ୍ପର ।

13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?
ଉ.         ଆଜିର ଓଡିଆ କ୍ଷୁଦ୍ରଗଳ୍ପକୁ ପଢିବା ପାଇଁ ଅନେକ ଆଧୁନିକ ମାଧ୍ୟମ ରହିଛି।  କ୍ଷୁଦ୍ରଗଳ୍ପ ପ୍ରେମୀ ପାଠକ ମାନେ ଅତି ସରଳ ଭାବରେ ବିନା ମୂଲ୍ୟ ଦେଇ ଅନେକ ଗଳ୍ପାଦି ପଢ଼ିପାରୁଛନ୍ତି  । ବର୍ତ୍ତମାନ ସମୟରେ କ୍ଷୁଦ୍ରଗଳ୍ପ ସ୍ବତନ୍ତ୍ର ଲୋକପ୍ରିୟତା ହାସଲ କରିପାରିଛି ।

14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି  ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।
ଉ.         ସାହିତ୍ୟିକମାନଙ୍କର ସମାଜ ପ୍ରତି ଅଙ୍ଗୀକାରରବଦ୍ଧତା ରହିବା ଉଚିତ୍ କାରଣ  , ଉଭୟ ସାହିତ୍ୟ ଓ ସମାଜ ପରିପୂରକ ଅଟନ୍ତି । ସମାଜର ସଂସ୍କାର ,ପରମ୍ପରା ,ଚିନ୍ତାଧାରା ଓ ସେହି ସମୟର ଓଡିଆ ଭାଷାର ଦୃଢ଼ତା,  ସମୟକ୍ରମେ ଭାଷାସାହିତ୍ୟ ଦ୍ଵାରା  ସାଇତା ହୋଇ ରହିଥାଏ ।  ଯାହାକି ଏ ସବୁ ସାହିତ୍ୟିକମାନଙ୍କ ଦ୍ଵାରା ସମ୍ଭବ ହୋଇଥାଏ ।

15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି  ସେତେ ଭଲ ହୋଇପାରିନି,  ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?
ଉ.          କବିତାଟି ପାଠକଙ୍କ ପାଇଁ ଭଲ ଓ ସୁଖଦାୟକ ନ ହୋଇଥିଲେ ।  ମନରେ ଗୋଟେ ସୁନ୍ଦର୍ ଇଚ୍ଛା ଜାଗ୍ରତ ହୋଇଥାଏ । ଯେଉଁ ଇଚ୍ଛାଟି କି , ଅଧିକରୁ ଅଧିକ ମୋ କବିତାକୁ ପରିମାର୍ଜିତ କରିବି ।  ପୁନଃ ଖୁବ୍ ସୁନ୍ଦର୍ ଭାବରେ ବର୍ଣ୍ଣନା କରି ପାଠକଙ୍କୁ ଖୁସି ଦବାରେ । ଯାହା ମୋର ମଧ୍ୟ ଖୁସି ଏବଂ ସଫଳତାର ଚାବି କାଠି। 

16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ଉ.      ହଁ ଠିକ୍ , କାରଣ କବିତ୍ୱର ଭାବ କେବେ ବି ଜାଗ୍ରତ ହୋଇପାରେ । ଏହାର କୌଣସି ନିର୍ଦ୍ଧିଷ୍ଟ ବୟସ ସୀମା ନଥାଏ । ଅନୁଭବ ଓ ଅନୁଭୂତି ପରି ମୂଳ ସମ୍ଭଳ ରହିଲେ,  ଲେଖିବାର କଳା ଓ କୌଶଳ ଆପେ ଉନ୍ମୋଚନ ହୋଇଯାଏ ।  ଏହା ଇଶ୍ଵରଙ୍କ ଦାନ। ଏହା କେବେ ବି ପ୍ରତିଫଳିତ ହୋଇଥାଏ ।

