*Lets talk with young and dynamic ink slinger Deepika Perei ,hails from Kendujhar for SLF Literary Youth Icon Award contest-. 2022*
ନାମ – ଦୀପିକା ପେରେଇ
ପିତାଙ୍କ ନାମ– ଅଲେଖ ଚନ୍ଦ୍ର ପେରେଇ
ମାତାଙ୍କ ନାମ- ସୁମିତ୍ରା ପେରେଇ
ଜନ୍ମ ତାରିଖ- ୨୦/ ୦୬/୨୦୦୩
ଘର ଠିକଣା– ଜିଲ୍ଲା_ କେନ୍ଦୁଝର
ବ୍ଲକ୍_ ହାଟଡିହି
ଗ୍ରାମ_ ବଡ଼ରମ୍ପାସ
ଶିକ୍ଷାଗତ ଯୋଗ୍ୟତା– +୩ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ର
ପ୍ରଥମ ବର୍ଷ ରେ ଅଧ୍ୟୟନରତ
ଇ-ମେଇଲ୍ ଠିକଣା– deepika.perei@gmail.com
ମୁଖ ପୁସ୍ତିକା/Facebook-
https://www.facebook.com/deepika.perei.5473
ହେ ଯଶଶ୍ୱିନୀ ଦୀପିକା!
ନିମ୍ନଲିଖିତ ପ୍ରଶ୍ନ ସମୂହର ଉତ୍ତର ଦିଅନ୍ତୁ
୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।
ଉ_ ଲେଖିବା ପାଇଁ କୌଣସି ଘଟଣା କିମ୍ବା ଦୁର୍ଘଟଣା ମୋ ସହ ଘଟି ନାହିଁ.., ମୁଁ ଦଶମ ଶ୍ରେଣୀ ରେ ପଢ଼ିବା ବେଳଠାରୁ ଲେଖିବା ପାଇଁ ଇଚ୍ଛା ପ୍ରକାଶ କଲି, ପ୍ରତ୍ୟେକ ଲେଖା ରେ ମୁଁ ମୋର ନିଜ ଭାବନା କୁ ପରିପ୍ରକାଶ କରେ, ଯାହା ଭାବେ ପଦ୍ୟ କିମ୍ବା ଗଦ୍ୟ ଭାବେ ତାକୁ ସରଳ ଶବ୍ଦ ଜରିଆରେ ଲିପିବଦ୍ଧ କରି ରଖିଥାଏ । ପ୍ରକୃତି ଆଉ ସମାଜ ପ୍ରତ୍ୟକ୍ଷ ହେଉ କି ପରୋକ୍ଷ ରୂପେ ଲେଖିବା ପ୍ରତି ମତେ ପ୍ରେରିତ କରାଇଥାଆନ୍ତି ।
୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ଉ_ ପ୍ରଥମତଃ ସାହିତ୍ୟ ବି ପାଠ୍ୟ ଚକ୍ର ମଧ୍ୟରେ ସାମିଲ୍ , ଦ୍ୱିତୀୟ ରେ ମୁଁ ଯେତେ କାର୍ଯ୍ୟ ବ୍ୟସ୍ତତା ରେ ଥିଲେ ମଧ୍ୟ ଯାହା ଭାବନା ମନକୁ ଯେଉଁ ମୁହୂର୍ତ୍ତରେ ଆସେ ତାକୁ ସଙ୍ଗେ ସଙ୍ଗେ ଲିପିବଦ୍ଧ କରି ରଖିବାକୁ ଚେଷ୍ଟା କରେ , ପାଠ ପଢା ଏବଂ ଅନ୍ୟ କାମ ମୋ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ ସେତିକି ମାତ୍ରା ରେ ସାହିତ୍ୟ ରଚନା ବି , ଲେଖିବା ପାଇଁ ଥିବା ଆଗ୍ରହ ହିଁ ସବୁ କାର୍ଯ୍ୟ ସରଳ ବୋଧଗମ୍ୟ କରାଇ ଦେଇଥାଏ..।
୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।
ଉ_ ଲେଖିବା ନିମନ୍ତେ ମୋର ସାହାର୍ଯ୍ୟକାରୀ କିମ୍ବା ପଥପ୍ରଦର୍ଶକ କେହି ନାହାନ୍ତି… ,ଅବଶ୍ୟ Facebook ରେ ମତାମତ ଜରିଆରେ ଅନେକ ଭାଇ, ଭଉଣୀ ଏବଂ ବନ୍ଧୁ ମାନେ ମତେ ଉତ୍ସାହିତ କରାନ୍ତି…।
୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ? ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?
