March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*Lets talk with young, aspiring ink slinger and tele teller Pramiumita Jana ,hails from lord JagannathDham Puri for SLF Literary Youth Icon Award contest-. 2022*

*Lets talk with young, aspiring ink slinger and tele teller Pramiumita Jana ,hails from lord JagannathDham Puri for SLF Literary Youth Icon Award contest-. 2022*

ନାମ – ପ୍ରମିଉମିତା ଜାନା
ପିତାଙ୍କ ନାମ– ମିଲନ ଜାନା
ମାତାଙ୍କ ନାମ- ଲକ୍ଷ୍ମୀ ଜାନା
ଜନ୍ମ ତାରିଖ-୦୯/୦୬/୧୯୯୭
ଘର ଠିକଣା– ବ୍ରାହ୍ମଣ ପୋଖରୀ, ବାଲିଘାଟ, ପୁରୀ-୭୫୨୦୦୨
ଶିକ୍ଷାଗତ ଯୋଗ୍ୟତା– ଓଡିଆ ସ୍ନାତକୋତ୍ତର
ଇ-ମେଇଲ୍ ଠିକଣା

[email protected]

Facebook/ ମୁଖ ପୁସ୍ତିକା-:
https://www.facebook.com/pramiumita.jana.33

ହେ ଯଶଶ୍ୱିନୀ ପ୍ରମିଉମିତା!

୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।

+୨ ରେ ପଢୁଥିବା ବେଳେ ମୋର ସାହିତ୍ୟ ବହିରେ ବିଶ୍ବନାଥ କରଙ୍କ ଏକ ପ୍ରବନ୍ଧ‘ଅନନ୍ତ ପ୍ରେମ’ ପଢ଼ି ମୁଁ ଗଭୀର ଭାବେ ପ୍ରଭାବିତ ହୋଇ ମୋ ମନର ଅକୁହା କଥା ଉତାରିବା ପାଇଁ ବେଶ୍ ଆଗ୍ରହୀ ହୋଇପଡ଼ିଲି,ସେଇ ଦିନ ଠାରୁ ମୋ କଲମ ମୁନ ଧୀରେ ଧୀରେ ଚାଲିଛି, ମୁଁ ସେହି କଲମ ମୁନ ସାଥେ ଧୀର ଗତିରେ ପାଦ ଥାପି ଥାପି ଆଗକୁ ବଢାଇବାର ଚେଷ୍ଟା କରିଚାଲିଛି ଅବାରିତ।

୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?

ପାଠ ପଢ଼ା ମୋର ଶରୀର ହେଲେ, ଲେଖିବା ମୋର ଆତ୍ମା। ଶରୀର ଆତ୍ମା ବିନା ଯେପରି ଅସମ୍ଭବ,ଠିକ୍ ସେମିତି ଭାବେ ମୋ ଜୀବନରେ ପାଠ ପଢ଼ା ସମେତ ଲେଖା ଲେଖି କ୍ଷେତ୍ରରେ ମନକୁ ଏକତ୍ର କରି ରଖିଛି।

୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।

ଲେଖା ଲେଖି କରିବା ପାଇଁ ବହୁ ଦିନ ଆଗରୁ ଆରମ୍ଭ କରିଥିଲି ସତ କିନ୍ତୁ ଯଥାର୍ଥ ମାର୍ଗ ମୋତେ ଦେଖାଏ ମୋ ବନ୍ଧୁ।ତା ସହିତ କଲେଜରେ ଅଧ୍ୟୟନ ରତ ଥିବା ସମୟରେ ଦେଖା ହୁଏ,ସେ ମଧ୍ୟ ଗଳ୍ପ କବିତା ଲେଖାରେ ବେଶ ଆଗ୍ରହୀ।ମୋର ସମସ୍ତ କବିତା ପଢ଼େ ଏବଂ ତ୍ରୁଟିହୀନ କରେ, ଗଳ୍ପ ଲେଖିବାର ପାଇଁ ମୋତେ ସବୁଠୁ ଅଧିକ ପ୍ରେରଣା ମୋ ବନ୍ଧୁ ନିକଟରୁ ପାଇଛି ଓ ଆଜି ବି ଲେଖୁଛି।

୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ?

ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?
ପ୍ରଥମେ ଚୟନିତ ବିଷୟବସ୍ତୁକୁ ସଠିକ୍ ରୂପ ଦେବା ସହିତ ଶବ୍ଦ, ଭାବ, ଭାଷା ଯେପରି ବିଷୟ ସଙ୍ଗେ ସୂଚାରୁରୂପେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇ ସମ୍ପୂର୍ଣ୍ଣ ତ୍ରୁଟିହୀନ ଭାବରେ ପ୍ରକାଶ କରି ପାରିବି ସେ ଦିଗ ପ୍ରତି ବିଶେଷ ଧ୍ୟାନ ଦେଇଥାଏ। ଲେଖି ସାରିବା ପରେ ମନରେ ଇଚ୍ଛା ହୁଏ ଯେ ମୋର ସର୍ଜନା ସମସ୍ତ ପାଠକଙ୍କ ହୃଦୟରେ ଗଭୀର ଛାପ ପକାଇ ପାରିବାରେ ସଫଳ ହେଉ।

୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?

ଜଣେ ଲେଖକ ବା ଲେଖିକା ନିଜ ଲେଖା ମାଧ୍ୟମରେ ସମାଜରେ ବିରାଟ ପରିବର୍ତ୍ତନ ଆଣିପାରିବ। ନିଜର ଦକ୍ଷତା ଦ୍ଵାରା ବିପଥଗାମୀ ମନୁଷ୍ୟଙ୍କୁ ସୁଗମ ପଥ ଦେଖାଇ ପାରିବ। ଏଥିପାଇଁ ନିଜର ଅନୁଭୂତି ଓ ଦକ୍ଷତା ବୃଦ୍ଧି କରି ନମ୍ରତା ଭାବ ପୂର୍ଣ୍ଣ ରଖିବା ଆବଶ୍ୟକ।

୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।

ହଁ, ସାଧାରଣତଃ ଅନୁଭବ, ଅନୁଭୂତି, ପୁସ୍ତକ ପଠନରୁ ନୂତନ ସୃଜନର ଉପାଦାନ ମିଳିଥାଏ। କିଛି ଅକ୍ଷର ଶିକ୍ଷା ଲାଭ ପରେ ଯେତେବେଳେ ସେହି ଅକ୍ଷର ସବୁକୁ ସଂଯୋଗ କରି ବହୁତ କିଛି ଲେଖିବାର ଇଚ୍ଛା ଯେମିତି ମନ ଭିତରେ କୁହୁଳି ଉଠେ।ଅନୁଭବ,ଅନୁଭୂତି ନୂତନ ଭାବନା ଚିନ୍ତନର ମଞ୍ଜି ସଦୃଶ।

୭ – ତୁମର ପ୍ରିୟ କବି/ଲେଖକ/ଗାଳ୍ପିକ କିଏ ? ସେ କ’ଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି ..?
ଗୋପୀନାଥ ମହାନ୍ତି,ପଦ୍ମଶ୍ରୀ ପ୍ରତିଭା ରାୟ । ଡଃ. ପ୍ରତିଭା ରାୟ ଏବେ ବି ଧରାପୃଷ୍ଠକୁ ପବିତ୍ର କରୁଛନ୍ତି ନିଜର ପ୍ରତିଭା ବଳରେ।
୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ ।
ଗୋପୀନାଥ ମହାନ୍ତି ଙ୍କ: ଅମୃତର ସନ୍ତାନ, ହରିଜନ,
ମାଟିମଟାଳ,ଶିବଭାଇ,ଶରତ ବାବୁଙ୍କ ଗଳି,ପରଜା।
ଡଃ.ପ୍ରତିଭା ରାୟଙ୍କ: ବର୍ଷା ବସନ୍ତ ବୈଶାଖ, ପୂଣ୍ୟତୋୟା,ମଗ୍ନମାଟି,ମହାମୋହ,ଯାଜ୍ଞସେନୀ,ଶିଳାପଦ୍ମ,ଆଦିଭୂମି।
୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..?

ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।
ମୋର ଏଇ ଯାତ୍ରା ପଥକୁ ମୋ ପରିବାର ଓ ବନ୍ଧୁ ମାନଙ୍କ ଉତ୍ସାହରେ ହିଁ ସୁଗମ କରିତୋଳିଛି।
୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?
ନକରାତ୍ମକ ଚିନ୍ତାଧାରାର ପ୍ରଭାବ ସବୁଠାରୁ କଷ୍ଟକର ବ୍ୟାପାର ବୋଲି ମୁଁ ଭାବେ।
୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?
ବାସ୍ତବରେ କବିତା ଲେଖାରୁ ମୋର ଏଇ ଯାତ୍ରା ଆରମ୍ଭ ହୋଇଥିଲା ତଥାପି ମୁଁ ବର୍ତ୍ତମାନ ଗଳ୍ପ, ପ୍ରବନ୍ଧ ଲେଖାଲେଖିରେ ମନ ବଳାଇଛି।
୧୨ – ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ ।
କିମ୍ବା
ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।
ସମାଜରେ ଏମିତି କିଛି ଅବହେଳିତ ଅବସ୍ଥା ରହିଛି ଯାହା ସମସ୍ତଙ୍କ ଚକ୍ଷୁରେ ପଢୁଥିଲେ ମଧ୍ୟ ଗୁରୁତ୍ୱ ଦେବା ପାଇଁ ତାକୁ ସୁଧାରିବା ପାଇଁ ସମୟ ନାହିଁ କାହା ନିକଟରେ।ମୋର ଚେଷ୍ଟା ରହିଛି ମୋ ସର୍ଜନା ମାଧ୍ୟମରେ ସେ ସମସ୍ତ ବିଷୟବସ୍ତୁକୁ ଉପସ୍ଥାପିତ କରି ସୁଦୃଢ ପଥ ନିର୍ମାଣ କରିବାର ପ୍ରୟାସ।

୧୩ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?

ଯୁବ ପ୍ରତିଭା ମାନଂକୁ ପ୍ରୋତ୍ସାହିତ କରିବା ପାଇଁ ଯେଉଁ ସବୁ ପନ୍ଥା ଅବଲମ୍ବନ କରାଯାଇଛି ସେ ସମସ୍ତ ମୋତେ ବେଶ୍ ପ୍ରଭାବିତ କରେ।

୧୪ – ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..? ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…!

ନିଶ୍ଚିତ ଅବଗତ, ସୂର୍ଯ୍ୟୋଦୟ ପରିବାର ଯେଉଁ ଲକ୍ଷ୍ୟ ରଖି ଅବହେଳିତ ହୋଇ ରହୁଥିବା ଯୁବ ପ୍ରତିଭା ମାନଂକୁ ଆଗେଇ ନେବାର ପ୍ରୟାସ ବାସ୍ତବିକ ସ୍ବତନ୍ତ୍ର ପ୍ରୟାସ।

୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?
କୈାଣସି ଅଭିଯୋଗ ଅବା ପରାମର୍ଶ ଦେବା ପାଇଁ ଆବଶ୍ୟକ ହିଁ ନାହିଁ।

୧୬- ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ

ଜୀବନ ରୂପକ ନାବରେ ସାହିତ୍ୟ
ଧରିଛୁ ମଙ୍ଗ ଆମ୍ଭର
ଚିତ୍ର ବିଚିତ୍ର ବର୍ଣ୍ଣ ସାହାଯ୍ୟରେ
ରଖିଛୁ ମାନ ଜଗତ ଜନର।
ଜୀବନ ଜୀଇଁବା ନୁହେଁ ସହଜ
ସାହିତ୍ୟ ନ ଥିଲେ ସାଥିରେ
ଦେହର ଛାଇ ହୋଇ ରହୁ ଜୀବନ କାଳ
ତୁ ପରା ମୋର ପରାଣ ଅଟୁରେ।

୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?

ସାହିତ୍ୟ ହିଁ ଏକମାତ୍ର ସଠିକ୍ ପଥ ଯାହା ମାଧ୍ୟମରେ ସମାଜର ମଙ୍ଗଳ ନିର୍ଦ୍ବନ୍ଦ୍ବରେ କରିହେବ। ସାମାଜିକ, ସାଂସ୍କୃତିକ, ଆଧ୍ୟାତ୍ମିକ , ରାଜନୈତିକ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆବଶ୍ୟକ ରହିଛି। ସାହିତ୍ୟ ସାଧନାରେ ବ୍ରତୀ ରହି ମୁଁ ସେ ସମସ୍ତ ଦିଗରୁ ଯଥାର୍ଥ ମଙ୍ଗଳ ସାଧନା କରିବା ପାଇଁ ଚେଷ୍ଟା କରିବି।

