*Lets talk with young and aspiring ink slinger Soumya Priyadarshini ,hails from Jagatsinghpur for SLF Literary Youth Icon Award contest-. 2022*
ନାମ – ସୁଶ୍ରୀ ସୌମ୍ୟା ପ୍ରିୟଦର୍ଶିନୀ
ପିତାଙ୍କ ନାମ – ଶ୍ରୀ ପ୍ରତୀଶ କୁମାର ସାହୁ
ମାତାଙ୍କ ନାମ – ଶ୍ରୀମତୀ ଶାନ୍ତି ଲତା ସାହୁ
ଜନ୍ମ ତାରିଖ – ୨୮ /୦୭/୨୦୦୩
ଘର ଠିକଣା – ତିର୍ତ୍ତୋଲ, ଜିଲ୍ଲା– ଜଗତସିଂପୁର
ଶିକ୍ଷାଗତ ଯୋଗ୍ୟତା – ଯୁକ୍ତ ତିନି କଳା, ( ଇତିହାସ ସମ୍ମାନ )
ଇ-ମେଇଲ୍ ଠିକଣା – priyadarshinisoumya169@gmail.com
ଫେସବୂକ/ମୁଖପୁସ୍ତିକା-:
https://www.facebook.com/aditipriyadarshini.mauni.5
Yourquote ଲିଙ୍କ-
https://www.yourquote.in/priyadarshinisoumya169
ହେ ଯଶଶ୍ୱିନୀ ସୌମ୍ୟା!
୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।
ଉ- ସଭାସମିତି ମାନଙ୍କରେ ମୁଁ ଦେଖେ ଲେଖିକା,ସାହିତ୍ୟକା ମାନେ ଅତିଥି ରୂପେ ଯୋଗ ଦିଅନ୍ତି ,ସେମାନଙ୍କ ଉପସ୍ଥାପନା ଶୈଳୀ ଖୁବ୍ ମନଛୁଆଁ ହୋଇଥାଏ ।ସେଥିପାଇଁ ମୁଁ ଚାହିଁଲି ଯେ ମୁଁ ସାହିତ୍ୟକା ହିସାବରେ ମୁଁ କିଛି ନୂତନ ସୃଷ୍ଟି କରିବି। ଯେହେତୁ ଶବ୍ଦ ମାନଙ୍କ ପ୍ରତି ପୂର୍ବରୁ ଦୁର୍ବଳତା ଥିଲା, ତେଣୁ ଶବ୍ଦ ସବୁ ସାଉଁଟି କବିତାର ରୂପ ଦିଏ।
୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ଉ- ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। କବିତା ,ଗଳ୍ପ ପାଇଁ ମୁଁ ନିର୍ଦ୍ଦିଷ୍ଟ ସମୟ ବାହାର କରି ଲେଖିନି । ସାହିତ୍ୟ ମଧ୍ୟ ପାଠ୍ୟକ୍ରମରେ ପରିଲକ୍ଷିତ ହୋଇଥାଏ ।ପ୍ରାକୃତିକ ମନୋରମ ଦୃଶ୍ୟ ଦେଖିବା ଓ କିଛି ଅନୁଭୂତିକୁ ସାଉଁଟି ତାହାକୁ କବିତାର ରୂପ ଦେବା ଏବଂ ଏହା ହିଁ ମୋ’ ଅନ୍ତର ଆତ୍ମାର ଲୁକ୍କାୟିତ ସ୍ୱର, ଯାହାକୁ ମୁଁ ସାହିତ୍ୟ ଦ୍ୱାରା ପରିବେଷଣ କରିଥାଏ।
୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।
ଉ- ଲେଖିବା ନିମନ୍ତେ କେହି ମୋତେ ସାହାଯ୍ୟ କରନ୍ତି ନାହିଁ। କିନ୍ତୁ ଏବେ ଏବେ ଅନେକ ଗୁରୁ ପ୍ରତିମ ଅଛନ୍ତି ଯେଉଁ ମାନେ ଭୁଲ ଠିକ୍ ସୂଚାଇ ମାର୍ଗଦର୍ଶନ ଦିଅନ୍ତି ।
୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ? ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?