ଉ_ ଲେଖିବା ପୂର୍ବରୁ ଲେଖାଟି କିପରି ସରଳ ଶବ୍ଦରେ ସଂକ୍ଷିପ୍ତ ରୂପେ ରଚିତ ହୋଇପାରିବ ଏବଂ ମୋ ଅନୁଭୂତି କୁ କିପରି ପାଠକ ପଢ଼ିବା ମାତ୍ରେ ଅନୁଭବ କରିପାରିବେ ମୁଁ ସେଥିପ୍ରତି ବିଶେଷ ଧ୍ୟାନ ଦେଇଥାଏ ଏବଂ ଲେଖାଟି ଲେଖି ସାରିବା ପାଠକ ମୋର ଦୃଷ୍ଟିକୋଣ ଓ ଅନୁଭୂତି କୁ ବୁଝି ପାରିଥିବା ର ମତାମତ ଟିଏ ପାଇବାକୁ ଆଶା ରଖେ…।
୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?
ଉ_ ବର୍ତ୍ତମାନ ର ସମୟ ସାପେକ୍ଷ ଏବଂ ବ୍ୟସ୍ତ ବହୁଳ ଜୀବନ ରେ କିଏ କାହାକୁ ମନେରଖ ମାତ୍ର; ଲେଖିବା ଦ୍ଵାରା ଅନେକ ଦୂର ଦୁରାନ୍ତ ର ଲୋକ ଯାହା ଙ୍କ ସହ କେବେ ପ୍ରତ୍ୟକ୍ଷ ପରିଚିତ ହେଇନି ଏବଂ ମୋ ବ୍ୟକ୍ତିତ୍ଵ କିପରି ସେମାନେ ଜାଣି ନାହାନ୍ତି ତଥାପି ମତେ ବହୁତ୍ ସାରା ସ୍ନେହ ଦେଇଛନ୍ତି, ମତେ ମନେ ରଖିଛନ୍ତି ଯାହାକି, ମତେ ନୂତନ ରଚନା ପାଇଁ ଉତ୍ସାହିତ କରିଥାଏ…।
୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ଉ_ ଅତ୍ୟନ୍ତ ସୁନ୍ଦର ଏବଂ ଗ୍ରହଣୀୟ ମନ୍ତବ୍ୟ , କାରଣ ପ୍ରତ୍ୟେକ ଲେଖକ/ ଲେଖିକା ନିଶ୍ଚିତ ରୂପେ ଜଣେ ଭାବୁକ / ଭାବିକା ମଧ୍ୟ । ଯିଏ ନିଜ ଭାବନା କୁ ଶବ୍ଦ ରେ ପରିଣତ କରି ପ୍ରକାଶ କରି ପାରିଲେ ସେ ବିଦ୍ୱନ୍ଦେ ସାହିତ୍ୟ ରଚନା କରି ପାରିଲେ ସେ ବୟସ ରେ ୧୮ ବର୍ଷ ର ହେଇଥାନ୍ତୁ କି ୮୦ ବର୍ଷ ର , ଲେଖିବା ପାଇଁ କୌଣସି ବୟସ ସୀମା ଗୁରୁତ୍ଵ ନଥାଏ , ଲେଖିବା ନିମନ୍ତେ ଅନୁଭବ , ଅନୁଭୂତି, ପୁସ୍ତକ ପଠନ, ଗଭୀର ମନନ ଓ ଚିନ୍ତନ ତ ଗୋଟିଏ ଗୋଟିଏ ଅନୂପୁରକ କାରକ ମାନ।
୭ – ତୁମର ପ୍ରିୟ କବି/ଲେଖକ/ଗାଳ୍ପିକ କିଏ ? ସେ କ’ଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି ..?