୧୮ – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?
ଅତ୍ୟନ୍ତ ଆବଶ୍ୟକ। ସାହିତ୍ୟ ସର୍ଜନାର ପଥ ବେଶ୍ ସରଳ ତଥାପି ସେ ଦିଗରେ ଅତିକ୍ରମ କରିବା ଅନ୍ୟମାନଙ୍କର ପ୍ରୋତ୍ସାହନ ନିତାନ୍ତ ଜରୁରୀ। ପ୍ରୋତ୍ସାହନ ଦ୍ଵାରା ନିଜ ଦକ୍ଷତା ଉପରେ ନିଜର କୈାଣସି ପ୍ରଶ୍ନବାଚୀ ରୁହେ ନାହିଁ। ଗୋଟିଏ ଶିଶୁ ର ଉତ୍ତମ ଚରିତ୍ର ଗଠନ ପାଇଁ ପିତା,ମାତା,ଗୁରୁଙ୍କ ଶିକ୍ଷା ଯେପରି ଅପରିହାର୍ଯ୍ୟ। ସାହିତ୍ୟ ସର୍ଜନା ପାଇଁ ପ୍ରୋତ୍ସାହନ ଠିକ୍ ସେମିତି।

୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ।
ନିଶ୍ଚିତ ଭାବେ ପ୍ରଭାବିତ ହୁଏ, ପୁରସ୍କୃତ କରିବା ଅର୍ଥାତ୍ ପ୍ରତିଭାକୁ ପ୍ରୋତ୍ସାହିତ କରିବା।ଯୋଗ୍ୟ ପ୍ରତିଭାବାନ ବ୍ୟକ୍ତି ଯେତେବେଳେ ପୁରସ୍କାର ରୁ ବଞ୍ଚିତା ହୁଏ ସେ ମନେ ମନେ ସ୍ୱୀକାର କରିନିଏ ଯେ ତା’ର ଲିଖିତ ସର୍ଜନାରେ ଆହୁରି କିଛି ଅଭାବ ରହିଛି, ସେ ଲାଗିପଡେ ନିଜର ସର୍ଜନାକୁ ଆହୁରି ସୁମଧୁର କରିବା ଆଶାରେ ଏବଂ ଶେଷରେ ସେ କରେ ମଧ୍ୟ। ଏହି ପୁରସ୍କାର କେତେବେଳେ ସକରାତ୍ମକ ଆଉ କେତେବେଳେ ନକରାତ୍ମକ ପ୍ରଭାବ ପକାଇଥାଏ। ଗୋଟିଏ ପ୍ରତିଭାବାନ ବ୍ୟକ୍ତିଙ୍କୁ କେବଳ ହୃଦୟ କୋଣରୁ ଝରି ଆସୁଥିବା କରତାଳି ହିଁ ଆବଶ୍ୟକ। ସେହି କରତାଳି ରୁ ହିଁ ସାଉଁଟି ନିଏ ଅନେକ ଗର୍ବ ଓ ଗୌରବର ମୁକୁଟ।

୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।

ଏପରି ଏକ ମଞ୍ଚରେ ନିଜର କ୍ଷୁଦ୍ର ପ୍ରତିଭା ପରିବେଷଣ ପାଇଁ ସୁଯୋଗ ପ୍ରଦାନ କରି ମୋତେ ଚିର ଉପକୃତ କରି ତୋଳିଛନ୍ତି।ମୋର ଖୁସି କୁ ବ୍ୟକ୍ତ କରିବାକୁ ଚାହୁଁଛି ଅଥଚ ଶବ୍ଦ ସବୁ ଅଭାବ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ସମ୍ପର୍କରେ କିଛି କହିବା ନିମନ୍ତେ।

ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର

Loading

14 thoughts on “*Lets talk with young, aspiring ink slinger and tele teller Pramiumita Jana ,hails from lord JagannathDham Puri for SLF Literary Youth Icon Award contest-. 2022*

  1. ବାସ୍ତବତା ଉପରେ ଅଧିକ କଳ୍ପନା କରି ଲେଖିବା ଜାରି ରହୁ, ଲେଖା ଅତି ସୁନ୍ଦର ଆଉ ହୃଦୟ ଜିଣିବା ନିମନ୍ତେ ଉଦ୍ଦିଷ୍ଟ।ନୂତନ ସକାଳ ର ସୂର୍ଯ୍ୟ ପ୍ରଭାରେ ଉଦ୍ଭାଷିତ ହେଉ ତୁମ ପ୍ରତିଭା।ଅନେକ ଶୁଭେଚ୍ଛା ଓ ଅସୁମାରୀ ଶୁଭକାମନା…

  2. Pramiumita tuma prativa ra basna sara odisha re mahaki uthu..odia sahitya rajya re tume eka nutana tarunya ra swara……

  3. You are such a beautiful and naturalistic writer. Keep writing always and go ahead & touch the heaven. My best wishes ……….