ଉ- ମୁଁ ଲେଖା ଆରମ୍ଭ କରିବା ପୂର୍ବରୁ ୨ଟି କ୍ଷେତ୍ର ପ୍ରତି ଧ୍ୟାନ ଦିଏ। ଯଥା :-
୧ – ସମ୍ଭ୍ରାନ୍ତ ଶବ୍ଦ
୨ – ଦୃଷ୍ଟିକୋଣ
ଶବ୍ଦ ସମ୍ଭ୍ରାନ୍ତ ହେଲେ ପ୍ରତ୍ୟେକ ଲିଖିତ ଧାଡି ଗୁଡିକର କିଛି ମୂଲ୍ୟ ପରିଲକ୍ଷିତ ହୋଇଥାଏ। ଓ ସମାଜ କେଉଁ ଦୃଷ୍ଟିକୋଣରୁ ମୋ କବିତାକୁ ଗ୍ରହଣ କରୁଛି ଏଥିପ୍ରତି ଯଥେଷ୍ଟ ଧ୍ୟାନ ଦିଏ।
୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?
ଉ – ଜଣେ ଲେଖକା ରୂପେ ମୋ ଜୀବନର ସବୁଠୁ ବଡ଼ ଅନୁଭୂତି ରହିଛି ଯେ ସୂର୍ଯ୍ୟୋଦୟ ପରିବାର ର ସହ ସମ୍ପାଦିକା ମୋ ଲେଖା ପଢିଥିଲେ ଓ ଆଗକୁ ଯିବାକୁ ଉତ୍ସାହିତ କରିଥିଲେ ।ସୂର୍ଯ୍ୟୋଦୟ ପରିବାର ଦ୍ୱାରା ମୁଁ ସାହିତ୍ୟ ଜଗତରେ ପାଦ ଥାପି ପାରିଛି ତଥା ପରିଚୟ ସୃଷ୍ଟି କରିପାରିଛି
୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ଉ-ମୋ ମତରେ ଏହା ସମ୍ପୂର୍ଣ୍ଣ ରୂପେ ଠିକ୍। କାରଣ ସାହିତ୍ୟ ରଚନା କରିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଅନୁଭୂତି ଓ ଅଭିଜ୍ଞତା କୁ ପରିପ୍ରକାଶ କରିବା ନିମନ୍ତେ ଆମେ କଲମ ର ସାହାଯ୍ୟ ନେଇ ସୃଜନ ମନସ୍କ ହେଉ ଏବଂ ସୃଷ୍ଟି ଟିଏ ଗଢି ତୋଳୁ।
୭ – ତୁମର ପ୍ରିୟ କବି/ଲେଖକ/ଗାଳ୍ପିକ କିଏ ? ସେ କ’ଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି ..?
ଉ-ହଁ , ଅଛନ୍ତି ଏବଂ ସେମାନଙ୍କ ପ୍ରେରଣା ମତେ ଅନେକ କିଛି ଲେଖିବାକୁ ଉତ୍ସାହିତ କରେ। ମୁଁ ଗର୍ବରେ ସେମାନଙ୍କ ନାମ କୁ ଉଲ୍ଲେଖ କରିବି ।
୧- ମନୋଜ କୁମାର ପଣ୍ଡା
୨-ରାଇ ରଂଜନ ନନ୍ଦ
୩-ଜିତେନ୍ଦ୍ର ଗିରି
୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ ।
ଉ-ମୋ ପ୍ରିୟ ଲେଖକ ଓ ଲେଖିକା ହେଉଛନ୍ତି ପ୍ରତିଭା ରାୟ ଓ ତାଙ୍କ ଦ୍ବାରା ରଚିତ ପୁସ୍ତକ ଯାଜ୍ଞସେନୀ ,
ଅବଦୁଲ କଲାମ ଓ ତାଙ୍କ ଦ୍ବାରା ଲିଖିତ ପୁସ୍ତକ ଅଗ୍ନିର ଡେଣା ।
୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।
ଉ- ମୁଖ୍ୟତଃ ମୋ ଘରେ ମୋ ମାଆ ଓ ପରିବାର ବର୍ଗ ମୋତେ ଲେଖାଲେଖି ରେ ପ୍ରେରଣା ଦିଅନ୍ତି ଓ ସେମାନେ ଚାହାଁନ୍ତି ଆଧ୍ୟାତ୍ମିକ ,ପ୍ରାକୃତିକ ଦୃଶ୍ୟମାନଙ୍କୁ ସାହିତ୍ୟ ମାଧ୍ୟମରେ ଲୋକଲୋଚନକୁ ଆଣିବାକୁ ଏହି ସବୁ ସମ୍ବନ୍ଧରେ ଲେଖିବାକୁ କୁହନ୍ତି ।
୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?