ଉ_ ମୋର ପ୍ରିୟ କବି_ କବିବର ରାଧାନାଥ ରାୟ ଏବଂ ପ୍ରିୟ ଲେଖକ / ଗାଳ୍ପିକ_ ଫକୀର ମୋହନ ସେନାପତି ଙ୍କ ବ୍ୟତୀତ ଅନ୍ୟ ପ୍ରିୟ କବି ଓ ଲେଖକ ମାନେ ଜୀବିତ ଅଛନ୍ତି ।
୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ ।
ଉ_ କବିବର ରାଧାନାଥ ରାୟ ଙ୍କ ଦ୍ଵାରା ରଚିତ କାବ୍ୟ
କବିତାମାନ ଅତି ସୁନ୍ଦର ଆକର୍ଷଣୀୟ । ଯଥା_ ପାର୍ବତୀ, ନନ୍ଦିକେଶ୍ୱରୀ, ଉଷା, କେଦାର ଗୌରୀ, ଚିଲିକା ଇତ୍ୟାଦି ଏବଂ ତାଙ୍କ ଦ୍ଵାରା ରଚିତ ହୋଇଥିଲା ପ୍ରଥମ ପ୍ରବନ୍ଧ ଯାହାର ନାମ “ବିବେକୀ” ସେହିପରି ଗାଳ୍ପିକ/ଲେଖକ ଫକୀର ମୋହନ ସେନାପତି ଙ୍କ ଗଳ୍ପ ମଧ୍ୟ ସମାଜ ସଂସ୍କାରକ ରୂପେ ଅତି ପରିଚିତ ଓ ଆଦରଣୀୟ…ସେଗୁଡିକ ମଧ୍ୟରୁ_ କ୍ଷୁଦ୍ର ଗଳ୍ପ_ରେବତୀ, ଅଧର୍ମବିତ୍ତ, ପେଟେଣ୍ଟ ମେଡ଼ିସିନ ଓ ଡାକ ମୁନସୀ ; ଉପନ୍ୟାସ_ ଛ ମାଣ ଆଠଗୁଣ୍ଠ ,ଲଛମା , ମାମୁଁ , ପ୍ରାୟଶ୍ଚିତ ଇତ୍ୟାଦି ଓଡ଼ିଆ ସାହିତ୍ୟ ପାଇଁ ଅତି ସୁନ୍ଦର ଓ ଆକର୍ଷଣୀୟ ଉପହାର ।
ଏବଂ ବର୍ତ୍ତମାନ ର କବୈତ୍ରୀ ପ୍ରିୟ ପ୍ରତିଭା ରାୟ mam ଙ୍କ ଯାଜ୍ଞସେନୀ ସମାଜ ରେ ନାରୀ ର ଭୂମିକା ର ଅନନ୍ୟ ପରିଚୟ ସୃଷ୍ଟି ନିମନ୍ତେ ଉତ୍କୃଷ୍ଟ ଓ ଏକାଧାର ରେ ଅନ୍ୟ ପ୍ରିୟ କବି , ଗାଳ୍ପିକ ଓ ପ୍ରାବନ୍ଧିକ _ଶିବସୁନ୍ଦର sir ଙ୍କ ଉପନ୍ୟାସ ଉଲଭାପରୀ ଓ ଅନ୍ୟାନ୍ୟ କବିତାମାନ ଅତି ଉଚ୍ଚକୋଟୀ ଓ ହୃଦୟସ୍ପର୍ଶୀ ଏବଂ କବି ଜ୍ଞାନେନ୍ଦ୍ର ପଣ୍ଡା sir ଓ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ହୃଷିକେଶ ମଲିକ sir ଙ୍କ ପ୍ରତ୍ୟେକ ରଚନା ଅତି ଉତ୍କୃଷ୍ଟ ଓ ମାର୍ମୀକ ।
୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।
ଉ_ ସାହିତ୍ୟ ସର୍ଜନା କରୁଥିବା ହେତୁ ମୋ ପରିବାର ର ପ୍ରତ୍ୟେକ ସଦସ୍ୟ ମୋ ଉପରେ ବହୁତ୍ ଖୁସି ଏବଂ ସମସ୍ତ ଙ୍କ ଖୁସି ମତେ ଉତ୍ସାହିତ କରିଥାଏ ନୂତନ ସୃଷ୍ଟି ପାଇଁ…, ମାତ୍ର ସେମାନେ ମୁଁ କେଉଁପରି ରଚନା କରିବି ଓ କେଉଁ ପରି ରଚନା କରିବି ନାହିଁ ସେଥିରେ ହସ୍ତକ୍ଷେପ କରନ୍ତି ନାହିଁ….।
୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?