17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
ଉ.        ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ହେଉଛି ଖୁବ୍ ସୁଖଦାୟକ ଅନୁଭଵ ।  ଏମିତି ସୁବର୍ଣ୍ଣ ସୁଯୋଗ ଦେୟ ହେତୁ ମୁଁ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ତଥା ସଂଘଠନର ସମସ୍ତ ସଦସ୍ୟମାନଙ୍କ ପାଖରେ ଚିର କୃତଜ୍ଞ ।  ଏମିତି ଏକ ସୁନ୍ଦର୍ ପ୍ରକ୍ରିୟାର ଆରମ୍ଭ କରି , ଆମ୍ଭମାନଙ୍କୁ ବିଶ୍ଵ ଦରବାରରେ ନିଜସ୍ଵ ମତ ରଖିବା ପାଇଁ ସୁଯୋଗ ପ୍ରଦାନ କରିଥିବାରୁ ମୁଁ ହୃଦୟରୁ ଅସୀମ ଧନ୍ୟବାଦ୍ ଜଣାଉଛି।  ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚରଣରେ ମୋର ଏତିକି ପ୍ରାର୍ଥନା ରହିବ , ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ସଦାସର୍ବଦା ଉନ୍ନତି ହେବା ସହିତ ଏହି ପ୍ରତିଷ୍ଠାନ ଶିଖରରେ ପହଞ୍ଚୁ  ଏବଂ ଲୋକପ୍ରିୟତା ହାସଲ କରୁ ।  ଜୟ ଜଗନ୍ନାଥ ।
18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?
ଉ.       ଏହା ବିଶ୍ଵ ସ୍ତରୀୟ ସାହିତ୍ୟ ପ୍ରତିଷ୍ଠାନ,  ତଦ୍ୱାରା ଏହା ଏକ ସୁନ୍ଦର୍,ସୁସ୍ଥ ପରିବେଶର ପ୍ରତିଷ୍ଠାନ । ପ୍ରତ୍ୟେକ ସଦସ୍ୟ ଖୁବ୍ ଉତ୍ସାହପୂର୍ଣ୍ଣ ଭାବରେ ଉଭୟ ଉଭୟଙ୍କୁ ପ୍ରୋତ୍ସାହନ କରିବା ଏବଂ ନିଃସ୍ୱାର୍ଥତାର ସୁନ୍ଦର୍ ଭାବନା ବହନ କରିଥିବା ହେତୁ ।  ସମ୍ମାନ ମିଳିବା ସହିତ , ଅନ୍ୟାନ୍ୟ ଶ୍ରେଷ୍ଠ ଲେଖକଙ୍କ ସହିତ ସଂଯୋଗ ହୋଇପାରିଛି ।

19.ସୂର୍ଯ୍ୟୋଦୟ  ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?
ଉ.         ସାହିତ୍ୟ ମୋ ଜୀଵନର ଗୋଟେ ସୁନ୍ଦର୍ ବାସ୍ତବତା । ଯାହା ମୋତେ କେବେ ମଧ୍ୟ କଷ୍ଟ ଦେଇନି ।  ଆତ୍ମା ତୃପ୍ତି କଲା ପରି ଈଶ୍ଵରଙ୍କ ଅମୂଲ୍ୟ ଦାନ ।  ମୋର ବନ୍ଧୁ ”  ରଶ୍ମୀ ରଞ୍ଜନ ସାହୁ ” ଙ୍କ ଦ୍ଵାରା ମୁଁ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ମୁଖ ପୁସ୍ତିକାରେ ଯୋଗଦାନ କରିଥଲି । ଏହା ମୋର ସୁନ୍ଦର୍ ଅନୁଭୂତି ।

20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।
ଉ.             ସାହିତ୍ୟ ମୋ ଜୀବନର ଏକ ଗୁରୁତତ୍ୱପୂର୍ଣ ଅଂଶ ଅଟେ । ଖୁବ୍ ସୁନ୍ଦର ମନୋଭାବ ପୋଷଣ କରିଛି ସାହିତ୍ୟକୁ ନେଇ ।  ସୂର୍ଯ୍ୟୋଦୟ ବିଶେଷ ଲେଖକଙ୍କୁ ବିଶେଷ ସ୍ଥାନର ଅଧିକାରୀ କରୁ ଏହା ମୋର ଆନ୍ତରିକ ଇଚ୍ଛା ।

ସ୍ନେହର ସୁମିତ୍ରା!
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।

ଅଭିନନ୍ଦନ ସହିତ

ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ

Loading

8 thoughts on “Lets talk with young laureate Sumitra Nayak, hails from Silver city Cuttack, district of Odisha for SLF Literary Youth Icon Award contest-. 2023

  1. ଖୁବ୍ ଉଚ୍ଚକୋଟିର ମତାମତ ଆପଣଙ୍କର ।”ପରମ୍ପରା ଓ ସଂସ୍କୃତିରକୁ ବଞ୍ଚେଇ ରଖିବା ଯେମିତି ଆମର ଶ୍ରେଷ୍ଠ କର୍ତ୍ତବ୍ୟ,ସେହିପରି ଓଡିଆ ଭାଷା ସାହିତ୍ୟକୁ ବଞ୍ଚାଇ ରଖିବା ଆମ୍ଭମାନଙ୍କର ଗୁରୁ ଦାୟିତ୍ଵ।”ଏହି ଉକ୍ତି ମାଧ୍ୟମରେ ଆମ ଦାୟୀତ୍ବ କୁ ପୁଣି ଅବଗତ କରାଇଦେଇ ଥିବାରୁ ଧନ୍ୟବାଦ୍।ସାହିତ୍ୟକୁ ନେଇ ଆପଣଙ୍କ ଆଶା ପୂରଣ ହେଉ ଏହାହିଁ ପ୍ରଭୁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା।

  2. ସତରେ ବହୁତ ସୁନ୍ଦର ହେଇଛି ପଢିବାକୁ ବି ବହୁତ ଭଲ ଲାଗୁଛି ସତରେ ବହୁତ ସୁନ୍ଦର tama ଲେଖା

  3. Sanga aithi tate dekhiki bahut khusi laguchhi God nku pray karuchhi aahuri aagaku jaa samastanka valpaiba milu tate

Leave a Reply

Your email address will not be published. Required fields are marked *