ଉ- ଯେତେବେଳେ କୌଣସି ଭାବନା ମନ ର ଗଭୀରତମ କୋଣ ରେ ଉଙ୍କି ମାରେ ସେଇ ଭାବନା କୁ ଜୀବନ୍ତ କରିବା ନିମନ୍ତେ କବିତା ର ରୂପରେଖ ଦେଇ ସଜାଇବାକୁ ଯେଉଁ ଇଚ୍ଛା ଜାଗ୍ରତ ହୁଏ ଓ ତାହା ପରବର୍ତ୍ତୀ ସମୟରେ ସେହି ଭାବନା କୁ ପୂର୍ବ ପରି ଆଉ ଆସି ନଥାଏ। ଯାହାକୁ ମନେ ପକାଇ ପୁଣିଥରେ ଲେଖିବା କଷ୍ଟକର ହୋଇଥାଏ।
୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?
ଉ- ମୁଁ ମୁଖ୍ୟତଃ କବିତା, ଅଣୁଗଳ୍ପ, ଏକାଙ୍କିକା ଉପରେ ଲେଖାଲେଖି କରେ।
୧୨ – ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ ।
କିମ୍ବା
ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।
ଉ-ଆଜି ପର୍ଯ୍ୟନ୍ତ ମୋର କୌଣସି ପତ୍ରିକା ପ୍ରକାଶିତ ହୋଇନି। ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ ତେବେ ମୁଁ ନାରୀ ଙ୍କ ବିଷୟରେ ଉଲ୍ଲେଖ କରିବି।କାରଣ ତାହା ପାଠକ ମାନଙ୍କ ମନ ରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରିବ କାରଣ ନାରୀ ମାନେ ଆଜି ଯୁଗରେ କିପରି ନିର୍ଯ୍ୟାତିତ ,ଶୋଷିତ ହେଉଛନ୍ତି ତାହା ତାଙ୍କୁ କିଛି ମାତ୍ରାରେ ପ୍ରଭାବିତ କରିବ ବୋଲି ମୋର ଆଶା ଓ ବିଶ୍ୱାସ ।
୧୩ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?
ଉ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ ମତେ ଏହା ବହୁଳ ଭାବେ ପ୍ରଭାବିତ କରିଛି ଯେ ଏହା ଏକ ଅନୁଷ୍ଠାନ ଠାରୁ ଏକ ପରିବାର କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଠାରେ ବହୁତ ଲେଖକ ଲେଖିକା ଅଛନ୍ତି ,ହେଲେ ସମସ୍ତ ଭାଇଭଉଣୀ ହୋଇ ହିଂସା, ଘୃଣା,ଇର୍ଷା କୁ ଦୂରେଇ ସମସ୍ତଙ୍କୁ ସ୍ନେହ ର ଡୋରି ରେ ବାନ୍ଧି ହୋଇ ରହିଛନ୍ତି।
୧୪ – ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..? ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…!
ଉ- ଏହି ବିଷୟରେ ଅବଗତ ଅଛି। ଏହା ମୋ ଭାଗ୍ୟର କଥା ଯେ ସୂର୍ଯ୍ୟୋଦୟ ଭଳି ଏକ ସୁନ୍ଦର ଅନୁଷ୍ଠାନ ସହ ମୁ ସମ୍ପର୍କ ରେ ଅଛି।
୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?