ଉ_ ଲେଖନୀ ଏକ ପ୍ରବାହ ସମୟ ସହ ନିଜକୁ ଲେଖା ସହ ବାନ୍ଧି ରଖିଲେ କେବେ କିଛି କଷ୍ଟ ସାଧ୍ୟ ହୁଏନି ମାତ୍ର ଥରେ ବିରତି ନେଲେ ପୁନର୍ବାର ଲେଖିବା ବହୁତ୍ କଷ୍ଟ କର ହେଇଥାଏ ,ମୋ ପାଇଁ ଗଦ୍ୟ ପଦ୍ୟ ଦୁଇଟି ଯାକ ସମ୍ମାନ କେଉଁଟା ବି କଷ୍ଟ ଲାଗେନା କାରଣ ମୁଁ ମୋର ପ୍ରତ୍ୟେକ ଲେଖା ରେ ସ୍ଵ ଅନୁଭୂତି କୁ ସ୍ଥାନିତ କରିଥାଏ…..।
୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?
ଉ_ ପ୍ରେମ / ବିରହ କବିତା, ଜଣାଣ, ସମାଜ ସଂସ୍କାରକ କବିତା ଏବଂ ପ୍ରବନ୍ଧ ଓ ଗଳ୍ପ ବିଭାଗରେ ମୁଁ ମୁଖ୍ୟତଃ ଲେଖାଲେଖି କରିଥାଏ.. ।
୧୨ – ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ ।
କିମ୍ବା
ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।
ଉ_ ମୋର କୌଣସି ପୁସ୍ତକ ପ୍ରକାଶିତ ହୋଇନି କି ପ୍ରକାଶିତ ହେବା ଅପେକ୍ଷାରେ ନାହିଁ ।
କିମ୍ବା
ଉ_ ମୋର କୌଣସି ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତ ରେ ପ୍ରକାଶିତ ହୁଏ ତେବେ ମୁଁ ସେଥିରେ ଭାରତୀୟ ପରମ୍ପରା, ପୌରାଣିକ ଭାବଧାରା, ମାନବିକତା , ସହିଷ୍ଣୁତା , ସ୍ନେହ ଏବଂ ସଂପର୍କ ର ବାସ୍ତବିକ ଅର୍ଥ ଉପସ୍ଥାପନା କରିବି ଏବଂ ଏହା ନିଶ୍ଚିତ ରୂପେ ପାଠକ ମାନଙ୍କ ମନରେ ସ୍ଵତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ..।
୧୩ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?