  4. ଅତି ସୁନ୍ଦର ଭାବେ ତୁମେ ସମସ୍ତ ପ୍ରଶ୍ନର ଉତ୍ତର ରଖିଛ । କହିବାକୁ ଗଲେ ଆମ ସୁର ରାଉତରାୟଙ୍କ ଭାଷାରେ ଚମତ୍କାର । ସତରେ ବହୁତ ଖୁସି ଆଉ ଗର୍ବିତ ମୁଁ ତୁମପରି ଜଣେ ସାଙ୍ଗ ପାଇଛି ।
    ତୁମକୁ ଅନେକ ଅନେକ ଶୁଭେଚ୍ଛା

    ..ଏମିତି ଆଗକୁ ଆଗକୁ ମାଡ଼ିଚାଲ..

  5. Wish you all the best sister…..Keep this work go on … and spread the goodness in the world….

    You deserve a lot

  6. All the words and way of deliberation towards the Odia Literature is eminent which feel proud to being brother of you . Keep up dear Sister all the best wishes for you forever .

    You would be the chronicle Odia Literature with Golden Letter

  7. All the words and way of deliberation towards the Odia Literature is eminent which feel proud to being brother of you . Keep up dear Sister all the best wishes for you forever .

    You would be the chronicle of history Odia Literature.

  8. ନୂତନ ସୂର୍ଯ୍ୟୋଦୟ ର ବିଛୁରିତ ଉଜ୍ବଳ କିରଣ ପରି ଖୁବ୍ ଉଚ୍ଚ କୋଟୀର ଭାବନା ସହିତ ଛୋଟ ଛୋଟ ଶବ୍ଦର ବିନ୍ୟାସ ରେ ତୁମେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ସୁଚାରୁରୂପେ ବ୍ୟକ୍ତ କରିଛ। ଯେମିତି କି ଆତ୍ମା ବିନା ଶରିର ମୂଲ୍ୟହୀନ ସେମିତି ଲେଖା ବିନା ସମାଜ ର ଦର୍ପଣ ସଦୃଶ ସାହିତ୍ୟ ସର୍ଜନାକରିବା ଅସମ୍ଭବ। ଆଜି ବହୁତ ଖୁସି ଲାଗୁଚି ସୂର୍ଯ୍ୟୋଦୟ ସାହିତ୍ୟ ପତ୍ରିକାର ତମେ ମନୋନୀତ ହୋଇଥିବାରୁ। ଆଗରୁ ତୁମ ହାତଲେଖା ଅନେକ କବିତା, କ୍ଷୁଦ୍ର ଗଳ୍ପ ପଢିଚି।ତୁମର ପ୍ରତ୍ୟେକ ଟି ଲେଖାରେ ଏକ ସକରାତ୍ମକ ପ୍ରେରଣା ର ଉତ୍ସ ସଦା ପ୍ରସ୍ପୁଟିତ ହେଉଅଛି। ଆଶା କରୁଛି ତୁମର ଲେଖା ଜାରି ରହୁ ଏବଂ ତୁମେ ତୁମ ଲେଖା ମାଧ୍ୟମରେ ସାହିତ୍ୟ ଜଗତକୁ ଏକ ନୂତନ ବାର୍ତ୍ତା ଦେବାର ଯେଉଁ ସାଧନା ଜାରି ରଖିଛ ତାହା ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ସୁଚାରୁରୂପେ ଲେଖା ମାଧ୍ୟମରେ ଶୀର୍ଷକ ହେଉ।

    ହୃଦୟ ରୁ ଅନେକ ଶୁଭେଚ୍ଛା ଓ ଶୁଭକାମନା ପ୍ରମିଉମିତା(ସୁଆନାକି)♥️

Leave a Reply

Your email address will not be published. Required fields are marked *