ଉ- ମୋର କିଛି ଅଭିଯୋଗ ନାହିଁ ଏହି ପ୍ରତିଷ୍ଠାନ ପାଇଁ। ଏହି ଅନୁଷ୍ଠାନ ମୋ ପାଇଁ ମନ୍ଦିର ସ୍ୱରୂପ। ଏବଂ ଏକ ଅନୁରୋଧ ଯେ ଛୋଟ ଛୋଟ କୁନି ପ୍ରତିଭା, ଯେଉଁ ମାନେ ସାହିତ୍ୟ ପ୍ରତି ଇଚ୍ଛୁକ ତାଙ୍କୁ ପ୍ରତିବର୍ଷ ଏହି ଅନୁଷ୍ଠାନ କୁ ଆଣି ତାଙ୍କୁ ଆଶୀର୍ବାଦ କରିବା ସହ ତାଙ୍କୁ ପ୍ରେରଣା ଦେବା।
୧୬- ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ ।
ଉ- ମୋ ମତ ରେ ସାହିତ୍ୟ ହେଉଛି ସାଧନା ।
ସାହିତ୍ୟ.. ଭାଷା ଓ ଭାବନାର ସମନ୍ୱୟ
ସଭ୍ୟତା ଓ ସଂସ୍କୃତି ର ପରିଚୟ
ସୃଜନଶୀଳତା ର ଦୃଷ୍ଟାନ୍ତ
ଅତୀତ,ବର୍ତମାନ,ଭବିଷ୍ୟତର ଖୋଦିତ ଶିଳାଲେଖ।
ସଚେତନତା ଜାଗରଣ ତଥା ଉତଥାନର ଆହ୍ୱାନ ସାହିତ୍ୟ ।
୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?
ଉ-ମୁଁ ସାହିତ୍ୟ ସାଧନାରେ ବ୍ରତୀ ରଖି ନିଜର ଲେଖା ମାଧ୍ୟମରେ ସମାଜକୁ ପ୍ରେରଣା ଦେବାକୁ ଓ ପରିବର୍ତ୍ତନର ସ୍ୱର ଉତ୍ତୋଳନ କରି ପାରିବି।
୧୮ – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?
ଆବଶ୍ୟକ ନିଶ୍ଚିତ, କିନ୍ତୁ ତାହା କେବେ ସାହିତ୍ୟର ମାପକାଠି ନୁହଁ। ସୃଜନୀ ଆପଣଙ୍କୁ ପରିଚିତ କଲା ପରେ ଆପଣ ପୁରସ୍କାର ପାଆନ୍ତି, କିନ୍ତୁ ପୁରସ୍କାର ପାଇବା ନିମନ୍ତେ ସୃଜନୀ ସୃଷ୍ଟି କରିବା କେବେ ବି ଠିକ୍ ନୁହଁ , ଏହା ମୋ ବ୍ୟକ୍ତିଗତ ମତ
୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ ।
ଉ- ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରୁହନ୍ତି ତାଦ୍ୱାରା ତାର ସୃଷ୍ଟି
କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ ନାହିଁ।କାରଣ
କୌଣସି ପୁରସ୍କାର ରୁ ନିଜର ଅନ୍ତର୍ନିହିତ ପ୍ରତିଭା ପରିବେଷଣ ହୁଏ ନାହିଁ। ଫଳ କୁ ଅପେକ୍ଷା ନ କରି କର୍ମ କରି ଚାଲିବା ତାଦ୍ବାରା ସଠିକ୍ ସମୟରେ ସମ୍ମାନ ଆପେ ଆସି ପହଞ୍ଚିଯିବ।
୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
ଉ- ଏଥିପାଇଁ ମୁଁ ବହୁତ ଖୁସି ଅଛି। ଏହି ସୂର୍ଯ୍ୟୋଦୟ ଅନୁଷ୍ଠାନ ମାଧ୍ୟମରେ ମୁଁ ମୋ ଲୁକ୍କାୟିତ ପ୍ରତିଭା କୁ ଲୋକଲୋଚନକୁ ଆଣିବାକୁ ସକ୍ଷମ ହୋଇପାରିଛି। ସେଥିପାଇଁ ମୁଁ ଅନ୍ତର ରୁ ଧନ୍ୟବାଦ୍ ଜଣାଉଛି।
ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର
ନିଶ୍ଚୟ ନାରୀ ମାନଙ୍କ ନିମନ୍ତେ ତୁମ ହୃଦୟରେ ଲାଗିଥିବା ଵୀଜଟି ଦିନେ ନିଶ୍ଚୟ ମହାଦ୍ରୁମର ରୂପ ନେବ…
ସୁନ୍ଦର ଭାବରେ ସମସ୍ତ ଉତ୍ତର ରଖିଲ…
ଆନ୍ତରିକ ଶୁଭେଚ୍ଛା ♥️♥️
ଏମିତି ଆଗକୁ ବଢିଚାଲ ପ୍ରିୟ ଭଉଣୀ ❤
Outstanding By Soumya Priyadarsini
Congrats my lovely sister…. Keep it up… I know u will achieve a great success…. May god bless u..