ଉ_ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ ଯେତେ କହିଲେ କମ୍ ହେବ କାରଣ ଏହି ପ୍ରତିଷ୍ଠାନ ରେ ଯୋଗ ଦେବା ପରଠୁଁ ମୋ ଲେଖନୀ ଶୈଳୀ ଉନ୍ନତ ପ୍ରାୟ…,
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ପ୍ରତିଷ୍ଠାନ ପରି ନୁହେଁ ବରଂ ପରିବାର ପରି ମନେ ହୁଏ, ଏଠାରେ ଥିବା ପ୍ରତ୍ୟେକ ସଦସ୍ୟ ବେଶ୍ ଆପଣା ର ମନେ ହୁଅନ୍ତି , କୌଣସି ଭୁଲ୍ ହେଲେ ସମସ୍ତ ସଦସ୍ୟ /ସଦସ୍ୟା ଏପରିକି ଏହି ପ୍ରତିଷ୍ଠାନ ର ପ୍ରତିଷ୍ଠାତା ମଧ୍ୟ ସ୍ନେହ ସମ୍ଭାଷଣ ପୂର୍ବକ ସଂଶୋଧନ ନିମନ୍ତେ ବାର୍ତ୍ତା ଦିଅନ୍ତି ଯାହାକି ନୂତନ ଆଉ ସୁନ୍ଦର ରଚନା ପାଇଁ ପ୍ରେରଣା ଯୋଗାଇଥାଏ..ଏବଂ ଏହା ଏକ ବିଶ୍ଵ କବି ସଂଗଠନ ହେଇଥିବାରୁ ଏହା ଦ୍ଵାରା ନିଜ ପ୍ରତିଭା କୁ ବିଶ୍ଵ ସ୍ଥର ରେ ଆଦୃତି କରି ପାରିବା ମଧ୍ୟ ଅଶେଷ ପ୍ରେରଣାଦାୟକ…,ଏଠାରେ ଛୋଟ ବଡ଼ ମଧ୍ୟରେ କୌଣସି ତାରତମ୍ୟ ଦେଖା ନଯାଇ ଯୁବ ପ୍ରତିଭା ମାନଙ୍କ ପ୍ରତିଭା କୁ ଲୋକ ଲୋଚନ ତଥା ବିଶ୍ଵ ପ୍ରସିଦ୍ଧ କରିବା ପାଇଁ ଉଦ୍ୟମ, ଅତି ଉତ୍କୃଷ୍ଟ।
୧୪ – ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..? ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…!
ଉ_ ଆଜ୍ଞା ଏ ବିଷୟରେ ମୁଁ ଅବଗତ ଅଛି, ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଦ୍ବାରା ଅନେକ ପ୍ରତିଭା ଲୋକ ଲୋଚନକୁ ତଥା ବିଶ୍ଵ ସ୍ତର ରେ ସମ୍ମାନିତ ହେଇ ପାରୁଛନ୍ତି ,ତେଣୁ ମୁଁ ଏହି ଅନୁଷ୍ଠାନ ପାଖରେ କୃତଜ୍ଞତା ଜ୍ଞାପନ କରି ଏହାର ଉନ୍ନତି ନିମିତ୍ତ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛି ।
୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?