Great work sister, go ahead.
God bless you….
କଥାରେ ଅଛି, ଠିକ୍ ଜିନିଷ ପାଖେ ଠିକ୍ ଜିନିଷ ରହିଲେ ଭଲ ଲାଗେ ଠିକ୍ ସେମିତି ହିଁ ଠିକ୍ ପ୍ରଶ୍ନ ପାଖେ ଠିକ୍ ଉତ୍ତର ଭାରି ଭଲ ଲାଗିଲା ❤️❤️❤️❤️।
Congratulations Dear❣️, keep touching with SLF it is just not a organization it is a flow to achieve the actual knowledge to ward literature……..❣️God bless you and always smile like an angel……
——Thank You—–
ବହୁତ ସୁନ୍ଦର ଉତ୍ତର ସବୁ
Congratulations
ବହୁତ ସୁନ୍ଦର ଦିଦି, ମୁଁ ଭଗବାନ ଙ୍କୁ ପାର୍ଥନା କରୁଛି ଆଗକୁ ଆଗକୁ ବଢିଚାଲ, ନିଜ ଜୀବନ ର ଲକ୍ଷ୍ୟ କୁ ପୂରଣ କର ❤️
It’s the beginning of a great journey.. far more to go.. may god bless you.. and have a enlightening literary journey ahead.. all the best dear sis..
ଶୁଭେଚ୍ଛା
ଖୁବ ଉଚ୍ଚକୋଟୀର ଭାବନା ସୁନ୍ଦର ସୁନ୍ଦର ଶବ୍ଦ କୁ ନେଇ ଉତ୍ତର ବାଢ଼ିଛ ତୁମେ ।ଚାଲ ଆଗକୁ ଚାଲ ଅଜସ୍ର ସ୍ନେହାଶିଷ ତୁମକୁ।
ଖୁବ୍ ସୁନ୍ଦର ଛୁଆ ଝିଅ ଏମିତି ହିଁ ଲେଖିଚାଲ ମାଆ ଶାରଳା ଆହୁରି ଏମିତି ତୁମ କଲମ ମୁନକୁ ଶକ୍ତ କରନ୍ତୁ ଆଉ ତୁମେ ଏମିତି ହିଁ ଲେଖି ଚାଲୁଥାଅ ଖୁବ୍ ସୁନ୍ଦର ଓ ଅଜସ୍ର ସେହ୍ନେ ଓ ଭଲପାଇବା ❣️❣️
ଖୁବ୍ ସୁନ୍ଦର ଉତ୍ତର ରଖିଲେ ଭଉଣୀ… ଆପଣ ଯେଉଁ କହିଲେ ଭବିଷ୍ୟତରେ ଯଦି ନାରୀ ଙ୍କ ବିଷୟରେ ଲେଖିବେ..ତାହା ମୋର ମନକୁ ଛୁଇଁଗଲା…
ଖୁବ୍ ସୁନ୍ଦର ଉତ୍ତର ପ୍ରଦାନ କରିଛ ଦିଦି । ଶୁଭେଚ୍ଛା ଓ ଅଭିନନ୍ଦନ ✨
ବହୁତ ସୁନ୍ଦର ଭାବରେ ପ୍ରଶ୍ନ ଗୁଡିକର ଉତ୍ତର ଦେଇଛ।ଭଗବାନ କରନ୍ତୁ ଏମିତି ନିଜ କଲମକୁ ଅସ୍ତ୍ର କରି ସାହିତ୍ୟ ଜଗତରେ ନିଜର ,ନିଜ ପରିବାର ଓ ଗୁରୁମାନଙ୍କ ନାମକୁ ଉଚ୍ଚ କର। ଭଗବାନ ତମର ମଙ୍ଗଳ କରନ୍ତୁ।
ସୁନ୍ଦର ଉତ୍ତର । ଶୁଭେଚ୍ଛା ସାନ ଭଉଣୀ ।