ଉ _ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଅଭିଯୋଗ କି ପରାମର୍ଶ କୌଣସି ନାହିଁ ମାତ୍ର ମୋ ଅନୁଭବରୁ ମତ ଟିଏ ରଖିବି ଆଶା, ଏହାକୁ ପଢ଼ି ଗ୍ରହଣ କରିବେ…, ଏହା ଏକ ବିଶ୍ଵ ସ୍ଥରୀୟ ପ୍ରତିଷ୍ଠାନ ମାତ୍ର ଏଠାରେ ଥିବା ଅନେକ ସଦସ୍ୟ ଏ ସଂପର୍କ ରେ ଅଜ୍ଞାତ ଓ ଏଥିରେ ଥିବା ପୁରସ୍କାର ଯଥା ଯୁବ ପ୍ରତିଭା ସମ୍ମାନ, ଏଇ ମାସର ଶ୍ରେଷ୍ଠ ଲେଖକ ଲେଖିକା ସମ୍ମାନ ଇତ୍ୟାଦି ସମ୍ମାନ ଏବଂ ସଂଗଠିତ ଅନେକ ପ୍ରତିଯୋଗିତା ବିଷୟରେ ଅନେକ ସଦସ୍ୟ ସଦସ୍ୟା ଅଜ୍ଞାତ ପ୍ରାୟ ;ତେଣୁ କୌଣସି ଆଲୋଚନାଚକ୍ର କିମ୍ବା ଆସର ଜରିଆରେ ପ୍ରତ୍ୟେକ ସଦସ୍ୟ ସଦସ୍ୟା ଙ୍କୁ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର ଗୁଣବତ୍ତା ସମ୍ପର୍କରେ ଅବଗତ କରାଇବା ପାଇଁ ଅନୁରୋଧ ..।
୧୬- ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ ।
ଉ_
** ‘ସ’ ରୁ ସମାଜ ‘ସ ‘ରୁ ସଂସ୍କୃତି
ଦୁହେଁ ମିଳି କଲେ ସାହିତ୍ୟ ର ସୃଷ୍ଟି
ସାହିତ୍ୟ ରୁ ସୃଷ୍ଟ ହେଲା କେତେ ଯେ ସୃଷ୍ଟି….
ସାହିତ୍ୟ ବିନା ଲାଗେ ସବୁ ଅସାର ଯେମିତି….।**
୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?
ଉ_ ଆଧୁନିକତା ନାମରେ ଭାରତ ର ସଂସ୍କୃତି ବର୍ତ୍ତମାନ ଲୁପ୍ତାଭିମୁଖେ ଗତି କରୁଛି…. ,ଭବିଷ୍ୟତ ପିଢ଼ି ଭାରତ ର ପୁରାଣ ଶାସ୍ତ୍ର , ଗୀତା, ଭାଗବତ କୁ ଅନ୍ଧବିଶ୍ୱାସ ବୋଲି ଗ୍ରହଣ କରିବା ସ୍ୱାଭାବିକ ମନେ ହୁଏ, ତେଣୁ ବର୍ତ୍ତମାନ ର ସାହିତ୍ୟ ରେ ଭାରତ ର ସଂସ୍କୃତି ପରମ୍ପରା କୁ ପ୍ରତିପାଦନ କରି ଓ ପୁରାଣ ଶାସ୍ତ୍ର ର ମହତ୍ତ୍ଵ ଉପରେ ସାହିତ୍ୟ ରଚନା କରି ଭାରତ ର ସଂସ୍କୃତି କୁ ବଞ୍ଚାଇ ରଖିବାକୁ ଚେଷ୍ଟା କରିବା ମୋର ଲକ୍ଷ୍ୟ ଏବଂ ଏହା ଦ୍ବାରା ନିଶ୍ଚିତ ରୂପେ ସମାଜ ର ମଙ୍ଗଳ ହେବ …।
୧୮ – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?
ଉ_ ପ୍ରତ୍ୟେକ ସ୍ରଷ୍ଟା ନିଜର ସୃଷ୍ଟି ଏବଂ ସୃଜନଶୀଳ ଗୁଣ କୁ ଲୋକାଦୃତି କରାଇବାକୁ ଚାହାନ୍ତି, ଏବଂ ଲୋକାଦୃତୀ ହେବା ପରେ ସ୍ରଷ୍ଟା ର ସୃଜନଶୀଳ ଗୁଣ ପ୍ରତି ସମସ୍ତ ଙ୍କ ସମ୍ମାନ ଏବଂ ଆଦର ସ୍ରଷ୍ଟା କୁ ପ୍ରଥମ ସୃଷ୍ଟି ଅପେକ୍ଷା ଅଧିକ ଉନ୍ନତ, ସୁନ୍ଦର ସୃଷ୍ଟି ଟିଏ ସର୍ଜନା କରିବାକୁ ପ୍ରେରଣା ଦେଇଥାଏ ଯାହାକି ସମସ୍ତ ଙ୍କ ପାଇଁ ବହୁତ୍ ଲାଭଦାୟକ ହୋଇଥାଏ ସେହିପରି ଯଦି କୌଣସି ହିଂସାତ୍ମକ ମନୋଭାବ ରଖି କୌଣସି ସୁନ୍ଦର ସୃଷ୍ଟି ଏବଂ ସ୍ରଷ୍ଟା ଙ୍କୁ ନିନ୍ଦା କରାଯାଏ ଅନେକ କ୍ଷେତ୍ର ରେ ଏହା ଦ୍ବାରା ସ୍ରଷ୍ଟା ର ସୃଜନଶୀଳ ଗୁଣ ଉପରେ ଅନେକ କୁପ୍ରଭାବ ପଡିଥାଏ, ଯାହାକି ବହୁତ୍ କ୍ଷତିକାରକ ଏଣୁ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଯେତିକି ଆବଶ୍ୟକୀୟ ମନେ ହୁଏ ସେତିକି ଅନାବଶ୍ୟକ ମଧ୍ୟ ମନେ ହୁଏ ..।
୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ ।
ଉ_
ନିଶ୍ଚିତ ରୂପେ ସ୍ରଷ୍ଟା ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ… ଏବଂ ପ୍ରଭାବିତ ହେବା ଦ୍ବାରା ସ୍ରଷ୍ଟା ନୂତନ ଆଉ ପ୍ରଥମ ଠାରୁ ଅଧିକ ସୁନ୍ଦର ସୃଷ୍ଟି ସୃଷ୍ଟି କରିବାର ଶକ୍ତି ପାଇଥାଏ ଏବଂ ତାର ସାମର୍ଥ୍ୟ ବଢ଼ିଥାଏ।ପ୍ରତ୍ୟେକ ଜିନିଷ ର ଦୁଇଟି ଗୁଣ ଥାଏ ଯଥା ଭଲ ଓ ଖରାପ ସେହିପରି ପୁରସ୍କାର ପ୍ରାପ୍ତି ର ଦୁଇଟି ଗୁଣ ଭଲ ଓ ଖରାପ ମଧ୍ୟ ରହିଛି ମାତ୍ର କେଉଁ ଗୁଣକୁ ଗ୍ରହଣ କରିବା ସେଇଟା ନିଜ ଉପରେ ନିର୍ଭର କରେ ।
୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
ଉ_ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାର ସୁଯୋଗ ପାଇ ପାରିଥିବାରୁ ମୁଁ ବହୁତ୍ ଖୁସି , ଏହା ଦ୍ବାରା ମୋର ସର୍ଜନାତ୍ମକ ଗୁଣ ବହୁଗୁଣିତ ହେବାରେ ଲାଗିଛି… ଓ ମୁଁ ବହୁତ୍ ଉତ୍ସାହୀ କି ବିଶ୍ଵ ସ୍ତର ରେ ପ୍ରତ୍ୟେକ ସାହିତ୍ୟିକ ଏବଂ ନୂତନ ପ୍ରତିଭା ମାନଙ୍କ ସହ ପରିଚିତ ହେଇ ପାରିବି ଏବଂ ନିଜର ଦକ୍ଷତା ସହ ନିଜେ ପରିଚିତ ହୋଇପାରିବି, ଏହାର ପ୍ରତିଷ୍ଠାତା ପ୍ରିୟ ମନୋଜ ଭାଇ ଏବଂ ଅନ୍ୟ କାର୍ଯ୍ୟକାରୀ ମଣ୍ଡଳୀ ଙ୍କ ନିକଟରେ ମୁଁ ରୁଣୀ…।
ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର
So wonderful
Very nice, keep it up,
Go ahead
ଖୁବ୍ ସୁନ୍ଦର ଉତ୍ତର ସବୁ । ଶୁଭେଚ୍ଛା ଦିଦି
ଶୁଭେଚ୍ଛା..♥️
ବହୁତ ଭଲ ଲାଗିଲା